Jump to content

"ଭୂମିକା ଦାଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"{{ଛୋଟ|Bhumika Dash}} {{Infobox person | name = ଭୂମିକା | image = | imagesize = | caption = | birth_dat..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୨:୨୮, ୭ ଅପ୍ରେଲ ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଭୂମିକା
ଜନ୍ମ
ଭୂମିକା ଦାଶ

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୩ରୁ- ଏବେଯାଏଁ

ଭୂମିକା ଦାଶ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହା ପରେ ସେ ଗପ ହେଲେ ବି ସତ ଚଳଚ୍ଚିତ୍ରରେ ମଧ୍ୟ ଜନେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନାୟିକା ଭାବରେ ଅଭିନୟ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

ଅଭିନୟ ଜୀବନ

ଭୂମିକା ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ହରିହରି ମହାପାତ୍ର, ମିହିର ଦାସ, ହର ପଟ୍ଟନାୟକ, ପ୍ରିୟା ଚୌଧୁରୀ ପ୍ରମୁଖ ଅଭିନୟ କରିଥିଲେ । ଏହା ପରେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ଚଳଚ୍ଚିତ୍ର ଗପ ହେଲେ ବି ସତ ଚଳଚ୍ଚିତ୍ରରେ ଏକ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିଲେ ।

୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ୭ମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ନାୟକ ଭାବରେ ସ୍ୱରାଜ ବାରିକ ଅଭିନୟ କରିଥିଲେ । ସ୍ୱରାଜ ମଧ୍ୟ ଜଣେ ଶିଶୁ କଳାକାର ଭାରେ ପୂର୍ବରୁ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୨୦୧୩ ରୁମ୍‌କୁ ଝୁମାନା ଶିଶୁ କଳାକାର ଭାବରେ ପ୍ରଥମ ଅଭିନୟ ଆରମ୍ଭ
୨୦୧୫ ଗପ ହେଲେ ବି ସତ ବର୍ଷା
୨୦୧୭ ତୁ ମୋ ଲଭ୍ ଷ୍ଟୋରୀ ନାୟିକା ଭାବରେ ପ୍ରଥମ ଅଭିନୟ

ଆଧାର

  1. ""Bhoomika Dash"- Ready To Bind Audiance With Her Superb Acting Skills". E News ଓଡ଼ିଆ. 13 February 2017. Retrieved 6 April 2017.