ଉଇକିପିଡ଼ିଆ:ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୩
ହୋମ୍ | ୨୦୨୪ | ୨୦୨୩ | ୨୦୨୨ | ୨୦୨୧ | ୨୦୨୦ | ୨୦୧୯ |
ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ହେଉଛି ଉଇକିପିଡ଼ିଆର ଏକ ଆନ୍ତର୍ଜାତୀୟ ଲିଖନ ପ୍ରତିଯୋଗିତା, ଯେଉଁଥିରେ ସ୍ଥାନୀୟ ଉଇକିପିଡ଼ିଆ ଭାଷାରେ ବିଭିନ୍ନ ଲୋକକଥା ଏବଂ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ପ୍ରସଙ୍ଗ ଗଢ଼ାଯାଇଥାଏ । ପୂର୍ବରୁ ଏହି ପ୍ରତିଯୋଗିତା ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭, ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮, ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା, ଉଇକି ଲଭ୍ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା ଭାବରେ ଯଥାକ୍ରମେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ରେ ଅନୁଷ୍ଠିତ ହୋଇଆସିଛି । ୨୦୨୧ ମସିହାରେ ଏହା ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଭାବରେ ଅନୁଷ୍ଠିତ ହୋଇଥିଲା । ଗତ ବର୍ଷ, ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୨ ମଧ୍ୟ ଆୟୋଜନ କରାଯାଇଥିଲା ।
ପ୍ରତିଯୋଗିତାଟିର ମୂଳ ଉଦ୍ଦେଶ୍ୟ ହେଉଛି ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ଫାଉଣ୍ଡେସନ୍ ପ୍ରକଳ୍ପଗୁଡ଼ିକରେ ମାନବ ସଂସ୍କୃତିର ବିବିଧତା ଉପରେ ପ୍ରବନ୍ଧ ଗଢ଼ିବା । ଏହି ବର୍ଷ ଆମେ ବିଶ୍ୱ ସମୁଦାୟର ଲୋକକଥା ଏବଂ ଲିଙ୍ଗଗତ ଅନୁପାତକୁ ଲକ୍ଷ୍ୟ ରଖି ପ୍ରସଙ୍ଗ ଗଢ଼ିବାକୁ ଅନ୍ୟାନ୍ୟ ଗୋଷ୍ଠୀ ସହ ସହଭାଗୀତା ମଧ୍ୟ କରୁଛୁ ।
ଏହି ଗଣସମ୍ପାଦନାରେ ସମୁଦାୟ ୧୫୬ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।
ପୂର୍ବ ଗଣ-ସମ୍ପାଦନା
[ସମ୍ପାଦନା]- ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୨
- ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୧
- ଉଇକି ଲଭ୍ସ୍ ଓମେନ୍ ସାଉଥ୍ ଏସିଆ ୨୦୨୦ ଗଣସମ୍ପାଦନା
- ଉଇକି ଲଭ ଓମ୍ୟାନ-୨୦୧୯ ଗଣସମ୍ପାଦନା
- ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୮
- ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା ୨୦୧୭
ସମୟସୀମା
[ସମ୍ପାଦନା]୧ ଫେବୃଆରୀ ୨୦୨୩ - ୧୫ ଅପ୍ରେଲ ୨୦୨୩
ପୁରସ୍କାର
[ସମ୍ପାଦନା]ସର୍ବଶ୍ରେଷ୍ଠ ପ୍ରତିଯୋଗିଙ୍କ ପାଇଁ ପୁରସ୍କାର (ଅଧିକ ଗଢ଼ିଥିବା ପ୍ରସଙ୍ଗ ଅନୁସାରେ, ସବୁ ଭାଷାର ପ୍ରକଳ୍ପରୁ ଶ୍ରେଷ୍ଠ ବଛାଯିବ):
- ୧ମ ପୁରସ୍କାର: - ୩୦୦ ଡଲାର
- ୨ୟ ପୁରସ୍କାର: - ୨୦୦ ଡଲାର
- ୩ୟ ପୁରସ୍କାର: - ୧୦୦ ଡଲାର
- ଏହି ପୁରସ୍କାର ରାଶି କେବଳ ଓଡ଼ିଆ ଉଇକିପିଡ଼ିଆ ପାଇଁ ପ୍ରଯୁଜ୍ୟ ନୁହେଁ, ଓଡ଼ିଆ ପାଇଁ ଅଲଗା ପୁରସ୍କାର ରଖାଯିବ ।
ଅଧିକ ସୂଚନା ପାଇଁ ମେଟା ପୃଷ୍ଠା ଦେଖନ୍ତୁ ।
ଫାଉଣ୍ଟେନ୍ ଟୁଲ୍
[ସମ୍ପାଦନା]ପ୍ରସଙ୍ଗ ଗଢ଼ିସାରିବା ପରେ ଏହାକୁ ଫାଉଣ୍ଟେନ୍ ଟୁଲ୍ରେ ଯୋଡ଼ନ୍ତୁ ।
ଅଂଶଗ୍ରହଣ
[ସମ୍ପାଦନା]- Aliva Sahoo (ମୋ ଆଲୋଚନା) ୨୩:୦୭, ୨୭ ଜାନୁଆରୀ ୨୦୨୩ (IST)
- Subas Chandra Rout (ମୋ ଆଲୋଚନା) ୧୨:୩୮, ୨୮ ଜାନୁଆରୀ ୨୦୨୩ (IST)
- ଗପୁ (ମୋ ଆଲୋଚନା) ୨୦:୧୯, ୨୮ ଜାନୁଆରୀ ୨୦୨୩ (IST)
- ସୁଭ (ଆଳାପ) ୧୮:୩୯, ୧୧ ଅପ୍ରେଲ ୨୦୨୩ (IST)
- ବିଚିତ୍ରାନନ୍ଦ ଜେନା (ମୋ ଆଲୋଚନା) ୨୧:୩୭, ୧୨ ଅପ୍ରେଲ ୨୦୨୩ (IST)
- Ashkand Panigrahi (ମୋ ଆଲୋଚନା) ୨୨:୧୮, ୧୨ ଅପ୍ରେଲ ୨୦୨୩ (IST)
- Barsha Rani Behera Nayak (ମୋ ଆଲୋଚନା) ୨୨:୧୯, ୧୨ ଅପ୍ରେଲ ୨୦୨୩ (IST)
- Monalisa Sahu2001 (ମୋ ଆଲୋଚନା) ୨୨:୧୯, ୧୨ ଅପ୍ରେଲ ୨୦୨୩ (IST)
- Ansuman Swain Bhadrak (ମୋ ଆଲୋଚନା) ୧୨:୨୯, ୧୪ ଅପ୍ରେଲ ୨୦୨୩ (IST)
- Sasmita sahoo 1999 (ମୋ ଆଲୋଚନା) ୧୨:୩୧, ୧୪ ଅପ୍ରେଲ ୨୦୨୩ (IST)
ଫଳାଫଳ
[ସମ୍ପାଦନା]ଏହି ଗଣ-ସମ୍ପାଦନାରେ ଭାଗ ନେଇଥିବା ୧୦ ଜଣ ଉଇକିଆଳି ସମୁଦାୟ ୧୫୬ଟି ପ୍ରସଙ୍ଗ ଲେଖିଥିଲେ । ତନ୍ମଧ୍ୟରୁ ଅଲିଭା ସାହୁ ସର୍ବାଧିକ ୮୫ଟି, ସଂଗ୍ରାମ କେଶରୀ ସେନାପତି ୫୪ଟି ଓ ସୁବାସ ଚନ୍ଦ୍ର ରାଉତ ୮ଟି ପ୍ରସଙ୍ଗ ଲେଖି ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିଲେ । ଭଦ୍ରକରେ ଆୟୋଜନ କରାଯାଇଥିଲା କର୍ମଶାଳା ଜରିଆରେ ୬ ଜଣ ପ୍ରତିଯୋଗି ଯୋଗ ଦେଇଥିଲେ ଏବଂ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖିଥିଲେ ।