ଉଇକିପିଡ଼ିଆ ଆଲୋଚନା:ଓଡ଼ିଶା ଦିବସ ୨୦୧୪

Page contents not supported in other languages.
ଉଇକିପିଡ଼ିଆ‌ରୁ

ଉତ୍କଳ ଦିବସରେ ସ୍ଵତନ୍ତ୍ର ଓଡ଼ିଆ ଉଇକିପିଡ଼ିଆ ଅଧିବେଶନ[ସମ୍ପାଦନା]

ପୁରୁଣା, ନୂଆ, ଅତୀତ, ବର୍ତ୍ତମାନ ନିର୍ବିଶେଷରେ ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନା କରିଥିବା ସମସ୍ତ ଉଇକିଆଳିଙ୍କୁ ଏତଦ୍ୱାରା ଜଣେଇ ଦେଉଛୁ, ଆମେ ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସ ଦିନ ଓଡିଆ ଉଇକିପିଡିଆର ଏକ ବିଶେଷ ଅଧିବେଶନ କରିବାକୁ ସ୍ଥିର କରିଛୁ। ଏଥି ନିମନ୍ତେ ସମସ୍ତେ ଏକ ମନ ଏକ ହୃଦୟରେ ଏଥିରେ ଯୋଗ ଦେବାକୁ ଅନୁରୋଧ । ଯଦି କୌଣସି ଉଇକିଆଳି ଅଧିବେଶନ ସ୍ଥାନ ଚୟନ କରି ସୁବିଧା ଯୋଗାଇ ଦେବାକୁ ଇଚ୍ଛୁକ, ତେବେ ଆମକୁ ଜଣେଇବାକୁ ଅନୁରୋଧ । ମୋର ବ୍ୟକ୍ତିଗତ ମତ: ଏହା ଦୁଇ ଦିନ ଧରି କରିବା । ପ୍ରଥମ ଦିନ ସକାଳ ଅଧିବେଶନରେ ବିଶିଷ୍ଟ ଅତିଥିଙ୍କୁ ଡାକିବା ଯିଏ ଆମକୁ ଓଡ଼ିଆ ଭାଷା ବିଷୟରେ କିଛି କହିବେ ଓ ଆମର ପ୍ରଚାରରେ ସାହାଯ୍ୟ କରିବେ । ସେମାନଙ୍କ ମଧ୍ୟରେ ଓଡ଼ିଆ ତଥା ଇଂରାଜୀ ଖବର କାଗଜର ସମ୍ପାଦକ ରହିଲେ ଭଲ । ଉପରବେଳା ଅଧିବେଶନରେ ଉଇକିଆଳିମାନେ ବିଷୟ ଚୟନ କରି ନିଜେ କିଛି ବକ୍ତୃତା ଦିଅନ୍ତୁ । ଦ୍ଵିତୀୟ ଦିନ ସକାଳ ଅଧିବେଶନରେ ନୂଆ ଉଇକିଆଲିଙ୍କ ନିମନ୍ତେ ପ୍ରାଥମିକ ଓ ପୁରୁଣା ଉଇକିଆଲିଙ୍କ ନିମନ୍ତେ ଉନ୍ନତ (Advanced) କର୍ମଶାଳା କରିବା ଯେଉଁଥିରେ ଜଣେ ନ କହି ଆମ ମଧ୍ୟରୁ ଜଣେ ଜଣେ ନିଜ ବିଷୟ ପ୍ରସ୍ତୁତ କରି କହିବେ । ଉନ୍ନତ କର୍ମଶାଳା ନିମନ୍ତେ ଅଧିକ ଦିନ କାମ କରି ଅଧିକ ଦକ୍ଷତା ଅର୍ଜନ କରିଥିବା ଉଇକିଆଳିମାନେ ଆଗଭର ହୋଇ ଶିକ୍ଷା ପ୍ରଦାନ କରିବାକୁ ଅନୁରୋଧ । ଗୋଟିଏ ଦିନରେ ଶେଷ କଲେ ସେଥି ନିମନ୍ତେ କାର୍ଯ୍ୟ ସୂଚୀ ପ୍ରସ୍ତୁତ କରିବାକୁ ଅନୁରୋଧ । --Subas Chandra Rout (ମୋ ଆଲୋଚନା) ୧୮:୦୪, ୪ ଫେବୃଆରୀ ୨୦୧୪ (UTC)

ସମସ୍ତଙ୍କୁ ଅନୁରୋଧ ଉତ୍କଳଦିବସର ବାବଦରେ ବର୍ତ୍ତମାନ ଠାରୁ ଆଲୋଚନା କରିବା ପାଇଁ । କାରଣ ଆଉ ମାତ୍ର ୫୦ ଟି ଦିନ ବାକି ରହିଲା । ନହେଲେ ଆରଥର ଭଳି ବାହାଘର ବେଳେ ବାଇଗଣ ରୁଆ ଭଳି ହେବ :P । --ଶିତିକଣ୍ଠ (ଆଲୋଚନା) ୧୫:୨୪, ୮ ଫେବୃଆରୀ ୨୦୧୪ (UTC)
  • ଯେଉଁମାନେ କରିବାପାଇଁ ଚାହୁଁଛନ୍ତି ବିସ୍ତୃତ ଭାବେ ଯୋଜନା କରନ୍ତୁ, କେଉଁଠି ହେବ, କିଏ କିଏ ଭାଗ ନେବେ, କେଉଁମାନେ ଦାୟିତ୍ଵ ନେଇ ଏହାକୁ ପରିଚାଳନା କରିବେ, ଅର୍ଥ କେଉଁଠୁ ଆସିବ ଇତ୍ୟାଦି । ଆଉ ଅତିକମରେ ତିନି ଚାରି ଜଣ ସଦସ୍ୟ ଏବେଠୁ ଯୋଜନା କରି କାମ ହାତକୁ ନେଇ କଲେ ହେବ, ନହେଲେ ଏମିତି ସେମିତି କରିବା କିଛି ଦରକାର ନାହିଁ । ଏତେପର୍ଯ୍ୟନ୍ତ ଜନ୍ମତିଥି ପାଳନରେ କେତେ, କେଉଁଠି କଣ ଖର୍ଚ୍ଚ ହେଲା କେହି ଜଣେଇଲେନି । -- ଅଂଶୁମାନ ତାର ଯୋଡ଼ିବେ? ୧୭:୩୫, ୮ ଫେବୃଆରୀ ୨୦୧୪ (UTC)
  • ଆଉଏକ କଥା, ଏଭଳି କାମ ପାଇଁ କାହାରି ଅଭିଜ୍ଞତା ନାହିଁ ଏଠି, ପୁରୁଖା ସଭ୍ୟ କିଛି ଅଧିକ ସାହାଯ୍ୟ କରିପାରିବେନି ତେଣୁ ସମସ୍ତଙ୍କୁ ଯୋଜନାକରି ଆଗେଇନେବାକୁ ଅନୁରୋଧ । -- ଅଂଶୁମାନ ତାର ଯୋଡ଼ିବେ? ୧୭:୫୬, ୮ ଫେବୃଆରୀ ୨୦୧୪ (UTC)
  • କିଏ କିଏ ଦାଇତ୍ଵ ନେବେ କିମ୍ବା କାହାକୁ ଦାଇତ୍ଵ ଦିଆଯିବ ସେ ବିଷୟରେ ଆଲୋଚନା କରାଯିବା ଉଚିତ ତା ପୂର୍ବରୁ ସମସ୍ତେ ସମର୍ଥନ ଦେଉଛନ୍ତି ନା ନାଇ ସେଇଟା ବି ବୁଝିବା ଉଚିତ । ଠିକ ହେଇଗଲା ପରେ କାର୍ଯ୍ୟକ୍ରମ ତାଲିକା ରହିବ ଏବଂ ସେହି ଅନୁସାରେ କାମ ହେବ । ସମସ୍ତଙ୍କୁ ଅନୁରୋଧ ସମସ୍ତେ ଚେଷ୍ଟା କରନ୍ତୁ ଏଥିରେ ଯୋଗ ଦେବାକୁ । ଅଧିକ ସଦସ୍ୟ ଯୋଗ ଦେବା ଦ୍ଵାରା ଆଲୋଚନା ବଢୁଛି ଏବଂ ଭାବର ଆଦାନ ପ୍ରଦାନ ଭଲଭାବେ ହୋଇ ପାରୁଛି । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୩୧, ୯ ଫେବୃଆରୀ ୨୦୧୪ (UTC)
ମୁଁ ଭାବୁଛି ଏହି ବିଷୟରେ ଏକାଠି ବସି ବିଚାର ବିମର୍ଷ ନ କଲେ ହେବ ନାହିଁ । ଆସନ୍ତା ୨୧ ତାରିଖରେ ସୁଭାସିସ ଭୁବନେଶ୍ଵର ଆସୁଛନ୍ତି । ୨୩ ତାରିଖ ରବିବାର ଅଛି । ସେହି ଦିନ ଏହି ବିଷୟରେ ଭାଗ ନେବାକୁ ଇଚ୍ଛୁକ ଉଇକିଆଳିମାନେ ସଂଧ୍ୟା ବେଳେ ଏକାଠି ହୋଇ ବସି ଆଲୋଚନା କରି ଏହାକୁ ପୂର୍ଣ୍ଣ ରୁପ ଦେବା । ସୁଭାସିସ ବାବୁ ଏହି ନିମନ୍ତେ ସମୟ ନିର୍ଦ୍ଧାରଣ କରନ୍ତୁ । ଅଂଶୁମାନ ବାବୁ ଗତ ଥରର ଖର୍ଚ୍ଚ ବିଷୟରେ ଜାଣିବାକୁ ଇଚ୍ଛୁକ, କିନ୍ତୁ ବିଭିନ୍ନ ବାବଦ ଖର୍ଚ୍ଚ ହୋଇଥିବା ଅର୍ଥର ପୁରା ରସିଦ ଅନେକ ପଠେଇ ନାହାନ୍ତି । ଏଣୁ ଆପଣଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ହେବ । ବର୍ତ୍ତମାନ ସୁଦ୍ଧା ୧୫,୭୩୦ ଟଙ୍କା ମାତ୍ର ଖର୍ଚ୍ଚ ହୋଇଛି । --Subas Chandra Rout (ମୋ ଆଲୋଚନା) ୧୦:୪୧, ୧୪ ଫେବୃଆରୀ ୨୦୧୪ (UTC)
ସୁବାସ ସାର ଅଂଶୁମାନ ପରେ "ବାବୁ" ନ ଲଗେଇଲେ ଭଲ ହେବ । ଧନ୍ୟବାଦ । -- ଅଂଶୁମାନ ତାର ଯୋଡ଼ିବେ? ୦୩:୦୩, ୧୫ ଫେବୃଆରୀ ୨୦୧୪ (UTC)
ପ୍ରିୟ ଅଂଶୁମାନ ବାବୁ, ସମସ୍ତଙ୍କୁ ସମ୍ମାନ ଦେବା ନିମନ୍ତେ ପିଲାଦିନୁ ବାବୁ କ‌ହି ଆସିଛି,ସାନ ହେଉ ବା ବଡ଼ ହେଉ । । ସେ ସଂସ୍କାର ରହି ଆସିଛି, ଆପଣ କ‌ହିଲେ ଆଉ ଲେଖିବିନି । ଧନ୍ୟବାଦ ----Subas Chandra Rout (ମୋ ଆଲୋଚନା) ୧୧:୦୫, ୨୦ ଫେବୃଆରୀ ୨୦୧୪ (UTC)
ଉତ୍କଳ ଦିବସରେ ଡଃ. କବିପ୍ରସାଦ ମିଶ୍ରଙ୍କୁ ଅତିଥି ରୂପେ ନିମନ୍ତ୍ରଣ କଲେ ଭଲ ହୁଅନ୍ତା, କାରଣ ସେ ଜଣେ ପେଶାରେ ଡାକ୍ତର ଓ ନିଶାରେ ଅନେକ ଧର୍ମ ବିଷୟରେ ଅନେକ ପୁସ୍ତକର ରଚୟତା । ଆଉମଧ୍ୟ ତାଙ୍କର ଉଇକିପିଡିଆ ପ୍ରତି ଯଦି ମୋହ ଆସିଗଲା ସ୍ଵାସ୍ଥ୍ୟ ସମ୍ପର୍କୀୟ ଅନେକ ଲେଖାମାନ ଆସିପାରିବ ।--Dsasanka (ମୋ ଆଲୋଚନା) ୦୯:୪୯, ୨୧ ଫେବୃଆରୀ ୨୦୧୪ (UTC)

ପ୍ରାକ୍ ଆଲୋଚନା ସଭାର ଏଜେଣ୍ଡା[ସମ୍ପାଦନା]

ପୂର୍ବ ସୂଚନା ମୁତାବକ ଯଦି ଆମେ ଉତ୍କଳ ଦିବସରେ ସମାବେଶ ଓ କର୍ମଶାଳା କରିବା ତାହା ହେଲେ ତାହା ନିମନ୍ତେ ଆଲୋଚନା ସଭା କରିବା । ଏ ପର୍ଯ୍ୟନ୍ତ ଏହି ସମାବେଶ ନିମନ୍ତେ କେହି ଆଗ୍ରହ ପ୍ରକାଶ କରିବାର ସୂଚନା ମିଳୁନାହିଁ । ଯଦି କରିବା ତାହା ହେଲେ ତା ପୁର୍ବରୁ ଗୋଟିଏ ସଭା କରି କିପରି ତାହା ସମ୍ପାଦନା କରିବା ସେହି ବିଷୟରେ ମୁଁ ଗୋଟିଏ ଏଜେଣ୍ଡା ତିଆରି କରିଛି । ଏହା ଇଂରାଜୀରେ ଲେଖା ହୋଇଛି । ସମସ୍ତେ ଏକ ମତ ହେଲେ ଓଡ଼ିଆରେ ଲେଖିବି ।
Agenda

  • Site selection; no. of delegates, invitees and trainees for the event will be proposed.
  • Formation of management committee
    • Invitation in charge – will invite delegates, invitees by letter/ E-Mail/ personal meeting and arrange to bring them to the site. He will arrange the meeting site and trainees for the workshop.
    • One will also arrange with required decoration at the meet and the meeting hall. He will procure banners and posters. He will be in charge of mail transaction.
    • One will remain in charge of arrangement for the food supply/catering/hotel.
    • One will handle cash and maintain cash register.
  • Budget preparation.
  • On the day of general meet.
    • One will be anchor. He will arrange flower bouquet etc. he will invite the speakers to address the meeting and conduct the meet. One person will assist him.
    • One will conduct the seminar.
    • One will arrange for the photograph. ଅନ୍ୟମାନେ ଏହି ବିଷୟରେ ମତାମତ ଦିଅନ୍ତୁ । --Subas Chandra Rout (ମୋ ଆଲୋଚନା) ୧୪:୫୫, ୧୭ ଫେବୃଆରୀ ୨୦୧୪ (UTC)
ସୁବାଷ ସାର ମୁଁ ଆପଣଙ୍କ ସହ ଏକମତ । ଟିକେ ସମୟ କମ ଥିବାରୁ ମୁଁ arrangement ରେ ଅଧିକ ସମୟ ଦେଇପାରିବିନି ତଥାପି ମୁଁ ନିଜ ତରଫରୁ ଏହି ସବୁ କମ କରିବାକୁ ଇଛୁକ ।ଫୋଟୋ, ଭିଡିଓ ସଂଗ୍ରହ, ମେଳଣ(seminar)ରେ ସହଯୋଗ, ସାଜସଜ୍ଜା(decoration)ରେ ସହଯୋଗ, ଉପସ୍ଥାପକଙ୍କୁ ସହାୟତା(Assisiting the anchor), ଅତିଥି ନିମନ୍ତ୍ରଣରେ ସହଯୋଗ । କିମ୍ବା ଯଦି ମତେ କିଛି ବିଶେଷ ଦାୟିତ୍ଵ ଦିଆଯାଉଛି ସମୟ ଥିଲେ ମୁଁ ନିଶ୍ଚୟ ସହଯୋଗ କରିବି । ସମସ୍ତେ ମିଶିକରି ସ୍ଥିର କରିଲେ ଭଲ ହୁଅନ୍ତା ଏଇ ଫେବୃଆରୀ ମେଳଣରେ ଆମେ ଗୋଟେ slot କେବଳ ଏଇ ବିଷୟରେ ଆଲୋଚନା କରିବା ପାଇଁ ରଖିବା ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୧୮, ୧୭ ଫେବୃଆରୀ ୨୦୧୪ (UTC)
ସୁବାସ ସାର, ଜ୍ଞାନ ଓ ଶିତିକଣ୍ଠ, ମୁଁ ଓଡ଼ିଶାରେ ୨୧-୨୬ ତାରିଖ ଯାଏ ରହିବି ଓ ଆମେ ଏକାଠି ବସି ଏ ବାବଦରେ ଆଲୋଚନା କରିପାରିବା । ସୁବାସ ସାର ମୋ ମତରେ ଆପଣ ତିଆରି କରିଥିବା ଏଜେଣ୍ଡା ଠିକ ଅଛି । ଆମେମାନେ ଆଲୋଚନା କଲାପରେ ଆହୁରି ବ‌ହୁତ ଜିନିଷ ଆଖି ସାମନାକୁ ଆସିବ । ମୁଁ ଅନ୍ୟମାନଙ୍କୁ ଅନୁରୋଧ କରିବି ନିଜ ନିଜର ମତ ଦେବା ପାଇଁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୪:୧୨, ୧୮ ଫେବୃଆରୀ ୨୦୧୪ (UTC)
ମୁଁ ଦୂର ରେ ଅଛି। ସେ ଅନୁସାରେ ମୁଁ ବ୍ୟାନର ଆଉ ପୋଷ୍ଟର ଡିଜାଇନ କାମ ନିଜ ହାତକୁ ନେଇପାରିବି। ମତେ ଜାଗା, ସମୟ, ତାରିଖ, ପ୍ରାୟୋଜକ ସମୂହ ଜଣେଇଦେଲେ ମୁଁ ମୋ କାମ କରିଦେବି। ଏପ୍ରିଲ ୧ ରେ ଏଠି କଲେଜ ରେ ପ୍ରଥମ ଥର ଉତ୍କଳ ଦିବସ ଆୟୋଜନ ର ଆଲୋଚନା ହଉଛି। ଆଲୋଚନା ଯଦି ବିଫଳ ହେଲା ମୁଁ ହୋଲି ଛୁଟି କୁ ବାତିଲ କରି ଉତ୍କଳ ଦିବସ ପାଇଁ ଛୁଟି ନେଇପାରିବି। ଏବେ କିଛି କହି ହବନି। ଏଠି ଥାଇକି ଯଦି ଆଉ କିଛି କାମ ମୁ କରିପାରିବି କହିବାକୁ କୁଣ୍ଠାବୋଧ କରିବେନି। --ଦୀପ୍ତିମାନ ୧୭:୧୨, ୧୯ ଫେବ୍ରୁଆରି ୨୦୧୪ (UTC)
ସୁବାସ ସାରଙ୍କ ଯୋଜନା ନିମନ୍ତେ ସମର୍ଥନ, ଏହି ସ୍ଵତନ୍ତ୍ର ଅଧିବେଶଶନରେ ଯୋଗ ଦେଇପାରିବି କି ନାହିଁ, ଏବେଠୁ କହିହେଉନି, ତେବେ ଉପସ୍ଥିତ ରହିବା ପାଇଁ ଚେଷ୍ଟା କରିବି । ଆସନ୍ତା କାଲି କୀଟରେ ଏକାଠି ହେଉଥିବା ଉଇକିଆଳୀମାନେ ଏବାବଦରେ ଅଧିକ ଆଲୋଚନା କରିବାକୁ ଅନୁରୋଧ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୪୫, ୨୨ ଫେବୃଆରୀ ୨୦୧୪ (UTC)

ଫେବୃଆରୀ ୨୩ ତାରିଖ ଆଲୋଚନାର ବିବରଣୀ ଏବଂ ଆଗାମୀ କାର୍ଯ୍ୟକ୍ରମଗୁଡିକ ପାଇଁ ହୋଇଥିବା ଯୋଜନା ପାଇଁ ମତାମତ[ସମ୍ପାଦନା]

ଗତ ଫେବୃଆରୀ ୨୩ ରବିବାର ଦିନ କିଟ ପାଖରେ ଥିବା ସିସିଡ଼ି ଏବଂ ଅତିଥି ଭବନରେ ବିଷ୍ଣୁବର୍ଦ୍ଧନ, ଶୁଭାଶିଷ ପାଣିଗ୍ରାହୀଙ୍କ ସହ ସୁବାଷ ଚନ୍ଦ୍ର ରାଉତ, ଶିତିକଣ୍ଠ ଦାସ ଏବଂ ମୁଁ ମିଶି ଓଡିଶା ଦିବସ ପାଳନ ବିଷୟରେ ଆଲୋଚନା କରିଥିଲୁ । ସେହି ଆଲୋଚନାରେ ଆମେ ଏହି ଦିବସଟିକୁ କେମିତି ପାଳନ କରାଯିବ ସେଥିପାଇଁ କିଛି ଯୋଜନା କରିଥିଲୁ । ଅବଶ୍ୟ ଅଳ୍ପ ଲୋକ ଥିବାରୁ କିଛି ନିର୍ଦିଷ୍ଟ ପଦକ୍ଷେପ ନିଆ ଯାଇ ପାରିଲା ନାହିଁ । ସେଥିପାଇଁ ଏଠି ମୁଁ ସେହି ଆଲୋଚନା ଓ ଯୋଜନାଗୁଡିକୁ ଲେଖୁଛି । ଅନ୍ୟମାନଙ୍କୁ ଅନୁରୋଧ ଦୟାକରି ନିଜ ମତାମତ ଦିଅନ୍ତୁ ଯାହା ଫଳରେ ଆମେ ସମସ୍ତେ ମିଶି ସେହି ଅନୁସାରେ ଆଗରୁ ସବୁ ଠିକଠାକ ଭାବେ ଯୋଗାଡ କରିପାରିବା ଏବଂ ଭଲ ଭାବେ ଆୟୋଜନ କରିପାରିବା ।

ହେବାକୁ କାର୍ଯ୍ୟକ୍ରମ ଗୁଡିକ ନିମ୍ନରେ ଦିଆଗଲା । ଯଦି ଆପଣଙ୍କର କିଛି ଯୋଡିବାର ଅଛି ତେବେ ଏହି ବିଭାଗ ତଳେ ଲେଖନ୍ତୁ ।ଯୋଜନା ଅନୁଯାୟୀ ଓଡିଶା ଦିବସକୁ ଦୁଇଦିନ ଧରି ପାଳନ କରାଯିବ ।

ଓଡିଶା ଦିବସ[ସମ୍ପାଦନା]

ଉତ୍କଳ କହିଲେ ଓଡିଶାର ପୂର୍ବ ଉପକୂଳ ଅଞ୍ଚଳକୁ ମୁଖ୍ୟତଃ ବୁଝାଉଥିବାରୁ ଏହାକୁ ଓଡିଶା ଦିବସ କହିଲେ ଭଲ ହେବ ବୋଲି ଆଲୋଚନା କରା ଯାଇଥିଲା । ତେଣୁ ଏହି ପୃଷ୍ଠାଟିକୁ ଘୁଞ୍ଚାଇବାକୁ ଅନୁରୋଧ ।

ଅଲୋଚନା[ସମ୍ପାଦନା]

ପ୍ରଥମ ଦିବସ[ସମ୍ପାଦନା]

  1. ଉଦଘାଟନ
  2. ଓଡିଆ ଉଇକିପିଡିଆର ଇତିହାସ ଏକ ଅଭିଜ୍ଞ ଉଇକିଆଳିଙ୍କ ଦ୍ଵାରା କୁହାଯିବ ।
  3. ଜଗନ୍ନାଥ ମହାନ୍ତିକ ପୁସ୍ତକଗୁଡିକ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଦାନ ଏବଂ କିସ ଏହାକୁ ଡିଜିଟାଇଜ କରିବା ପାଇଁ ଦାୟିତ୍ଵ ନେବ ।
  4. ସୁବ୍ରତ ପୃଷ୍ଟି ଏବଂ ଦେବିପ୍ରସାଦ ପଟ୍ଟନାୟକ ଓଡିଆ ଉଇକି ପ୍ରକଳ୍ପକୁ ଓଡିଆ ବିଶ୍ୱବିଦ୍ୟାଳୟ ସାମିଲ କରିବା ପ୍ରସଙ୍ଗ
  5. ଓଡିଆ ଭାଷାର ଡିଜିଟାଲ ଡୋମେନ ଉପରେ ଆଲୋଚନା ଚକ୍ର
  6. ଉପସ୍ଥିତ ଥିବା ଦର୍ଶକ ଏବଂ ଉଇକିଆଳି ମାନଙ୍କ ପାଇଁ ପ୍ରାଥମିକ ତାଲିମ ପ୍ରକ୍ରିୟା

ଦ୍ଵିତୀୟ ଦିବସ[ସମ୍ପାଦନା]

ଦ୍ଵିତୀୟ ଦିବସଟି କେବଳ ଉଇକିଆଳି ମାନଙ୍କ ପାଇଁ

  1. ଉଇକିଆଳି ମାନଙ୍କ ମଧ୍ୟରେ ଉଇକିପିଡିଆ ତଥା ଓଡିଆ ଉଇକିପିଡିଆର ସଫଳତା ଏବଂ ଦିଗନ୍ତ ରୂପରେଖ ଉପରେ ଆଲୋଚନା ।
  2. ଉଇକିଆଳି ମାନେ ବ୍ୟକ୍ତିଗତ ମତାମତ ଏବଂ ଅଭିଜ୍ଞତା ବାଣ୍ଟିବେ
  3. ଉନ୍ନତ ଧରଣର ତାଲିମ ପ୍ରକ୍ରିୟା, ଯେଉଁଥିରେ ରହିବ
    1. ଏନପିଓଭି(NPOV)/ନୀତିନିୟମ
    2. ଆଧାର ପାଇଁ ଅଧିକ ଉପାୟ
    3. ଗୋଷ୍ଠୀ ଗଠନ
    4. କମନ୍ସରେ ଲାଇସେନ୍ସ ଅସୁବିଧାଗୁଡିକ
ଅଲୋଚନା[ସମ୍ପାଦନା]

ସ୍ଥାନ[ସମ୍ପାଦନା]

ଏଥିପାଇଁ ପ୍ରାଥମିକ ଭାବେ ଦୁଇଟି ସ୍ଥାନ ବଛାଯାଇଛି, ସମସ୍ତଙ୍କ ମତାନୁଯାୟୀ

  1. କିଟ ଅଡିଟୋରିଆମ
  2. ଜୟଦେବ ଭବନ
  3. ଆପଣଙ୍କ ମତରେ ଅନ୍ୟ କୌଣସି ସ୍ଥାନ
ଅଲୋଚନା[ସମ୍ପାଦନା]

ଅତିଥି[ସମ୍ପାଦନା]

ଆମ ଆଲୋଚନା ଅନୁଯାୟୀ ଏହି ଦୁଇଜଣ ଅତିଥିଙ୍କୁ ଡାକିବା ପାଇଁ ପ୍ରସ୍ତାବ ରଖିଛୁ ।

  1. ଦେବୀପ୍ରସନ୍ନ ପଟ୍ଟନାୟକ
  2. ସୁବ୍ରତ ପୃଷ୍ଟି
  3. ଡଃ କବିପ୍ରସାଦ ମିଶ୍ର
ଅଲୋଚନା[ସମ୍ପାଦନା]

ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ ପୃଷ୍ଟି ସମ୍ମତି ପ୍ରକାଶ କରିଥିବା ବେଳେ IRC ଆଲୋଚନାରେ ସଂସ୍କୃତି ସଚିବ ଅରବିନ୍ଦ ପାଢ଼ୀଙ୍କୁ ମଧ୍ୟ ଆମନ୍ତ୍ରଣ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ତେବେ ଶ୍ରୀଯୁକ୍ତ ପାଢ଼ୀଙ୍କ ସ‌ହ କ‌ଥାହେଲା ପରେ ଯାଇ ତାଙ୍କ ଉପସ୍ଥିତି ବାବଦରେ ଜଣାଇହେବ । ଆଗାମୀ ସ‌ପ୍ତାହ ସୁଦ୍ଧା ତାଙ୍କ ଆସିବା/ନ ଆସିବା ଥୟ ହୋଇଯିବ । ଭାରତୀୟ ଜନସଂଚାର ସଂସ୍ଥାନର ମୁଖ୍ୟ ପ୍ରଫେସର ଡଃ ମୃଣାଳ ଚାଟ୍ଟାର୍ଜୀଙ୍କୁ ମିଡ଼ିଆ ପ୍ୟାନେଲରେ ଗଣମାଧ୍ୟମ ଶିକ୍ଷା ଉପରେ ଆଲୋଚନା ପାଇଁ ଆମନ୍ତ୍ରଣ କରିବା ବାବଦରେ କିଛି ମତ ଦେବେ କି ସମସ୍ତେ? --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୩:୫୫, ୧୨ ମାର୍ଚ୍ଚ ୨୦୧୪ (UTC)

ସଂସ୍କୃତି ସଚିବ ଅରବିନ୍ଦ ପାଢ଼ୀ ନିର୍ବାଚନ ପାଇଁ ବ୍ୟସ୍ତ ଥିବାରୁ ବୋଧେ ଆସିପାରିବେ ନାହିଁ । ତେବେ Odisha Review ପ‌ତ୍ରିକାର ସମ୍ପାଦକ ଦଃ ଲେନିନ ମହାନ୍ତି "ମିଡ଼ିଆ ଓ ଓଡ଼ିଆ" ଆଲୋଚନା ଚକ୍ରରେ ଯୋଗଦେବା ନିମନ୍ତେ ସମ୍ମତି ପ୍ରକାଶ କରିଛନ୍ତି । କାଦମ୍ବିନୀର ସମ୍ପାଦିକ ଇତି ସାମନ୍ତ ଏଥିରେ ଯୋଗଦେଇପାରିବେ ନାହିଁ । ଅନୁରୋଧ କରୁଛି କାର୍ଯ୍ୟକ୍ରମରେ ଏହି ନାମମାନ ଅପଡ଼େଟ କରିବା ନିମନ୍ତେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୩୨, ୨୨ ମାର୍ଚ୍ଚ ୨୦୧୪ (UTC)

ଉଇକିପିଡିଆ ବ୍ୟାଜ, ଟିସାର୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ[ସମ୍ପାଦନା]

ଏଥର ଆମେ ଓଡିଆ ଉଇକିପିଡିଆ ପାଇଁ ସ୍ଵତନ୍ତ୍ର ଭାବେ ଟିସାର୍ଟ ତିଆରି କରିବା ପାଇଁ ଭାବୁଛୁ । ଯେହେତୁ ଏହା କେବଳ ସଚଳ ଉଇକିଆଳି ମାନଙ୍କ ପାଇଁ ହେବ ତ ଦୟାକରି ମତ ଦିଅନ୍ତୁ ହାରାହାରି କେତୋଟି କଲେ ଠିକ ହେବ ବ୍ୟକ୍ତିଗତ ନାମ ରଖିଲେ ଭଲ ହେବ ନା ନାହିଁ । ଏହା ମଧ୍ୟ ମତ ଦିଅନ୍ତୁ ଯେ ହାରାହାରି କେତୋଟି ବ୍ୟାଜ କରାଗଲେ ଠିକ ହେବ । ଅତିଥିମାନଙ୍କ ପାଇଁ ମଧ୍ୟ କିଛି ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଛି ସେ ବିଷୟରେ ଆଗକୁ ଲେଖାହେବ ।

ଅଲୋଚନା[ସମ୍ପାଦନା]
ଷ୍ଟିକର ବାବଦ ରେ ମୋର ମତାମତ ହଉଛି: ଷ୍ଟିକର ର ପ୍ରଚ୍ଛଦପଟ(ବ୍ୟାକଗ୍ରାଉଣ୍ଡ) ପାଉଁଶିଆ ରହୁ, ତା ଉପରେ ଉଇକି ଗ୍ଲୋବ ର ଚିହ୍ନ , ଯଦି ଉଇକି ଗ୍ଲୋବ ର ଗୋଟେ ଅକ୍ଷର ରେ ଓଡିଆ ଅକ୍ଷର "ଉ" ରହି ପାରନ୍ତା ଭଲ ହନ୍ତା। :P ଯଦି ଗୁଣାତ୍ମକ ଷ୍ଟିକର କରିବାର ଅଛି ତାହେଲେ ଷ୍ଟିକର ଉପରେ ଗୋଟେ ପଲି(poly) ଲେୟାର ରହୁ, କାରଣ ତେଲୁଗୁ ବାଲା ଷ୍ଟିକର କରିଥିଲେ ଗୋଟେ ଦିନ ରେ ଚିହ୍ନ ଉଡିଗଲା।

ଟିଶାର୍ଟ: ରାଉଣ୍ଡ ନେକ ନକରି ୨ ୩ ଗୋତାମ ବାଲା କଲେ ଭଲ। ଧଳା ରଙ୍ଗ ର ନ ହଉ। ଏଥର ସବୁଜ କରାଯାଉ (eco-friendly :P) ସାମ୍ନା ରେ ଉଇକି ଗ୍ଲୋବ ମଝି ରେ ବଡ ଆକାର ରେ ରହିବ ଆଉ ଓଡିଆ ରେ ଓଡିଆ ଉଇକିପିଡିଆ ଲେଖା ହବ। ପଛରେ ପାରମ୍ପରିକ [ [i edit] ] ରହୁ।

ବ୍ୟାଜ ପାରମ୍ପରିକ ତ୍ରିରଙ୍ଗା ରଙ୍ଗ ର ସୀମା ରହ ମଝି ରେ ଉଇକି ଗ୍ଲୋବ ରେ ଲୋଗୋ ଆଉ ତଳେ ଓଡିଆ ଉଇକିପିଡିଆ ଲେଖା ରହୁ। --ଦୀପ୍ତିମାନ୧୨:୪୨, ୨୮ ଫେବ୍ରୁଆରି ୨୦୧୪ (UTC)

ଷ୍ଟିକର/ବ୍ୟାଜ ଆଓ ଟି-ସାର୍ଟ ନିମନ୍ତେ ଶୀଘ୍ର ଅର୍ଡ଼ର ଦେବାକୁ ପଡ଼ିବ । ମୋର ବ୍ୟକ୍ତିଗତ ମତ ହେଲା ଓଡ଼ିଆ ଉଇକିପିଡ଼ିଆର ଲୋଗୋକୁ ଉଭୟ ଷ୍ଟିକର ଓ ବ୍ୟାଜ ପାଇଁ ବ୍ୟବ‌ହାର କଲେ ସରଳ ଲାଗିବ । ତେବେ ବାକିମାନେ ନିଜ ମତ ଶୀଘ୍ର ଦିଅନ୍ତୁ ଓ ମୃତ୍ୟୁଞ୍ଜୟ ଭାଇ ଆର୍ଥିକ ଅନୁଦାନ ସ‌ହିତ ବା ଅଲଗା ଭାବେ ଏ ଅନୁରୋଧଟି ପଠାନ୍ତୁ । ଟି-ସାର୍ଟର ରଙ୍ଗ, ଗୋଲ/ବୋତାମ ଥିବା ବେକ, ଆଗ ଓ ପଛର ପ୍ରିଣ୍ଟ ବାବଦରେ ଶୀଘ୍ର ଆଲୋଚନା କରିବାକୁ ବାକି ସମସ୍ତଙ୍କୁ ଅନୁରୋଧ । ୧୫-୨୦ ଦିନ ନ‌ହେଲେ ଏସବୁ ପ୍ରିଣ୍ଟ କରିହେବ ନାହିଁ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୨୪, ୨ ମାର୍ଚ୍ଚ ୨୦୧୪ (UTC)
ମୋର ପ୍ରଥମ ପସନ୍ଦ ନୀଳ (Blue) ରଙ୍ଗ (ଉଇକିପିଡ଼ିଆରେ ପ୍ରସଙ୍ଗ ଥିଲେ ଲିଙ୍କ ଗୁଡ଼ିକ ନୀଳ ଦେଖାଯାଏ । ଆମେ ସମସ୍ତେ ଉଇକିରେ ଅଛେ ତେଣୁ ନୀଳ :) ) । ତେବେ ସବୁଜ ରଙ୍ଗ ହେଲେ ବି ଚଳିବ । ୨/୩ ବୋତାମ ଥାଇ କଲେ ଭଲ ହେବ । ବ୍ୟକ୍ତିଗତ ନାମ ନ ରଖିଲେ ଭଲ, (ଜ୍ଞାନ ଭାଇଙ୍କ ବ୍ୟବହାରକାରୀ ନାମ ବହୁତ ଲମ୍ବା, ତେଣୁ ଅକ୍ଷର ବହୁତ ଛୋଟ ହେଇଯିବ) । ସାମନା ବାମ ପଟେ (ହୃଦୟ ଉପରେ) ଓଡ଼ିଆ ଉଇକିପିଡ଼ିଆ ଲୋଗୋ ରହିବ । ପଛ ପଟେ ପାରମ୍ପରିକ I edit ଲେଖା ସହ ପ୍ରଥମେ ଓଡ଼ିଆ ତା ତଳକୁ ଇଂରାଜୀ ଓ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆ ଲେଖା ସବୁ ପ୍ରସଙ୍ଗ ସଂଖ୍ୟା ଅନୁସାରେ ଅକ୍ଷର ଆକାର ବଡ଼ରୁ ସାନ ହେଇ ତଳକୁ ତଳ ଲେଖାଯିବ ।
ଓଡ଼ିଆ ଉଇକିପିଡ଼ିଆ ଲୋଗୋ ଥିବା ଷ୍ଟିକର ଉପରେ ଏକ ଆବରଣ ରହିଲେ ଏହା ଦୀର୍ଘସ୍ଥାୟୀ ହେବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୫୦, ୨ ମାର୍ଚ୍ଚ ୨୦୧୪ (UTC)
ମୃତ୍ୟୁଞ୍ଜୟ ଭାଇଙ୍କ କଥା ରେ ମୁଁ ପୁରା ସହମତ। ଟିସାର୍ଟ ରେ ବ୍ୟକ୍ତିଗତ ନାଁ ନରହିବା ଭଲ। --ଦୀପ୍ତିମାନ୧୨:୫୨, ୦୫ ମାର୍ଚ୍ଚ ୨୦୧୪ (UTC)
ମୁଁ ସମସ୍ତଙ୍କୁ ଆଉ ଏକ ଜିନିଷ ବାବଦରେ ଅନୁରୋଧ କରୁଛି । ଯେହେତୁ ଆମେ ଓପନ ସୋର୍ସ ଆନ୍ଦୋଳନ ପାଇଁ କାମ କରୁଛୁ ଏହି ଉତ୍ସବରେ ସମସ୍ତ ଦର୍ଶକଙ୍କୁ ଗୋଟେ ସିଡ଼ି/ଡିଭିଡ଼ିରେ ଫ୍ରି ଲାଇସେନ୍ସରେ ଥିବା ଓଡ଼ିଆ ଫଣ୍ଟ, କିଛି ଓଡ଼ିଆ ସଫ୍ଟ୍ୱାର, କପିରାଇଟ ନ‌ଥିବା ଓଡ଼ିଆ ବ‌ହି (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଦି), କିଛି ଓପନ ସୋର୍ସ ସ‌ଫ୍ଟ୍ୱାର (ଯେମିତି ଓଡ଼ିଆରେ ମୋଜିଲା ଫାୟାରଫକ୍ସ, ଭିଏଲସି ପ୍ଲେୟର ଆଦି) ଓ ଆଉ ଏକ ସିଡ଼ିରେ ଓଡ଼ିଆ ଉବୁନ୍ଟୁ ପ୍ୟାକେଜ ଦେଲେ ସେମାନଙ୍କ ଉପକାରରେ ଲାଗନ୍ତା । ପ୍ରଥମ ସିଡ଼ିରେ କିପରି ମୋଜିଲା ଇନଷ୍ଟଲ କରା‌ଯିବ ତାହାର ସୂଚନା ରହ‌ନ୍ତା । ଦୟାକରି ଏ ବାବଦରେ ମତ ଦେବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୪:୦୪, ୭ ମାର୍ଚ୍ଚ ୨୦୧୪ (UTC)
ଏହା ଏକ ଭଲ ପ୍ରସ୍ତାବ । ଉପରୋକ୍ତ ଜିନିଷ ସବୁ ପ୍ରତ୍ୟକ୍ଷ ଭାବେ ବା ପରୋକ୍ଷ ଭାବେ ଓଡ଼ିଆ ଭାଷା ଓ ଇଣ୍ଟର୍ନେଟରେ ଏହାର ପ୍ରସାର ସହ ଜଡ଼ିତ । ଏହା ସହ ଓଡ଼ିଆ ଉଇକିପିଡିଆ ସମ୍ପର୍କିତ ପୁସ୍ତିକାର ସଫ୍ଟକପି ଓ କିୱିକ୍ସ ରହିଲେ ଆହୁରି ଭଲ ହୁଅନ୍ତା ।--ଶିତିକଣ୍ଠ (ଆଲୋଚନା) ୦୫:୨୪, ୭ ମାର୍ଚ୍ଚ ୨୦୧୪ (UTC)
ତେବେ ତାଲିକାଟିଏ ଆସନ୍ତୁ ମିଶିକରି ଗଢ଼ିବା:
  • ଓଡ଼ିଆ ଉଇକିପିଡ଼ିଆ ଅଫଲାଇନ (କିୱିକ୍ସ): ଲିଙ୍କ ଓ *** ଏମ ବି
  • ଆକୃତି ଓ ଅନ୍ୟ ଅଣ-ଇଉନିକୋଡ଼ ଫଣ୍ଟ -> ଇଉନିକୋଡ଼ କନଭର୍ଟର: ରେବତି
  • ସମ୍ପୂର୍ଣ୍ଣ ପୂର୍ଣଚନ୍ଦ୍ର ଭାଷାକୋଷ
  • କପିରାଇଟ ନ‌ଥିବା ଅନ୍ୟାନ୍ୟ ଓଡ଼ିଆ ଅଭିଧାନ
  • ଉବଣ୍ଟୁ ଅପରେଟିଂ ସିଷ୍ଟମ
  • କପିରାଇଟ ନଥିବା ଅନ୍ୟ ଓଡ଼ିଆ ବ‌ହି (ଜ୍ଞାନବିଜ୍ଞାନ, ଗବେଷଣାମୂଳକ)
  • ଫ୍ରି ଲାଇସେନ୍ସରେ ଉପଲବ୍ଧ ଓଡ଼ିଆ ଫଣ୍ଟ
  • ସଫ୍ଟ୍ୱାର: Mozilla.Firefox, VLC player, Miro video converter, GIMP photo editong software, Inkscape, ଆଉ ଅଧିକ ଓପନ ସୋର୍ସ ସଫ୍ଟ୍ୱାର ଯୋଡ଼ନ୍ତୁ)
  • ଜଣେ କମ୍ପ୍ୟୁଟର ବ୍ୟବ‌ହାରକାରୀ ପାଇଁ ଦରକାରୀ ଅନଲାଇନ ଟୁଲର ଲିଙ୍କ ସମ୍ବଳିତ ଏକ ପୃଷ୍ଠା

ଦ‌ୟାକରି ଉପର ତାଲିକାରେ ଅଧିକ କଣ କଣ ରଖିହେବ ଲେଖିଲେ ଏହା ଡିଭିଡି ତିଆରି ସ‌ହାୟକ ହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୧୬, ୮ ମାର୍ଚ୍ଚ ୨୦୧୪ (UTC)

ଆୟ ବ୍ୟୟ ଅଟକଳ[ସମ୍ପାଦନା]

ସମସ୍ତଙ୍କ ମତ ମିଳିଲା ପରେ ଆୟବ୍ୟୟ ଅଟକଳ ଲେଖା ହେବ ।

ଅଲୋଚନା[ସମ୍ପାଦନା]

କାର୍ଯ୍ୟ ଭାର[ସମ୍ପାଦନା]

କେବଳ ଅଳ୍ପ ସଭ୍ୟ ଉପସ୍ଥିତ ଥିବାରୁ କାର୍ଯ୍ୟଭାର ସମସ୍ତଙ୍କୁ ବଣ୍ଟାଯାଇପାରି ନାହିଁ କାରଣ କେଉଁ ସଭ୍ୟଙ୍କର କେଉଁ କେଉଁ କାମରେ ଇଚ୍ଛା ଅଛି ତାହା ଜଣାନଥିଲା । ଆମେ ଅନୁରୋଧ କରୁଛୁ କି ସମସ୍ତେ କିଛି କିଛି କାମ ନିଅନ୍ତୁ ଯାହାଦ୍ୱାରା ସବୁ କାମ ସହଜ ହୋଇଯିବ କାରଣ "ଜୋଡକୁ ନୁହେଁ ଘୋଡା ସରି, ମିଳିମିଶି ଯାଅ କାମ କରି" ।

ଅଲୋଚନା[ସମ୍ପାଦନା]

ଦୟାକରି ଇଚ୍ଚୁକ ସଭ୍ୟମାନେ ସେମାନଙ୍କ ନାମ ଏବଂ କେଉଁ କାମ କରିବାକୁ ଇଚ୍ଛା ତାହା ଜଣାନ୍ତୁ ।ଅନ୍ୟ ଯେକୌଣସି ମତାମତ ପାଇଁ ତଳେ ଲେଖନ୍ତୁ ।ଲଗ ଇନ୍ ନ କରି ମତାମତ ଦେଲେ ତାହା ବିଚାରକୁ ନିଆ ଜିବ ନାହି ଓ ଲିଭାଇ ଦିଆଜିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୧:୨୩, ୨୭ ଫେବୃଆରୀ ୨୦୧୪ (UTC)

ତାରିଖ[ସମ୍ପାଦନା]

ଏପ୍ରିଲ ୧ ରେ ଅତିଥି କିମ୍ବା ଦର୍ଶକ କମ ଆସିପାରନ୍ତି । ମିଡ଼ିଆ ତଥା ସାମ୍ବାଦିକଙ୍କ ଆସିବା ବି ସନ୍ଦେହ । ଏଣୁ ଗତ ରବିବାର କୀଟ ରେ ହେଇଥିବା ଆଲୋଚନା ସମୟରେ ଏପ୍ରିଲ ପହିଲା ରେ ଏହି ଆୟୋଜନ ନକରି ମାର୍ଚ୍ଚ ୩୦ କରିବା ପାଇଁ ଧାର୍ଯ୍ୟ ହୋଇଥିଲା । ଅନ୍ୟ ମାନେ ବି ନିଜ ମତ ରଖିବା ପାଇଁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୨୧:୫୯, ୨୭ ଫେବୃଆରୀ ୨୦୧୪ (UTC)

ଅଲୋଚନା[ସମ୍ପାଦନା]

ପୃଷ୍ଠା ଘୁଞ୍ଚାଇବା ନିମନ୍ତେ ଅନୁରୋଧ[ସମ୍ପାଦନା]

ଉଇକିପିଡ଼ିଆ:ମେଳଣ/ଉତ୍କଳ ଦିବସ ୨୦୧୪ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪ – --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୬:୧୦, ୨ ମାର୍ଚ୍ଚ ୨୦୧୪ (UTC)

ମୋ ମତରେ ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪ ବଦଳରେ ବୋଧହୁଏ ଉଇକିପିଡ଼ିଆ:ମେଳଣ/ଓଡ଼ିଶା ଦିବସ ୨୦୧୪ ନାମଟି ଅଧିକ ଉପଯୁକ୍ତ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୧୪, ୨ ମାର୍ଚ୍ଚ ୨୦୧୪ (UTC)
ଉତ୍କଳ ଦିବସ ଅପେକ୍ଷା ଓଡ଼ିଶା ଦିବସ ଠିକ ଲାଗୁଛି । ଆଲୋଚନା ବେଳେ ବି ଏହା ସ୍ଥିର ହୋଇଥିଲା । ଶୀଘ୍ର ଘୁଞ୍ଚାଯଉ ।--ଶିତିକଣ୍ଠ (ଆଲୋଚନା) ୨୦:୫୨, ୨ ମାର୍ଚ୍ଚ ୨୦୧୪ (UTC)
ହଁ, ସେ ବି ଠିକ ଅଛି । ଘୁଞ୍ଚାଇ ଦିଅ ତାହେଲେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୩:୩୫, ୩ ମାର୍ଚ୍ଚ ୨୦୧୪ (UTC)
ଏମମତ । ପୂର୍ବରୁ ମେଳଣ ଉପପୃଷ୍ଠାରେ ଏସବୁ ରଖାଯାଉଥିବାରୁ ଘୁଞ୍ଚାଇ ଦେଇଥିଲି । ସମସ୍ତ ପୃଷ୍ଠାକୁ ପର୍ଯ୍ୟାୟ କ୍ରମେ ଘୁଞ୍ଚାଇ ଦେବି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୪୧, ୧୪ ମାର୍ଚ୍ଚ ୨୦୧୪ (UTC)

ବ୍ୟୟ ଅଟକଳ ବାବଦରେ ଆଲୋଚନା[ସମ୍ପାଦନା]

ଉଇକିପିଡ଼ିଆ:ମେଳଣ/ଓଡ଼ିଶା ଦିବସ ୨୦୧୪/ବ୍ୟୟ ଅଟକଳ ବାବଦରେ ଆଲୋଚନା ନିମ୍ନ ଭାଗରେ କରିବାକୁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୨୦:୫୨, ୨ ମାର୍ଚ୍ଚ ୨୦୧୪ (UTC)
  • ଯେହେତୁ, ପୁରସ୍କାର ବାବଦରେ ଆମେମାନେ ବିଳମ୍ବରେ ସିଦ୍ଧାନ୍ତ ନେଲେ, ଅନ୍ୟାନ୍ୟ ଯୋଜନା ବହିର୍ଭୂତ ଖର୍ଚ୍ଚ(୧୦୦୦୦)ରୁ ଆମେ ପୁରସ୍କାର ବାବଦରେ ଖର୍ଚ୍ଚ କରିବା । ୧୦୦୦-୧୫୦୦ ମଧ୍ୟରେ ୬ଜଣ ଉଇକିଆଳିଙ୍କୁ ପୁରସ୍କାର ପାଇଁ ୯୦୦୦ ମଧ୍ୟରେ ଖର୍ଚ୍ଚ ହେବ । ପୁରସ୍କାର ରୂପରେ ଆମେ ଉଇକିଆଳିମାନଙ୍କୁ ପୁସ୍ତକ ଭେଟିଦେବା । ପୁସ୍ତକଗୁଡିକ, ବ୍ୟକ୍ତିଗତ ଜ୍ଞାନବର୍ଦ୍ଧନ ସହ, ଉଇକିପିଡ଼ିଆରେ ପ୍ରସଙ୍ଗଲିଖନରେ ମଧ୍ୟ ସହାୟକ ହେବ । ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୫:୫୮, ୨୪ ମାର୍ଚ୍ଚ ୨୦୧୪ (UTC)

ସ‌ହ‌ଯୋଗୀ ଅନୁଷ୍ଠାନ[ସମ୍ପାଦନା]

ଏବେ ଯାଏ ଓଡ଼ିଆ ବିଶ୍ୱବିଦ୍ୟାଳୟOdialanguage.com ଆଗ୍ରହ ପ୍ରକାଶ କରିଛନ୍ତି ଏହି ଉତ୍ସବରେ ସ‌ହ‌ଯୋଗୀ ଅନୁଷ୍ଠାନ ଭାବେ ଯୋଗଦେବା ନିମନ୍ତେ । ଓଡ଼ିଆ ବିଶ୍ୱବିଦ୍ୟାଳୟ କମିଟି ଓଡ଼ିଆ ଭାଷାରେ ଉଚ୍ଚତର ଶିକ୍ଷାଦାନ ପାଇଁ ଏକ ବୀଶ୍ୱବିଦ୍ୟାଳୟର ଯୋଜନା କରୁଛନ୍ତି ଯେଉଁଥିରେ ଉଇକିପିଡ଼ିଆ ଓ ଉଇକି-ପାଠାଗାର (WikiSource) ଏକ ମୁଖ୍ୟ ଭୂମିକା ନିଭାଇପାରିବ । ଓଡ଼ିଆଲାଙ୍ଗୁଏଜ.କମ ତରଫରୁ ଏକ ଫ୍ରିଲା‌ସେନ୍ସ ଓଡ଼ିଆ ଫଣ୍ଟ ଓଡ଼ିଆ ଉଇକିପିଡ଼ିଆ ହାତରେ ଉନ୍ମୋଚନ କରିବା ନିମନ୍ତେ ସେମାନେ ଆଗ୍ରହୀ । ଏଥି ସ‌ହିତ ମିଡ଼ିଆ ସ‌ହ‌ଯୋଗୀ ଅନୁଷ୍ଠାନ ଭାବରେ କିସ ତରଫରୁ ସମାଜ ଓ ଆମେ ଆଗରୁ ଭେଟିଥିବାରୁ ସମ୍ବାଦ ଆଉଥରେ ଆଗ୍ରହୀ ହେବ ବୋଲି ଆଶା। ଏଥି ସ‌ହିତ ମୁଁ କାଦମ୍ବିନୀ ସ‌ହିତ ପ୍ରାଥମିକ ଭାବେ କ‌ଥା ହୋଇଛି । ମୃତ୍ୟୁଞ୍ଜୟ ଭାଇ ଆଗରୁ ସୂର୍ଯ୍ୟପ୍ରଭା ବାବଦରେ କ‌ହୁଥିଲେ, ସେମାନଙ୍କୁ ମିଡ଼ିଆ ସ‌ହ‌ଯୋଗୀ ଭାବେ ଆମନ୍ତ୍ରଣ କଲେ ଭଲ ହୁଅନ୍ତା । Odisha1ଶ୍ରୀକାନ୍ତ ଓ ମୁଁ ମିଶି "ସଂସାର"ର ସମ୍ପାଦିକା ଅନସୂୟା ନନ୍ଦଙ୍କୂ କଟକରେ ଭେଟିଥିଲୁ । ସେମାନେ ଆଗ୍ରହୀ ଏଥିରେ ସ‌ହ‌ଯୋଗ କରିବା ନିମନ୍ତେ । ଆପଣମାନେ ସମସ୍ତେ ଯଦି କାହାକୁ ଜାଣିଥାନ୍ତି ଯେ ଆମକୁ ଏଥିରେ ସ‌ହ‌ଯୋଗ କରିବେ ତାହାଲେ ଏଠାରେ ଲେଖନ୍ତୁ । ଉପରୋକ୍ତ ସ‌ହ‌ଯୋଗୀମାନଙ୍କ ବିଷୟରେ କିଛି ଭିନ୍ନ ମତ ଥିଲେ ଦୟାକରି ଲେଖନ୍ତୁ । ଯଦି କେହି ଆର୍ଥିକ ସାହାଯ୍ୟ ବା ଅନ୍ୟ କିଛି ସାହାଯ୍ୟ ଦେବା ନିମନ୍ତେ ଇଚ୍ଛୁକ ତାହା ମଧ୍ୟ ଉଲ୍ଲେଖ କରନ୍ତୁ । ସମସ୍ତେ ଏଥିରେ ହେବାକୁ ଥିବା ଅର୍ଥ କେଉଁ ଅନୁଷ୍ଠାନରୁ ଆବେଦନ କରିବା ନିମନ୍ତେ ଇଚ୍ଛୁକ ତାଅ ଉଲ୍ଲେଖ କଲେ ଭଲ ହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୩୧, ୭ ମାର୍ଚ୍ଚ ୨୦୧୪ (UTC)

କାଦମ୍ବିନୀ ଓ କୁନିକ‌ଥା (ଶିଶୁସାହିତ୍ୟ ପ‌ତ୍ରିକା‌) ତରଫରୁ ସ‌ହ‌ଯୋଗୀ ଅନୁଷ୍ଠାନ ପାଇଁ ଅନୁରୋଧ ମିଳିଛି ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୩୩, ୨୨ ମାର୍ଚ୍ଚ ୨୦୧୪ (UTC)

ଅନ୍ୟ ଆଲୋଚନା[ସମ୍ପାଦନା]

  • Shitikantha Babu dhanyabad, same table 10th Janmatithi re b karajaithila, Bt kaama kn kn heichi pls kahibe Ki ? Odia Wiki ra janma Dina khabar na bahari A2K aau Shubhashish nka story sambad re baharithila !! IIMC aau KISS re ete Kari Kari Odia wiki Ku kn labha heuchi ? Last time samaste Guest house re rahithile na free re ?? Pila nku aau Wikipidians nku kn Puraskar dia jaithila ?? Jeun mane baharu aasithile tanku traveling fare kete deithile ?? Total kete Jana aasithile ?? Kia A2K paisa aau Kia nia paisa kharcha Kari aasithile o jaithile ?? Total kete kharcha helaa o kemiti ?? Aau grant ru ru paisa aasi kharcha heiparilani kemiti ?? Ete sabu kariki 1 year bhitare 1 new active member milileni Ki ?? Jadi hmm, se Kia ?? Jadi ete kariki kichhi labha nanhi Bot use Kari 2 Lacs article create Kari celebrate Kara aau Paper re Advsment dia.. Mo matare esabu dramaa na kari Active user nku importance dei aau aau kichi options dekhantu.. Na hele puruna mane b Odia wiki bhulijibe... Ete workshop kari ek b nua baharu nahanti,bhala heba Jeun mane puruna aau ebe odia wiki ru durare tanku protsahana dele bhala huanta.. Exmple :User Suratha Pathi,Nayanasatya, Krupasindhu Muduli,Kamalakanta777,Manmix, Chinmaya Dash, Ashutosh Kar, Sukanta Sarkar,Manoj Sahukar,Dr.Shubhransu,Shishir 1945,sanbiwiki,Alok sahu emiti aau kete jana.. --223.232.30.162 ୦୯:୩୪, ୩ ମାର୍ଚ୍ଚ ୨୦୧୪ (UTC)
ଭାଇ ଏହି ନିର୍ଣ୍ଣୟ ମୁଁ ଏକା ନେଇ ନାହିଁ ସମସ୍ତେ ମିଶି ଆଲୋଚନା କରି ନେଇଛୁ । ତା'ପରେ କଣ ଆମେ ଏକା ଏମିତି ଉତ୍ସବ କରୁଛୁ, ସବୁ ଭାଷାର ଉଇକି କରୁଛନ୍ତି । ଛୋଟ ଉଇକି ବୋଲି ବଟ ବ୍ୟବହାର କରି ଲେଖା ତିଆରି କରିବା କଣ ଭୁଲ ? ସବୁ ଉଇକି କରିଛନ୍ତି, ଛୋଟ ବଡ ସମସ୍ତେ । ଧୀରେ ଧୀରେ ସେଗୁଡିକ ବଡ ହେବ । ତୁମେ ବି ସହଯୋଗ କରିପାରିବ । ଆଉ ନୂଆ ଲେଖକ ଆସି ନାହାନ୍ତି କିଏ କହିଲା ?? ତୁମେ ପରା ଆସିଛ !! କିନ୍ତୁ ନୂଆ କିଛି ଲେଖିବାରେ କି ଓଡ଼ିଆ ଉଇକିକୁ ଆଗକୁ ବଢେଇବାରେ ସହଯୋଗ ନକରି ଖାଲି କମେଣ୍ଟ ମାରୁଛ :P । ନୂଆ ପୁରୁଣା ଆସିବା ଯିବା ଲାଗିରହିବ । କମ ସଂଖ୍ୟକ ଲେଖା ଦେଖି ସେମାନେ ଯେତେବେଳେ ଅନ୍ୟ ଭାଷାର ଉଇକି ସହ ତୁଳନା କରିବେ ଏହା ସେମାନଙ୍କ ମନୋବଳ ଭାଙ୍ଗିଦେବ । ତା'ପରେ ଏମିତି ସେଲିବ୍ରେସନ କଣ ସେମାନଙ୍କ ମନୋବଳ ସୁଦୃଢ କରିବ ନାହିଁ କି ? ଏହା ଦ୍ଵାରା କଣ ନୂଆ ଲେଖକ ଆସିବେ ନାହିଁ ? କଣ ଅଧିକା ଲୋକ ଉଇକିପିଡିଆ ସମ୍ପର୍କରେ ଅବଗତ ହେବେ ନାହିଁ କି ? କିଛି ଦିନ ତଳେ ବାହାରିଥିବା ସଂବାଦ ଓ ସମାଜ ଲେଖା କଥା ଭବିଲ - ସେଦିନ କେତେ ଲୋକ ସାଇନଅପ କରିଥିଲେ ? କେତେକ କିଛି ଲେଖିଥିଲେ ବି । ଅଜଣା ଭାଇ, ଆକ୍ଟିଭ ୟୁଜରଙ୍କୁ କେମିତି ଇମ୍ପୋଟାଂସ ଦିଆଯିବ ଜଣେଇବେ କି ?--ଶିତିକଣ୍ଠ (ଆଲୋଚନା) ୦୦:୩୯, ୪ ମାର୍ଚ୍ଚ ୨୦୧୪ (UTC)
ଧନ୍ୟବାଦ.. ଏମିତି ସମସ୍ତେ କରୁଛନ୍ତି ମାନେ ?? ସେମାନେ ଏମିତି ୧ ଧାଡିଆ ପ୍ରସଙ୍ଗ ଲକ୍ଷ ଲକ୍ଷ କରୁଛନ୍ତି କି ପ୍ରସଙ୍ଗ ସଂଖ୍ୟା ବଢାଇବା ପାଇଁ ??? ଆଉ ଗୋଟେ କଥା ହେଲା ତୁମ ପୂର୍ବରୁ ଓଡିଆ ଉଇକିପିଡିଆରେ User : Odisha1,Ansumang,Mkar, Aditya Mahar ଏ ମାନେ ବି AWB ବ୍ୟବହାର କରିବା ଜାଣିଥିଲେ ଆଉ Bot ଦ୍ଵାରା ନୂଆ ପ୍ରସଙ୍ଗ ତିଆରି କରିବା ଜାଣିଥିଲେ । ଏ ମାନେ ତ କାହିଁ ଏପରି ଯୋଜନା କରି ନଥିଲେ !!! କିନ୍ତୁ ତୁମେ ଅଚାନକ ନୂଆ ମାନଙ୍କୁ ମନୋବଳ ବଢାଇବା ପାଇଁ ଯୋଜାନା କଲ ପ୍ରସଙ୍ଗ ବଢାଇବା ପାଇଁ, ପୂର୍ବରୁ ତମେ ଜାଣି ନ ଥିଲ କି ? ଆଉ ଗୋଟେ କଥା ସମାଜ ଆଉ ସମ୍ବାଦ ପଢି ନୂଆ କେତେ ଲୋକ ସାଇନଅପ କରିଥିଲେ ତାହା ଆଶ୍ଚଯ୍ୟ ଲାଗୁନି କି ?? ହଠାତ ଏତେ ଲୋକ ଖାତା ଖୋଲି କିଛି ବି ଲେଖୁ ନାହାନ୍ତି କି ଆଉ କେବେ ବି ଦେଖା ଲଗ୍ ଇନ୍ କରୁନାହାନ୍ତି.. ତା ଅର୍ଥ ଏତେ ସବୁ ଖାତା ଜଣେ କିଏ ଖୋଲୁଛି.. ଏହା ନିରାଟ ସତ୍ୟ .. ଉଦାହରଣ : [୧] ଏ ସଭ୍ୟ ଖାତା ଖୋଲି ସିଧା HotCat ବ୍ୟବହାର କରୁଛନ୍ତି । ହସ ଲାଗୁଛି ପୁରୁଣା ସଭ୍ୟ ଯାହା ଜାଣି ନାହାନ୍ତି ନୂଆ ସଭ୍ୟ ଖାତା ଖୋଲି ଜାଣି ପାରୁଛନ୍ତି !!! ହଁ , ତମେ କେବେ ପୁରୁଣା ଓ ସଚଳ ଙ୍କୁ କେବେ ପଚାରିଚ କି ସେମାନେ କାହିଁକି ଆଉ କିଛି ଲେଖୁନାହାନ୍ତି ?? ମୋତେ ନ ପଚାରି ତାଙ୍କୁ ମାନଙ୍କୁ ପଚାର ... ଆଉ ମୋର ଉପରେ ଥିବା ପ୍ରଶ୍ନର ଉତ୍ତର ତ ଦେଲନି ??? -- (ଅଜଣା ବ୍ୟକ୍ତି)
  • Reply:ଭାଇ ଏମିତି ଅଜଣା ଭାବେ ଲେଖିଲେ ଆପଣଙ୍କ କଥାକୁ କେହି ଗ୍ରହଣ ନକରିପାରନ୍ତି । ଆପଣ ଯେଉଁ ସବୁ ଉତ୍ସବ/ମେଳଣ ହେଉଛି ସେଥିରେ ଭାଗ ନେଇପାରିବେ, ଆଉ କେମିତି ଖର୍ଚ କଲେ ଭଲ ହେବ ସେ ବିଷୟରେ ମତ ଦେଇପାରିବେ । ଆପଣ ଲଗ-ଇନ କରି ଏସବୁ ପ୍ରଶ୍ନ ପଚାରିଲେ ହୁଏତ ଉତ୍ତର ପାଇପାରନ୍ତି । -- ଅଂଶୁମାନ ତାର ଯୋଡ଼ିବେ? ୧୯:୧୮, ୭ ମାର୍ଚ୍ଚ ୨୦୧୪ (UTC)
  • ଭାଇମାନେ ଜନ୍ମତିଥି ଉତ୍ସବରେ କିଏ କିଏ ସବୁ ଭାଗ ନେଇଥିଲେ, କେତେ କଣ ଖର୍ଚ୍ଚ ହୋଇଛି, ଉଇକିପିଡ଼ିଆ:ମେଳଣ/ଓଡ଼ିଆ_ଉଇକିପିଡ଼ିଆର_୧୦ମ_ଜନ୍ମତିଥି ପୃଷ୍ଠା ବା ଏହାର ଆଲୋଚନା ପୃଷ୍ଠାରେ ଟିକେ ଅପଡେଟ କରିଦିଅନ୍ତୁ । ପର ମେଳଣ ପାଇଁ ଯୋଜନା କରିବା ପୂର୍ବରୁ ପୂର୍ବ ଖାତା କାମ ସାରିଦେଲେ ଭଲ । ;) -- ଅଂଶୁମାନ ତାର ଯୋଡ଼ିବେ? ୧୯:୧୮, ୭ ମାର୍ଚ୍ଚ ୨୦୧୪ (UTC)
  • ପ୍ରଥମେ ମୁଁ ଗୋଟିଏ କଥା ସ୍ଵୀକାର କରିବି ଯେ ଆପଣଙ୍କ ଚମତ୍କାର ବ୍ୟାଖ୍ୟା ଓ ବିଶ୍ଳେଷଣ ଶୈଳୀ ମୋତେ ଗଭୀର ଭାବେ ପ୍ରଭାବିତ କରିଛି । ଆଲୋଚନା ସଭାରେ ମୁଁ ବିଭିନ୍ନ ଉଇକିରେ ହେଇଥିବା ବଟ ବ୍ୟବହାର ସମ୍ପର୍କରେ ମତ ଦେଇଛି । ଏତେ ଆଡେ ବୁଲା ବୁଲି କରୁଛନ୍ତି ଯେତେବେଳେ ଆପଣତ ନିହାତି ପଢିଥିବେ ସେଇଟା । ମୁଁ କହିଥିଲି ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଧାଡି ତିଆରି ହେବ; ତା'ପରେ ନୂଆ ତଥ୍ୟ ଯୋଗ ହେବ । ସମସ୍ତେ ମନା କଲେ ଏକାଥରେ ତିଆରି କରିବାକୁ । ତେଣୁ ଅଳ୍ପ ଅଳ୍ପ ତିଆରି କରୁଛି । ଧର୍ଯ୍ୟ ଧରନ୍ତୁ ଟିକିଏ । ଆଉ ଇଂରାଜୀ ଉଇକିର en:List of prehistoric amphibian genera ଲିଷ୍ଟରେ ଥିବା ଲେଖା ସବୁ ଦେଖିଛନ୍ତି ? ଅମ୍ଫିବିଆନ ମାନଙ୍କ ଲେଖା ଅଧ-ଧାଡି କି ଗୋଟିଏ-ଧାଡି କି ଦେଢ-ଧାଡି । କେବଳ କେତେଟା ଗୁରୁତ୍ତ୍ୱପୂର୍ଣ୍ଣ ଲେଖାକୁ ଛାଡିଦେଲେ ବାକି ସବୁ ମୁଣ୍ଡିଆ । କିନ୍ତୁ ପରେ ଧୀରେ ଧୀରେ ସେ ଲଖା ବଡ ହେବ । ଆପଣ ସକାରାତ୍ମକ ଭାବେ କାହିଁକି ଚିନ୍ତା କରୁ ନାହାନ୍ତି । ଆଜି ଜଣେ ଭାଇ "ଗିରିଜା ଶଙ୍କର" ପର୍ଯ୍ୟାୟ ସାରଣୀର କିଛି ମୌଳିକ ଲେଖାରେ ତଥ୍ୟ ଯୋଗ କରିଥିଲେ । କାଲି ସେ ଇଂରାଜୀରେ ଲେଖିଥିଲେ କିନ୍ତୁ ଆଜି ଓଡ଼ିଆରେ । ସେ ଲେଖା ଆଗରୁ ଥିବାରୁ ତ ସେଥିରେ ତଥ୍ୟ ଯୋଗ କରିବାପାଇଁ ସେ ଆଗ୍ରହ ପ୍ରକାଶ କଲେ !! ସେମିତି ଆହୁରି ଆସିବେ । ଆଉ, ଆପଣ କହିଥିବା ଉପରୋକ୍ତ ଚାରିଜଣ ଉଇକିଆଳିଙ୍କ ପାଖରୁ ମୁଁ ବହୁତ କିଛି ଶିଖିଛି । ମୃତ୍ୟୁଞ୍ଜୟ ଭାଇ ଯଦି ଫେସବୁକରେ ମୋତେ ମୋ ପ୍ରଥମ ଲେଖାରେ ଥିବା ତ୍ରୁଟି ଓ ଏହାକୁ କିପରି ଠିକ କରିବି କହି ନଥାନ୍ତେ ମୁଁ କେବେବି ଆଉ ଥରେ ଆସି ଲେଖି ନଥାନ୍ତି । AWB ନାଁ ମୁଁ ପ୍ରଥମେ ଶ୍ରୀକାନ୍ତ ଭାଇ ଓ ଅଂଶୁମାନ ଭାଇଙ୍କ ବ୍ୟବହାରରୁ ଦେଖିଥିଲି । ଆଉ ରହିଲା ପୁରୁଣା ମାନଙ୍କର ଛାଡି ଚାଲିଯିବା କଥା ? କିହୋ ମୁଁ କେମିତି ଜାଣିବି ? ମୁଁ ଆସିଲା ପରେ ଯେଉଁମାନଙ୍କୁ ଦେଖିଥିଲି ସେମାନେ ଏବେବି ଅଛନ୍ତି । କିନ୍ତୁ ମୁଁ ଏବେ ଆଉ କାରଣ ଠିକ ଭାବେ ବୁଝିପାରୁଛି । ବୋଧେ ସବୁ ଏମିତି ଝଗଡା ଯୋଗୁଁ ପଳେଇଥିବେ :P । ମୋତେବି ଅଣନିଶ୍ଵାସୀ ଲାଗିଲାଣି । କିନ୍ତୁ ବ୍ୟସ୍ତ ହୁଅ ନାହିଁ ମ, ମୁଁ ଯାଉନି :P । ଆଉ ଯଦି ସେମାନେ କୌଣସି ବ୍ୟକ୍ତି କିମ୍ବା କୌଣସି ସଂସ୍ଥା ସହ ମନାନ୍ତର ଯୋଗୁଁ, ଓଡ଼ିଆ ଭାଷାର ଏତେ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଛାଡି ଚାଲିଯାଇଥାନ୍ତି ତେବେ ଏହା ସେମାନଙ୍କ ଭୁଲ, ବହୁତ ବଡ ଭୁଲ । ହୁଏତ ଆଉ କିଛି ବ୍ୟକ୍ତି ଛୁଟିରେ ଯାଇଥିବେ, କିଛି ଦିନ ପରେ ଆସିଯିବେ । ଯେମିତି ଜ୍ଞାନ ଭାଇ କିଛି ଦିନ ପାଇଁ ଛୁଟିରେ ଥିଲେ ପୁଣି ଫେରି ଆସିଲେ, ଠିକ ସେମିତି :) । ଏତେ ରାଗନି ମ ଅଜଣା ଭାଇ ।--ଶିତିକଣ୍ଠ (ଆଲୋଚନା) ୨୧:୧୨, ୭ ମାର୍ଚ୍ଚ ୨୦୧୪ (UTC)
Jantrika abyabastha jogu Ingraji akhyarare lekhuchhi, khyama karibe। mo lekhati heuchhi ajanaa bhai/bhauni/anykichi nka pain। Aagyaan Namaskar! Aapana ete bhala prastaba deuchhanti ete gabeshana bi karuchhanti kie lekhuchhi na lekhuchhi boli taha chhada purana byabahara kari mananku janichhanti,statistics janichhanti ethiru jaha jana paduchhi apana bi jane puruna sabhya eban register hei achhanti kintu samnare kahi paribeni boli/kimba sahasa nahi, kimba nija bhaba murti kharap na heba sethi pain emiti ip adhualare luchiki pachhare kahuchhanti । apananka mataku mun sammana deuchhi। hele anyara dosha dhariba purbaru ame kan kalu eita dekhiba uchit। janaku utsahita na kari sabu bele khali dosha dharile kan heba। apan jeun user bishayare fact deichhanti eita bahut sata katha je byabahar kari hathat asi kemiti hot cat use kariba ? sethi pain aapana kahaku dosi bhabuchhanti ? wikipedia ra mantra sahasi heba। jadi apana kichhi kharap dekhuchhanti kahuchhanti joutaki bhala katha hele apananka katha bartaru laguni ki aapana nua loka ki ajana byakti ki khali IPre lkhuthiba byakti। setiki khali mana dukha hauchhi je apana parichaya daunahanti। apananka katha ku madhya bicharaku nia jai pariba। puruna katha ku bishleshana kari nua karjypanthare ame kan kan jodi pariba kemiti adhika unnati hei pariba se babadare jadi apana aaamaku kuhante tahele kete bhala huanataa । apana chahinle nije madhya grant(individual grant) pain apply kari wikipediara unnati pain sahajya kari paribe। nahele aapana kichhi prastaba diantu ame/mun apananku purna sahajoga karibaku raji achhi। hele emiti sabu bele dosha barile khencha kehnchi/ badiapita hei maribaa ta jaha sara heba। bibhinna loka anusthana/jojana tarafaru bibhinna chesta heichhi jaha ki fala prada hei parinahi ba heichhi tenu kemiti agaku jiba se bisharae alochana kale bhala heba। Dhanyabad ।mun bi tike apananka style re lekhili kale mate apana kharap bhabibe aau raga rakhi swapnare asi dareibe।
Moral : milimisi kama kale unnati heba. goda tana tani hele samaste khalare padiba/mariba/eiba। --janasuna byakti(log in na kari lekhi deichhi :P )

IRCରେ ଆଲୋଚନା[ସମ୍ପାଦନା]

ମୁଁ ଓଡ଼ିଶା ଦିବସ ୨୦୧୪ ପୃଷ୍ଠାର ଏକ ଛାଞ୍ଚ ତିଆରି କରିଦେଇଛି ଯାହା ସମସ୍ତଙ୍କ ଆଲୋଚନା ପରେ ଚୂଡ଼ାନ୍ତ ହେବ । ତେବେ ଆମେ ସମସ୍ତେ ଏ ବାବଦରେ ଏ ସ‌ପ୍ତାହରେ ଗୋଟେ ଦିନ IRCରେ ଆଲୋଚନା କରିପାରିଲେ ଭଲ ହେବ । କେଉଁ ଦିନ କେତେବେଳେ ହେଲେ ଭଲ ହେବେ ସମସ୍ତଙ୍କୁ ଜଣାଇବାକୁ ଅନୁରୋଧ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୦୬, ୪ ମାର୍ଚ୍ଚ ୨୦୧୪ (UTC)

୬/୩/୨୦୧୪ ସନ୍ଧ୍ୟା ୬.୩୦ରେ IRC ଆଲୋଚନା ପାଇଁ ମୁଁ ପ୍ରସ୍ତାବ ରଖୁଛି । ସମସ୍ତେ ମତ ରଖନ୍ତୁ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୫:୧୭, ୫ ମାର୍ଚ୍ଚ ୨୦୧୪ (UTC)
ପ୍ରୀତି ଭାଇ ଙ୍କ ସହ ମୁଁ ଏକମତ, ଯଦି କାଲି ନହେଲା ସୋମବାର ସନ୍ଧ୍ୟା ୬.୩୦ ରେ କରାଯାଉ। --ଦୀପ୍ତିମାନ୧୨:୫୭, ୫ ମାର୍ଚ୍ଚ ୨୦୧୪ (UTC)
ସୋମ‌ବାର ସନ୍ଧ୍ୟା ୬:୩୦ରେ ହେଲେ କିଏ କିଏ ଭାଗ ନେଇପାରିବେ? --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୭:୦୮, ୬ ମାର୍ଚ୍ଚ ୨୦୧୪ (UTC)
ଚଳିବ । --ଶିତିକଣ୍ଠ (ଆଲୋଚନା) ୦୫:୩୭, ୭ ମାର୍ଚ୍ଚ ୨୦୧୪ (UTC)


IRC ରେ ହବାକୁ ଥିବା ଅଲୋଚନା :
୧. ସଭାସ୍ଥାନ ନିର୍ଣ୍ଣୟ
୨. ଦାୟିତ୍ଵ ବଣ୍ଟନ
୩. ଅତିଥି ନିମନ୍ତ୍ରଣ
୪. ପ୍ରାକ୍ ପ୍ରସ୍ତୁତି ଆଲୋଚନା
୫. ସହଯୋଗୀ ଅନୁଷ୍ଠାନ ଆଲୋଚନା


IRC ବିବରଣୀ:
Channel: #Wikipedia-or
Date: ମାର୍ଚ୍ଚ ୧୦, ୨୦୧୪ (ସୋମବାର)
Time: ସନ୍ଧ୍ୟା ୬.୩୦ ରୁ ୯ ଟା


--ଦୀପ୍ତିମାନ୧୨:୪୩, ୧୦ ମାର୍ଚ୍ଚ ୨୦୧୪ (UTC)

ଆଲୋଚନାର ଇତିହାସ[ସମ୍ପାଦନା]

ଏଥିରେ ହୋଇଥିବା ଆଲୋଚନା ଏହି ପୃଷ୍ଠାରେ ରହିଛି । ଏଠାରେ ଥିବା ଆଲୋଚନାର ଆଧାରରେ ତଳେ ମତ ଦେବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୭:୫୬, ୧୦ ମାର୍ଚ୍ଚ ୨୦୧୪ (UTC)

ଉଇକିଆଳିମାନଙ୍କୁ ସମ୍ମାନ[ସମ୍ପାଦନା]

ଓଡ଼ିଶା ଦିବସ ପାଳନ ଅବସରରେ ଆମ ବରିଷ୍ଠ ଓ ସକ୍ରିୟ ଉଇକିଆଳିମାନଙ୍କୁ ସମ୍ମାନିତ କରାଗଲେ ଖୁବ୍ ଭଲ ହୁଅନ୍ତା । ଏହି ବାବଦରେ ସମସ୍ତଙ୍କୁ ନିଜର ମତ ରଖିବାକୁ ଅନୁରୋଧ । କେଉଁ ଉଇକିଆଳିଙ୍କୁ ଆମେ ସମ୍ମାନିତ କରିବା ଓ କିପରି ସମ୍ମାନିତ କରିବା, ସେ ବିଷୟରେ ମଧ୍ୟ ଲେଖନ୍ତୁ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୬:୫୯, ୧୦ ମାର୍ଚ୍ଚ ୨୦୧୪ (UTC)

ଭଲ ପ୍ରସ୍ତାବ । କିନ୍ତୁ ଏହା ବିବାଦୀୟ ହେଇପାରେ । ୧୦ମ ଜନ୍ମତିଥି ବେଳେ ଏହି କଥା ଉଠିଥିଲା । ତେବେ ମୋ ମତରେ ପ୍ରଥମେ କିଛି ନିୟମ ନିର୍ଦ୍ଧିଷ୍ଟ କରାଯାଉ → ବିଚାରକ ମଣ୍ଡଳୀ ଗଢାଯାଉ → ସର୍ଟ ଲିଷ୍ଟ କରାଯାଉ → ସମସ୍ତଙ୍କ ଭୋଟ ଓ ମତ ନିଆଯାଉ (ଯଦି ଅଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ପୁରସ୍କୃତ କରିବାର ପ୍ରସ୍ତାବଥାଏ) । ସମ୍ମାନ ବା ପୁରସ୍କାର ପାଇଁ ଏକ ନାମ ବାଛିବାକୁ ପଡିବ :P ।--ଶିତିକଣ୍ଠ (ଆଲୋଚନା) ୦୭:୪୨, ୧୩ ମାର୍ଚ୍ଚ ୨୦୧୪ (UTC)
  • ମୁଁ ତ ଆଗରୁ ପ୍ରସ୍ତାବ ଦେଇଥିଲି, ଏଇଠି ଦେଖିପାରିବେ ଉଇକିପିଡ଼ିଆ ଆଲୋଚନା:ଓଡ଼ିଆ_ଉଇକିପିଡ଼ିଆର_୧୦ମ_ଜନ୍ମତିଥି#ପୁରସ୍କାର । ହେଲେ ମୋ ମତରେ "ଟଙ୍କା ଯେଉଁଠି, controversy ସେଇଠି" । ସାର ଲେଖିଥିଲେ "ପୁରସ୍କାର ଯେଉଁଠି ଥାଏ, controversy ସେଇଠି ଥାଏ ।" ସେ ଯାହାବି ହେଉ, ୫୦ରୁ ପାଖାପାଖି ୩୪ ଫେରିଗଲା, ପୁରସ୍କୃତ କରାଯାଇପାରିଥାନ୍ତା ।
  • କମିଟି ଗଠନ କରି ଏସବୁ ସ୍ଥିର କରିବା ସହଜ ନୁହେଁ । ତେଣୁ ସମସ୍ତେ ବାଛନ୍ତୁ କାହାକୁ ସମ୍ମାନିତ କରାଗଲେ ଭଲ ହେବ ଆଉ କେମିତି କଲେ ଭଲ ହେବ । ମୋ ମତରେ ୩:୧ ୩:୨ ଅନୁପାତରେ ସମ୍ମତି ମିଳିଲେ, ଏହି http://shop.wikimedia.org/ ରୁ ଗୋଟିଏ ଗୋଟିଏ ପ୍ରଡ଼କ୍ଟ ବାଛି ମଧ୍ୟ ଦେଇପାରିବା, ଯଦି ଠିକ ଲାଗେ ଆପଣମାନଙ୍କୁ । -- ଅଂଶୁମାନ ତାର ଯୋଡ଼ିବେ? ୧୪:୧୮, ୧୩ ମାର୍ଚ୍ଚ ୨୦୧୪ (UTC)

ପୁରସ୍କାର ଦେବାରେ ଇଂରାଜୀ ବା ଅନ୍ୟ ଭାଷାର ଉଇକିପିଡ଼ିଆରେ କିଛି ପରମ୍ପରା(ଉଦାହରଣ) ଅଛି କି ? ଆମ ସାମନାରେ ଗୋଟେ ମଡେଲ ରହିଲେ, ଆମକୁ ବାଛିବାରେ ସୁବିଧା ହେବ । ଆଛା ୩:୧ ଅନୁପାତଟି କେମିତି କାମ କରିବ, ଟିକେ ବୁଝେଇ ଲେଖ ଅଂଶୁମାନ । ମୋ, ମତରେ -

  • ୩-୫ଜଣଙ୍କୁ ପୁରସ୍କାର ଦିଆଗଲେ ଭଲ ହେବ ।
  • ୩-୫ଟି ବିଭାଗରେ ପୁରସ୍କାର ଦିଆଯାଉ ।(ବିଭାଗଗୁଡିକ : ପ୍ରସଙ୍ଗ ଲିଖନ, ଗୋଷ୍ଠି ପରିଚାଳନ, ନୂତନ ଉଇକିଆଳିମାନଙ୍କୁ ଶିକ୍ଷା ଇତ୍ୟାଦି ହୋଇପାରେ ।)
  • ସମସ୍ତେ ୫ ଜଣ କରି ଉଇକିଆଳିଙ୍କୁ ମନୋନୀତ କରନ୍ତୁ । ସର୍ବାଧିକ ମନୋନୀତ ଉଇକିଆଳିଙ୍କୁ ସମ୍ମାନୀତ କରାଯିବ ।
  • ଅର୍ଥରାଶି ପୁରସ୍କାର ନଦେଇ ଆମେ କିଛି ଉପହାର ଦେଇପାରିଲେ ଭଲ ।
  • ପୁରସ୍କାର ନାମ : ପ୍ରସଙ୍ଗ ଲିଖନ କ୍ଷେତ୍ରରେ ଶ୍ରେଷ୍ଠତା, ଗୋଷ୍ଠି ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ରଖିପାରିବା ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୭:୦୭, ୧୩ ମାର୍ଚ୍ଚ ୨୦୧୪ (UTC)
  • ତେଲୁଗୁ ଜନ୍ମତିଥି ଉତ୍ସବରେ ଦୀପ୍ତିମାନ ଭାଇ, ମୃତ୍ୟୁଞ୍ଜୟ ଭାଇ ଅଂଶଗ୍ରହଣ କରିଥିଲେ, ସେମାନେ କହିପାରିବେ କେମିତି କଣ ପୁରସ୍କାର ଦିଆଯାଇଥିଲା । ମୁଁ ଭୁଲ ଲେଖିଦେଇଥିଲି ୩:୨ ମାନେ ୬୫% ରୁ ଅଧିକ ସମ୍ମତି ମିଳିଲେ ପୁରସ୍କୃତ କରିପାରିବା । ହଁ ଏମିତି ଅଲଗା ଅଲଗା ବିଭାଗ ପାଇଁ ଦିଆଗଲେ ଭଲ ହେବ, ଆଉ ଆପଣ ଯେମିତି ମନୋନୀତ କରିବା କଥା ଲେଖିଛନ୍ତି ସେମିତି ଭଲ ହେବ । ଅର୍ଥରାଶି ବଦଳରେ ଉପହାର ଦେଲେ ଆହୁରି ଭଲ କିନ୍ତୁ ଉପହାର କଣ ଦିଆଯିବ ସ୍ଥିର କରିବା କଠିନ ।
  • କେହି କିଛି ମତ ନ ଦେଲେ ନ ଦିଆଯାଉ, ଏମିତିବି ଏସବୁ ଇଭେନ୍ଟରେ ଟିସର୍ଟ ଇତ୍ୟାଦି ସମସ୍ତେ ପାଉଛନ୍ତି । ଏବେପାଇଁ କେବଳ ମାନପତ୍ର ଦେଇ ସମ୍ମାନିତ କଲେ ଭଲ ହେବ । ମାନପତ୍ର ତିଆରି ପାଇଁ ଯଦି ସୁବିଧା ନାହିଁ ବାହାରୁ ଅର୍ଥ ବ୍ୟୟ କରି ତିଆରି କରିହେବ ।
  • ଆଉ ଏଭଳି ବଡ ଧରଣର କିଛି ମେଳଣ କରିବା ପୂର୍ବରୁ ସମସ୍ତଙ୍କୁ ପଚାରିବା ଦରକାର, ଆଉ କମସେ କମ ୧୦ ଜଣ ବାହାରିଲା ପରେ ସ୍ଥିର କରି ଆଗେଇଲେ ଭଲ । ଏମିତି ସବୁ କାମ ଯଦି ୪/୫ ଜଣ କରିବେ, କାମ ଠିକରେ ହୋଇପାରିବନି, ଆଉ ଫଳପ୍ରଦ ହେବନି । ତେଣୁ ଏହିଭଳି ଇଭେନ୍ଟ ତୁଲେଇବା ପାଇଁ ଯେତିକି ସଂଖ୍ୟାରେ ଉଇକିଆଳି ଆବଶ୍ୟକ ଯଦି ସେତିକି ସଂଖ୍ୟାରେ ନ ବାହାରୁଛନ୍ତି, ତେବେ ଛୋଟ ଆକାରରେ କରାଯାଉ । ଯେବେ ସଂଖ୍ୟା ବଢିବେ, ସେବେ କରାଯିବ । ସେମିତି କିଛି ନିର୍ଦ୍ଧିଷ୍ଟ ସଂଖ୍ୟା କହିବା କଷ୍ଟ କିନ୍ତୁ ଆମେ ଅନୁମାନ କରିପାରିବା କେତେ ଆବଶ୍ୟକ । ଏହା ମୋର ବ୍ୟକ୍ତିଗତ ମତ । ଏବେ କାମ ଆରମ୍ଭ ହୋଇ ସାରିଲାଣି ଆଗେଇଚାଲନ୍ତୁ, ମୁଁ ଯଦି ପାରିବି ଭାଗ ନେବି, ଆଉ ପରିଚାଳନାରେ ସାହାଯ୍ୟ କରିବି । -- ଅଂଶୁମାନ ତାର ଯୋଡ଼ିବେ? ୧୮:୧୯, ୧୩ ମାର୍ଚ୍ଚ ୨୦୧୪ (UTC)
ତେଲୁଗୁ ଜନ୍ମତିଥି ଉତ୍ସବ ଅବସରରେ ୧୦ଜଣ ଉଇକିଆଳିଙ୍କୁ, ୧୦ହଜାର ଟଙ୍କା ଲେଖାଏଁ (ମୋଟ ଏକଲକ୍ଷ ଟଙ୍କା) ପୁରସ୍କାର ଦିଆଯାଇଥିଲା ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୩୬, ୧୪ ମାର୍ଚ୍ଚ ୨୦୧୪ (UTC)
୨ ଟି ଜିନିଷ: କ) ଯଦି କେବଳ ସାର୍ଟିଫିକେଟ କ‌ଥା, ମୁଁ ଆଉ କିଛି ଦିନ ଭିତରେ କରି ଗୋଟେ ସାମ୍ପଲ କମନ୍ସରେ ଅପଲୋଡ଼ କରିଦେବି । ସମସ୍ତେ ହଁ କଲେ ପ୍ରିଣ୍ଟ କରିପାରିବା । ଖ) ପୁରସ୍କାର ଦେବାର ସ‌ପକ୍ଷରେ ମୁଁ । କିନ୍ତୁ ବିନୀତ ଅନୁରୋଧ, ମୋତେ କମିଟିରେ ରଖିବେନି କି ପୁରସ୍କାର ଦେବେନି । କାରଣ, ମୁଁ CIS-A2K ପାଇଁ କାମ କରେ ଓ ବେତନ ପାଏ । ତେଣୁ ସମସ୍ତଙ୍କ ସ୍ନେହ-ଶ୍ରଦ୍ଧା, ତାଳି-ଗାଳିକୁ ଛାଡ଼ି ଆଉ କିଛି ପାର୍ଥିବ ବସ୍ତୁ ନେବିନାହିଁ । ଅଂଶୁମାନର ମତଗୁଡ଼ାକ ଯୁକ୍ତିଯୁକ୍ତ ଲାଗୁଛି, ତେବେ http://shop.wikimedia.orgରୁ କିଛି ଦେବା ପାଇଁ ଅନଲାଇନ ଅର୍ଡ଼ର କରିବାକୁ ପଡ଼ିବ ଓ ସମୟ ଲାଗିବ ପାଇବା ପାଇଁ । ନାଲକୋନ‌ଗରରେ ଯଦି ଅଧିକ ଥର କର୍ମଶାଳାମାନ ହେଉଛି ଆଉ ଗୋଟେ ଯାଗା ଅଛି ଯେଉଁଠି ସମସ୍ତେ ଏକ୍ୟୁଟ ହୋଇ ମିଳିତ ଭାବେ କର୍ମଶାଳାଆଦି କରିପାରିବେ ତାହେଲେ ସେଠାରେ ବାର୍ଷିକ ଇଣ୍ଟରନେଟ ଖର୍ଚ୍ଚ ପାଇଁ ଆଲୋଚନା କରିପାରନ୍ତେ ଆଉ ସେ ବି ଗୋତେ ପ୍ରକାର ପୁରସ୍କାର ଭଳି ହୁଅନ୍ତା । ତେବେ ସେ ଏକ ଭିନ୍ନ ବିଷୟ ଆଉ ମୁଁ ଏ ଆଲୋଚନାକୁ ଅଲଗା ଦିଗରେ ନ ନେବା ଭଲ । :) --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୦:୨୩, ୧୪ ମାର୍ଚ୍ଚ ୨୦୧୪ (UTC)
  • ଏହା ପାଇଁ ଯଦି କମିଟି ଗଠନ କରାଯାଏ, ତେବେ କମିଟି ସଦସ୍ୟ ପୁରସ୍କାର ପାଇବେନି । ମୋତେ କମିଟିରେ ରଖିପାରିବେ :) ଆଉ କିଏ ରହିବେ?
  • ହଁ ଯେଉଁମାନେ ନିୟମିତ କାମ କରୁଛନ୍ତି, ସେମାନେ ଯଦି ଇଣ୍ଟରନେଟ ଖର୍ଚ୍ଚ ପାଇପାରିବେ ତାହେଲେ ବହୁତ ଭଲ ହେବ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୩୧, ୧୪ ମାର୍ଚ୍ଚ ୨୦୧୪ (UTC)


ମତାମତ ଦେଇଥିବା ଭାଇମାନଙ୍କୁ ବହୁତ ଧନ୍ୟବାଦ । ଆଶାକରୁଛି, ଅନ୍ୟମାନେ ମଧ୍ୟ ନିଜର ମତ ରଖିବେ । ମୁଁ ନିମ୍ନ ଉଇକିଆଳିମାନଙ୍କୁ,ଓଡ଼ିଆ ଉଇକିପିଡ଼ିଆରେ ସେମାନଙ୍କ ସର୍ବକାଳୀନ ଅବଦାନକୁ ନଜରରେ ରଖି, ୨୦୧୪ ଓଡ଼ିଶା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଉଇକିଆଳି ପୁରସ୍କାର ପାଇଁ ମନୋନୀତ କରୁଛି । ଆଶାକରେ, ଅନ୍ୟମାନେ ମୋ ସହିତ ନିଶ୍ଚୟ ଏକମତ ହେବେ ।

ସମସ୍ତଙ୍କୁ ଆଉଥରେ ଅନୁରୋଧ କରୁଛି, ସମସ୍ତେ ନିଜର ମନୋନୟନ ଏଠାରେ ଲେଖନ୍ତୁ । ଆଜି(୧୫/୦୩/୨୦୧୪) ଓ କାଲି(୧୬/୦୩/୨୦୧୪) ଭିତରେ ନିଶ୍ଚିତ ନିଜର ମନୋନୟନ ପ୍ରଦାନ କରନ୍ତୁ । ୧୭/୦୩/୨୦୧୪ ଦିନ ଆମେ ପୁରସ୍କାର ପାଉଥିବା ଉଇକିଆଳିଙ୍କ ନାମ ଘୋଷଣା କରିପାରିବା । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୭:୦୦, ୧୫ ମାର୍ଚ୍ଚ ୨୦୧୪ (UTC)

ଭାଇ ମାନେ ଜୁହାର.. ସମସ୍ତଙ୍କୁ ଧନ୍ୟବାଦ। ପ୍ରଥମେ ସ୍ଥିର କରାଯାଉ କେତେ ଜଣଙ୍କୁ ପୁରସ୍କାର ଦିଆଯିବ ।
  1. ଯଦି ଦୁଇ ଜଣଙ୍କୁ ଦିଆଯିବ ତାହେଲେ : ମୃତ୍ୟୁଞ୍ଜୟ କର ଅଂଶୁମାନ ଗିରି ଙ୍କୁ ଦିଆଯିବା ଉଚିତ । କାରଣ ମୃତ୍ୟୁଞ୍ଜୟ ଭାଇ ଜଣେ ପରିଚାଳକ ଦାୟିତ୍ଵ ବ୍ୟତିତ୍ଵ ଆରମ୍ଭରୁ ଉନ୍ନତ ଧରଣର ଲମ୍ବା ପ୍ରସଙ୍ଗ (ପ୍ରସଙ୍ଗ ଗୁଡିକରେ ପ୍ରାୟତଃ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ : ‎[୧୦୦୦୦-୨୫୦୦୦ ବାଇଟ] ଥାଇ, ପ୍ରସଙ୍ଗରେ ଆହୁରି ପଢନ୍ତୁ, ଅଧିକ ତଥ୍ୟ ଏମିତି ବେକାର ତଥ୍ୟ ନଯୋଡି । ତା ବ୍ୟତିତ ନୂଆ ଇଇକିଆଳିଙ୍କୁ ପାଛୋଟା,ପୁରୁଣା ପ୍ରସଙ୍ଗରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଯୋଡିବା, ସଜାଇବା, ଓଡିଆ ଛାଞ୍ଚ ତିଆରି କରିବା, ବଛାଲେଖାରେ ମଧ୍ୟ ତାଙ୍କ ଅବଦାନ ବହୁତ, ଏମିତି ଇତ୍ୟାଦି ଇତ୍ୟାଦି, ଆପଣମାନେତ ଦେଖୁଥିବେ। ଜଣେ ପାଠକକୁ ପ୍ରସଙ୍ଗରୁ କିଛି ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ମିଳିବା ହିଁ ବହୁତ କିଛି। ଆଉ ଅଂଶୁମାନ ଭାଇ ଟେକିନିକାଲ କାମ ବ୍ୟତିତ ପ୍ରାୟତଃ ଜଣେ ପରିଚାଳକ ହିସାବରେ, ଓଡିଆ ଉଇକିକୁ ଆରମ୍ଭରୁ ଏ ପର୍ଯ୍ୟନ୍ତ ପହଞ୍ଚାଇବାରେ ଅବଦାନ ଅତୁଳନୀୟ । ଏମାନଙ୍କ ପରିଶ୍ରମର ଫଳରେ ଆଜି ଏତେ ସବୁ ପ୍ରସଙ୍ଗ ।
  2. ଯଦି ତିନି ଜଣଙ୍କୁ ଦିଆଯାଏ ତାହେଲେ : ମୃତ୍ୟୁଞ୍ଜୟ କର, ଅଂଶୁମାନ ଗିରିଆଦିତ୍ୟ ମହାରଙ୍କୁ ଦିଆଯିବା ଠିକ । କାରଣ ମୃତ୍ୟୁଞ୍ଜୟଙ୍କ ପରି ଆଦିତ୍ୟଙ୍କ ଅବଦାନ ମଧ୍ୟ କିଛି ମାତ୍ରାରେ ସମାନ । ଯଥା : ଉନ୍ନତ ଧରଣର ଲମ୍ବା ପ୍ରସଙ୍ଗ ଲେଖିବା, (ପ୍ରସଙ୍ଗ ଗୁଡିକରେ ପ୍ରାୟତଃ ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ : ‎[୧୦୦୦୦-୨୫୦୦୦ ବାଇଟ] ଥାଇ , ପ୍ରସଙ୍ଗରେ ଆହୁରି ପଢନ୍ତୁ, ଅଧିକ ତଥ୍ୟ ଏମିତି ବେକାର ତଥ୍ୟ ନଯୋଡି ), ପୁରୁଣା ପ୍ରସଙ୍ଗରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଯୋଡିବା, ସଜାଇବା, ଏମିତି ଇତ୍ୟାଦି ଇତ୍ୟାଦି, ଆପଣମାନେତ ଦେଖୁଥିବେ।
  3. ଆଉ ଯଦି ପାଞ୍ଚ ଜଣଙ୍କୁ ଦିଆଯାଏ ତାହେଲେ ଉପରେ ଲିଷ୍ଟ ଅଛି।

ସୂଚନା : ମୋ ଦେଖିବାରେ ମୁଁ ଉପରେ ପସନ୍ଦକରି ଥିବା ୩ ସଭ୍ୟଙ୍କ ମାନଙ୍କ ପ୍ରାୟତଃ ୪୦୦-୫୦୦ ତିଆରି ଉନ୍ନତମାନର ନୂଆ ପ୍ରସଙ୍ଗ (କେବଳ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଥାଇ: [୧୦୦୦୦-୨୫୦୦୦ ବାଇଟ] ବ୍ୟତୀତ ସଠିକ ଆଧାର,ଛାଞ୍ଚ, ଉପଯୁକ୍ତ ଶ୍ରେଣୀରେ ବିଭକ୍ତ କରି) ଅଛି, ଏହା ହିଁ ଗୋଟିଏ ଅଭିଜ୍ଞ ସଭ୍ୟର ଲକ୍ଷଣ। ପ୍ରସଙ୍ଗର ସମୃଦ୍ଧ ହୁଏ ଉନ୍ନତମାନର ଲେଖିବା ଶୈଳୀ, ଗୁଣାତ୍ମକ ତଥା ଶୁଦ୍ଧ ବ୍ୟକରଣ ଜନୀତ । ଶହେ କୁଳଙ୍ଗାର ଅପେକ୍ଷା ଗୋଟେ ସୁନାପୁଅ ଯଥେଷ୍ଟ‌-> ୧୦୦୦୦ ଧାଡିକିଆ ପ୍ରସଙ୍ଗ ଅପେକ୍ଷା ଗୋଟିଏ ଉନ୍ନତ ମାନର ଲେଖା ପାଠକୁ ଲେଖିବା/ପଢିବା ପାଇଁ ଆକର୍ଷିତ କରିଥାଏ । ତା ବ୍ୟତୀତ ଏ ତିନି ଜଣଙ୍କ ମୂଖ୍ୟ ବିଶେଷତା - ନୂଆ ହେଉକି ପୁରୁଣା ପ୍ରସଙ୍ଗକୁ ସଜାଇବା, ଲିଙ୍କ ଯୋଡିବା, ଆଧାର କିମ୍ବା ଅନ୍ୟକିଛି ପାଇଁ ସେ ପ୍ରସଙ୍ଗକୁ ବାରମ୍ବାର ସମ୍ପାଦନା କରି ନଥାନ୍ତି । ଯଦି ଆପଣ ଜଣେ ଅଭିଜ୍ଞ ହୋଇ ଗୋଟିଏ ପ୍ରସଙ୍ଗରେ କିଛି ତଥ୍ୟ ନ ଯୋଡି ୧୦-୧୫ ଥର ସମ୍ପାଦନା କରିବେ, ତାହେଲେ ନୂଆମାନେ କଣ କରିବେ । କେହି ମୋର ଭାଇବନ୍ଧୁ କୁଟୁମ୍ବ କିମ୍ବା ଚିହ୍ନା ନୁହନ୍ତି, ମୁଁ କାହାମନ ଦୁଃଖ କରିବାକୁ ଲେଖିନି,ଯାହା ନିରାଟ ସତ୍ୟ ତାହା ଲେଖିଛି । ପଇସା କିମ୍ବା ଗୋଟିଏ ପୁରସ୍କାର ବଡ଼ କଥାନୁହଁ, ଅନୁରୋଧ ସମସ୍ତେ ସତ୍ୟକୁ ଆପଣେଇ ଠିକ ସଭ୍ୟଙ୍କୁ ବାଛିବେ । ଯଦି ମତାନ୍ତର ହେଉଛି ତାହେଲେ କାହାକୁ ଦିଆନଯାଉ। ଆଉ ଗୋଟେ କଥା ଉପରେ ଲେଖାଥିବା ଅନ୍ୟ ଆଲୋଚନା ରେ ଅଜଣା ବ୍ୟକ୍ତିଙ୍କ ସେ ଇଂରାଜୀ ଲେଖାକୁ ହଟାଇଦିଆଯାଉ ଯଦି ସମସ୍ତେ ହଁ କରିବେ । ଧନ୍ୟବାଦ । --106.221.13.15 ୧୧:୨୨, ୧୫ ମାର୍ଚ୍ଚ ୨୦୧୪ (UTC)

ପୁରସ୍କାର ନିମନ୍ତେ ମୋ ନାମ ବିଚାରକୁ ନ ନେଲେ ମୁଁ ଖୁସି ହେବି । ମୁଁ ଦାୟିତ୍ଵ ନେବାପରେ, କିଛି ଅଜଣା ଓ ଗୁରୁତର ଭୁଲ କାରଣରୁ ହିଁ ଏକାଧିକ ପୁରୁଖା ଉଇକିଆଳି (ଯେପରିକି ଉପରୋକ୍ତ ବ୍ୟବହାରକାରୀ) ଲେଖିବା ବନ୍ଦ କରିଦେଇଛନ୍ତି । ବ୍ୟକ୍ତିଗତ ଭାବେ ମୁଁ ଜାହା ଜାଣିଛି, ମୋ ପୂର୍ବରୁ ଅଂଶୁମାନ ଓ ଶୁଭାଶିଷ ବହୁତ ଭଲ କାମ କରିଛନ୍ତି । ଦରକାରୀ ଓ ଗୁରୁତ୍ଵପୂର୍ଣ୍ଣ ଛାଞ୍ଚ ସମ୍ବନ୍ଧୀୟ ବହୁତ କାମ ଶ୍ରୀକାନ୍ତ କରିଛନ୍ତି । ତେଣୁ ମୋ ମତରେ ମୋ ବଦଳରେ ଶ୍ରୀକାନ୍ତ ପୁରସ୍କାର ପାଇବା ନିମନ୍ତେ ଅଧିକ ଯୋଗ୍ୟ । ତେଣୁ ପରିଚାଳନା ଶ୍ରେଣୀରେ ଅଂଶୁମାନ ଓ ଶ୍ରୀକାନ୍ତଙ୍କ ନାମ ବିଚାରକୁ ନେବାକୁ ମୁଁ ଅନୁରୋଧ କରୁଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୫୨, ୧୫ ମାର୍ଚ୍ଚ ୨୦୧୪ (UTC)
ଶିତିକଣ୍ଠ ଦାଶଆଦିତ୍ୟ ମହାର ଆପଣ ଦି ଜଣ ମଧ୍ୟ ମତ ଦିଅନ୍ତୁ, ଆପଣ ମନା କଲେ କାହାକୁ ବି ପୁରସ୍କାର ଦିଆଯିବନି । ଭାଇ ମାନେ ସାମନ୍ୟ ଏ ସାର୍ଟିଫିକେଟ ଦିଆଯିବ ବୋଲି ଏତେ ଡ୍ରାମା ଯଦି ତେଲୁଗୁ ଉଇକି ଭଳି ପଇସା ଦେଲେ ତ ସମସ୍ତେ ଡେଇବେ ବୋଧେ । ମୁଁ ଦୁଖିତ ଶ୍ରୀକାନ୍ତଙ୍କ ଅବଦାନ ବିଷୟରେ ଅବଗତ ନାହିଁ।, ଯଦି ଜଣେ ଆଡମିନ କହୁଛନ୍ତି, ତା ହେଲେ ଶ୍ରୀକାନ୍ତଙ୍କୁ ଦିଆଯାଉ । --106.221.13.15
  • ମନୋନୟନ ପାଇଁ ଧନ୍ୟବାଦ । ଏଠି ଅଜଣା ଭାବେ ଲେଖିବାର କାରଣ ମୁଁ ଜାଣିପାରୁନି । ଦୟାକରି ଦସ୍ତଖତ ଯୋଡିଦିଅନ୍ତୁ । IPରୁ ଯାହାକୁ ଭୋଟ ଦେଲେବି ଗଣାଯିବନି । ଦୟାକରି ଲଗ-ଇନ ନକରି ମତ ଦିଅନ୍ତୁନାହିଁ ।
  • ମୁଁ ଯେଉଁ ତିନି ଜଣଙ୍କୁ ମନୋନୀତ କରିଥିଲି ପ୍ରିତି ଭାଇ ମଧ୍ୟ ସେମାନଙ୍କୁ ମନୋନୀତ କରିଛନ୍ତି, ସେମାନଙ୍କୁ ପୁରସ୍କୃତ କରାଯାଉ । ଆଉ ଶ୍ରୀକାନ୍ତ, ସୁବାସ ସାରଙ୍କୁ ପୁରସ୍କୃତ କରାଯାଉ । ଅର୍ଥରାଶି, ଉପହାର ବା ମାନପତ୍ର ଦିଆଯିବ ତାହା ସୁଭାସିସ ଓ ପ୍ରିତି ଭାଇ ଓ ଅନ୍ୟମାନେ ସ୍ଥିର କରନ୍ତୁ, ଏହି ପାଞ୍ଚ ଜଣଙ୍କୁ ଛାଡି । ଏଥର ସମସ୍ତ ଅବଦାନ ପାଇଁ ଦିଆଯାଉ, ଆରଥରକୁ ବିଭାଗ ଅନୁସାରେ ଦିଆଯାଇପରିବ ।
  • ପ୍ରିତି ଭାଇ ଆପଣଙ୍କ ମତ କଣ? -- ଅଂଶୁମାନ ତାର ଯୋଡ଼ିବେ? ୧୩:୧୮, ୧୫ ମାର୍ଚ୍ଚ ୨୦୧୪ (UTC)
ମୁଁ ଅଂଶୁମାନ ଓ ପ୍ରିତି ଭାଇଙ୍କ ମତରେ ଏକମତ । ମୃତ୍ୟଞ୍ଜୟ ଭାଇ, ନିଜ ବିଚାର ବାବଦରେ ଆଉଥରେ ଭାବ, କାରଣ ଏଇଟା ପୁରସ୍କାର ନୁହେଁ । ବରଂ ଓଡ଼ିଆ ଉଇକିପିଡ଼ିଆ ପାଇଁ, ଓଡ଼ିଆ ଭାଷା ପାଇଁ ତମର (ଯାହା ତମେ ନିଜେ ଖୁବ ଛୋଟ ବୋଲି ଭାବୁଛ) ଅବଦାନ ପାଇ ସ୍ନେହର ଗୋଟେ ସନ୍ତକ । ଯେହେତୁ ମୁଁ ଜଣେ ବେତନ‌ଧାରୀ କର୍ମଚାରୀ ମୁଁ ମନା କଲି । ନ ହୋଇଥିଲେ ଆପ‌ତ୍ତି କରିନ‌ଥାନ୍ତି । ତେବେ ପୁରସ୍କାର କ‌ଥାରେ ମୋର ବ୍ୟକ୍ତିଗତ ମତଟେ ଅଛି - ଯେମିତି ଅଂଶୁମାନ, ଶ୍ରୀକାନ୍ତ, ଶିକିକଣ୍ଠ ଟେକନିକାଲ କାମରେ ଅନେକ ଉନ୍ନ‌ତ ଫିଚର ଓଡ଼ିଆ ଉଇକିପିଡ଼ିଆରେ ଆଣିଛନ୍ତି ସେମିତି ମୃତ୍ୟୁଞ୍ଜୟ ଭାଇ ଦୀର୍ଘ ଦିନ ଧରି ପରିଚାଳନା, ନୂଆମାନଙ୍କୁ ତାଲିମ,ପ୍ରସଙ୍ଗ ସମ୍ପାଦନାଠୁ ଆରମ୍ଭ କରି ନିଜର ଶ୍ରମ, ସମୟ ଓ ଅର୍ଥଦାନ କରିଛନ୍ତି । ସେହିପରି ସୁବାସ ସାର ଏ ବୟସରେ ଯୁବସୁଲଭ ଭାବ ଦେଖାଇ ସମସ୍ତ କାର୍ଯ୍ୟକ୍ରମରେ କଷ୍ଟ ସ୍ୱୀକାର କରି ଭାଗ ନେବା, ନୂଆ ମାନଙ୍କୁ ତାଲିମ ଦେବା ଆଦି କାମ କରିଛନ୍ତି ଓ ନିଜ ଚେଷ୍ଟାରେ ଦୁଇଟି ମୁଖ୍ୟ ପ୍ରକଳ୍ପର ମଙ୍ଗ ଧରିଛନ୍ତି । ଆଦିତ୍ୟ ମହା‌ର ଭାଇଙ୍କ ଅବଦାନ କଣ ତାହା ତାଙ୍କ ଦେହ ଖରାପ ଥିଲାବେଳେ ବୋଧେ ସମସ୍ତେ ଜାଣିପାରିଥିବେ । ଗୋର୍ବା‌ଭାଇ ଆଉ ଦୀପ୍ତିମାନଙ୍କ ଲମ୍ବା ଲେଖା ଆମ ପାଇଁ ମାଇଲଖୁଣ୍ଟ । ସୁରଥଭାଇଙ୍କ ଜଣେ ଉଇକିଆଳିଭାବେ ଯେମିତି ଅବଦାନ ଅଛି, ସେତିକି ଅବଦାନ ଅଛି ଏକ ସୁନ୍ଦର ଫଣ୍ଟ (ଯାହା ଆଉ ଅଳ୍ପଦିନ ଭିତରେ ରିଲିଜ ହେବ) । ଜ୍ଞାନ ଭାଇ ଅନେକ ଓଡ଼ିଆ ଇଣ୍ଟରଫେସ ମେସେଜ ଅନୁବାଦ କରିଛନ୍ତି ଆଉ ସମ୍ପାଦନା ସ‌ହ ମେଳଣ ଓ କର୍ମଶାଳା ଯୋଜନା କରିବାରେ ସକ୍ରିୟ ଭୂମିକା ନିଭାଇଛନ୍ତି । ପ୍ରିତିଭାଇଙ୍କ ଭାଷାବିନ୍ୟାସ ଆଉ ଦୂରରେ ଥାଇ ଓଡ଼ିଆ ଉଇକିପିଡ଼ିଆରେ ଗଠନମୂଳକ କାମ କ‌ଥା ସମସ୍ତେ ଜାଣିଥିବେ । ଲେଖିଲେ ତାଲିକା ଆହୁରି ଲମ୍ବା ହେବ ଆଉ ମୁଁ ସମସ୍ତଙ୍କ ନାଁ ଲେଖିପାରିବି ନାହିଁ । ତେବେ ମୋର ବ୍ୟକ୍ତିଗତ ମତ ହେବ ସମସ୍ତଙ୍କର ଏହି ନିଆରା ଗୁଣ‌ଗୁଡ଼ିକ ବାଛି ସେମାନଙ୍କୁ ପୁରସ୍କୃତ କରାଯାଉ । ଯେହେତୁ ଏଥର କିଛି ଅର୍ଥରାଶି ପୁରସ୍କାର ହିସାବରେ ନାହିଁ ତେଣୁ ମାନପ‌ତ୍ରରେ ସମ୍ପୃକ୍ତ ଉଇକିଆଳିଙ୍କର ଗୁଣାବଳୀକୁ ଭଲ ଭାବରେ ଲେଖା‌ଯାଇପାରିବ । ତାଙ୍କୁ ଗୋଟେ ପେନ‌ଡ୍ରାଇଭରେ କିଛି ଉପାଦେୟ ଓଡ଼ିଆ ବ‌ହି, ସଫ୍ଟ୍ୱାର ଆଦି, କିଛି ଉପାଦେୟ ବ‌ହି (ଯଦି ତାଙ୍କର କିଛି ବ‌ହି ପଢ଼ିବାର ଆଗ୍ରହ ଥିବ) ଆଦି ଦିଆଯାଇପାରିବ । ତେବେ ବାକିମାନଙ୍କ ମତ ଯାହା ମୋର ମତ ବି ସେଇଆ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୩:୩୯, ୧୫ ମାର୍ଚ୍ଚ ୨୦୧୪ (UTC)
  • ଯିଏ ଶୀର୍ଷରେ ଅଛି, ତାଙ୍କୁ ଶ୍ରେଷ୍ଠ ଉଇକିଆଳି ଭାବେ ପୁରଷ୍କୃତ କରାଯାଉ । ଆଉ ଆଦିତ୍ୟ ଭାଇ, ସୁବାସ ସାର୍, ଶ୍ରୀକାନ୍ତ ବାବୁ, ଶିତିକଣ୍ଠ ବାବୁ, ଅଂଶୁମାନ ବାବୁଙ୍କୁ ମଧ୍ୟ ପୁରଷ୍କୃତ କରାଯାଉ । ଆଉ ମଧ୍ୟ କିଛି ଆର୍ଥିକ ପ୍ରୋତ୍ସାହନ ନେଟ୍ ବ୍ୟବହାର ପାଇଁ ପରିଚାଳକମାନଙ୍କୁ ଦିଆଯାଏ, ତେବେ ଖୁବ ଭଲ ହୁଅନ୍ତା । ଯଦି ମୋର ମତ କାହା ମନକୁ ନପାଉଛି, ଏ ବିଷୟରେ ଅଧିକ ଆଲୋଚନା ନକରି ସୁବାସ ସାରଙ୍କୁ ଏହି ଦାୟିତ୍ଵ ଅର୍ପଣ କରାଯାଉ, ସେ ଆମର ଦିଗ୍‌ଦର୍ଶକ ଓ ବୟୋଜ୍ୟେଷ୍ଠ ମଧ୍ୟ । ସେ ଠିକ୍ ବିଚାର କରିବେ । ଆଉ ଯେଉଁ କିଛି ଭାଇମାନେ କୌଣସି କାରଣରୁ ଓଡିଆ ଉଇକିପେଡିଆରୁ ଦୂରେଇ ଯାଇଛନ୍ତି, ସେମାନଙ୍କୁ ଫେରେଇ ଆଣିଲେ ଖୁବ୍ ଭଲ ହୁଅନ୍ତା ।--Dsasanka (ମୋ ଆଲୋଚନା) ୧୮:୧୪, ୧୫ ମାର୍ଚ୍ଚ ୨୦୧୪ (UTC)
ଭଲ ମତ ଆସୁଛି । ସମସ୍ତେ ନିଜ ମତ ରଖନ୍ତୁ ଓ ନିର୍ଭିକ ଭାବରେ ମନୋନୟନ କରନ୍ତୁ । ବିଭାଗଗୁଡିକ ଯୋଗୁ ଯଦି, ମନୋନୟନରେ ଅସୁବିଧା ହେଉଥାଏ, ସେଗୁଡିକୁ ବାଦ ଦେଇ ମନୋନୟନ କରନ୍ତୁ । ଏ ପର୍ଯ୍ୟନ୍ତ ମନୋନୀତ ହୋଇଥିବା ଉଇକିଆଳି :
  1. ଶିତିକଣ୍ଠ ଦାଶ
  2. ଆଦିତ୍ୟ ମହାର
  3. ମୃତ୍ୟୁଞ୍ଜୟ କର
  4. ଅଂଶୁମାନ ଗିରି
  5. ସୁବାସ ଚନ୍ଦ୍ର ରାଉତ
  6. ଶ୍ରୀକାନ୍ତ କେଡିଆ --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୨୬, ୧୬ ମାର୍ଚ୍ଚ ୨୦୧୪ (UTC)
  • ଆମ ଭିତରେ କେହି ପୁରସ୍କାର ପାଇବା ପାଇଁ ନିଜର ଶ୍ରମଦାନ କରୁ ନାହାନ୍ତି । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଓଡିଶାର ଲୋକମାନେ କେଉଁଥିରେ କମ୍ ନୁହଁନ୍ତି, ସେମାନେ କିଛି କରି ଦେଖେଇ ପାରିବେ । ଯଦି ପୁରସ୍କାର ଦେବାର ଅଛି, ପ୍ରତ୍ୟେକଙ୍କ ଯୋଗ୍ୟତା ଅନୁସାରେ ଦିଆଯାଉ । ଏଥିରେ କାହାର ମନଉଣା ହେବନାହିଁ, ଆଉମଧ୍ୟ ଏବେ ସକ୍ରିୟ ବ୍ୟବହାରକାରୀ ସଂଖ୍ୟା ୧୫-୨୦ ଭିତରେ ଥିବାରୁ ସମସ୍ତଙ୍କୁ ପୁରସ୍କାର ଦେବାରେ ଅସୁବିଧା ହେବନାହିଁ । ଯଦି ଭବିଷ୍ୟତରେ ପୁରସ୍କାର ପ୍ରଦାନରେ ସମସ୍ୟା ଉପୁଜିବାର ଦେଖାଦିଏ, ତେବେ ଉକ୍ତବର୍ଷରେ ଅବଦାନ ଅନୁସାରେ ଶ୍ରେଷ୍ଠ ୨୦ଜଣଙ୍କୁ ପୁରସ୍କାର ଦେଲେ କିଛି ଅସୁବିଧା ହେବନାହିଁ ।--Dsasanka (ମୋ ଆଲୋଚନା) ୦୭:୫୯, ୧୬ ମାର୍ଚ୍ଚ ୨୦୧୪ (UTC)
  • ଶଶାଙ୍କ ଭାଇ, ଆମ ଓଡ଼ିଆ ଉଇକିଆଳିମାନଙ୍କ ନିସ୍ଵାର୍ଥପରତାର ପଟାନ୍ତର ନାହିଁ । ବହୁ ବ୍ୟକ୍ତି ସକ୍ରିୟ ଓ ସମସ୍ତଙ୍କର ଅବଦାନ ବି ଅନନ୍ୟ । ଯୋଗ୍ୟତା ନିରୂପଣ ପାଇଁ କିଛି ମାପକାଠି ନାହିଁ ।ସେଥିପାଇଁ ମନୋନୟନ କରିବାକୁ ପ୍ରସ୍ତାବ ଦେଇଥିଲି । ତେବେ, ଉଇକିଆଳିମାନେ ଉପରୋକ୍ତ ୬ ଉଇକିଆଳିଙ୍କ ସହିତ ବା ବ୍ୟତିତ ଅନ୍ୟମାନଙ୍କୁ ମଧ୍ୟ ମନୋନୀତ କରିପାରିବେ । ଆଉ ପୁରସ୍କାର ସର୍ବସମ୍ମତିରେ ହିଁ ପ୍ରଦାନ କରାଯିବ ବୋଲି ମୋର ଆଶା--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୬:୦୮, ୧୬ ମାର୍ଚ୍ଚ ୨୦୧୪ (UTC)
  • କେହିଜଣେ ବ୍ୟକ୍ତି କହିଲେ କବିସମ୍ରାଟ, କବିସୂର୍ଯ୍ୟ, ପ୍ରକୃତିକବି ଇତ୍ୟାଦି କିଛି ବୁଝି ହେଉନାହିଁ । ଅନ୍ୟ ଜଣେବ୍ୟକ୍ତି କହିଲେ ସେହିସବୁ ଉପାଧି ହଟାଇ ଦେଇ କବିମାନଙ୍କ ନାମ ପୂର୍ବରୁ ସିଂହ, ହାତୀ, ବାଘ, ଭାଲୁ ଲଗାଇ ଦେଲେ, କିଏ କେତେ କରିତ୍‌କର୍ମା ସହଜରେ ବୁଝାପଡିବ । ଆପଣ ତାଲିକା କରିଥିବା ୬ ଉଇକିଆଳିମାନେ କିଏ ସିଂହ ହେଲେ ତ ଆଉ କିଏ ବାଘ ଇତ୍ୟାଦି ଇତ୍ୟାଦି । ଏହି ୬ଜଣ ବ୍ୟତୀତ ଅନ୍ୟମାନଙ୍କ ନାମ ପୂର୍ବରୁ ହରିଣ, ହେଟାବାଘ, ବିଲୁଆ ଲଗାଇ ଦିଅ; ସବୁକିଛି ସହଜ ହୋଇଯିବ । ମନୋନୟନ, ଆଲୋଚନାରେ ଅଯଥାରେ ସମୟ ଗଲାଣି, ଏତିକି ସମୟ ମଧ୍ୟରେ ୩/ ୪ଟା ସୁନ୍ଦର ଆର୍ଟିକିଲ ହୋଇ ପାରିଥାନ୍ତା । ତେଣୁ ଏବିଷୟରେ ଅଧିକ ଆଲୋଚନା ନକରି ସୁବାସ ସାର୍‌ଙ୍କୁ ଏହି ଦାୟିତ୍ଵ ଦିଆଯାଉ, ତାଙ୍କର ନିଷ୍ପତ୍ତି ଅନୁସାରେ ପୁରସ୍କାର ପ୍ରଦାନ କରାଯାଉ । --Dsasanka (ମୋ ଆଲୋଚନା) ୧୭:୩୦, ୧୬ ମାର୍ଚ୍ଚ ୨୦୧୪ (UTC)
  • ସୁବାସ ସାର ଚାହିଁଲେ ତାଙ୍କ ମତ ଦେଇପାରିବେ । ତାଙ୍କୁ ଅନୁରୋଧ ଉଇକିଆଳିଙ୍କୁ ବାଛିବା ପାଇଁ ।
  • ମୁଁ ପାଞ୍ଚ ଜଣଙ୍କୁ ଛାଡି ଅନ୍ୟମାନଙ୍କୁ ମତ ଦେବାକୁ କହିଥିଲି ଆଗେ, କିନ୍ତୁ ସେମାନେ ବାକି ମନୋନୀତ ହୋଇଥିବା ଉଇକିଆଳି ଓ ଅନ୍ୟମାନଙ୍କ ଉପରେ ମତ ଦେଇପାରିବେ ।
  • ଶଶାଙ୍କ ଭାଇ ଆପଣ ଠିକ କଥା କହିଛନ୍ତି :D । ପ୍ରିତି ଭାଇ ଯେମିତି କହିଲେ କିଛି ମପାଦଣ୍ଡ ନାହିଁ । କିନ୍ତୁ ଯେଉଁମାନେ ନିୟମିତ ଓଡ଼ିଆ ଉଇକିପିଡିଆ ଖୋଲୁଛନ୍ତି/କିଛି କିଛି ସମ୍ପାଦନା କରୁଛନ୍ତି ସେମାନେ ଭଲଭାବେ ଜାଣିଛନ୍ତି । ସେହି ଅନୁସାରେ ମୁଁ ପୂର୍ବଥର ମନୋନୀତ କରିଥିଲି, ଯେଉଁମାନଙ୍କ ଅବଦାନ ପ୍ରାୟ ସବୁଥିରେ (ଉପର ଲିଖିତ ସବୁ ବିଭାଗରେ) ଅଛି । ମୋ ମତରେ ପ୍ରଥମଥର ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଉ, ଆପଣଙ୍କ ମତ ଯୋଗ୍ୟତା ଅନୁସାରେ । ଆପଣ ମଧ୍ୟ ଲେଖନ୍ତୁ ଯୋଗ୍ୟତା ଅନୁସାରେ କାହାକୁ ଦେବା ଠିକ ହେବ?
  • ହଁ ଆଉ ଆପଣ ଯେମିତି କହିଲେ, କିଛି କିଛି ଅର୍ଥରାଶି ଦେଲେ ଭଲ ହେବ, ଯେଉଁମାନେ ନିୟମିତ ଲେଖୁଛନ୍ତି ସେମାନେ ଇଣ୍ଟରନେଟ ଇତ୍ୟାଦି ଖର୍ଚ୍ଚ ପାଇଁ ବ୍ୟବହାର କରିପାରିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୯:୪୧, ୧୬ ମାର୍ଚ୍ଚ ୨୦୧୪ (UTC)
  • ଆପଣ ଉଲ୍ଲେଖ କରିଥିବା ଛଅଜଣ ଭାଇ ପୁରସ୍କାର ପାଇବା ଯୋଗ୍ୟ, ସେମାନଙ୍କ ପାଇଁ ପୁରସ୍କାରଗୁଡିକ ଟିକେ ଅଲଗା ହେବା ଉଚିତ୍ । ଏହି ଛଅଜଣ ଭାଇଙ୍କ ବ୍ୟତୀତ ଆଉ ରହିଲେ ୧୦-୧୫ଜଣ । ମୁଁ ଯଦି ଜ୍ଞାନଭାଇଙ୍କୁ ମନୋନୟନ କଲି, ସେ ମଧ୍ୟ ମୋତେ ମନୋନୟନ କରିପାରନ୍ତି । ପରିଶେଷରେ ଦେଖାଯିବ ମନୋନୟନରେ ସମସ୍ତଙ୍କ ନାମ ଅଛି । ମୋର ମନେପଡୁଛି, ଶାରଳା ମନ୍ଦିର ବିଷୟରେ ଲେଖିବାକୁ ପାଖାପାଖି ୧୦ଦିନ ଲାଗିଥିଲା । କିନ୍ତୁ ଆଦିତ୍ୟଭାଇଙ୍କୁ ସଜାଇବାକୁ ୨-୩ଘଣ୍ଟା ଲାଗିଥିଲା । ତେଣୁ ରାଜମିସ୍ତ୍ରୀର ଘର ତିଆରିରେ ଯେତିକି ଭୂମିକା ରହିଛି, ରଙ୍ଗଦେଇ ସଜାଉଥିବା ବ୍ୟକ୍ତିର ମଧ୍ୟ ସେତିକି ଭୂମିକା ରହୁଛି । ସତକଥା କହିବାକୁ ଗଲେ, ବିଭିନ୍ନ କାର୍ଯ୍ୟ ବା ବିଭାଗରେ ପ୍ରତିଦ୍ଵନ୍ଦିତା କରିବାକୁ କେହି ନାହାନ୍ତି । ଯଦି ଆପଣମାନେ ଚାହୁଁଛନ୍ତି, ଅବଦାନ ଅନୁସାରେ ସ୍ଥିର କରାଯାଏ । ମନୋନୀତ ଛଅଜଣ ଉଇକିଆଳି ଭାଇମାନେ ସୁବାସ ସାର୍‌ଙ୍କୁ ସାହାଯ୍ୟ କରନ୍ତୁ, କିଏ କେତେ ସୁନ୍ଦର ଆଉ ତଥ୍ୟଭିତ୍ତିକ ଲେଖା ପ୍ରଦାନ କରିଛି, ସେହି ଅନୁସାରେ ମାନଦଣ୍ଡ ନିର୍ଦ୍ଧାରଣ କରାଯାଉ ।--Dsasanka (ମୋ ଆଲୋଚନା) ୦୩:୨୬, ୧୭ ମାର୍ଚ୍ଚ ୨୦୧୪ (UTC)
  • ଆଜି ଯେଉଁମାନେ ସମ୍ପାଦନା କରିଛନ୍ତି ସେମାନେ ରଙ୍ଗ ଖେଳିନାହାନ୍ତି ବୋଧେ! ଶଶାଙ୍କ ଭାଇ ପ୍ରଥମେ ମୁଁ ତିନି ଜଣଙ୍କୁ ବାଛିଥିଲି, ମୃତ୍ୟୁଞ୍ଜୟ ଭାଇ ଆଗରେ ୨୦୦୦ ଅର୍ଥରାଶି, ତାପରେ ଶିତିକଣ୍ଠ ଭାଇ ଓ ଆଦିତ୍ୟ ଭାଇ ପ୍ରତ୍ୟେକଙ୍କୁ ୧୦୦୦ । ଆପଣ ଅଲଗା ଅଲଗା କାହାକୁ କେମିତି ପୁରସ୍କାର ଦେଲେ ଭଲ ହେବ କହୁନାହାନ୍ତି । ଅନ୍ୟ ସମସ୍ତଙ୍କ ମତ କଣ? -- ଅଂଶୁମାନ ତାର ଯୋଡ଼ିବେ? ୦୮:୪୮, ୧୭ ମାର୍ଚ୍ଚ ୨୦୧୪ (UTC)
  • ପ୍ରଥମେ ପ୍ରସ୍ତାବ ଦେବାକୁ ଚାହୁଁଛି, ତେଲୁଗୁ ଉଇକିପେଡିଆବାଲା ପୁରସ୍କାର ବାବଦରେ ଲକ୍ଷେ ଟଙ୍କା ଖର୍ଚ୍ଚକଲେ, ୩୦% ଭାଗ ଅର୍ଥାତ୍ ୩୦ହଜାର ଖର୍ଚ୍ଚକଲେ କିଛି ଅସୁବିଧା ନାହିଁ । ମୋ ମତରେ ମୃତ୍ୟୁଞ୍ଜୟ ଭାଇଙ୍କୁ ୫ ହଜାର, ଆଦିତ୍ୟଭାଇ ଓ ଶିତିକଣ୍ଠ ଭାଇ ପ୍ରତ୍ୟେକଙ୍କୁ ୪ ହଜାର ଅର୍ଥରାଶି ଦିଆଯାଉ । ସୁବାସ ସାର୍ଙ୍କୁ ଟସରର ଏକ ଉତ୍ତରୀୟ ପ୍ରଦାନ କରାଯାଉ, ଯେପରି ଶୀତଦିନେ ସାର୍ ତାକୁ ଘୋଡେଇ ହେଲେ ଶୀତ ଅନୁଭବ ହେବନାହିଁ । ବାକି ରହିଲେ ପରିଚାଳକମାନଙ୍କୁ ପ୍ରତ୍ୟେକଙ୍କୁ ୩ ହଜାର, ସକ୍ରିୟ ଉଇକିଆଳିଙ୍କୁ ୨ ହଜାର ଓ ନୂଆ ତଥା ଅଧିକ ଅବଦାନ ଥିବା ଏବର୍ଷର ଉଇକିଆଳିଙ୍କୁ ୧ହଜାର ଅର୍ଥରାଶି ପ୍ରଦାନ କରାଯାଉ । ଯଦି ଅର୍ଥରାଶି ସହିତ ଆଉକିଛି ଦେବାକୁ ଇଚ୍ଛାହୁଏ, ତେବେ wildcraftର ସୁନ୍ଦର sling bag ଅଛି, ସେଥିରେ ଗୋଟିଏ ହଳ ପ୍ୟାଣ୍ଟସାର୍ଟ ରହିବା ସହିତ ଲିଟିରିକିଆ ପାଣି ବୋତଲ ରଖିହେବ ଯାହାର ଦାମ୍ ପ୍ରତିଟି ମୂଲ୍ୟ ୧୦୯୫ଟଙ୍କା ରହିଛି, ସମସ୍ତଙ୍କୁ ପ୍ରଦାନ କରାଗଲେ ବହୁତ ଭଲହେବ ନଚେତ୍ ଓଡିଆ ଉଇକିପେଡିଆ ଛପାଥିବା ବ୍ୟାଗ ହେଲେ ଚଳିବ । ଆଉ ଆମର ଶୁଭାଶିଷ ଭାଇ ଦରମାପ୍ରାପ୍ତ ହେଲେ ମଧ୍ୟ ତାଙ୍କ ପାଇଁ ସ୍ଵତନ୍ତ୍ର ପୁରସ୍କାର ରଖାଯାଉ । ପୁରସ୍କାର ବିଭାଗୀକରଣ ଏହିଭଳି କରାଯାଉ:
  1. ଶ୍ରେଷ୍ଠ ଉଇକିଆଳି
  2. ପରିଚାଳକ ବୃନ୍ଦ
  3. ସକ୍ରିୟ ଉଇକିଆଳି
  4. ପ୍ରତିବର୍ଷ ଯୋଗ ଦେଉଥିବା ନୂଆ ଉଇକିଆଳିଙ୍କ ମଧ୍ୟରୁ ଅଧିକ ଅବଦାନ ଥିବା ଜଣେ ବା ଏକାଧିକ ବ୍ୟକ୍ତି । --Dsasanka (ମୋ ଆଲୋଚନା) ୧୩:୨୩, ୧୭ ମାର୍ଚ୍ଚ ୨୦୧୪ (UTC)

ଏତେ କମ ଉଇକିଆଳି ମନୋନୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା, ଚିନ୍ତାର ବିଷୟ । ଆମ ଉଇକିଆଳିମାନେ ଯେ,ପୁରସ୍କାର ଦେବାକୁ ଚାହାନ୍ତିନାହିଁ, ତା ହୋଇନପାରେ । ବୋଧହୁଏ,ଦୋଳ ଓ ହୋଲିରେ ସମସ୍ତେ ବ୍ୟସ୍ତ ଅଛନ୍ତି । ଆଉ ଗୋଟିଏ ଦିନ ମନୋନୟନ ପ୍ରକ୍ରିୟା ଜାରି ରହୁ । ସମସ୍ତଙ୍କୁ ମନୋନୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଅନୁରୋଧ । ରହିଲା, ପୁରସ୍କାର କଥା,ଯେହେତୁ ସମସ୍ତଙ୍କ ଅବଦାନ ଅନନ୍ୟ, ମୋ ମତରେ ସମସ୍ତଙ୍କୁ ସମାନ ପୁରସ୍କାର ଦେବା ଠିକ ହେବ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୫:୩୮, ୧୭ ମାର୍ଚ୍ଚ ୨୦୧୪ (UTC)

  • ନା ଭାଇ ତେଲୁଗୁ ସହିତ ତୁଳନା କରିବା ଠିକ ହେବନି, ତାଙ୍କ କମ୍ୟୁନିଟି ବଡ, ସମସ୍ତଙ୍କ ଅବଦାନ ବି ଅଧିକ ତେଣୁ ସେମାନେ ପାଖା ପାଖି ୪୦/୫୦ ଜଣଙ୍କ ଭିତରୁ ୧୦ ଜଣଙ୍କୁ ବାଛିଲେଥିବେ । ମୋ ମତରେ ଏତେଜଣଙ୍କୁ ଦେବା ଜମାରୁ ଠିକ ହେବନି । ଆମର ସଭ୍ୟ ସଂଖ୍ୟା ଅନୁସାରେ ୨-୪ ଜଣଙ୍କୁ ଦେଇହେବ ।
  • "ଶ୍ରେଷ୍ଠ ଉଇକିଆଳି" ଠିକ ଅଛି, କିନ୍ତୁ "ପରିଚାଳକ ବୃନ୍ଦ", "ସକ୍ରିୟ ଉଇକିଆଳି" ଏମିତି ଦେବାଟା ଠିକ ହେବନି । ପୁରଷ୍କାର ପାଇଁ ଅର୍ଥ ଅନୁରୋଧ କରାଯାଇନି, ଗତଥର ବି ଏମିତି ହୋଇଥିଲା, ଯଦି ବଳିବ ତାହେଲେ ଅଧିକ ଦେଇହେବ । ବାକି ଆପଣମାନେ ସ୍ଥିର କରନ୍ତୁ । -- ଅଂଶୁମାନ ତାର ଯୋଡ଼ିବେ? ୧୭:୩୪, ୧୭ ମାର୍ଚ୍ଚ ୨୦୧୪ (UTC)
ଶଶାଙ୍କ ଭାଇ ମୁଁ କେବଳ ମୋ ଜାଣିବା ଅନୁସାରେ ମତ ଦେଇଛି, କେମିତି କଣ ଦେଲେ ଠିକ ହେବ ଆପଣ ଅନ୍ୟମାନଙ୍କ ସହିତ ବିଚାର ବିମର୍ଶ କରିପାରିବେ । -- ଅଂଶୁମାନ ତାର ଯୋଡ଼ିବେ? ୧୬:୦୫, ୧୯ ମାର୍ଚ୍ଚ ୨୦୧୪ (UTC)

ମନୋନୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ମତ ରଖିଥିବା ବନ୍ଧୁମାନଙ୍କୁ ଧନ୍ୟବାଦ । ବହୁ ତର୍କବିତର୍କ ଓ ଆଲୋଚନା ପରେ, ପୁରସ୍କାର ପାଇଁ ୬ଟି ନାମ ହିଁ ସ୍ପଷ୍ଟ ଭାବରେ ମନୋନୀତ ହୋଇପାରିଛି । ନିମ୍ନପ୍ରଦତ୍ତ ସେହି ୬ଜଣ ଉଇକିଆଳିଙ୍କୁ ଓଡ଼ିଶା ଦିବସ ୨୦୧୪ ପାଳନ ଅବସରରେ ଶ୍ରେଷ୍ଠ ଉଇକିଆଳି ଭାବରେ ପୁରସ୍କୃତ କରାଯାଉ ।

  1. ଶିତିକଣ୍ଠ ଦାଶ
  2. ଆଦିତ୍ୟ ମହାର
  3. ମୃତ୍ୟୁଞ୍ଜୟ କର
  4. ଅଂଶୁମାନ ଗିରି
  5. ସୁବାସ ଚନ୍ଦ୍ର ରାଉତ
  6. ଶ୍ରୀକାନ୍ତ କେଡିଆ ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୨୪, ୧୯ ମାର୍ଚ୍ଚ ୨୦୧୪ (UTC)
ମାନପ‌ତ୍ର କାଗଜରେ ନ‌କରି ତାଳପ‌ତ୍ରରେ ଲେଖନୀରେ ଲେଖାଇଲେ ତାହା ସୁନ୍ଦର ଲାଗିବ । ଏହା ଗୋଟାକୁ ୧୫୦ ଟଙ୍କା ପଡ଼ିବ । ଏହାକୁ ଆଦିବାସୀଙ୍କ ହାତବୁଣା କପଡ଼ାରେ ତିଆରି ଫାଇଲରେ ଦେଲେ ଓଡ଼ିଆ ଓଡ଼ିଆ ଲାଗିବ, ଏହି ଫାଇଲର ମୂଲ୍ୟ ୧୨୦-୧୪୦ ପଡ଼ିବ ଯାହା ଓଡ଼ିଶା ସରକାରଙ୍କ ଆଦିବାସୀ ଦୋକାନରେ ଉପଲବ୍ଧ । ଏସବୁ କିଛି ଦିନ ଲାଗିବ ତିଆରି କରିବା ନିମନ୍ତେ, ଯଦି କିଛି ଆପ‌ତ୍ତି ନ ଥାଏ କାହାରି ତାହେଲେ ମୁଁ ଅର୍ଡର ଦେଇଦେବି, ବିଳମ୍ବ କଲେ ସମୟରେ ମିଳିବା ଅସମ୍ଭବ ବୋଧ ହୁଏ । କାଲି ମୁଁ ଆଉ ଶିତିକଣ୍ଠ ଯାଇ ତାଳପ‌ତ୍ର ମାନପ‌ତ୍ର ଅର୍ଡର ଦେଇଆସିଛୁ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୧:୪୧, ୨୨ ମାର୍ଚ୍ଚ ୨୦୧୪ (UTC)

ମାନପ‌ତ୍ରର ଲେଖା[ସମ୍ପାଦନା]

ନାମ ମହୋଦୟ
ଓଡ଼ିଆ ଉଇକିପିଡ଼ିଆ ମାଧ୍ୟମରେ ଓଡ଼ିଆ ଭାଷାକୁ
ଇଣ୍ଟରନେଟରେ ବିଶ୍ୱବିଦିତ କରାଇବାରେ
ଏହି ଦୀର୍ଘ କାଳର ଉଦ୍ୟମ ନିମନ୍ତେ
ଓଡ଼ିଶା ଜନନୀ ଆପଣଙ୍କୁ ନେଇ ଗର୍ବିତ ।

|| ବନ୍ଦେ ଓଡ଼ିଆ ଜନନୀ ||

BulbB ନାମ: ପୁରସ୍କୃତ ହେବାକୁଥିବା ଉଇକିଆଳିଙ୍କ ନାମ

ଭାଗନେବା ପାଇଁ ଚାହୁଁଥିବା ଅନ୍ୟାନ୍ୟ ଉଇକିଆଳି[ସମ୍ପାଦନା]

କିସଠାରେ ଉଇକି-ପାଠାଗାର ପ୍ରକଳ୍ପରେ କାମର ପରିଚାଳନା କରିବା ନିମନ୍ତେ କିଛି ଶିକ୍ଷକଙ୍କୁ ନେଇ ଅନୁଷ୍ଠାନ ତରଫରୁ ଏକ ଦଳ ଗଠନ କରାଯାଇଛି ଯେଉଁମାନେ ଏହି ଉତ୍ସବରେ ଯୋଗଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଭାରତୀୟ ଜନସଂଚାର ସଂସ୍ଥାନରେ ଓଡ଼ିଆ ଗଣମାଧ୍ୟମର କିଛି ଛାତ୍ର ଉଇକିଆଳି ମଧ୍ୟ ଏହି ଉତ୍ସବରେ ଦୁଇଦିନ ଯାକ ଯୋଗଦେବା ନିମନ୍ତେ ଇଚ୍ଛୁକ । ତେବେ ସେମାନେ ଭୁବନେଶ୍ୱର ଆସିଲେ ସେମାନଙ୍କ ରହିବା ବ୍ୟବସ୍ଥା କରିବାକୁ ପଡ଼ିବ । ତେଣୁ ଦୟାକରି ସମସ୍ତେ କିଛି ଅମତ ଥିଲେ ଜଣାଇବେ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୦୩:୫୧, ୧୨ ମାର୍ଚ୍ଚ ୨୦୧୪ (UTC)

ମୁଁ ଏହି ପ୍ରସ୍ତାବରେ ସହମତ --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୦୧, ୧୨ ମାର୍ଚ୍ଚ ୨୦୧୪ (UTC)
ସେମାନେ ଉଇକିପିଡିଆରେ ଅଳ୍ପ ବହୁତ ସହୋଯୋଗ କରୁଛନ୍ତି । ତେଣୁ ସେମାନେ ଉଇକିଆଳି । ସେମାନେ ଯଦି ଆସିବାକୁ ଚାହୁଁଛନ୍ତି ତେବେ ଏଥିରେ ଅମତ ହେବାର କିଛି ନାହିଁ । ଏହା ବହୁତ ଭଲ ପ୍ରସ୍ତାବ ।--ଶିତିକଣ୍ଠ (ଆଲୋଚନା) ୧୯:୪୪, ୧୨ ମାର୍ଚ୍ଚ ୨୦୧୪ (UTC)
ନିଶ୍ଚିତ ଆସନ୍ତୁ । ଦେଖନ୍ତୁ,ଶିଖନ୍ତୁ ଓ ଓଡ଼ିଆ ଉଇକିପିଡ଼ିଆ ଆଗକୁ ନିଅନ୍ତୁ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୨୧, ୧୩ ମାର୍ଚ୍ଚ ୨୦୧୪ (UTC)
ଏଥିରେ ପଚାରିବାର କଣ ଅଛି | ଉତ୍ସବ ମାନେ ସବୁ ଉଇକିଆଳି ଅସିବା ଦରକାର. --ଦିପ୍ତୀମାନ ୧୨:୨୮, ୧୩ ମାର୍ଚ୍ଚ ୨୦୧୪ (UTC)
  • ମୁଁ ଯେହେତୁ ଏତେ ପର୍ଯ୍ୟନ୍ତ କିଛି ଆଲୋଚନାରେ ଭାଗ ନେଇନି, ପଢିନି, ତେଣୁ ଏବେ କିଛି କହିବା/ପଚାରିବା ଠିକ ହେବକି ନାହିଁ ଜାଣିନି! ଉଇକିପିଡ଼ିଆ:ମେଳଣ/ଓଡ଼ିଶା_ଦିବସ_୨୦୧୪/କାର୍ଯ୍ୟକ୍ରମ ପୃଷ୍ଠା ଅନୁସାରେ ଦ୍ଵିତୀୟ ଦିନରେ "ଉଚ୍ଚତର କର୍ମଶାଳା", "ଉଇକିଆଳି ଆଲୋଚନାଚକ୍ର" ଲେଖାଯାଇଛି । ଏ ଦୁଇଟିରେ KISS/IMC ଶିକ୍ଷକ/ଛାତ୍ର କଣ କରିବେ?
  • ଯଦି ୩୦ରେ ଆସିବେ ତାହେଲେ ସେଦିନ ସାଧାରଣ କର୍ମଶାଳା ରଖାଯାଉ ନଚେତ ସମସ୍ତେ ୨୯ରେ ଆସନ୍ତୁ ଏବଂ କର୍ମଶାଳା ପାଇଁ ସମୟ ବଢାଯାଉ ।
  • ଯଦି ସେମାନେ ଉଚ୍ଚତର କର୍ମଶାଳାରେ ଭାଗ ନେବା ପାଇଁ ଇଚ୍ଛୁକ ତେବେ ଉଇକିରେ ଦସ୍ତଖତ କରି ନାମ ଲେଖାନ୍ତୁ, ଆଉ ଲେଖନ୍ତୁ ସେମାନେ ଉଚ୍ଚତର କର୍ମଶାଳାରେ କଣ ଶିଖିବା ପାଇଁ ଚାହୁଁଛନ୍ତି? ଆଉ ଅନ୍ୟ ସମସ୍ତେ ଯେଉଁମାନେ ଦ୍ଵିତୀୟ ଦିନରେ ଭାଗନେଇ ଶିଖିବା ପାଇଁ ଆଗ୍ରହୀ ସେମାନେ ମଧ୍ୟ ଦସ୍ତଖତ କରି ନାମ ଲେଖାନ୍ତୁ ।
  • ଆଉ ସମସ୍ତଙ୍କୁ ଓ ଯେଉଁମାନେ ଏହି କର୍ମଶାଳା ପାଇଁ ପ୍ରସ୍ତାବ ଦେଇଥିଲେ ସେମାନଙ୍କୁ ଅନୁରୋଧ ଅତିକମରେ ଦୁଇ ତିନି ଜଣଙ୍କୁ ବାଛିବା ପାଇଁ ଯେଉଁମାନେ ଏହି କାର୍ମଶାଳାରେ ଶିଖାଇପାରିବେ । ଏବଂ ନିର୍ଦ୍ଧିଷ୍ଟ କୌଣସି ବିଷୟ ଉପରେ ଜାଣିବାର ଥିଲେ ଲେଖନ୍ତୁ । -- ଅଂଶୁମାନ ତାର ଯୋଡ଼ିବେ? ୧୦:୪୧, ୧୩ ମାର୍ଚ୍ଚ ୨୦୧୪ (UTC)

ଟିକେ ଅସୁବିଧା: ତୁରନ୍ତ ମତଦେବାକୁ ଅନୁରୋଧ[ସମ୍ପାଦନା]

ଆମର ଅଡ଼ିଟୋରିଅମ ବୁକିଂରେ ଟିକେ ଅସୁବିଧା ଉପୁଜିଛି । ୨୯ ତାରିଖ ସନ୍ଧ୍ୟାବେଳେ ଏକ ସରକାରୀ କାର୍ଯ୍ୟକ୍ରମ ଥିବାରି ସଂସ୍କୃତି ବିଭାଗର ଡାଇରେକ୍ଟରଙ୍କ ଅନୁମତି ମିଳିଲେ ଯାଇ ଦିନ ୩ ଟା ଯାଏ ଅନ୍ୟକିଛି କାର୍ଯ୍ୟକ୍ରମ କରିବା ସମ୍ଭବ ହେବ । ବନ୍ଧୁ ଶୁଭ୍ରାଂଶୁ ପଣ୍ଡାଙ୍କ ଜରିଆରେ ଆଜି ମୁଁ ବିଭାଗ ଅଫିସରେ ଅନୁମତି ପାଇଁ ଚିଠିଟିଏ ଦେଇଆସିଛି, ହେଲେ ସରକାରୀ କାମରେ ୩-୪ ଦିନ ଲାଗିଯିବ । ୨୮ ତାରିଖ ଦିନ ହଲଟି ଫାଙ୍କା ଅଛି ଯାହା କାଲି ୨୫୦୦ ଟଙ୍କା ଅଗ୍ରୀମ ଦେଇ ବୁକିଂ କରିହେବ । ଯଦି ଆମର କାର୍ଯ୍ୟକ୍ରମକୁ ଦିନେ ଘୁଞ୍ଚାଇ ୨୮-୨୯ କରାଯାଇପାରିବ ତାହେଲେ ଯାଇ ୨୮ ପାଇଁ ମୁଁ କାଲି ବୁକ କରିପାରିବି । ନ ହେଲେ ଆଉ ୩-୪ ଦିନ ପରେ ଯାଇ ଜଣାପଡ଼ିବ ହଲ ମିଳିବ କି ନାହିଁ । ୨୮-୨୯ ହେଲେ କିଏ କିଏ ଆସିପାରିବେ/ଆସିପାରିବେ ନାହିଁ ସମସ୍ତେ ଦୟାକରି କାଲି ସକାଳ ୯ ଟା ସୁଦ୍ଧା ଜଣାଇଲେ ମୁଁ ସେହି ଅନୁସାରେ ବ୍ୟବସ୍ଥା କରିବି । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୪:୨୯, ୧୮ ମାର୍ଚ୍ଚ ୨୦୧୪ (UTC)

  • ୨୯-୩୦ତାରିଖ ହୋଇଥିଲେ କେବଳ ୩୦ତାରିଖରେ ଯୋଗ ଦେଇ ପାରିଥାନ୍ତି । ଏହା ବ୍ୟତୀତ ଅନ୍ୟ ତାରିଖ ହେଲେ ମୋ ପକ୍ଷେ ଯିବା ସମ୍ଭବନୁହେଁ ।--Dsasanka (ମୋ ଆଲୋଚନା) ୧୫:୧୨, ୧୮ ମାର୍ଚ୍ଚ ୨୦୧୪ (UTC)
  • ଇୟର ଏଣ୍ଡିଙ୍ଗ । ଯାଇ ପାରିବି ନାହିଁ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୭:୪୦, ୧୮ ମାର୍ଚ୍ଚ ୨୦୧୪ (UTC)
  • ଯାଇପାରିବି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୦୦, ୧୯ ମାର୍ଚ୍ଚ ୨୦୧୪ (UTC)
  • ଯୋଗଦେବାରେ ଅସୁବିଧା ନାହିଁ । ତେବେ ୨୮ ଓ ୩୦ ହେଲେ କିଛି ଅସୁବିଧା ଅଛିକି ? ଶଶାଙ୍କ ଭାଇଙ୍କ ଅସୁବିଧାକୁ ଆଖି ଆଗରେ ରଖି କହୁଥିଲି ।--ଶିତିକଣ୍ଠ (ଆଲୋଚନା) ୦୪:୫୮, ୧୯ ମାର୍ଚ୍ଚ ୨୦୧୪ (UTC)

ଯୋଗ ଦେବା ନିମନ୍ତେ ଅକ୍ଷମ[ସମ୍ପାଦନା]

ଅନ୍ତ୍ୟନ୍ତ ଦୁଃଖର ସହ ମୁଁ ଜଣଉଛି, ମୋର୍ ପତ୍ନୀଙ୍କ ବଡ଼ ଭାଇ ଆଜି ହଠାତ ଇହଧାମ ତ୍ୟାଗ କଲେ । ଦଶ, ଏଗାର କାମ ସେହି ତାରିଖମାନଙ୍କରେ ପଡ଼ୁଛି, ତେଣୁ ମୁଁ କୌଣସି କାମରେ ଭାଗ ନେଇ ପାରିବି ନାହିଁ । ମୋ ବ୍ୟାଙ୍କ ଖାତାରେ କିଛି ଟଙ୍କା ଆସି ଜମା ହୋଇଛି । କିଏ ଏହି ଗୁରୁ ଦାଇତ୍ତ୍ଵ ତୁଲେଇବ ଲେଖନ୍ତୁ, ତାଙ୍କର ଏକାଉଣ୍ଟ ସଂଖ୍ୟା ଓ ନାମ ଲେଖିଲେ ମୁଁ ଟଙ୍କା ଟ୍ରାନ୍ସଫର କରିଦେବି । ମୃତ୍ୟୁଞ୍ଜୟ ବାବୁଙ୍କୁ ଅନୁରୋଧ, ସେ ଏ ବାବଦରେ ପଦକ୍ଷେପ ନିଅନ୍ତୁ ଓ ମୋ ପାଖକୁ ଟଙ୍କା ନ ପଠେଇବାକୁ ଲେଖନ୍ତୁ । --Subas Chandra Rout (ମୋ ଆଲୋଚନା) ୦୬:୩୬, ୧୯ ମାର୍ଚ୍ଚ ୨୦୧୪ (UTC)

ମାର୍ଚ୍ଚ ୨୮ ବଦଳରେ ଏପ୍ରିଲ ୫ - ୬ ରେ ପାଳନ କଲେ କେମିତି ହେବ ? ସୁବାସ ସାର, ଶଶାଙ୍କ ଭାଇ, ଆଉ ପ୍ରୀତି ଭାଇ ବି ଆସିପାରିବେ । ସମସ୍ତଙ୍କ ମତ କଣ ?--ଶିତିକଣ୍ଠ (ଆଲୋଚନା) ୦୭:୧୧, ୧୯ ମାର୍ଚ୍ଚ ୨୦୧୪ (UTC)

ସନ୍ଧ୍ୟା ଆଗରୁ ପଲି ଆସିବା[ସମ୍ପାଦନା]

chandan 2409:4089:81:33BE:5F11:8D7F:B2E3:4E4 ୨୨:୫୪, ୧୭ ଅପ୍ରେଲ ୨୦୨୩ (IST)[reply]