ସାରଦା ପ୍ରସନ୍ନ ନାୟକ

ଉଇକିପିଡ଼ିଆ‌ରୁ
Sarada Prasanna Nayak
ସାରଦା ପ୍ରସନ୍ନ ନାୟକ
Born (1926-12-13) ୧୩ ଡିସେମ୍ବର ୧୯୨୬ (ବୟସ ୯୭)
Died୯ ସେପ୍ଟେମ୍ବର ୨୦୨୦(2020-09-09) (ବୟସ ୯୩)[୧]
Cause of deathକୋଭିଡ-୧୯[୨]
Nationalityଭାରତୀୟ
Alma materଭିକ୍ଟୋରିଆ ସ୍କୁଲ, କଟକ,
ରେଭେନ୍ସା ମହାବିଦ୍ୟାଳୟ
Known forକଥାଚିତ୍ର ନିର୍ଦ୍ଦେଶକ ଓ ଗୀତିକାର
Parent(s)ବାସୁଦେବ ନାୟକ, ସେବତୀ ନାୟକ
Relativesସ୍ୱରୂପ ନାୟକ (ଭାଇ),
ପାର୍ବତୀ ଘୋଷ (ଭଉଣୀ),
ଗୌର ଘୋଷ (ଭିଣୋଇ)
Awardsଜୟଦେବ ପୁରସ୍କାର, ୨୦୧୩

ସାରଦା ପ୍ରସନ୍ନ ନାୟକ (୧୩ ଡିସେମ୍ବର ୧୯୨୬ – ୯ ସେପ୍ଟେମ୍ବର ୨୦୨୦)[୨][୩] ଜଣେ ଓଡ଼ିଆ କଥାଚିତ୍ର ଗୀତିକାର ଓ ନିର୍ଦ୍ଦେଶକ ଥିଲେ ।[୪] ସେ ୧୯୫୬ ମସିହାରେ ଭକ୍ତକବି ଜୟଦେବ ଚଳଚ୍ଚିତ୍ରରୁ ସହନିର୍ଦ୍ଦେଶକ ଭାବରେ ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ର ବ୍ୟତୀତ ସେ ରେଡ଼ିଓଦୂରଦର୍ଶନରେ ମଧ୍ୟ ସକ୍ରିୟ ରହିଆସିଥିଲେ । ସେ ତାଙ୍କ ନିର୍ମିତ ଚଳଚ୍ଚିତ୍ର କା, ସ୍ତ୍ରୀସଂସାରରେ ପାରଦର୍ଶିତା ପାଇଁ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ । ୨୦୧୩ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରିଥିଲେ ।[୫]

କୋଭିଡ-୧୯ରେ ପୀଡ଼ିତ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।[୨][୧][୬]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ସାରଦା ପ୍ରସନ୍ନ ନାୟକ ୧୯୨୬ ମସିହା ଡିସେମ୍ବର ୧୩ ତାରିଖରେ ଅବିଭକ୍ତ କଟକ ଜିଲ୍ଲାର ବୟାଳିଶ ମୌଜା ଅନ୍ତର୍ଗତ ଧୂଳିଶ୍ୱର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ବାସୁଦେବ ନାୟକ ଓ ମାତାଙ୍କ ନାମ ସେବତୀ ନାୟକ । ତାଙ୍କ ପିତା ମନମୋହନ ପ୍ରେସର ମ୍ୟାନେଜର ଥିଲେ । ସାରଦା ପ୍ରସନ୍ନ ନାୟକ ନିଜ ପ୍ରାଥମିକ ଶିକ୍ଷା କଟକ ମଧୁସୂଦନ ନଗରସ୍ଥିତ ଭିକ୍ଟୋରିଆ ସ୍କୁଲ (ବର୍ତ୍ତମାନର ଭକ୍ତମଧୁ ବିଦ୍ୟାପୀଠ)ରୁ ଗ୍ରହଣ କରିଥିଲେ । ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କଲା ବେଳେ ନାଟକ ପାଇଁ ଆଗ୍ରହ ହୋଇଥିଲା ।

ବୃତ୍ତିଗତ ଜୀବନ[ସମ୍ପାଦନା]

ସାରଦା ପ୍ରସନ୍ନ ନାୟକଙ୍କୁ ନାଟକ ପାଇଁ ସୁରେନ ମହାନ୍ତି ପ୍ରେରଣା ଦେଇଥିଲା । ୧୯୪୮ରେ ଆକାଶବାଣୀ କଟକ ସ୍ଥାପନା ହେଲାପରେ ସେଠାରେ ମନୋରଞ୍ଜନ ଦାସଙ୍କ ନିର୍ଦ୍ଦେଶନାରେ ଗୋଟିଏ ନାଟକରେ ସହନାୟକ ଭୂମିକା ତାଙ୍କୁ ମିଳିଥିଲା । ୧୯୫୧ ମସିହାରୁ ସେ ନାଟକ ସଂଳାପ ରଚନା, ନିର୍ଦ୍ଦେଶନା ଓ ସଂଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ନାଟକଗୁଡ଼ିକ ମଧ୍ୟରେ ଶଙ୍ଖାଳି, ସୁନାମାଟିପରିଶୋଧ ଅନ୍ୟତମ । ମନୋରଞ୍ଜନ ଦାସଙ୍କ ଅଭିଳାଷ ନାଟକ ପାଇଁ ସେ ପ୍ରଥମେ ଗୀତ ଲେଖିଥିଲେ । ୧୯୭୩ ମସିହାରେ ଏକମାତ୍ର ଭାରତୀୟ ଭାବରେ ସେ ଲଣ୍ଡନଠାରେ ଅନୁଷ୍ଠିତ ସିଇଡିଓ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ପାଇଥିଲେ । ସେଠାରେ ସେ ଚାର୍ଲସ ଡିକେନ୍ସଙ୍କ ବାସଭବନରେ ରହିଥିଲେ । ରାମାୟଣର ଭରତଙ୍କ ଚରିତ୍ରକୁ ନେଇ ରଚିତ ତାଙ୍କ ସ୍କ୍ରିନ ପ୍ଲେ ବ୍ରଦର୍ଲି ଲଭ ସେଠାରେ ମଞ୍ଚସ୍ଥ ହୋଇଥିଲା ।

ନାଟକରେ ତାଙ୍କ ଅଭିନୟରେ ଅଭିଭୂତ ହୋଇ ଆସାମର ପୂର୍ବତ୍ତନ ରାଜ୍ୟପାଳ ଲୋକନାଥ ମିଶ୍ର ତାଙ୍କୁ ଚଳଚ୍ଚିତ୍ର କରିବାପାଇଁ ପ୍ରୋତ୍ସାହିତ କରିଥିଲେ । କଲିକତାର ଷ୍ଟୁଡିଓ ଦେଖି ସେ ଚଳଚ୍ଚିତ୍ର ବାବଦରେ ଜ୍ଞାନ ଆହରଣ କରିଥିଲେ । ଭକ୍ତକବି ଜୟଦେବ ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଲେଖିବା ଓ ସହନିର୍ଦ୍ଦେଶନା କରି ସେ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ସେତେବେଳେ ଓଡ଼ିଆ ଚଳଚ୍ଚିତ୍ର ମୁଖ୍ୟତଃ ବଙ୍ଗାଳୀ ନିର୍ଦ୍ଦେଶକମାନଙ୍କଦ୍ୱାରା ନିର୍ମିତ ହେଉଥିଲା । ସେ ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ ଭାବରେ ଛଦ୍ମନାମ "ସିଦ୍ଧାର୍ଥ" ବ୍ୟବହାର କରି ଲକ୍ଷ୍ମୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଧାରଉଧାର କରି ସେ ୯୫,୦୦୦ ଟଙ୍କା ଖର୍ଚ୍ଚ କରି ଏହି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଚଳଚ୍ଚିତ୍ରଟି ସିନେମାହଲରେ ୧୦୦ଦିନ ପର୍ଯ୍ୟନ୍ତ ଚାଲିଥିଲା । ଲକ୍ଷ୍ମୀର ସଫଳତା ପରେ ସେ କା, ସ୍ତ୍ରୀସଂସାର ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଲକ୍ଷ୍ମୀ, କାସ୍ତ୍ରୀ ଚଳଚ୍ଚିତ୍ର ପାଇଁ ସେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ । ଚଳଚ୍ଚିତ୍ର ନିର୍ମାଣ କଳାରେ ସେ ଭି ଶାନ୍ତାରାମଙ୍କୁ ନିଜର ପ୍ରେରଣା ଭାବରେ ଗ୍ରହଣ କରିଥିବା ପ୍ରକାଶ କରିଥିଲେ ।

ନାଟକ[ସମ୍ପାଦନା]

  • ଶଙ୍ଖାଳି
  • ସୁନାମାଟି
  • ପରିଶୋଧ

କଥାଚିତ୍ର[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଜୟଦେବ ପୁରସ୍କାର - ୨୦୧୩[୫]
  • ରାଷ୍ଟ୍ରପତି ପୁରସ୍କାର (ଲକ୍ଷ୍ମୀ-୧୯୬୩, କା- ୧୯୬୬, ସ୍ତ୍ରୀ-୧୯୬୮)
  • ନାଟ୍ୟଶ୍ରୀ ସମ୍ମାନ
  • ବାଣୀଚିତ୍ର ସମ୍ମାନ
  • ଚିନ୍ତ ଓ ଚେତନା ସମ୍ମାନ[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Odia filmmaker, director of 'Laxmi' Sarada Prasanna Nayak passes away". KalingaTV. 9 September 2020. Retrieved 9 September 2020.
  2. ୨.୦ ୨.୧ ୨.୨ Sep 9, ip Bal / TNN / (9 September 2020). "Veteran filmmaker Sarada Prasanna Nayak passes away | Bhubaneswar News - Times of India". The Times of India (in ଇଂରାଜୀ). Retrieved 9 September 2020.{{cite news}}: CS1 maint: numeric names: authors list (link)
  3. "ଇର୍ଷା ଓ ଅସୂୟା ଭାବ ଫିଲ୍ମ ଜଗତର ଚିରାଚରିତ ପ୍ରଥା". ନିତିଦିନ. Retrieved 22 May 2016.[permanent dead link]
  4. "ଆର୍କାଇଭ୍ କପି". Archived from the original on 2016-08-16. Retrieved 2014-11-28. {{cite web}}: Cite has empty unknown parameter: |1= (help)
  5. ୫.୦ ୫.୧ "'Films these days lack values'". www.telegraphindia.com. 16 October 2014. Retrieved 9 September 2020.
  6. "Lyricist, Odia film director Sarada Prasanna Nayak passes away". Prameyanews. 9 September 2020. Retrieved 9 September 2020.
  7. ସୁଶାନ୍ତ. "ଯେଉଁ ଫିଲ୍ମରେ ବଳିଷ୍ଠ ବାର୍ତ୍ତା ନାହିଁ". ରବିବାର ସମ୍ବାଦ. ସମ୍ବାଦ. Retrieved 29 November 2014.
  8. http://timesofindia.indiatimes.com/city/bhubaneswar/Mohapatras-Sala-Budha-bags-awards-in-7-categories/articleshow/45141405.cms
  9. ଧରିତ୍ରୀ ଛୁଟିଦିନ ୨୬/୦୧/୨୦୧୫ ପୃଷ୍ଠା ୬

ଅଧିକ ତଥ୍ୟ[ସମ୍ପାଦନା]