ଶ୍ରୀବଲ୍ଲଭ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ଶ୍ରୀବଲ୍ଲଭ ପାଣିଗ୍ରାହୀ
ବିଧାୟକ: ୧୦ମ, ୧୧ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୧ – ୧୯୯୮
ନିର୍ବାଚନ ମଣ୍ଡଳୀଦେବଗଡ଼
ସାଂସଦ: ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୪ – ୧୯୮୯
ନିର୍ବାଚନ ମଣ୍ଡଳୀଦେବଗଡ଼
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀବନମାଳି ବାବୁ
ପର ଅଧିକାରୀଝସକେତନସାହୁ
ନିର୍ବାଚନ ମଣ୍ଡଳୀସମ୍ବଲପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-09-02)୨ ସେପ୍ଟେମ୍ବର ୧୯୪୦


[୧]
ବଡ଼ଗାଁ, ସମ୍ବଲପୁର ଜିଲ୍ଲା, ଓଡ଼ିଶା[୧]
ମୃତ୍ୟୁ୮ ଜୁଲାଇ ୨୦୧୫(2015-07-08) (ବୟସ ୭୪)
ବେଙ୍ଗାଳୁରୁ[୧]
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁନନ୍ଦା ପାଣିଗ୍ରାହୀ
ସମ୍ପର୍କରାସେଶ୍ୱରୀ ପାଣିଗ୍ରାହୀ
ବାପା/ବୋଉନୃସିଂହ ପାଣିଗ୍ରାହୀ (ବାପା)
ବୃତ୍ତିରାଜନୀତିଜ୍ଞ

ଶ୍ରୀବଲ୍ଲଭ ପାଣିଗ୍ରାହୀ (୨ ସେପ୍ଟେମ୍ବର ୧୯୪୦ - ୮ ଜୁଲାଇ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ ଥର ଓ ଲୋକ ସଭାରେ ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୧୯୮୪, ୧୯୯୧ ଓ ୧୯୯୬ ଭାରତୀୟ ସାଧାରଣ ନିର୍ବାଚନରେ ସେ ଦେଓଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୧୦ ଓ ୧୧ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ୩୩ ବର୍ଷ ବୟସରେ ନନ୍ଦିନୀ ଶତପଥୀଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୪]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଶ୍ରୀବଲ୍ଲଭ ୧୯୪୦ ମସିହାର ସେପ୍ଟେମ୍ବର ମାସ ୨ ତାରିଖରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବଡ଼ଗାଁରେ ଜନ୍ମଗ୍ରହଣ କରିଥିଲେ ।[୧][୫] ତାଙ୍କ ବାପାଙ୍କ ନାମ ନୃସିଂହ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସୁନନ୍ଦା ପାଣିଗ୍ରାହୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବି.ଏ., ଏଲ୍.ଏଲ୍.ବି. ।[୬] ତାଙ୍କ ଭଉଣୀ ରାସେଶ୍ୱରୀ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ସକ୍ରିୟ ରହି ଓଡ଼ିଶା ବିଧାନ ସଭାରେ ବିଧାୟିକା ଭାବରେ କାର୍ଯ୍ୟ କରୁଥିଲେ ।[୫]

ରାଜନୈତିକ ଜୀବନ[ସମ୍ପାଦନା]

ଶ୍ରୀବଲ୍ଲଭ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୭] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଓ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୬]

ମୃତ୍ୟୁ[ସମ୍ପାଦନା]

ଶ୍ରୀବଲ୍ଲଭ ପାଣିଗ୍ରାହୀ ୨୦୧୫ ମସିହାର ଜୁଲାଇ ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬] ସେ ବାଙ୍ଗାଲୋରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Former Minister Sriballav Panigrahi dead". The Pioneer (in ଇଂରାଜୀ). 10 July 2015. Retrieved 4 September 2020.
  2. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  3. "Congress leader Sriballav Panigrahi passes away". The Economic Times. 9 July 2015. Retrieved 4 September 2020.
  4. "Sriballav Panigrahi dies at 74". The Times of India (in ଇଂରାଜୀ). 10 July 2015. Retrieved 4 September 2020.
  5. ୫.୦ ୫.୧ "Former Odisha minister, MP Sriballav Panigrahi dead | Sambad English". Sambad English (in English). Bhubaneswar: sambadenglish.com. 9 July 2015. Archived from the original on 4 September 2020. Retrieved 4 September 2020.{{cite news}}: CS1 maint: unrecognized language (link)
  6. ୬.୦ ୬.୧ ୬.୨ "Shri Shriballav Panigrahi". odishaassembly.nic.in. Odisha Assembly. Retrieved 3 September 2020.
  7. "ବରିଷ୍ଠ କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପରଲୋକ9 July 2015". Odisha Reporter (in Odia). Bhubaneswar. Archived from the original on 4 September 2020. Retrieved 4 September 2020.{{cite news}}: CS1 maint: unrecognized language (link)
  8. "ବରିଷ୍ଠ କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ପରଲୋକ". Odisha Reporter. 9 July 2015. Retrieved 4 September 2020.