କିଶୋର ମହାନ୍ତି
କିଶୋର ମହାନ୍ତି | |
---|---|
ଜନ୍ମ | ୨୮ ଜାନୁଆରୀ ୧୯୫୩ |
ଜାତୀୟତା | ଭାରତୀୟ |
କିଶୋର ମହାନ୍ତି, ଜଣେ ଓଡ଼ିଆ ସାହିତ୍ୟିକ । ଜଣେ ନାଟ୍ୟକାର ଭାବରେ ପରିଚିତ ଶ୍ରୀ ମହାନ୍ତି, ଗଳ୍ପ, କବିତା ଓ ଅନୁବାଦ ସାହିତ୍ୟରେ ମଧ୍ୟ ନିଜ ଲେଖନୀ ଚାଳନା କରିଛନ୍ତି । ସେ ଆକାଶବାଣୀ କଟକରୁ ବରିଷ୍ଟ ପ୍ରୋଗ୍ରାମ ଏକ୍ସିକ୍ୟୁଟିଭି ଭାବରେ ଅବସର ଗ୍ରହଣ କରିଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କିଶୋର, ୧୯୫୩ ମସିହା ଜାନୁଆରୀ ୨୮ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମଧୁସୁଦନ ମହାନ୍ତି ଓ ମାତାଙ୍କ ନାମ ଉର୍ମିଳା ମହାନ୍ତି ଥିଲା । ତାଙ୍କ ପୌତୃକ ଗ୍ରାମ କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ନରଦା ଲଖନପୁର । ଗାଁରେ ଅନୁଷ୍ଠିତ ରାମଲୀଳାରେ ଲକ୍ଷ୍ମଣ ଭୂମିକାରେ ସେ ପ୍ରଥମେ ଅଭିନୟ କରିଥିଲେ । ମାହାଙ୍ଗାସ୍ଥିତ ଚୌଧୁରୀ ରାଧାନାଥ ବିଦ୍ୟାପୀଠରେ ପାଠପଢ଼ିବାବେଳେ ତାଙ୍କର ପ୍ରଥମ କବିତା ମୋ ଗାଁ ସ୍କୁଲ କାନ୍ଥପତ୍ରିକାରେ ପ୍ରକାଶିତ ହୋଇଥିଲା । ସେ ପ୍ରାଣନାଥ ମହାବିଦ୍ୟାଳୟ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ କଲେଜ ଶିକ୍ଷା ସମାପ୍ତ କରି ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରିଥିଲେ । ତାଙ୍କ ପିଏଚଡ଼ି ଗବେଷଣାର ସନ୍ଦର୍ଭ ଥିଲା ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକନାଟ ଦେଶୀଆ ନାଟ ।
ନାଟକରେ ଅବଦାନ
[ସମ୍ପାଦନା]କିଶୋର ଶତାଧିକ ନାଟକରେ ଅଭିନୟ କରିଛନ୍ତି, ୧୫୦ଟି ବେତାର ନାଟକ ପରିବେଷଣ କରିଛନ୍ତି ଓ ୧୫ରୁ ଅଧିକ ନାଟକ ବହି ଓଡ଼ିଆରେ ଅନୁବାଦ କରିଛନ୍ତି । ସେ ବିଜୟ ଶତପଥୀ, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି ଆଦି ବିଶିଷ୍ଟ ଓଡ଼ିଆ ସାହିତ୍ୟିକଙ୍କ କୃତିକୁ ନାଟ୍ୟରୂପ ଦେଇ ମଞ୍ଚାୟୀନ କରାଇଛନ୍ତି ।
ରଚନାବଳୀ
[ସମ୍ପାଦନା]କିଶୋର ମହାନ୍ତିଙ୍କ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଛନ୍ତି । ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ନିମ୍ନମତେ ।
ନାଟକ
[ସମ୍ପାଦନା]- ବିଭକ୍ତ ସମୟର ସ୍ୱର
- ପ୍ରେମ ଉପତ୍ୟକାରେ ଝଡ଼
- ହଜିଯାଇଥିବା ଇଶ୍ୱର
- ପ୍ରତୀକ୍ଷା
ଗୀତିକବିତା
[ସମ୍ପାଦନା]- ଜହ୍ନରାତିର ଗୀତି
ଅନୁବାଦ
[ସମ୍ପାଦନା]- ଜଣେ ଲୋକ ଥିଲା
ଗଳ୍ପ
[ସମ୍ପାଦନା]- ବଜରଙ୍ଗୀ ପ୍ରସାଦ ଓ ଅନ୍ୟାନ୍ୟ ଗଳ୍ପ
- ମାୟାବତୀର ତୃଷ୍ଣା
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ବିଷୁବ ଅନୁବାଦ ସାହିତ୍ୟ ପୁରସ୍କାର
- ଗୋକର୍ଣ୍ଣିକା ପୁରସ୍କାର
- ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ
- କଳିଙ୍ଗ ପୁସ୍ତକ ମେଳା ପୁରସ୍କାର[୧]
- ଉଦୟ ଭାନୁ ସାରସ୍ୱତ ସମ୍ମାନ[୨]
ଆଧାର
[ସମ୍ପାଦନା]- ↑ "ବ୍ୟକ୍ତିତ୍ୱ". No. ଧରିତ୍ରୀ ଛୁଟିଦିନ ସେପ୍ଟେମ୍ବର ୨୨ - ୨୮. ଧରିତ୍ରୀ. Retrieved 23 September 2024.
- ↑ ବ୍ୟୁରୋ, ଓଡ଼ିଶା ସମ୍ବାଦ (21 October 2021). "କିଶୋର ମହାନ୍ତି ପାଇଲେ 'ଉଦୟ ଭାନୁ ସାରସ୍ୱତ ସମ୍ମାନ'". Odisha Sambad. Retrieved 23 September 2024.