ଲବଣ ସତ୍ୟାଗ୍ରହ

ଉଇକିପିଡ଼ିଆ‌ରୁ
Gandhi picking up a grain of salt at the end of his march

ଭାରତର ସ୍ୱାଧୀନତା ସଂଗ୍ରାମ ଅନ୍ୟତମ ପ୍ରମୁଖ ଘଟଣା "ଲବଣ ସତ୍ୟାଗ୍ରହ " ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଗୁଜରାଟ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଗ୍ରାମ ଦାଣ୍ଡୀକୁ ପଦଯାତ୍ରା ସହ ଆରମ୍ଭ ହେଇଥିଲା | ଏହା ପରାଧୀନ ଭାରତରେ ବ୍ରିଟିଶ୍ ସରକାରଙ୍କ ଲବଣ ବ୍ୟବସାୟରେ ଏକଚାଟିଆ ଆଧିପତ୍ୟ ଓ ଲବଣ ଉପରେ ଅତ୍ୟଧିକ ଟିକସ ବିପକ୍ଷରେ ଏକ ଶକ୍ତିଶାଳୀ ଅହିଂସାପୂର୍ଣ ଆନ୍ଦୋଳନ ଥିଲା |
ମୋହନଦାସ କରମଚାନ୍ଦ ଗାନ୍ଧୀ (ମହାତ୍ମା ଗାନ୍ଧୀ) ଏହି ଆନ୍ଦୋଳନର ଆରମ୍ଭ କରି ମାର୍ଚ୍ଚ୧୨ ତାରିଖ ସକାଳ ୬:୩୦ରେ ୭୮ ଜଣ ଅନୁଗାମୀଙ୍କ ସହ ପ୍ରାୟ ୨୪୧ ମାଇଲ୍ (୩୯୦ କି.ମି.) ଦୂରରେ ଅବସ୍ଥିତ ଦାଣ୍ଡୀକୁ ଯାତ୍ରା ଆରମ୍ଭ କରିଥିଲେ | ୨୪ ଦିନ ଧରି ଚାଲିଥିବା ଏହି ପଦଯାତ୍ରାରେ କ୍ରମେ ସହସ୍ରାଧିକ ଦେଶବାସୀ ଗାନ୍ଧିଜୀଙ୍କ ସହ ଯୋଗ ଦେଇଥିଲେ |
ଏହା ୧୯୩୦ ମସିହା ଅପ୍ରିଲ୍ ୫ ତାରିଖରେ ସମାପ୍ତ ହେଇଥିଲା | ଏହି ସତ୍ୟାଗ୍ରହରେ ଗାନ୍ଧିଜୀ ଓ ତାଙ୍କ ଅନୁଗାମୀ ମନେ ଦାଣ୍ଡୀ ସମୁଦ୍ର କୁଳରେ ଲୁଣ ମାରିଥିଲେ |
ଏହି ସତ୍ୟାଗ୍ରହ ସମଗ୍ର ଭାରତବର୍ଷରେ ଲୋକମାନଙ୍କ ମଧ୍ୟରେ ଗଭୀର ଉତ୍ସାହ ଭରି ଦେଇଥିଲା ଓ ଦେଶର ଅନେକ ସ୍ଥାନରେ ବ୍ରିଟିଶ୍ ସରକରଙ୍କ ଲବଣ ଆଇନ ଭଙ୍ଗ କରାଯାଇଥିଲା |

ଓଡ଼ିଶାରେ ଲବଣ ସତ୍ୟାଗ୍ରହ[ସମ୍ପାଦନା]

କୁହୁଡ଼ି ଲବଣ ସତ୍ୟାଗ୍ରହ[ସମ୍ପାଦନା]

ଓଡ଼ିଶାର ଅସ୍ତରଙ୍ଗ ନିକଟସ୍ଥ କୁହୁଡ଼ିରେ ୧୯୩୦ ମେ ୨୧ରେ 'ଲୁଣ ମରା ଆଇନ' ପଣ୍ଡିତ ନୀଳକଣ୍ଠ ଦାସଙ୍କଦ୍ୱାରା ଭଙ୍ଗାଯାଇଥିଲା ।ସେ ପ୍ରଥମେ କାକଟପୁର ଆସି ପାଟଳଦା ଗ୍ରାମର ସତ୍ୟଗ୍ରାହୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ସାକ୍ଷାତ କରି କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିଲେ । ତାପରେ ଓଳଙ୍ଗର ଗ୍ରାମର ଭୂବନାନନ୍ଦ ସ୍ୱାଇଁ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ତଙ୍କ ରହିବା ଖାଇବା ବ୍ୟବସ୍ଥା କରିଥିଲେ । ମେ ୨୧ରେ ଲବଣ ସତ୍ୟାଗ୍ରହ ଅନୁଷ୍ଠିତ ହେବାର ଖବର ଚାରିଆଡ଼େ ଖେଳିଯାଇଥିଲା । ନୀଳକଣ୍ଠ ଦାସଙ୍କ ସହ ଯୋଗଦେବା ପାଇଁ ପହଞ୍ଚିଥିଲେ ଜଗନ୍ନାଥ ରଥ, ରଘୁନାଥ ମିଶ୍ର, ସତ୍ୟବାଦୀ ତ୍ରିପାଠୀ, ବୈକୁଣ୍ଠନାଥ ପ୍ରତିହାରୀ ମାଆ ଇନ୍ଦୁମତୀ ଆଦି ଘଟଣା ଦିନ ପ୍ରଥମେ ଲୁଣ ମାରିଥିଲେ ଉତ୍କଳମଣିଙ୍କ ପ୍ରିୟ ଛାତ୍ର ମଧୁସୂଦନ ମିଶ୍ର । ଘଟଣା ସ୍ଥଳୀରେ ପୋଲିସ ପହଞ୍ଚି ଲୁଣ ମରାକୁ ବେଆଇନ ଘୋଷଣା କରିବା ସହ ଅବିଶ୍ରାନ୍ତ ଲାଠି ଚାଳନା କରିଥିଲା । ଫାଙ୍କା ଗୁଳି ବର୍ଷଣ ମଧ୍ୟ ହୋଇଥିଲା । ପ୍ରଥମେ ମଧୁ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଲାଠିମାଡ଼ରେ ଜଗନ୍ନାଥ ମିଶ୍ରଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଥିଲା । ବୋଲଗଡ଼ର ସତ୍ୟଗ୍ରହୀ ବନାମ୍ବର ପରିଡ଼ାଙ୍କ ମୁଣ୍ଡଫାଟି ପ୍ରବଳ ରକ୍ତପାତ ହୋଇଥିଲା ଏବଂ ସେ ଘଟଣା ସ୍ଥଳରେ ସହିଦ ହୋଇଥିଲେ । ସତ୍ୟଗ୍ରାହୀଙ୍କ ଉପରେ ଆକ୍ରମଣ ଓ ଗିରଫଦାରୀ ସତ୍ତ୍ୱେ ଲୋକେ ଭୟଭୀତ ନହୋଇ ଲୁଣ ମରା ଜାରୀ ରଖିଥିଲେ ଏବଂ ସମଗ୍ର ପୁରୀଜିଲ୍ଲାରେ ଲବଣ ସତ୍ୟାଗ୍ରହ ସଫଳ ହୋଇଥିଲା ।[୧]

ଆଧାର[ସମ୍ପାଦନା]

  1. http://en.wikipedia.org/wiki/Salt_March
  2. http://orissa.gov.in/e-magazine/Orissareview/2011/aug/engpdf/16-18.pdf
  3. http://www.mkgandhi.org/storyofg/chap20.htm
  4. http://www.mkgandhi.org/civil_dis/dandi_march.htm
  5. http://www.history.com/topics/salt-march
  1. ମିଶ୍ର, ତ୍ରିଲୋଚନ (୨୧ ମେ ୨୦୧୫). "କୁହୁଡ଼ି ଲବଣ ସତ୍ୟାଗ୍ରହ". ସମ୍ବାଦ. Archived from the original on 4 March 2016. Retrieved 23 May 2015. {{cite news}}: Check date values in: |date= (help)