ଟେଲମିସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ
| Combination of | |
|---|---|
| Telmisartan | Angiotensin II receptor antagonist |
| Hydrochlorothiazide | Thiazide diuretic |
| Clinical data | |
| Trade names | MicardisPlus, Micardis HCT, others |
| MedlinePlus | a611031 |
| data | |
| Pregnancy category | |
| Routes of administration | By mouth |
| Legal status | |
| Legal status |
|
| (verify) | |
ଟେଲମିସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ମାଇକାର୍ଡିସ୍ HCT, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] ଏହା ଟେଲମିସାର୍ଟାନ ନାମକ ଏକ ଆଞ୍ଜିଓଟେନସିନ୍ ୨ ରିସେପ୍ଟର ଆଣ୍ଟାଗିନିଷ୍ଟ ଓ ହାଇଡ୍ରୋକ୍ଲୋରୋଥିଆଜାଇଡ ନାମକ ଏକ ଡାଇୟୁରେଟିକର ମିଶ୍ରଣ | [୨] ଟେଲିମିସାର୍ଟାନ ବ୍ୟବହାର ଫଳପ୍ରଦ ନ ହେଲେ ଏହା ବ୍ୟବହୃତ ହୋଇପାରେ | [୩] ଏହା ପାଟିରେ ଦିଆଯାଏ | [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଉପର ଶ୍ୱାସନଳୀ ସଂକ୍ରମଣ, ବାନ୍ତି, ତରଳ ଝାଡ଼ା ଏବଂ ଥକାପଣ ହୋଇପାରେ | [୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା, ଇଲେକ୍ଟ୍ରୋଲାଇଟ ସମସ୍ୟା, ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ | [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୨] ଆଞ୍ଜିଓଟେନସିନ ୨ର ପ୍ରଭାବକୁ ଅବରୋଧ କରି ଟେଲମିସାର୍ଟାନ୍ କାମ କରୁଥିବାବେଳେ କୃକ୍କର ଜଳ ବଜାୟ ରଖିବା କ୍ଷମତା ହ୍ରାସ କରି ହାଇଡ୍ରୋକ୍ଲୋରୋଥିଆଜାଇଡ କାର୍ଯ୍ୟକ୍ଷମ ହୁଏ | [୨]
ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ୨୦୦୦ ମସିହାର ଅନୁମୋଦନ କରାଯାଇଥିଲା | [୫] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି । [୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୩] [୭] [୪] ଏକ ମାସର ଔଷଧର ମୂଲ୍ୟ ବାବଦ ୨୦୧୮ରେ ଯୁକ୍ତରାଜ୍ୟରେ ୧୭ ପାଉଣ୍ଡ ଖର୍ଚ୍ଚ ହୋଇଥାଏ । ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୧୯ ମସିହାରେ ୬୫ ଡଲାର ଥିଲା ।
ଆଧାର
[ସମ୍ପାଦନା]- 1 2 "DailyMed - TELMISARTAN AND HYDROCHLOROTHIAZIDE tablet". dailymed.nlm.nih.gov. Archived from the original on 18 May 2020. Retrieved 29 October 2019.
- 1 2 3 4 "DailyMed - TELMISARTAN AND HYDROCHLOROTHIAZIDE tablet". dailymed.nlm.nih.gov. Archived from the original on 18 May 2020. Retrieved 29 October 2019.
- 1 2 British national formulary : BNF 76 (76 ed.). Pharmaceutical Press. 2018. p. 178. ISBN 9780857113382.
- 1 2 British national formulary : BNF 76 (76 ed.). Pharmaceutical Press. 2018. p. 178. ISBN 9780857113382.
- ↑ "Hydrochlorothiazide and telmisartan Uses, Side Effects & Warnings". Drugs.com (in ଇଂରାଜୀ). Archived from the original on 29 June 2019. Retrieved 29 October 2019.
- ↑ "World Health Organization model list of essential medicines: 21st list 2019". 2019.
{{cite journal}}: Cite journal requires|journal=(help) - ↑ "Hydrochlorothiazide/telmisartan Prices, Coupons & Patient Assistance Programs". Drugs.com. Archived from the original on 29 October 2019. Retrieved 29 October 2019.