ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ | |
---|---|
ସ୍ଥାପିତ | ୧୯୪୪ |
ପ୍ରକାର | ସ୍ୱୟଂଶାସିତ |
ଅଧ୍ୟକ୍ଷ | ମିହିର ପ୍ରସାଦ ମିଶ୍ର |
ଅବସ୍ଥାନ | ପୁରୀ, ଓଡ଼ିଶା, ଭାରତ |
ୱେବସାଇଟ | ମୁଖ୍ୟ ୱେବସାଇଟ |
ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ପୁରୀରେ ଅବସ୍ଥିତ ଏକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ।[୧] ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୫୪ କିଲୋମିଟର ଦୂରରେ ଅବସ୍ଥିତ । ଏହି ମହାବିଦ୍ୟାଳୟ ପୁରୀ ରେଳ ଷ୍ଟେସନଠାରୁ ୨ କିଲୋମିଟର ଦୂରରେ ଅବସ୍ଥିତ । ସାମନ୍ତ ଚନ୍ଦ୍ରଶେଖରଙ୍କର ସ୍ମୃତି ସ୍ୱରୂପ, ତାଙ୍କର ଏକ ମୂର୍ତ୍ତି ମହାବିଦ୍ୟାଳୟ ମଧ୍ୟରେ ସ୍ଥାପନ କରାଯାଇଛି ।
ଇତିହାସ
[ସମ୍ପାଦନା]ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ଏକ ପୁରାତନ ଶିକ୍ଷାନୁଷ୍ଠାନ । ଏହା ୧୯୪୪ ମସିହାରେ ପୁରୀ ସହରରେ ପ୍ରତିଷ୍ଠା ହୋଇଥିଲା । ସର୍ବପ୍ରଥମେ ଏହି ମହାବିଦ୍ୟାଳୟ ପୁରୀ ଜିଲ୍ଲା ସ୍କୁଲରେ କାର୍ଯ୍ୟ କରୁଥିଲା । ପ୍ରତିଷ୍ଠାର ଅଳ୍ପ ବର୍ଷ ମଧ୍ୟରେ ଏହା ରାଜ୍ୟର ଗୋଟିଏ ଜଣାଶୁଣା ଶିକ୍ଷାନୁଷ୍ଠାନରେ ପରିଣତ ହୋଇପାରିଥିଲା । ଏହି ସଫଳତାର ପ୍ରଭାବରେ ବ୍ରିଟିଶ ଶାସନ କାଳରେ ଏହି ମହାବିଦ୍ୟାଳୟ ନିଜସ୍ୱ କୋଠାଘରକୁ ସ୍ଥାନାନ୍ତରିତ ହୋଇଥିଲା, ଯାହାକି ପୁରୁଣା ସଦର ଥାନା ନିକଟରେ ରହିଥିଲା । ପରେ ଓଡ଼ିଶା ସରକାର ଏହାକୁ ଜ୍ୟୋତିଷ ବିଜ୍ଞାନୀ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ (୧୮୩୫-୧୯୩୪) ନାମାନୁସାରେ 'ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ' କରିଥିଲେ । ପରେ ପରେ ଏହା ଦୁଇ ଭାଗରେ ଅର୍ଥାତ ଗୋଟିଏ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ଓ ଅନ୍ୟଟି କନିଷ୍ଠ ମହାବିଦ୍ୟାଳୟ ନାମରେ ନାମିତ ହୋଇଥିଲା ।
ପ୍ରଥମେ ଏହି ମହାବିଦ୍ୟାଳୟ ଏକ ମଧ୍ୟବର୍ତ୍ତୀ ମହାବିଦ୍ୟାଳୟ ରୂପେ କାର୍ଯ୍ୟକାରୀ ହୋଇଥିଲା । ସେତେବେଳେ ଏଠାରେ ଇଚ୍ଛାଧୀନ ବିଷୟ ରୂପେ ଅର୍ଥନୀତି, ଇତିହାସ, ଗଣିତ, ତର୍କଶାସ୍ତ୍ର ଓ ସଂସ୍କୃତ ସହିତ ବାଧ୍ୟତାମୂଳକ ଆଧୁନିକ ଭାରତୀୟ ଭାଷା ରୂପେ ଇଂରାଜୀ ଓ ଓଡ଼ିଆ ଆଦି ବିଷୟ ପାଠ୍ୟଖସଡ଼ାରେ ରଖାଯାଇଥିଲା । ୧୯୫୦ ମସିହାରେ ସ୍ନାତକ ପାଠ୍ୟକ୍ରମ ସହ ପ୍ରଥମ ଶ୍ରେଣୀ ମହାବିଦ୍ୟାଳୟ ସ୍ୱରୂପ ରାଜ୍ୟରେ ପରିଗଣିତ ହୋଇଥିଲା । ସେତେବେଳେ ଏଠାରେ ଇତିହାସ, ଦର୍ଶନ ଶାସ୍ତ୍ର, ଇଂରାଜୀ, ଅର୍ଥନୀତି ଓ ଗଣିତ ଆଦି ବିଷୟକୁ ସମ୍ମାନ ପାଠ୍ୟକ୍ରମ ରୂପେ ନେଇ ପ୍ରତିଷ୍ଠା ହୋଇଥିଲା ସେହିପରି ୧୯୫୬ ମସିହାରେ ବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥି ସହିତ ପଦାର୍ଥ ବିଜ୍ଞାନ , ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ ସମ୍ମାନ ପାଠ୍ୟକ୍ରମ ମଧ୍ୟ ସାମିଲ ହୋଇଥିଲା। ପରେ ପରେ ୧୯୬୪ ମସିହାରେ ଜୀବ ବିଜ୍ଞାନ ଓ ୧୯୬୮ ମସିହାରେ ପ୍ରାଣୀ ବିଜ୍ଞାନ ପାଠ୍ୟକ୍ରମର ଅଧ୍ୟୟନ ଆରମ୍ଭ ହୋଇଥିଲା ।
ନିୟମିତ ପାଠ୍ୟକ୍ରମ
[ସମ୍ପାଦନା]ଉପସ୍ନାତକ(ନିୟମିତ) ପାଠ୍ୟକ୍ରମ [କଳା, ବାଣିଜ୍ୟ ଓ ବିଜ୍ଞାନ]
[ସମ୍ପାଦନା]ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ୨୦୧୦-୧୧ ଶିକ୍ଷା ଅଧିବେଶନରେ ଯୁକ୍ତ ୩ ସ୍ତରରେ ୫୩ଟି ସ୍ନାତକ ମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା ଏବଂ ଓଡ଼ିଶାରେ ସମସ୍ତ ସ୍ନାତକ ମହାବିଦ୍ୟାଳୟରେ ଇ-ଆଡମିଶନ ବ୍ୟବସ୍ଥା ୨୦୧୪-୧୫ ଶିକ୍ଷା ଅଧିବେଶନରେ କାର୍ଯ୍ୟକାରୀ ହୋଇଥିଲା, ଯାହାକି SAMS ଅଧିନରେ ଆରମ୍ଭ ହୋଇଥିଲା । ଯେଉଁ ଦିନ ଯୁକ୍ତ୨ର ଫଳାଫଳ ପ୍ରକାଶ ପାଇଥାଏ, ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥାଏ ।
ମହାବିଦ୍ୟାଳୟଦ୍ୱାରା ପ୍ରଦତ ପାଠ୍ୟକ୍ରମ
[ସମ୍ପାଦନା]କଳା ପାଇଁ ଉପସ୍ନାତକ(ନିୟମିତ) ପାଠ୍ୟକ୍ରମ(୫୧୨ ଆସନ)
[ସମ୍ପାଦନା]ବାଧ୍ୟତାମୂଳକ ପାଠ୍ୟକ୍ରମ
[ସମ୍ପାଦନା]କ୍ରମାଙ୍କ ସଂଖ୍ୟା | ବିଷୟ | ଆସନ ସଂଖ୍ୟା |
---|---|---|
୧ | ଇଂରାଜୀ | ୫୧୨ |
୨ | ଓଡ଼ିଆ | ୫୧୨ |
୩ | ପରିବେଶ ବିଜ୍ଞାନ | ୫୧୨ |
୪ | ଭାରତୀୟ ସମାଜ ଓ ସଂକୃତି | ୫୧୨ |
୫ | ଇ.ଏସ୍ ଓ ସିଏ (ସ୍ୱ-ଆର୍ଥିକ) | ୫୧୨ |
ନିର୍ବାଚିତ ପାଠ୍ୟକ୍ରମ
[ସମ୍ପାଦନା]କ୍ରମିକ ସଂଖ୍ୟା | ବିଷୟ | ଆସନ ସଂଖ୍ୟା |
---|---|---|
୧ | ଅର୍ଥ ଶାସ୍ତ୍ର | ୧୨୮ |
୨ | ଶିକ୍ଷା | ୩୨ |
୩ | ଭୂଗୋଳ | ୩୨ |
୪ | ଇତିହାସ | ୧୨୮ |
୫ | ଗଣିତ | ୩୨ |
୬ | ଓଡ଼ିଆ | ୧୨୮ |
୭ | ଦର୍ଶନ ଶାସ୍ତ୍ର | ୧୨୮ |
୮ | ଭାରତୀୟ ରାଜନୀତି | ୧୨୮ |
୯ | ମନୋବିଜ୍ଞାନ | ୩୨ |
୧୦ | ସଂସ୍କୃତ | ୧୨୮ |
୧୧ | ସମାଜ ଶାସ୍ତ୍ର | ୧୬ |
ସମ୍ମାନ ପାଠ୍ୟକ୍ରମ
[ସମ୍ପାଦନା]କ୍ରମିକ ସଂଖ୍ୟା | ବିଷୟ | ଆସନ ସଂଖ୍ୟା |
---|---|---|
୧ | ଭାରତୀୟ ଅର୍ଥ ଶାସ୍ତ୍ର | ୧୧୨ |
୨ | ଶିକ୍ଷା | ୪୮ |
୩ | ଭାରତୀୟ ଭୂଗୋଳ | ୧୬ |
୪ | ଭାରତୀୟ ଇତିହାସ | ୬୪ |
୫ | ଗଣିତ | ୩୨ |
୬ | ଓଡ଼ିଆ | ୪୮ |
୭ | ଦର୍ଶନ ଶାସ୍ତ୍ର | ୩୨ |
୮ | ଭାରତୀୟ ରାଜନୀତି | ୯୬ |
୯ | ମନୋବିଞ୍କାନ | ୩୨ |
୧୦ | ସଂସ୍କୃତ | ୧୬ |
୧୧ | ସମାଜ ଶାସ୍ତ୍ର | ୧୬ |
୧୨ | ଇଂରାଜୀ | ୩୨ |
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2016-05-04. Retrieved 2016-05-25.
{{cite web}}
: Cite has empty unknown parameter:|1=
(help)