ଟେଲମିସାର୍ଟାନ

ଉଇକିପିଡ଼ିଆ‌ରୁ
ଟେଲମିସାର୍ଟାନ
Clinical data
Pronunciation/tɛlmɪˈsɑːrtən/
Trade namesMicardis, Actavis, others
AHFS/Drugs.commonograph
MedlinePlusa601249
data
Pregnancy
category
  • AU: D
  • US: D (Evidence of risk)
Routes of
administration
By mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability42–100%
Protein binding>99.5%
MetabolismMinimal hepatic (glucuronidation)
Elimination half-life24 hours
ExcretionFaecal 97%
Identifiers
  • 2-(4-{[4-Methyl-6-(1-methyl-1H-1,3-benzodiazol-2-yl)-2-propyl-1H-1,3-benzodiazol-1-yl]methyl}phenyl)benzoic acid
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.149.347 Edit this at Wikidata
Chemical and physical data
FormulaC33H30N4O2
Molar mass514.617 g/mol
3D model (JSmol)
  • O=C(O)c1ccccc1c2ccc(cc2)Cn3c4cc(cc(c4nc3CCC)C)c5nc6ccccc6n5C
  • InChI=1S/C33H30N4O2/c1-4-9-30-35-31-21(2)18-24(32-34-27-12-7-8-13-28(27)36(32)3)19-29(31)37(30)20-22-14-16-23(17-15-22)25-10-5-6-11-26(25)33(38)39/h5-8,10-19H,4,9,20H2,1-3H3,(H,38,39) checkY
  • Key:RMMXLENWKUUMAY-UHFFFAOYSA-N checkY
  (verify)

ଟେଲମିସାର୍ଟାନ (ଇଂରାଜୀ ଭାଷାରେ Telmisartan, ଏକ ବିକ୍ରୟ ନାମ ମିକାର୍ଡ଼ିସ/ Micardis) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତମଧୁମେହ ବୃକ୍‌କ ରୋଗ (diabetic kidney disease) ଇତ୍ୟାଦି ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୧] ଉଚ୍ଚ ରକ୍ତଚାପ ରୋଗରେ ଏହା ଏକ ଉଚିତ ପ୍ରାରମ୍ଭିକ ଚିକିତ୍ସା ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ଅନ୍ୟାନ୍ୟ ମିଶ୍ରିତ ସଂସ୍କରଣମାନ ଟେଲମିସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ (telmisartan/hydrochlorothiazide) ଓ ଟେଲମିସାର୍ଟାନ/ଆମ୍ଲୋଡିପିନ ନାମରେ ମିଳେ । [୧]

ଟେଲମିସାର୍ଟାନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ , ତରଳ ଝାଡ଼ାକଟି ଯନ୍ତ୍ରଣା ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ବୃକ୍‌କ ସମସ୍ୟା, ଅଳ୍ପ ରକ୍ତଚାପ (low blood pressure) ଓ ଆଞ୍ଜିଓଇଡିମା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଶିଶୁର କ୍ଷତିକାରକ ହୁଏ ଓ ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ ।[୨] ଏହା ଏକ ଆଞ୍ଜିଓଟେନସିନ ୨ ରିସେପ୍ଟର ଆଣ୍ଟାଗୋନିସ୍ଟ (angiotensin II receptor antagonist) ଓ ଆଞ୍ଜିଓଟେନସିନ ୨ର (angiotensin II) ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

ଟେଲମିସାର୍ଟାନ ସନ ୧୯୯୧ରେ ପେଟେଣ୍ଟ ହେବା ପରେ ସନ ୧୯୯୯ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୩] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୪] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ସନ ୨୦୧୬ରେ ଏହାର ୧.୯ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୪୬ତମ ସ୍ଥାନରେ ଥଲା ।[୬]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Telmisartan Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  2. "Telmisartan Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 471. ISBN 9783527607495.
  4. ୪.୦ ୪.୧ British national formulary : BNF 76 (76 ed.). Pharmaceutical Press. 2018. p. 178. ISBN 9780857113382.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2019". clincalc.com. Retrieved 26 February 2019.

ବାହ୍ୟ ଲିଙ୍କ[ସମ୍ପାଦନା]