ରଘୁନାଥ ମିଶ୍ର

ଉଇକିପିଡ଼ିଆ‌ରୁ
ରଘୁନାଥ ମିଶ୍ର
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ନିର୍ବାଚନ ମଣ୍ଡଳୀବାଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-06-30)୩୦ ଜୁନ ୧୯୧୬
ମୃତ୍ୟୁ୨୦ ମାର୍ଚ୍ଚ ୧୯୯୦(1990-03-20) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଚଞ୍ଚଳା ଦେବୀ
ବାପା/ବୋଉଗୋଦାବରୀଶ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ରଘୁନାଥ ମିଶ୍ର (୩୦ ଜୁନ ୧୯୧୬ - ୨୦ ମାର୍ଚ୍ଚ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରଘୁନାଥ ମିଶ୍ର ୧୯୧୬ ମସିହାର ଜୁନ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋଦାବରୀଶ ମିଶ୍ର ଓ ପତ୍ନୀଙ୍କ ନାମ ଚଞ୍ଚଳା ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରଘୁନାଥ ମିଶ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରଘୁନାଥ ମିଶ୍ର ୧୯୯୦ ମସିହାର ମାର୍ଚ୍ଚ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Raghunatha Mishra". odishaassembly.nic.in. Odisha Assembly. Retrieved 4 October 2022.