ରାଧାକୃଷ୍ଣ ବିଶ୍ୱାସରାୟ
ରାଧାକୃଷ୍ଣ ବିଶ୍ୱାସରାୟ | |
---|---|
ସଭ୍ୟ: ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | - |
ପର ଅଧିକାରୀ | ସଦାଶିବ ତ୍ରିପାଠୀ |
ନିର୍ବାଚନ ମଣ୍ଡଳୀ | ଉମରକୋଟ |
ସଭ୍ୟ: ରାଜ୍ୟ ସଭା | |
କାର୍ଯ୍ୟକାଳ ୩ ଅପ୍ରେଲ ୧୯୫୨ – ୧ ଅପ୍ରେଲ ୧୯୫୭ (ଇସ୍ତଫା) | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ପାର୍ବତୀପୁରମ, ଆନ୍ଧ୍ରପ୍ରଦେଶ | ୫ ମାର୍ଚ୍ଚ ୧୯୦୫
ମୃତ୍ୟୁ | ୫ ଫେବୃଆରୀ ୧୯୮୪ | (ବୟସ ୭୮)
ରାଜନୀତିକ ଦଳ | କଂଗ୍ରେସ |
ରାଧାକୃଷ୍ଣ ବିଶ୍ୱାସରାୟ (୫ ମାର୍ଚ୍ଚ ୧୯୦୫- ୫ ଫେବୃଆରୀ ୧୯୮୪)[୧] ଭାରତର ସ୍ୱାଧୀନତା ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଜନଜାତି ସମ୍ପ୍ରଦାୟ ମଧ୍ୟରେ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲୋକଙ୍କ ମଧ୍ୟରୁ ଅନ୍ୟତମ । ଲୋକଙ୍କ ମନରେ ସ୍ୱାଧୀନତାର ଚେତନା ଜାଗ୍ରତ କରିବାରେ ସେ ଅଗ୍ରଗଣ୍ୟ ଥିବାରୁ ତାଙ୍କୁ କୋରାପୁଟର ଗାନ୍ଧୀ କୁହାଯାଉଥିଲା ।[୨] ସେ ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ରାଜ୍ୟ ସଭାର ସଭ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । [୩]
ଜନ୍ମ
[ସମ୍ପାଦନା]ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ମୂଳ ନାମ ଥିଲା ରାଧାକୃଷ୍ଣ ସାହୁ । ତାଙ୍କର ମଉସା ତାଙ୍କୁ ପୋଷ୍ୟପୁତ୍ର କରି ନେବାରୁ ତାଙ୍କ ନାମ ପରିବର୍ତ୍ତିତ ହୋଇ ରାଧାକୃଷ୍ଣ ବିଶ୍ୱାସରାୟ ହୋଇଥିଲା ।[୪]
ଶିକ୍ଷା
[ସମ୍ପାଦନା]ଜୟପୁରରେ ତାଙ୍କ ବିଦ୍ୟାର୍ଥୀ ଜୀବନ କଟିଥିଲା, କିନ୍ତୁ ଅର୍ଥାଭାବରୁ ମହାବିଦ୍ୟାଳୟ ଉଚ୍ଚଶିକ୍ଷାରୁ ସେ ବଞ୍ଚିତ ହୋଇଥିଲେ ।
କର୍ମମୟ ଜୀବନ
[ସମ୍ପାଦନା]ବ୍ରିଟିଶ ସରକାରଙ୍କ ଶାସନରେ ସେ ଜଣେ କିରାଣୀ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଗୋପବନ୍ଧୁ ଚୌଧୁରୀଙ୍କ ପରାମର୍ଶ କ୍ରମେ ସେ ଚାକିରି ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ।[୫] ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ବ୍ରିଟିଶ ସରକାରଙ୍କଦ୍ୱାରା ଗିରଫ ହୋଇଥିଲେ ।[୬] ନୈତିକତାପୂର୍ଣ୍ଣ ମୂଲ୍ୟବୋଧ ରାଜନୀତିରେ ତାଙ୍କର ବିଶ୍ୱାସ ଥିଲା । ଏକଦା ପଣ୍ଡତ ଗୋଦାବରୀଶ ମିଶ୍ରଙ୍କୁ ହରାଇ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିଲେ । ଥରଟିଏ ଅଳ୍ପକାଳ ନିମନ୍ତେ ସେ ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ହୋଇଥିଲେ ।
ଦଳ ମଧ୍ୟରେ ନୀତି ଆଦର୍ଶର ବିଚ୍ୟୁତି ଦେଖି ସେ କଂଗ୍ରେସ ତ୍ୟାଗ କରିଥଲେ ଓ ପରେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ । ଏହା ପରେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ । ଶେଷ ପର୍ଯ୍ୟନ୍ତ ସେ କୋରାପୁଟର ଜନଜାତିର ବିକାଶ ପାଇଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]୧୯୮୪ ମସିହା ଫେବୃଆରୀ ମସ ୫ ତାରିଖ ଦିନ ସେ ମୃତ୍ୟୁବରଣ କରିଥିଲେ ।
ଆଧାର
[ସମ୍ପାଦନା]- ↑ "MLA Radhakrushna Biswas Ray Profile - OMERKOTE Constituency". Retrieved 5 February 2016.
- ↑ "Water of River Turi turned red in martyrs' blood - Orissa Post". Retrieved 5 February 2016.
- ↑ "Rajyasabha Member information system". Retrieved 5 February 2016.
- ↑ ସମ୍ବାଦ, ଭୁବନେଶ୍ୱର, ୫ ଫେବୃଆରୀ ୨୦୧୬, ପୃଷ୍ଠା: ୦୪
- ↑ "Odisha". Retrieved 5 February 2016.
- ↑ "GANJAM". Retrieved 5 February 2016.