Jump to content

ରୁମିନେସନ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Rumination syndrome
Merycism
A line graph. The line has pronounced upwards spikes followed by less pronounced downward spikes. These spikes are separated by longer intermittent periods where the line is jagged, but roughly and statistically straight.
A pressure measurement after eating in a person with rumination syndrome showing intra-abdominal pressure "spikes". These represent abdominal wall contractions responsible for the regurgitation.
ବିଭାଗGastroenterology
ଲକ୍ଷଣRegurgitation of most meals following eating[]
ଅବଧିLong-term[]
କାରଣUnknown[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms; esophageal motility study[]
ସଠିକ ରୋଗ ନିର୍ଣ୍ଣୟGERD, achalasia, gastroparesis, bulimia, gastric outlet obstruction[]
ଚିକିତ୍ସାReassurance, biofeedback, diaphragmatic breathing[]
ପୁନଃପୌନିକ0.8% of people[]

ରୁମିନେସନ ସିଣ୍ଡ୍ରୋମ ହେଉଛି ଏକ ବ୍ୟାଧି ଯେଉଁଥିରେ ଖାଇବା ପରେ ଅଧିକାଂଶ ଖାଦ୍ୟ ସ୍ୱତଃ ବାହାରକୁ ବାହାରିଆସେ ।[] ସାଧାରଣତଃ ବାନ୍ତି ଅନୁଭବ, ସାମାନ୍ୟ ଅଇ ହୁଏ ଏବଂ ଖାଦ୍ୟ ହଜମ ହୁଏନି ।[] ଖାଇବା ପରେ ତୁରନ୍ତ କିଛି ପେଟରେ ବେଆରାମ ହୋଇପାରେ ।[] ଏହା ପ୍ରକୃତରେ ସ୍ୱଭାବତଃ ଦୀର୍ଘକାଳୀନ ଅଟେ ।[] ରୋଗ ଜଟିଳ ହେଲେ କୁପୋଷଣ, ଓଜନ ହ୍ରାସ, ଇଲେକ୍ଟ୍ରୋଲାଇଟ୍ ସମସ୍ୟା, ଏନାମେଲ୍ ଭାଙ୍ଗିବା ଏବଂ ଖରାପ ନିଶ୍ୱାସ ହୋଇପାରେ ।[]

ଏହାର କାରଣ ଜଣା ପଡିନାହିଁ। [] ମାନସିକ ଚାପ କିମ୍ବା ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ପରି ରୋଗ ଏହାକୁ ଟ୍ରିଗର କରୁଥିବା ହୋଇପାରେ । [] ଅନ୍ତର୍ନିହିତ ପ୍ରଣାଳୀରେ ପେଟର ଚାରିପାଖରେ ଥିବା ମାଂସପେଶୀର ଅବଚେତନ ସଂକୋଚନ ସହିତ ନିମ୍ନ ଗ୍ରାସନଳୀ ସ୍ପିଙ୍କ୍ଟର ଆରାମ ସହିତ ଜଡିତ ଥାଏ ।[] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ରୋଗ ନିର୍ଣ୍ଣୟ ସାଧାରଣତ ଲକ୍ଷଣ ଉପରେ ଆଧାରିତ; ଅସ୍ପଷ୍ଟ କ୍ଷେତ୍ରରେ ଏକ ଏସୋଫେଜିଆଲ ମୋଟିଲିଟି ଅଧ୍ୟୟନ କରାଯାଇପାରେ ।[] [] ସମାନ ଦେଖାଯାଉଥିବା ଅନ୍ୟାନ୍ୟ ରୋଗ ଯଥାକ୍ରମେ

ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ,

ଏସୋଫେଜିଆଲ ଆଚାଲାସିଆ, ଗ୍ୟାଷ୍ଟ୍ରୋପାରେସିସବୁଲିମିଆ ନର୍ଭୋସା ହୋଇପାରେ । []

ଅଧିକାଂଶ ଲୋକଙ୍କ ଚିକିତ୍ସା ପ୍ରଭାବଶାଳୀ ହୁଏ । [] ସାଧାରଣତଃ ବାୟୋଫିଡବ୍ୟାକ୍ ଏବଂ ଡାଇଫ୍ରାଗମେଟିକ୍ ଶ୍ୱାସକ୍ରିୟା ମାପ କରାଯାଏ ।[] ରୋଗୀକୁ ଶିକ୍ଷା ଏବଂ ଆଶ୍ୱାସନା ଦେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।[] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ବାକ୍ଲୋଫେନ୍ କିମ୍ବା ନିସେନଫଣ୍ଡୋପ୍ଲିକେସନ କରାଯାଇପାରେ, କିନ୍ତୁ ଏଗୁଡିକ କମ୍ ପସନ୍ଦ କରାଯାଏ ।[] ଯେଉଁମାନେ ପୁଷ୍ଟିହୀନ ଅଟନ୍ତି ସେମାନଙ୍କ ମଧ୍ୟରେ ନାସା-ପାକସ୍ଥଳୀ ନଳୀରେ ଖାଦ୍ୟ ଦିଆଯାଏ ।[]

ରୁମିନେସନ ସିଣ୍ଡ୍ରୋମ ଏକ ସାଧାରଣ କଥା ଯାହା ପ୍ରାୟ ୦.୮% ଲୋକଙ୍କୁ ପ୍ରଭାବିତ କରିଥାଏ ।[] [] ଫାଇବ୍ରୋମ୍ୟାଲ୍‌ଜିଆ କିମ୍ବା ଖାଇବା ବ୍ୟାଧି ଥିବା ଲୋକଙ୍କ ମଧ୍ୟରୁ ୧୦% ପ୍ରଭାବିତ ହୋଇପାରନ୍ତି ।[] ପିଲାମାନଙ୍କ ମଧ୍ୟରେ ପୁଅଙ୍କ ଅପେକ୍ଷା ଝିଅମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] [] ଏହି ଅବସ୍ଥା ପ୍ରଥମେ ୧୬୧୮ ମସିହାରେ ବର୍ଣ୍ଣନା କରାଯାଇଥିଲା | []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Sasegbon, Ayodele; Hasan, Syed Shariq; Disney, Benjamin R; Vasant, Dipesh Harshvadan (September 2022). "Rumination syndrome: pathophysiology, diagnosis and practical management". Frontline Gastroenterology. 13 (5): 440–446. doi:10.1136/flgastro-2021-101856. PMID 36046491.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Rumination Syndrome". Guts UK. Archived from the original on 29 May 2023. Retrieved 25 June 2023.
  3. Alcala-Gonzalez, LG; Serra, X; Barba, E (February 2022). "Rumination syndrome: Critical review". Gastroenterologia y hepatologia. 45 (2): 155–163. doi:10.1016/j.gastrohep.2021.03.013. PMID 34023479.
  4. Halland, M; Pandolfino, J; Barba, E (October 2018). "Diagnosis and Treatment of Rumination Syndrome". Clinical gastroenterology and hepatology : the official clinical practice journal of the American Gastroenterological Association. 16 (10): 1549–1555. doi:10.1016/j.cgh.2018.05.049. PMID 29902642.