ଏସୋଫେଜିଆଲ ଆଚାଲାସିଆ
Esophageal achalasia | |
---|---|
Cardiospasm,[୧] esophageal aperistalsis,[୧] megaesophagus,[୧] achalasia cardiae, achalasia | |
ଉଚ୍ଚାରଣ | |
ବିଭାଗ | Thoracic surgery, general surgery |
ଲକ୍ଷଣ | Difficulty swallowing, regurgitation, chest pain[୧] |
ଆକ୍ରାନ୍ତ ସମୟ | 25 to 60 yrs old[୧] |
କାରଣ | Unknown, Chagas disease, Down's, triple-A syndrome, achalasia microcephaly[୩][୪][୫] |
ରୋଗ ନିର୍ଣ୍ଣୟ ପଦ୍ଧତି | Manometry, barium swallow, endoscopy[୬] |
ସଠିକ ରୋଗ ନିର୍ଣ୍ଣୟ | GERD, esophageal cancer[୫][୩] |
ଚିକିତ୍ସା | Medications (nifedipine, botox), esophageal dilatation, surgery[୬] |
ପୁନଃପୌନିକ | 2.5 per 100,000[୫] |
Patient UK | Esophageal achalasia |
ଏସୋଫେଜିଆଲ ଆଚାଲାସିଆ (ଇଂରାଜୀ ଭାଷାରେ Esophageal achalasia), ଯାହାକୁ ସାଧାରଣତଃ କେବଳ ଆଚାଲାସିଆ କୁହାଯାଏ, ରୋଗରେ ଗ୍ରାସନଳୀ ନିମ୍ନ ଭାଗରେ ଥିବା ସ୍ମୁଥ ମାଂସପେଶୀର ସଙ୍କୋଚକ ବା ସ୍ଫିଙ୍କଟର ଖୋଲିବାରେ ବିଫଳ ହୁଏ ।।[୬] ଏହାର ଲକ୍ଷଣ ମଧ୍ୟରେ ଗିଳିବାରେ ଅସୁବିଧା, ରିଗର୍ଜିଟେସନ ବା ଗିଳିବା ଖାଦ୍ୟ ବାହାରି ଆସିବା ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[୧] ଆରମ୍ଭ ସାଧାରଣତଃ ଧୀରେ ଧୀରେ ହୋଇଥାଏ ।[୧] ରୋଗ ଜଟିଳ ହେଲେ ଓଜନ ହ୍ରାସ, ଆସ୍ପିରେସନ ନିମୋନିଆ ଏବଂ ଗ୍ରାସନଳୀ କର୍କଟ ହୋଇପାରେ ।[୧] [୬]
ସାଧାରଣତଃ ଏହାର କାରଣ ଜଣା ପଡ଼ିନାହିଁ; [୫] ଯଦିଓ ଚାଗାସ୍ ରୋଗ, ଡାଉନ ସିଣ୍ଡ୍ରୋମ, ଟ୍ରିପଲ୍-ଏ ସିଣ୍ଡ୍ରୋମ କିମ୍ବା ଆଚାଲାସିଆ ମାଇକ୍ରୋସେଫାଲୀ ରୋଗ ହେତୁ କେତେକ ଘଟଣା ଘଟିଥାଏ ।[୩] [୪] ପରିବାର ମଧ୍ୟରେ ଏହି ରୋଗ କିଛି ହୋଇପାରେ ।[୧] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଏସୋଫେଗସ ସ୍ନାୟୁର ବିଫଳତା ଯୋଗୁ ହୁଏ ଯାହାଦ୍ୱାରା ଏସୋଫାଗସର ଅସ୍ୱାଭାବିକ ସଂକୋଚନ ହୁଏ ।[୬] [୩] ମାନୋମେଟ୍ରି, ବେରିଅମ ଗିଳିବା ଏବଂ ଏଣ୍ଡୋସ୍କୋପି ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥିତ ହୁଏ ।[୬] ଏହା ଏକ ଏସୋଫେଜିଆଲ ମୋଟିଲିଟି ବ୍ୟାଧି ।[୫]
ଅନେକ ପଦକ୍ଷେପ ଏହି ରୋଗର ସ୍ଥିତିରେ ଉନ୍ନତି ଆଣିପାରେ ।[୬] ବିକଳ୍ପଗୁଡ଼ିକ ମଧ୍ୟରେ ନିଫେଡିପିନ କିମ୍ବା ବୋଟୋକ୍ସ ଭଳି ଔଷଧ ଦିଆଯାଇପାରେ; ଏସୋଫେଜିଆଲ ବିସ୍ତାର ପ୍ରଣାଳୀ ଏବଂ ହେଲର୍ ମାୟୋଟୋମି କିମ୍ବା ପାଟି ମାଧ୍ୟମରେ ଏଣ୍ଡୋସ୍କୋପିକ୍ ମାୟୋଟୋମି ଅସ୍ତ୍ରୋପଚାର କରାଯାଇପାରେ ।[୬] [୭] ଅସ୍ତ୍ରୋପଚାର ପରେ ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ହୋଇପାରେ ।[୧]
ଆଚାଲାସିଆ ସାଧାରଣତ ୧୦୦, ଲୋକଙ୍କ ମଧ୍ୟରୁ ପ୍ରାୟ ୨ରୁ ୩ ଜଣଙ୍କୁ ପ୍ରଭାବିତ କରିଥାଏ ।[୫] ରୋଗ ଆରମ୍ଭ ସାଧାରଣତଃ ୨୫ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥାଏ; ସାଧାରଣତ ଅଧିକାଂଶ କ୍ଷେତ୍ରରେ ୫୦ ବର୍ଷ ପାଖାପାଖି ବୟସରେ ହୋଇଥାଏ ।[୧] [୩] ପୁରୁଷ ଏବଂ ମହିଳା ସମ ଭାବରେ ପ୍ରଭାବିତ ହୁଅନ୍ତି ।[୧] ବ୍ରାଜିଲରେ ଚାଗାସ୍ ରୋଗ ହେତୁ ଏହି ଅବସ୍ଥା ୦.୮% ଲୋକଙ୍କୁ ପ୍ରଭାବିତ କରିପାରେ ।[୫] ଏହି ଶବ୍ଦଟି ଗ୍ରୀକ୍ ଭାଷାରୁ ଆସିଛି ଯାହାର ଅର୍ଥ ହେଉଛି "ଅଭାବ" ଏବଂ -ଖାଲାସିସ ଅର୍ଥାତ୍ "ଆରାମ" ।[୮]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Achalasia". Archived from the original on 2022-10-12. Retrieved 2022-09-27.
- ↑ "ACHALASIA | Definition of ACHALASIA by Oxford Dictionary on Lexico.com also meaning of ACHALASIA". web.archive.org. 27 June 2021. Archived from the original on 27 June 2021. Retrieved 27 July 2023.
- ↑ ୩.୦ ୩.୧ ୩.୨ ୩.୩ ୩.୪ Schlottmann, F; Neto, RML; Herbella, FAM; Patti, MG (1 April 2018). "Esophageal Achalasia: Pathophysiology, Clinical Presentation, and Diagnostic Evaluation". The American surgeon. 84 (4): 467–472. PMID 29712590.
- ↑ ୪.୦ ୪.୧ Gockel HR, Schumacher J, Gockel I, Lang H, Haaf T, Nöthen MM (October 2010). "Achalasia: will genetic studies provide insights?". Human Genetics. 128 (4): 353–364. doi:10.1007/s00439-010-0874-8. PMID 20700745.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Schlottmann, F; Patti, MG (July 2018). "Esophageal achalasia: current diagnosis and treatment". Expert review of gastroenterology & hepatology. 12 (7): 711–721. doi:10.1080/17474124.2018.1481748. PMID 29804476.
- ↑ ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ ୬.୭ "Achalasia". nhs.uk (in ଇଂରାଜୀ). 17 October 2017. Archived from the original on 30 May 2023. Retrieved 27 July 2023.
- ↑ Costantini, M; Salvador, R; Costantini, A (July 2022). "Esophageal Achalasia: Pros and Cons of the Treatment Options". World journal of surgery. 46 (7): 1554–1560. doi:10.1007/s00268-022-06495-z. PMID 35238987.
- ↑ Mari, A; Patel, K; Mahamid, M; Khoury, T; Pesce, M (28 January 2019). "Achalasia: Insights into Diagnostic and Therapeutic Advances for an Ancient Disease". Rambam Maimonides medical journal. 10 (1). doi:10.5041/RMMJ.10361. PMID 30720423.