ଶରତ ଚନ୍ଦ୍ର ପଣ୍ଡା

ଉଇକିପିଡ଼ିଆ‌ରୁ
ଶରତ ଚନ୍ଦ୍ର ପଣ୍ଡା
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୮ ଅକ୍ଟୋବର ୧୯୮୯
ପୂର୍ବ ଅଧିକାରୀଗନ୍ତାୟତ ସ୍ୱାଇଁ
ପର ଅଧିକାରୀଶାନ୍ତି ଦେବୀ
ନିର୍ବାଚନ ମଣ୍ଡଳୀସୋରଡ଼ା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଅନନ୍ତ ନାରାୟଣ ସିଂହ ଦେଓ
ପର ଅଧିକାରୀଅନନ୍ତ ନାରାୟଣ ସିଂହ ଦେଓ
ନିର୍ବାଚନ ମଣ୍ଡଳୀସୋରଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1936-07-17)୧୭ ଜୁଲାଇ ୧୯୩୬
ମୃତ୍ୟୁ୧୮ ଅକ୍ଟୋବର ୧୯୮୯(1989-10-18) (ବୟସ ୫୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଉଷାରାଣୀ ପଣ୍ଡା
ବାପା/ବୋଉରମାନାଥ ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ଶରତ ଚନ୍ଦ୍ର ପଣ୍ଡା (୧୭ ଜୁଲାଇ ୧୯୩୬ - ୧୮ ଅକ୍ଟୋବର ୧୯୮୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୪ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଶରତ ଚନ୍ଦ୍ର ପଣ୍ଡା ୧୯୩୬ ମସିହାର ଜୁଲାଇ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରମାନାଥ ପଣ୍ଡା ଓ ପତ୍ନୀଙ୍କ ନାମ ଉଷାରାଣୀ ପଣ୍ଡା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଶରତ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ସେ ୧୯୮୫ ମସିହାରୁ ୧୯୮୯ ଯାଏଁ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଶରତ ୧୯୮୯ ମସିହାର ଅକ୍ଟୋବର ୧୮ ତାରିଖରେ ୫୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Sarat Chandra Panda". odishaassembly.nic.in. Odisha Assembly. Retrieved 17 February 2021.