ରବି କିନ୍ନାଗି

ଉଇକିପିଡ଼ିଆ‌ରୁ
ରବି କିନ୍ନାଗି
ରବି କିନ୍ନାଗି
Born୧୯ ଅକ୍ଟୋବର ୧୯୫୫
Nationalityଭାରତୀୟ
Occupationଚଳଚ୍ଚିତ୍ର ନିର୍ଦ୍ଦେଶକ
Years active୧୯୯୦ ରୁ

ରବି କିନ୍ନାଗି ପ୍ରଧାନତଃ ବଙ୍ଗଳାଓଡ଼ିଆ ଚଳଚ୍ଚିତ୍ର ଜଗତରେ କାର୍ଯ୍ୟ କରିଥିବା ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା କାହାଣୀକାର ।[୧][୨] ତାଙ୍କ ନିର୍ଦ୍ଦେଶିତ ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର ହେଉଛି ଜୀବନ ସଂଗୀ (୧୯୯୦) । ତାଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ବଙ୍ଗଳା ଚଳଚ୍ଚିତ୍ର ହେଉଛି ସୋନାର ଖାଞ୍ଚା (୧୯୯୮), ଅନ୍ନଦାତା (୨୦୦୨), ଚମ୍ପିଆନ (୨୦୦୩), ମସ୍ତାନ (୨୦୦୪), ଆଇ ଲଭ ୟୁ (୨୦୦୭), ପ୍ରେମର କାହାନୀ (୨୦୦୮) ଓ ଜୋଶ (୨୦୧୦) । ୧୯୮୬ ମସିହାରେ ମାନିନୀ ଚଳଚ୍ଚିତ୍ରରୁ ସେ ପ୍ରଥମ କରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ । ତାଙ୍କଦ୍ୱାରା ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ରସବୁ ମଧ୍ୟରେ ସୁନା ଚଢ଼େଇ, ଆମ ଘର ଆମ ସଂସାର, ପଦଦେଶୀ ଚଢ଼େଇ, ଭାଇ ହେଲା ଭଗାରୀପବିତ୍ର ବନ୍ଧନ ଆଦି ଅନ୍ୟତମ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ରବି କିନ୍ନାଗୀ ପ୍ରଥମେ ତାଙ୍କ ବାପା ଓ ଫିଲ୍ମ ନିର୍ଦ୍ଦେଶକ ଓ ନିର୍ମାତା ଶଙ୍କର କିନ୍ନାଗୀଙ୍କଠାରୁ ଫିଲ୍ମ ନିର୍ଦ୍ଦେଶନା ଶିଖିଥିଲେ । ପରେ ସେ ଫିଲ୍ମ ନିର୍ଦ୍ଦେଶକ ଏସ. ରାମନାଥନ ତଥା ଅନୀଳ ଗାଙ୍ଗୁଲୀଙ୍କ ସହଯୋଗୀ ଭାବେ କାମ ଆରମ୍ଭ କରିଥିଲେ । ରାଜଶ୍ରୀ ପ୍ରଡକ୍ସନ୍ସରେ କାମ କଲାବେଳେ ସେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ସହଯୋଗୀ ଭାବେ କିଛି ହିନ୍ଦୀ ଫିଲ୍ମରେ କାମ ଆରମ୍ଭ କରିଥିଲେ । ପରେ ସେ ଓଡ଼ିଶାକୁ ଓଡ଼ିଆ ଫିଲ୍ମ କରିବା ପାଇଁ ଆସିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ମାନିନୀ (୧୯୮୬) । ଏହା ବ୍ୟତୀତ ସେ ସୁନା ଚଢ଼େଇ, ଆମ ଘର ଆମ ସଂସାର, ପଦଦେଶୀ ଚଢ଼େଇ, ଭାଇ ହେଲା ଭଗାରୀପବିତ୍ର ବନ୍ଧନ ଆଦି ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ । ପରେ ସେ ବଙ୍ଗଳା ଫିଲ୍ମର ନିର୍ଦ୍ଦେଶନା ଦେବା ପାଇଁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲିଯାଇଥିଲେ ।

ଚଳଚ୍ଚିତ୍ର ନିର୍ଦ୍ଦେଶନା[ସମ୍ପାଦନା]

ଓଡ଼ିଆ ଚଳଚ୍ଚିତ୍ର[ସମ୍ପାଦନା]

ବଙ୍ଗଳା ଚଳଚ୍ଚିତ୍ର[ସମ୍ପାଦନା]

  • ଜୀବନ ସଂଗୀ (୧୯୯୦)
  • ଅନ୍ନଦାତା (୨୦୦୨)
  • ଚମ୍ପିୟାନ (୨୦୦୩)
  • ପ୍ରେମୀ (୨୦୦୪)
  • ମସ୍ତାନ (୨୦୦୪)
  • ବନ୍ଧନ (୨୦୦୪)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Rabi Kinagi". Complete Index to World Film. Retrieved 14 February 2009.
  2. "The great role reversal of Tollywood". The New Indian Express. Archived from the original on 4 March 2016. Retrieved 19 August 2015.

ଅଧିକ ତଥ୍ୟ[ସମ୍ପାଦନା]