ଅକାନବିନ୍ଧି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅକାନବିନ୍ଧି
Cissampelos pareira NP.JPG
ଅକାନବିନ୍ଧି ଫଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଗଣ: Ranunculales
କୁଳ: Menispermaceae
ପ୍ରଜାତି: Cissampelos
ଜାତି: C. pareira
ବାଇନୋମିଆଲ ନାମ
Cissampelos pareira
L.[୧]
ପତ୍ର

ଅକାନବିନ୍ଧି[୨] (ପାଠା ନାମରେ ଜଣା, ବୈଜ୍ଞାନିକ ନାମ: ସିଶାମ୍ପେଲଶ ପାରେଇରା/Cissampelos pareira) ଏକ ଲତା ଗଛ । ଏହାର ସଂସ୍କୃତ ନାମ ଅମ୍ବଷ୍ଟାକୀ, କୁଳ ଗୁଡୂଚି, କୁଳ (Menispermaceae, ମେନିସ୍ପେର୍ମାସି), ପର୍ଯ୍ୟାୟ ନାମ (ସଂସ୍କୃତ) ପାଠା, ଅମ୍ବଷ୍ଠା, ବରତିକ୍ତା, ଅବିଦ୍ଧକର୍ଣ୍ଣୀ, ପିଲୁଫଳା ।

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଅକାନବିନ୍ଧି, କାନବିନ୍ଧି, ପାଠା
ହିନ୍ଦୀ ପାଠା, ପାଢ୍, ଅକ।ନାଦୀ, ପାଢୀ
ଅସିମୀୟା ତୁପ୍ରିଲତା
କନ୍ନଡ଼ ପାହାଡାବେଳ, ଆଗାଲୁସୁଣ୍ଠି
କାଶ୍ମୀରୀ ପାଡ୍
ଗୁଜରାଟୀ କାଲିପାଠ୍, କାରୋଣ୍ଡିଆମ, ବେନିୱେଲ, କାରେଧିୟମ
ତାମିଲ ଆପ୍ପାଟ୍ଟା, ବତ୍ତା ତିରୁପ୍ପୀ
ତେଲୁଗୁ ଅଦିବିୱିବଙ୍କାଟିଗା, ଚିରୁ ବୋଦ୍ଦି, ବୋଦ୍ଦିଟିଗା
ପଞ୍ଜାବୀ ପାଠା
ବଙ୍ଗଳା ଅକାନ।ଦୀ, ପାଠା
ମରାଠି ପଶାଦ୍ବେଳ୍, ପାହାରେଲ୍, ପାହାଡ଼ବେଲ୍, ପାଦlଳୀ, ପାଡବେଲ
ମାଲୟାଲମ ପାଠା, କଟ୍ଟୁୱଲ୍ଲୀ

ଉଦ୍ଭିଦ ସ୍ୱରୂପ ବର୍ଣ୍ଣନା (Botanical description)[ସମ୍ପାଦନା]

ଏହା ଉଚ୍ଚ ବୃକ୍ଷ ଶାଖା ପ୍ରଶାଖରେ କିମ୍ବା ଭୂମୀରେ ପ୍ରଶାରି ଲତା ଅଟେ l ପତ୍ର –ଏକାନ୍ତର, ବୃତ୍ତକାର, ନଟୁ ଆକାର, ସୂକ୍ଷ୍ମ ରୋମଶାଗ୍ର, ୧-୪ଇଞ୍ଚ ଲମ୍ବ l ମୁଖ୍ୟ ପତ୍ରଶିରା ସଂଖ୍ୟା ୫-୭ ପତ୍ର ଏବଂ ଶାଖା ଗୁଡିକ ମୃଦୁ ଶ୍ଵେତ ରୋମଶ । ପୁଷ୍ପ-ଏକଲିଙ୍ଗୀ, ପୀତାଭ, ଶ୍ଵେତ । ପୂଂପୁଷ୍ପ ସଘନ ମଞ୍ଜରୀ ଗୁଡିକରେ ଗୁଚ୍ଛ ବାନ୍ଧି କୋଣପୁଷ୍ପକ ଗୁଡିକର ଅକ୍ଷରୁ ଉଦ୍ଗତ ହୋଇଥାନ୍ତି l ସ୍ତ୍ରୀ-ପୁଷ୍ପ ମଞ୍ଜରୀ-୬ଇଞ୍ଚ ଲମ୍ବ, କୋଣପୁଷ୍ପକ .୫ରୁ .୭ ଇଞ୍ଚ ବ୍ୟାସ ବିଶିଷ୍ଟ l ଫଳ-ମଟର ସଦୃଶ, ରକ୍ତବର୍ଣ୍ଣ କିମ୍ବା ନାରଙ୍ଗୀ l ବୀଜ-ବକ୍ରାକୃତି l ପୁଷ୍ପ –ଜୁନ-ନଭେମ୍ବର ତଥା ଫଳ ତତ୍ ପରେ ହୋଇଥାଏ l

ଏହାର ଭୌମିକ ପ୍ରତାରି କାଣ୍ଡ ଏବଂ ମୂଳ ଲମ୍ବା, କୋମଳ, ପ୍ରାୟ ବିବିଧ ଶାଖା ଯୁକ୍ତ ପାଖାପାଖି ୧/୨ ଇଞ୍ଚ ବ୍ୟାସ, ବାହ୍ୟ ପାର୍ଶ୍ଵ ହାଲୁକା ପାଉଁଶିଆ, ଅନ୍ତର ପୀତାଭ ପାଉଁଶିଆ ବର୍ଣ୍ଣ l ଅନୁଦୈର୍ଘ୍ୟ ଫାଟ ଯୁକ୍ତ, ଅନୁପ୍ରସ୍ତ ଦିଗରେ ସଙ୍କୋଚ ଯୁକ୍ତ, ସ୍ବାଦରେ ତିକ୍ତ l

ଜାତି (species)ପ୍ରଜାତି(variety) – ଏହାର ଅନ୍ୟ ଏକ ଜାତି ରାଜପାଠା ( Cyclia arnotii Miers ) ନାମରେ ପରିଚିତ । Stephania glabra Miers ,Stephania japonica Miers ନାମକ ବୃକ୍ଷ ମଧ୍ୟ ରାଜପାଠା ନାମରେ ପରିଚିତ । ରାଜପାଠାର ପତ୍ର ବଡ ବଡ ହୋଇଥାଏ ତଥା କନ୍ଦ ଖୁବ ବଡ ହୋଇଥାଏ l ଏସ.ଜାପୋନିକା(S.japonica)ର ଦୁଇଟି ପ୍ରଜାତି ଭାରତବର୍ଷରେ ମିଳିଥାଏ -୧. Variety (ପ୍ରଜାତି) Japonica (ଜାପୋନିକା) ୨. ପ୍ରଜାତି –Discolor ଦିଷ୍କଳର –ଏହା ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା ତଥା ଉତ୍ତର ଆନ୍ଧ୍ର ପ୍ରଦେଶରେ ମିଳିଥାଏ।

ଭୌଗଳିକ ଉତ୍ପତ୍ତି ସ୍ଥାନ (Geographical distribution)[ସମ୍ପାଦନା]

ସମଗ୍ର ଭାରତବର୍ଷ, ଶ୍ରୀଲଙ୍କା, ଚୀନ, ମାଲୟେସିଆ, ବର୍ମା, ଥାଇଲାଣ୍ଡ, ଅଷ୍ଟ୍ରେଲିଆ l

ରାସାୟନିକ ସଂଘଟନ[ସମ୍ପାଦନା]

'ଚେର: ପେଲୋସିନ(Pelosine), ବେବୀରିନ(Bebeerine), ସାପୋନିନ(Sapponin), କ୍ଷ୍ୟାରIଭ(Alkaloids)-ସାଇକ୍ଳେଇନ(Cyclein), ପାରେଇରୁବାଇନ୍(Pareirubrine), ଡେୟାମିଟୀନ୍(Deyamittin), ସୀସାମ୍ପେରାଇନ୍(Cissampareine), ହୟାଟୀଡାଇନ(Hayatidine), ହାୟIଟିନ(Hayatine), ସିସ୍ସାମାଇନ ଏବଂ ସାଇକ୍ଲେଇନ (Cissamine and cycleanine), ଟେଟ୍ରାନଡ୍ରାଇନ(Tetrandrine), ଡାଇସେଣ୍ଟ୍ରIଇନ(Dicentrine, ଡାଇହାଇଡ୍ରୋ- ଡାଇସେଣ୍ଟ୍ରIଇନ(Dihydrodicentrine), ଇନ୍ସୁଲIରାଇନ(Insularine) ।

ଆଧୁନିକ ଚିକିତ୍ସା ବିଜ୍ଞାନ ଗବେଷଣା ପ୍ରମାଣ ଭିତ୍ତିକ ତଥ୍ୟାବଳୀ[ସମ୍ପାଦନା]

ଅକାନବିନ୍ଧି ଲତା ପତ୍ରରେ ଅନ୍ତଃନଳୀ ବ୍ରଣ ଆରୋଗ୍ୟ କରିବା ତତ୍ତ୍ଵ ରହିଥାଏ l ଏହା ମୂଷା ଓ ଠେକୁଆ ଆଦି ପ୍ରାଣୀମାନଙ୍କ ଉପରେ ପରୀକ୍ଷା କରାଯାଇ ପ୍ରମାଣିତ କରାଯାଇଛି ।

ପରଜୀବୀ ମାରକ କ୍ଷମତା[ସମ୍ପାଦନା]

କଙ୍ଗୋ ଗଣରାଜ୍ୟର କୀଭୂ ନାମକ ପ୍ରଦେଶରେ କରାଯାଇଥିବା ଏକ ଗବେଷଣା ଅନୁଯାୟୀ ଅକାନବିନ୍ଧିର କେତେକ ପ୍ରଜାତି କ୍ଳୋରୋକୁଇନ ରୋଧୀ ପ୍ଲାସ୍ମୋଡିଅମ ଫାଲସିପାରମ ମେଲେରିଆ କୀଟାଣୁ ଗୁଡିକୁ ସମ୍ପୂର୍ଣ ନିର୍ମୂଳ କରିଦେଇପାରେ l ଏହି ମ୍ୟାଲେରିଆ କୀଟାଣୁଘାତି ତତ୍ତ୍ଵ ଏହାର ଚେରରୁ ଆହରିତ ସୁରାସାର (Ethyl alcohol) ଦ୍ରବଣରେ ଥାଏ l ଟ୍ରିପାନୋସୋମା କୃଜୀ ଓ ଟ୍ରିପାନୋସୋମା ବ୍ରୁସେଇଆଦି ପରଜୀବୀ ଉପରେ ଏହାର ଘାତକ କ୍ଷମତା ରହିଛିI

ବେଦନIନାଶକ କ୍ଷମତା[ସମ୍ପାଦନା]

ପାଠା ପତ୍ରରେ ଥିବା ସୁରାସାର ଆହରିତ ତତ୍ତ୍ଵରେ ତୀବ୍ର ବେଦନା ନାଶକ ବା ପୀଡାହାରୀ କ୍ଷମତା ଚିହ୍ନଟ କରାଯାଇଛି l

ଅନୁର୍ଯତା ନିବାରକ କ୍ଷମତା[ସମ୍ପାଦନା]

ଏହାର ପତ୍ରରେ ଅନୁର୍ଯତା ଜନିତ ରୋଗ ଯଥା କ୍ରମେ – ଶ୍ଵାସ,ପ୍ରତିଶ୍ୟାୟ ଏବଂ ଇଓସିନୋଫିଲିଆ (Eosinophil) ଅତ୍ୟାଶୟକୁ ସମନ ଓ ନିୟନ୍ତ୍ରଣ କରିଥାଏ l ପାଠାରୁ ଆହରିତ ୱାରିଫ୍ଟେଇନ ନାମକ ଆଲ୍କାଲଏଡ୍ରେ ଏହି କ୍ଷମତା ଥିବାର ଚିହ୍ନଟ ହୋଇଛି l

ଲାର୍ଭା ଘାତକ କ୍ଷମତା[ସମ୍ପାଦନା]

ଏହାର ପତ୍ର ଏବଂ ଚେରରେ ମେଲେରିଆ କୀଟାଣୁ ବାହକ ମଶା’ର ଲାର୍ଭ ଗୁଡିକୁ ମାରିବାର କ୍ଷମତା ରହିଛି । ଏହା ତାଞ୍ଜାନିୟାରେ ଏକ ପରିକ୍ଷଣରୁ ପ୍ରତିପାଦିତ ହୋଇଛି ।

ଜୀବାଣୂ ନାଶକ କ୍ଷମତା[ସମ୍ପାଦନା]

ଷ୍ଟାଫାଇଲୋକୋକସ ଅଉରିଅସ (Staphylococcus aureus), ଏସ୍ଚେରେଚିଆ କୋଲାଇ Escherichia coli, ଶିଉଡୋମୋନାସ ଏରୁଜିନୋସା(Pseudomonas aeruginosa), ସାଲ୍ମୋନେଲା ଟାଇଫି(Salmonella typhi), ଭାଇବ୍ରିଓ କୋଲେରା (Vibrio cholera), ବାସିଲସ ଅନ୍ଥ୍ରାସିସ(Bacillus anthracis), ଷ୍ଟ୍ରେପ୍ଟୋକୋକସ ଫେକାଲିସ(Streptococcus faecalis) ଏବଂ ବୀଜାଣୁ କବକ ବିରୋଧି କ୍ରିୟା (antifungal activity )କାଣ୍ଡିଡା ଆଲବିକାନ (Candida albicans)ଏବଂ କ୍ରିପ୍ଟୋକୋକସ ନିଓଫୋର୍ମାନ୍ସ (Cryptococcus neoformans) ଆଦି ଅଣୁଜୀବ ଉପରେ ଦେଖାଇ ଥାଏ l

କର୍କଟରୋଧୀ ତତ୍ତ୍ଵ[ସମ୍ପାଦନା]

ଏକ କ୍ଷାର।ଭ (Alkaloid ଆଲ୍କାଲଏଡ) ପାରେଇରୁବାଇନ୍ (Pareirubrine)ରେ ରକ୍ତ କର୍କଟ ବା ଲ୍ୟୁକେମିୟା (Leukemia)କୁ ସମନ କରିବାର କ୍ଷମତା ରହିଛି ।

ଅତିସାର ଆରୋଗ୍ୟକାରୀ ତତ୍ତ୍ଵ[ସମ୍ପାଦନା]

ଏହାର ପତ୍ର ଏବଂ ଚେରରେ ଅତିସାର ଓ ପ୍ରବାହିକା ଜୀବାଣୁ ଘାତି ଶକ୍ତି ଥାଏ l

ଆୟୁର୍ବେଦ ସିଦ୍ଧାନ୍ତ ଅନୁସାରେ ବୃକ୍ଷର ଗୁଣ ଏବଂ ଉପଯୋଗୀତା[ସମ୍ପାଦନା]

ଦ୍ରବ୍ୟଗୁଣ[ସମ୍ପାଦନା]

ଗୁଣ ଲଘୁ ,ତୀକ୍ଷ୍ଣ
ରସ ତିକ୍ତ
ବୀର୍ଯ୍ୟ ଉଷ୍ଣ
ବିପାକ କଟୂ
ବାହ୍ୟ ପ୍ରୟୋଗ ସଂସ୍ଥାନିକ: ଦୁଷ୍ଟ ବ୍ରଣ, ନାଡୀବ୍ରଣ, କଣ୍ଡୂ, କୁଷ୍ଠ, ସର୍ପବିଷ ଇତ୍ୟାଦି ସମସ୍ୟାରେ ଏହାର ପତ୍ର ଏବଂ ମୂଳର ଲେପ କରାଯାଏ l
ଆଭ୍ୟନ୍ତର ପାଚନ ସଂସ୍ଥାନ –ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ, ଉଦରଶୂଳ, ଅତିସାର, ପ୍ରବାହିକା ଇତ୍ୟାଦିରେ ଉପଯୋଗୀ I
ରକ୍ତବହ ସଂସ୍ଥାନ-ହୃଦ୍ରୋଗ, ଶୋଥରେ ଦିଆଯାଏ I
ଶ୍ଵସନ ସଂସ୍ଥାନ-କାଶ, ଶ୍ଵାସରେ ବ୍ୟବହାର କରାଯାଏ I
ପ୍ରଜନନ ସଂସ୍ଥାନ- ସ୍ତନ୍ୟଦୋଷ ନିବାରଣାର୍ଥ ପ୍ରୟୋଗ ହୁଏ I
ମୂତ୍ରବହ ସଂସ୍ଥାନ-ବସ୍ତିଶୋଥ, ମୂତ୍ରକୃଚ୍ଛରେ ପ୍ରୟୋଗ ହୁଏ
ପ୍ରଯୋଜ୍ୟ ଅଙ୍ଗ- ମୂଳ, ପତ୍ର, ଭୌମିକ କାଣ୍ଡ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  1. ଦ୍ରବ୍ୟଗୁଣ ବିଜ୍ଞାନ –ଖଣ୍ଡ-୨ ବରିଷ୍ଠ-ଅଧ୍ୟାପକ-ପ୍ରିୟବ୍ରତ ଶର୍ମା ,Dravyaguna-vijnana –VOL-II –proff. Priyavrata Sharma, postgraduate institute of Indian medicines, B.H.U.Varnasi
  2. Ayurvedic pharmacopeia of India –VOL-1 ,chapter-58 ,page-134
  3. An inside preview of Ethnopharmacology of Cissampelos pareira Linn. *Amritpal Singh , Sanjiv Duggal, Jaswinder Singh, and Shankar Katekhaye International Journal of Biological Technology (2010) 1(1):114-120
  4. Akah PA, Nwafor SV.Source-Indian J Exp Biol. 1999 Sep;37(9):936-8.---------Studies on anti-ulcer properties of Cissampelos mucronata leaf extract. Department of Pharmacology & Toxicology, University of Nigeria, Nsukka, Nigeria
  5. Tshibangu JN, Wright AD, Konig GM (2003) HPLC isolation of the antiplasmodially active bisbenzylisoquinone alkaloids present in roots of Cissampelos mucronata Phytochem Anal 14,1: 13-22
  6. Ramirez I, Carabot A, Melendez P, Carmona J, Jimenez M, Patel AV, Crab TA, Blunden G, Cary PD, Croft SL, Costa M (2003) Cissampeloflavone, a chalcone-flavone dimer from Cissampelos pareira Phytochemistry 64,2: 645-7
  7. G. Amresha, P.N. Singhb and Ch.V. Raoa Antinociceptive and antiarthritic activity of Cissampelos pareira roots a. Pharmacognosy and Ethnopharmacology Division, National Botanical Research Institute (Council of Scientific and Industrial Research), Rana Pratap Marg, P.O. Box No. 436, Lucknow 226001, Uttar Pradesh, India b. Department of Pharmacy, I.T., Banaras Hindu University, Varanasi, Uttar Pradesh, India, Journal of Ethnopharmacology -Volume 111, Issue 3, 22 May 2007, Pages 531-536
  8. Cláudio R. Bezerra-Santos, Adriana Vieira-de-Abreu, José Maria Barbosa-Filho, Christianne Bandeira-Melo, Marcia R. Piuvezam, and Patrícia T. Bozza-, Anti-allergic properties of Cissampelos sympodialis and its isolated alkaloid warifteine- International Immunopharmacology -Volume 6, Issue 7, July 2006, Pages 1152-1160
  9. Ramadhani S O Nondo, 1 Zakaria H Mbwambo,2 Abdul W Kidukuli, Ester M Innocent,1 Matobola J Mihale,3 Paul Erasto,2 and Mainen J Moshi—Larvicidal, antimicrobial and brine shrimp activities of extracts from Cissampelos mucronata and Tephrosia villosa from coast region, Tanzania. BMC Complement Altern Med. 2011; 11: 33.Published online 2011 April 23. doi: 10.1186/1472-6882-11-33.(PMCID:PMC3095574)
  10. Norita H et al .A novel antileukemic tropoloisoquinoline Alakaloid,Pareirubrine from Cissampelos pareira Chem. Lett. 1993;22(2):339