Jump to content

ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ

ଉଇକିପିଡ଼ିଆ‌ରୁ
ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ
ଇଂରାଜୀ ପ୍ରତିଶବ୍ଦ - gastro-oesophageal reflux disease (GORD), gastric reflux disease, acid reflux disease, reflux, gastroesophageal reflux
X-ray showing radiocontrast from the stomach entering the esophagus due to severe reflux
ଉଚ୍ଚାରଣ
ବିଭାଗGastroenterology
ଆଇସିଡ଼ି-୧୦K21.
ଆଇସିଡ଼ି-୯-ସିଏମ୍530.81
ଓଏମ୍‌ଆଇଏମ୍109350
ରୋଗ ଡାଟାବେସ23596
ମେଡ଼ିସିନ-ପ୍ଲସ000265
ଇ-ମେଡ଼ିସିନmed/857 ped/1177 radio/300
MeSHD005764

ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ (ଇଂରାଜୀ ଭାଷାରେ Gastroesophageal reflux disease ବାGERD ବା acid reflux) ଏକ ଦୀର୍ଘକାଳୀନ ବେମାରୀ ଯେଉଁଥିରେ ପାକସ୍ଥଳୀର ଖାଦ୍ୟ ପଛକୁ ଫେରି ଏସୋଫେଗସ (esophagus) ଭିତରକୁ ପଶିଆସିବା ଯୋଗୁ ଲକ୍ଷଣ ବାହାରେ ବା ରୋଗ ଜଟିଳ ହୁଏ ।[][] ଏହି ରୋଗର ଲକ୍ଷଣ: ପାଟିରେ ଏସିଡ ସ୍ୱାଦ ହୁଏ, ଛାତି ଜ୍ୱାଳା (heartburn), ଦୁର୍ଗନ୍ଧ ଶ୍ୱାସ, ବାନ୍ତି, ଛାତି ଯନ୍ତ୍ରଣା (chest pain), ଶ୍ୱାସ ସମସ୍ୟା ଓ ଦନ୍ତକ୍ଷୟ ହୁଏ । ରୋଗ ଜଟିଳ ହେଲେ ଏସୋଫେଜାଇଟିସ (esophagitis), ଏସୋଫେଜିଆଲ ସ୍ଟ୍ରିକଚର (esophageal stricture) ଓ ବାର୍ନେଟ ଏସୋଫେଗସ (Barrett's esophagus) ହୁଏ ।[]

ମୋଟାପଣ, ଗର୍ଭାବସ୍ଥା, ଧୂମ୍ରପାନ (smoking), ହିଆଟସ ହାର୍ନିଆ (hiatus hernia), ଓ କେତେକ ଔଷଧ ସେବନ କଲେ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ। [] ସଙ୍କଟଦାୟକ ଔଷଧମାନଙ୍କ ନାମ ଯଥାକ୍ରମେ:- ଆଣ୍ଟିହିସ୍ଟାମିନ antihistamine, କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers), ଆଣ୍ଟିଡିପ୍ରେସାଣ୍ଟ (antidepressants), ନିଦ୍ରା ଔଷଧ । ପାକସ୍ଥଳୀ ଓ ଏସୋଫେଗସ ମିଳନ ସ୍ଥଳରେ ଥିବା ସ୍ଫିଙ୍କଟର ବା ସଂକୋଚକ ପେଶୀ ସଠିକ ଭାବେ କାମ ନ କରୁଥିଲେ ଏହି ଅବସ୍ଥା ସୃଷ୍ଟି ହୁଏ । ସାଧାରଣ ଚିକିତ୍ସାରେ ଭଲ ନ ହେଲେ ଗାସ୍ଟ୍ରୋସ୍କୋପି (gastroscopy), ଅପର ଜିଆଇ ସିରିଜ (upper GI series), ଏସୋଫେଜିଆଲ ପିଏଚ ମୋନିଟରିଙ୍ଗ (esophageal pH monitoring) ବା ଏସୋଫେଜିଆଲ ମାନୋମେଟ୍ରି (esophageal manometry) କରାଯାଏ ।[]

ଜୀବନ‌ଚର୍ଯ୍ୟାର ପରିବର୍ତ୍ତନ, ଔଷଧ ଓ କ୍ୱଚିତ ଅପରେଶନ- ଏହି ତିନି ଉପାୟରେ ଏହି ରୋଗର ଚିକିତ୍ସା କରାଯାଏ । ଖାଇବାର ୩ ଘଣ୍ଟା ପର ପର୍ଯ୍ୟନ୍ତ ଶୋଇବ ନାହିଁ, ମୋଟା ହୋଇଥିଲେ ଓଜନ କମେଇବ, ଧୂମ୍ରପାନ ବନ୍ଦ କରିବା ଓ କେତେକ ଖାଦ୍ୟ ନ ଖାଇବା - ଏହି ଜୀବନ‌ଚର୍ଯ୍ୟା ଅନୁସରଣ କରିବାକୁ ପଡ଼ିବ ।[] ଆଣ୍ଟାସିଡ (antacid), ଏଚ୨ ଆଣ୍ଟାଗୋନିସ୍ଟ (H2 receptor blockers|), ପ୍ରୋଟୋନ ପମ୍ପ ଇନହିବିଟର (proton pump inhibitor), ଓ ପ୍ରୋକାଇନେଟିକ prokinetics ଇତ୍ୟାଦି ଔଷଧ ଦିଆଯାଏ ।[][] ସାଧାରଣ ଚିକିତ୍ସାରେ ଆଦୌ ଭଲ ନ ହେଲେ ଅପରେଶନ ଚିନ୍ତା କରାଯାଏ ।[]

ପଶ୍ଚିମ ପୃଥିବୀର ପ୍ରାୟ ୧୦ରୁ ୨୦% ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ଉଲ୍ଲେଖନୀୟ ଲକ୍ଷଣ ବା ଜଟିଳତା ନ ଥାଇ ମଧ୍ୟ ଏହି ରୋଗ ସାଧାରଣତଃ ଦେଖାଯାଏ ।[] ସନ ୧୯୩୫ରେ ଏହି ରୋଗ ବିଷୟ ପ୍ରଥମେ ଆସର ଉଇଙ୍କେଲସ୍ଟେନ (Asher Winkelstein) ପ୍ରଥମେ ବର୍ଣ୍ଣନା କରିଥିଲେ ।[] ଏହାର ଲକ୍ଷଣ ଗୁଡ଼ିକ ସନ ୧୯୨୫ରେ ବର୍ଣ୍ଣନା କରାଯାଇଥିଲା ।[]

  1. "Definition of "gastro-" - Collins American English Dictionary".
  2. "Definition of "esophagus" - Collins American English Dictionary".
  3. "reflux noun - Definition, pictures, pronunciation and usage notes - Oxford Advanced American Dictionary at OxfordLearnersDictionaries.com".
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ "Gastroesophageal Reflux (GER) and Gastroesophageal Reflux Disease (GERD) in Adults". NIDDK. November 13, 2014. Archived from the original on 5 October 2016. Retrieved 13 September 2016.
  5. Kahrilas, PJ; Shaheen, NJ; Vaezi, MF; American Gastroenterological Association, Institute; Clinical Practice and Quality Management, Committee (October 2008). "American Gastroenterological Association Institute technical review on the management of gastroesophageal reflux disease". Gastroenterology. 135 (4): 1392–1413, 1413.e1-5. PMID 18801365.
  6. ୬.୦ ୬.୧ Hershcovici T, Fass R (April 2011). "Pharmacological management of GERD: where does it stand now?". Trends in pharmacological sciences. 32 (4): 258–64. doi:10.1016/j.tips.2011.02.007. PMID 21429600.
  7. Arcangelo, Virginia Poole; Peterson, Andrew M. (2006). Pharmacotherapeutics for Advanced Practice: A Practical Approach (in ଇଂରାଜୀ). Lippincott Williams & Wilkins. p. 372. ISBN 9780781757843.
  8. Granderath, Frank Alexander; Kamolz, Thomas; Pointner, Rudolph (2006). Gastroesophageal Reflux Disease: Principles of Disease, Diagnosis, and Treatment (in ଇଂରାଜୀ). Springer Science & Business Media. p. 161. ISBN 9783211323175.