ହିନ୍ଦୁ ଧର୍ମ

ଉଇକିପିଡ଼ିଆ‌ରୁ

ହିନ୍ଦୁଧର୍ମ ଏକ ଧାର୍ମିକ ମତବାଦ ବା ଧାରା ଯାହା ମୁଖ୍ୟତଃ ଭାରତୀୟ ଉପମହାଦେଶରେ ଅନୁସରଣ ହୋଇଥାଏ । ହିନ୍ଦୁ ଧର୍ମର ଉତ୍ପତ୍ତି ସମୟ ବିଷୟରେ ମତପାର୍ଥକ୍ୟ ଥିଲେ ମଧ୍ୟ ଏହା ପ୍ରାୟ ଖୀ.ପୂ. ୨୦୦୦ - ୧୫୦୦ ମଧ୍ୟରେ ଉତ୍ପତ୍ତି ହୋଇଥିଲା ବୋଲି ଅନେକ ମତ ଦିଅନ୍ତି । ବେଦ ହିନ୍ଦୁମାନଙ୍କର ପ୍ରଧାନ ଧର୍ମ ଗ୍ରନ୍ଥ । ୯୨ କୋଟି ଧର୍ମାବଲମ୍ବୀଙ୍କ ସହିତ ହିନ୍ଦୁଧର୍ମ, ଖ୍ରୀଷ୍ଟଇସଲାମ ଧର୍ମ ପରେ ଦୁନିଆର ୩ୟ ବଡ଼ ଧର୍ମ । ହିନ୍ଦୁଧର୍ମର ଅଧିକାଂଶ ଧର୍ମାବଲମ୍ବୀ ଭାରତନେପାଳରେ ବସବାସ କରନ୍ତି। [୧]

ସ୍ଥାପନ[ସମ୍ପାଦନା]

ହିନ୍ଦୁଧର୍ମ କୈଣସି ବ୍ୟକ୍ତି ବିଶେଷଙ୍କଦ୍ୱାରା ସ୍ଥାପନା କରାଯାଇନାହିଁ । ଏହା ମୁଖ୍ୟତଃ ବେଦ ଉପରେ ପର୍ଯ୍ୟବସିତ । ତେବେ ହିନ୍ଦୁଧର୍ମରେ ବହୁମତ ବହୁପଥର ସହାବସ୍ଥାନ ଘଟିଛି । ଏଥି ପାଇଁ ହିନ୍ଦୁଧର୍ମକୁ ଏକ ବିକାଶଶୀଳ ଧର୍ମ କୁହାଯାଏ । ହିନ୍ଦୁଧର୍ମର ମୂଳସତ୍ତ୍ୱ - ସତ୍ୟ, ଅହିଂସା, ଦୟା, କ୍ଷମା ଓ ଦାନ। ସେଥିପାଇଁ ନିଜର ମନ, ବଚନ ଓ କର୍ମଦ୍ୱାରା ହିଂସାଠାରୁ ଦୂରେଇ ରହୁଥିବା ମଣିଷକୁ ହିନ୍ଦୁ କୁହାଯାଏ । ହିନ୍ଦୁ ଧର୍ମର ଇତିହାସ ବହୁତ ପ୍ରାଚୀନ। ପୁରାଣ ଅନୁସାରେ ପୃଥିବୀର ସୃଷ୍ଟି ସମୟରୁ ହିଁ ହିନ୍ଦୁଧର୍ମର ଆବିର୍ଭାବ ହେଇଥିଲା । ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ ।

ନାମକରଣ[ସମ୍ପାଦନା]

ହିନ୍ଦୁ ଶବ୍ଦଟି ସିନ୍ଧୁନଦୀରୁ ଆସିଅଛି । ଆରବୀ ଭାଷାରେ ଅଲ୍‌-ହିନ୍ଦ୍ ଶବ୍ଦର ଅର୍ଥ ସିନ୍ଧୁ ନଦୀ ପାର୍ଶ୍ୱରେ ବାସ କରୁଥିବା ଲୋକମାନଙ୍କୁ ବୁଝାଉଥିଲା ଓ ଏହି ଶବ୍ଦକୁ ୟୁରୋପ ଦେଶମାନେ ଗ୍ରହଣ କରିଥିଲେ । ସିନ୍ଧୁନଦୀ ତୀରରେ ପଶ୍ଚିମରେ ବସବାସ କରୁଥିବା ପାରସୀ, ଆରବୀ ଅଧିବାସୀମାନେ ମଧ୍ୟ ହିନ୍ଦୁ ନାମରେ ପରିଚିତ । ସିନ୍ଧୁନଦୀର ପୂର୍ବଦେଶ ହିନ୍ଦୁସ୍ତାନ,ସେଠାରେ ରହୁଥିବା ଅଧିକାଂଶ ଅଧିବାସୀ ହିନ୍ଦୁ

ପ୍ରାଚୀନ ଇତିହାସ[ସମ୍ପାଦନା]

ଏହାର ପ୍ରାଚୀନ ଇତିହାସ ହେଉଛି ମୁନି ରୁଷି ମାନଙ୍କର ବେଦ l

ଧର୍ମ ବିଶ୍ୱାସ[ସମ୍ପାଦନା]

ଅନ୍ୟ ଧର୍ମ ପରି ଏଇ ଧର୍ମରେ କୌଣସି ସଂସ୍ଥାପକ ନାହାନ୍ତି, ଏହାର ଧର୍ମଗ୍ରନ୍ଥ, ନୈତିକ ଉପଦେଶ, ଦେବତା, ଶାସ୍ତ୍ର କୌଣସି ଗୋଟିଏ ନୁହେଁ, ଏହାର କୌଣସି ମୌଳିକ ଧର୍ମୀୟ ଅଧିକାରୀ ବା ମୁଖ୍ୟ ନାହାନ୍ତି କିମ୍ବା ଏଥିରେ ମସିହା(ପୟଗମ୍ବର)ବାଦ ନାହିଁ। [୧]

ଦେବଦେବୀ[ସମ୍ପାଦନା]

ବେଦ[ସମ୍ପାଦନା]

ଗ୍ରନ୍ଥ[ସମ୍ପାଦନା]

ହିନ୍ଦୁଧର୍ମରେ ଅନେକ ଗ୍ରନ୍ଥ ହଜାର ବର୍ଷ ପୂର୍ବେ ରଚନା କରାଯାଇଛି।ପୁରାଣମହାକାବ୍ୟ ମଧ୍ୟରେ ରାମାୟଣମହାଭାରତଅନ୍ୟତମଭଗବତ ଗୀତା ମହାଭାରତର ଏକ ଅଂଶ ଏବଂ ଏହାକୁ ଚାରି ବେଦର ସାର ବୋଲି କୁହାଯାଏ।

ଧର୍ମଗୁରୁ[ସମ୍ପାଦନା]

ହିନ୍ଦୁ ଧର୍ମରେ ୧୦୮ର ମାହାତ୍ମ୍ୟ[ସମ୍ପାଦନା]

୧୦୮ ହେଉଛି ଏକ ସଂଖ୍ୟା । କିନ୍ତୁ ହିନ୍ଦୁ ସଂସ୍କୃତିରେ ବ୍ୟବ‌ହୃତ ହେଉଥିବା ବିଭିନ୍ନ ଧର୍ମ ସମ୍ବନ୍ଧୀୟ ଉପକରଣରେ ୧୦୮ ସଂଖ୍ୟାର ବ‌ହୁଳ ବ୍ୟବ‌ହାର ଦେଖିବାକୁ ମିଳିଥାଏ । ଜପ ମାଳିରେ ୧୦୮ଟି ମାଳି ଥାଏ । ବିଭିନ୍ନ ପୂଜାରେ ୧୦୮ଟି ନଡ଼ିଆ ହେଉ ବା ୧୦୮ଟି ବେଲ ପତ୍ର ହେଉ, ଏହିପରି ୧୦୮ଟି ପୂଜା ସାମଗ୍ରୀ ହିନ୍ଦୁ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ । ତେଣୁ ଦେଖିବାକୁ ଗଲେ ହିନ୍ଦୁ ଧର୍ମରେ ୧୦୮ ସଂଖ୍ୟାର ଗଭୀର ମାହାତ୍ମ୍ୟ ରହିଛି । ଏହି ସଂଖ୍ୟାଟି ହିନ୍ଦୁ ଧର୍ମ, ରୀତିନୀତି ଓ ପରମ୍ପରାରେ ଏକ ପବିତ୍ର ସଂଖ୍ୟା ରୂପେ ବିବେଚିତ ହୁଏ ।

ନିମ୍ନରେ ୧୦୮ର ବ୍ୟବ‌ହାର ଓ ମାହାତ୍ମ୍ୟ ସମ୍ପର୍କରେ ସଂକ୍ଷିପ୍ତରେ ବର୍ଣ୍ଣନା କରାଯାଇଛି ।[୨]

  • ସୂର୍ଯ୍ୟର ବ୍ୟାସ ପୃଥିବୀର ବ୍ୟାସଠାରୁ ୧୦୮ଗୁଣ ଅଧିକ । ପୃଥିବୀଠାରୁ ସୂର୍ଯ୍ୟର ଦୂରତା ସୂର୍ଯ୍ୟର ବ୍ୟାସର ୧୦୮ଗୁଣ ।
  • ପୃଥିବୀଠାରୁ ଚନ୍ଦ୍ରର ହାରାହାରି ଦୂରତା ଚନ୍ଦ୍ରର ବ୍ୟାସର ୧୦୮ଗୁଣ ।
  • ଆୟୁର୍ବେଦରେ ୧୦୮ଟି ମର୍ମ ବିନ୍ଦୁର ବର୍ଣ୍ଣନା କରାଯାଇଛି । ଜୀବମାନ‌ଙ୍କ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଜୀବନୀ ଶକ୍ତି ଏହି ବିନ୍ଦୁମାନ‌ଙ୍କରେ ସଂରକ୍ଷିତ ହୋଇ ରହିଥାଏ ।
  • ଶ୍ରୀ ଚକ୍ର ଯନ୍ତ୍ରରେ ୫୪ଟି ଛେଦ ବିନ୍ଦୁ ଅଛି ଓ ପ୍ରତ୍ୟେକ ଛେଦ ବିନ୍ଦୁ ସ‌ହ ପୁରୁଷତ୍ୱ ଗୁଣ ଓ ନାରୀତ୍ୱ ଗୁଣ ସମ୍ପୃକ୍ତ । ତେଣୁ ଏଥିରେ ସମୁଦାୟ ୧୦୮ (୫୪ × ୨)ଟି ବିନ୍ଦୁ ଅଛି ।
  • ଭାରତୀୟ ଜ୍ୟୋତିଷ ବିଦ୍ୟାରେ ବ୍ୟବ‌ହାର ହେଉଥିବା କୁଣ୍ଡଳୀରେ ୧୨ଟି ଘର ଓ ୯ଟି ଗ୍ରହ ଥାଏ । ୧୨ରେ ୯ ଗୁଣିଲେ ୧୦୮ ହୁଏ ।
  • ତନ୍ତ୍ର ଶାସ୍ତ୍ର ଅନୁସାରେ ମଣିଷ ପ୍ରତିଦିନ ୨୧,୬୦୦ଥର ନିଃଶ୍ୱାସ-ପ୍ରଶ୍ୱାସ ଗ୍ରହଣ କରିଥାଏ । ଏଥିମଧ୍ୟରୁ ୧୦,୮୦୦ଟି ସୌର ଶକ୍ତି (Solar energy) ଓ ୧୦,୮୦୦ଟି ଚାନ୍ଦ୍ର ଶକ୍ତି (Lunar energy) । ୧୦୮ରେ ୧୦୦ ଗୁଣିଲେ ୧୦,୮୦୦ ହୋଇଥାଏ ।
  • ଭରତ ମୁନିଙ୍କଦ୍ୱାରା ରଚିତ ନତ୍ୟ ଶାସ୍ତ୍ରରେ ୧୦୮ଟି କାରଣ ବା ହାତ ଓ ପାଦର ଗତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
  • ସଂସ୍କୃତରେ ସମୁଦାୟ ୫୪ଟି ଅକ୍ଷର ଅଛି ଓ ପ୍ରତ୍ୟେକ ଅକ୍ଷରକୁ ପୁଲିଙ୍ଗ (ଶିବ) ଓ ସ୍ତ୍ରୀଲିଙ୍ଗ (ଶକ୍ତି) ଆକାରରେ ଲେଖାଯାଇପାରେ । ଏହିପରି ୫୪ × ୨ = ୧୦୮ ହୁଏ ।
  • ହିନ୍ଦୁ ଧର୍ମରେ ୧୦୮ଟି ପୁରାଣ ଓ ୧୦୮ଟି ଉପନିଷଦ ଅଛି ।
  • ୧ର ପ୍ରଥମ ଘାତ, ୨ର ଦ୍ୱିତୀୟ ଘାତ ଓ ୩ର ତୃତୀୟ ଘାତ ବାହାର କଲେ, ତିନିଟି ଯାକ ଘାତଫଳର ଗୁଣଫଳ ୧୦୮ । ଅର୍ଥାତ୍,
୧ର ପ୍ରଥମ ଘାତ = ୧
୨ର ଦ୍ୱିତୀୟ ଘାତ = ୨ × ୨ = ୪
୩ର ତୃତୀୟ ଘାତ = ୩ × ୩ × ୩ = ୨୭
ବର୍ତ୍ତମାନ ୧ × ୪ × ୨୭ = ୧୦୮
  • ୧୦୮ ହେଉଛି ଏକ ହର୍ଷଦ ସଂଖ୍ୟା । ଅର୍ଥାତ୍, ଏହି ସଂଖ୍ୟାଟି ଏହାର ଅଙ୍କମାନ‌ଙ୍କର ସମଷ୍ଟି (୯)ଦ୍ୱାରା ବିଭାଜ୍ୟ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "ହିନ୍ଦୁ ଧର୍ମ". Retrieved 18.8.12. {{cite web}}: Check date values in: |accessdate= (help)
  2. Magazine, Sanskriti. "Importance of 108 number!". Retrieved 26 July 2016.

ବାହାର ତଥ୍ୟ[ସମ୍ପାଦନା]

Audio'