ବନମାଳୀ ବାବୁ
ବନମାଳି ବାବୁ | |
---|---|
ସାଂସଦ: ୫ମ ଲୋକ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୭ | |
ପୂର୍ବ ଅଧିକାରୀ | ଶ୍ରଦ୍ଧାକର ସୂପକାର |
ପର ଅଧିକାରୀ | ଗଣନାଥ ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର |
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୭୧ | |
ପୂର୍ବ ଅଧିକାରୀ | ଭିକାରୀ ଘାସି, ଲକ୍ଷ୍ମୀପ୍ରସାଦ ମିଶ୍ର |
ପର ଅଧିକାରୀ | ଶ୍ରୀବଲ୍ଲଭ ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସମ୍ବଲପୁର ଜିଲ୍ଲା, ଓଡ଼ିଶା, ବ୍ରିଟିଶ ଭାରତ | ୯ ମାର୍ଚ୍ଚ ୧୯୧୮
ମୃତ୍ୟୁ | ୮ ମଇ ୧୯୯୮ | (ବୟସ ୮୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସରୋଜ କୁମାରୀ |
ବାପା/ବୋଉ | ଗୋକୁଳ ଚନ୍ଦ୍ର ବାବୁ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବନମାଳୀ ବାବୁ (୯ ମାର୍ଚ୍ଚ ୧୯୧୮ - ୫ ଅଗଷ୍ଟ ୧୯୯୮) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ପ୍ରତିନିଧି ଭାବରେ ରାଜନୀତିରେ ସକ୍ରିୟ ଥିଲେ । ୧୯୬୧ ମସିହାରେ ବନମାଳୀ ବାବୁ କଂଗ୍ରେସ ଦଳର ପ୍ରତିନିଧି ଭାବରେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭା ଏବଂ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ୧୯୭୧ ମସିହାରେ ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩][୪][୫]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବନମାଳି ୧୯୧୮ ମସିହାର ମାର୍ଚ୍ଚ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋକୁଳ ଚନ୍ଦ୍ର ବାବୁ ଓ ପତ୍ନୀଙ୍କ ନାମ ସରୋଜ କୁମାରୀ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ଓ ପରେ ସେ ଓକିଲାତି ପଢ଼ିଥିଲେ ।[୬]
ରାଜନୈତିକ ଜୀବନ
[ସମ୍ପାଦନା]ବନମାଳି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୬] ୧୯୭୧ ମସିହାରୁ ୧୯୭୭ ମସିହାଯାଏଁ ସେ ଲୋକ ସଭାର ସାଂସଦ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ବନମାଳି ବାବୁ ୧୯୯୮ ମସିହାର ମଇ ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬] ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ନାୟକ, ଡକ୍ଟର ଉଦ୍ଧବ ଚରଣ (January 2014). ଓଡ଼ିଶା ରାଜନୀତିର ଇତିହାସ (୨ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. Retrieved 5 January 2019.
- ↑ Inkworld. National Union of Journalists (India). 1976. p. 28. Retrieved 24 January 2018.
- ↑ The Election Archives. Shiv Lal. April 1972. p. 6. Retrieved 24 January 2018.
- ↑ Sir Stanley Reed (1976). The Times of India Directory and Year Book Including Who's who. Bennett, Coleman & Company. p. 712. Retrieved 24 January 2018.
- ↑ "Banamali Das and His Times in the Princely State of Nilgiri" (PDF). Odisha Review. Archived from the original (PDF) on 11 August 2018. Retrieved 11 August 2018.
- ↑ ୬.୦ ୬.୧ ୬.୨ "Shri Banamali Babu". odishaassembly.nic.in. Odisha Assembly. Retrieved 31 August 2020.