ଭୁବନେଶ୍ୱରୀ ମିଶ୍ର
ଭୁବନେଶ୍ୱରୀ ମିଶ୍ର
| |
---|---|
ଜନ୍ମ | ପୁରୀ | ୨୫ ଜାନୁଆରୀ ୧୯୫୦
ମୃତ୍ୟୁ | ୧୯ ଫେବୃଆରୀ ୨୦୧୬ ନୂଆଦିଲ୍ଲୀ | (ବୟସ ୬୬)
ପେଷା | କଣ୍ଠଶିଳ୍ପୀ |
କାର୍ଯ୍ୟକାଳ | ୧୯୭୬-୨୦୧୬ |
ଭୁବନେଶ୍ୱରୀ ମିଶ୍ର (୨୫ ଜାନୁଆରୀ ୧୯୫୦ - ୧୯ ଫେବୃଆରୀ ୨୦୧୬) ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ । ଉଭୟ ଶାସ୍ତ୍ରୀୟ ଓ ପ୍ରଚ୍ଛଦପଟ୍ଟ ସଙ୍ଗୀତ ଗାନକରୁଥିଲେ । ୧୯୭୬ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର କୃଷ୍ଣ ସୁଦାମାରୁ ବିଧିବଦ୍ଧ ଭାବେ ସିନେମାରେ କଣ୍ଠଦାନ ଆରମ୍ଭ କରିଥିଲେ । ବାସୁଦେବ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରର ଗୀତ "ଟିକି ମୋର ନାଆଟି" ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା ।[୧] ତାଙ୍କଦ୍ୱାରା ବୋଲା କିଛି ଜଣାଶୁଣା ଗୀତ ହେଲା "ଇଟିକିଲି ମିଟିକିଲି", "ଜହ୍ନର ସିନ୍ଦୂର ଗାର", "ତୁମେ ମୋର ପ୍ରଭୁ", "ପୀରତି କିଏ କରିଛି", "ଜଗତର ନାଥ ଜଗନ୍ନାଥ", "ଦୟାମୟୀ ମହାମାୟୀ ମା' ମଙ୍ଗଳା" ଆଦି । ସେ ଆକାଶବାଣୀ କଟକର ଜଣେ "ଏ ଗ୍ରେଡ଼" କଣ୍ଠଶିଳ୍ପୀ ଥିଲେ । ସତୁରି ଦଶକରେ ଆକାଶବାଣୀରେ ସେ ଏକକ ଭାବରେ ତଥା ଚିତ୍ତ ଜେନା ଓ ପ୍ରଣବ ପଟ୍ଟନାୟକଙ୍କ ସହ ଦୈତ ସଙ୍ଗୀତ ଗାଇଛନ୍ତି । ଯଥାକ୍ରମେ ଶ୍ରୀକୃଷ୍ଣ ରାସଲୀଳା ଓ ଜୟ ମା ମଙ୍ଗଳା ଚଳଚ୍ଚିତ୍ରରେ ସଙ୍ଗୀତ ଗାନ ନିମନ୍ତେ ମିଶ୍ର ୧୯୭୯ ଓ ୧୯୮୦ ମସିହାରେ ଦୁଇବର୍ଷ ଧରି ଲଗାତର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । [୨][୩]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଭୁବନେଶ୍ୱରୀ, ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ୫ବର୍ଷ ବୟସରୁ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ପୁରୀସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ସେ ବହୁ ବର୍ଷ ସଙ୍ଗୀତ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୪] ସମ୍ବିତ ଓ ସଞ୍ଜିତ ନାମରେ ଭୁବନେଶ୍ୱରୀଙ୍କର ଯମଜ ପୁତ୍ର ଅଛନ୍ତି । ଶେଷ ସମୟ ବେଳକୁ, ଝିଅ କସ୍ତୁରିକା ମିଶ୍ରଙ୍କ ସହ ଭୁବନେଶ୍ୱରୀ ଗାଜିଆବାଦରେ ଅବସ୍ଥାନ କରୁଥିଲେ । ୧୯ ଫେବୃଆରୀ ୨୦୧୬ରେ ନୂଆଦିଲ୍ଲୀଠାରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହେଇଥିଲା ।[୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ କଣ୍ଠଶିଳ୍ପୀ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ଦୁଇ ଥର)[୬]
- ୧୯୭୯ (ଶ୍ରୀକୃଷ୍ଣ ରାସଲୀଳା)
- ୧୯୮୦ (ଜୟ ମା ମଙ୍ଗଳା)
- ସୁଗମ ସଙ୍ଗୀତ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ - ୨୦୦୫-୦୬
ଆଧାର
[ସମ୍ପାଦନା]- ↑ "Noted singer Bhubaneswari Mishra passes away". Deccan Chronicle. 20 February 2016. Retrieved 28 February 2016.
- ↑ Singha, Minati (19 February 2016). "Noted singer Bhubaneswari Mishra passes away". The Times of India. Retrieved 20 February 2016.
- ↑ "Singer Bhubaneswari Mishra passes away". Business Standard. 19 February 2016. Retrieved 28 February 2016.
- ↑ "କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ ପରଲୋକ". ଧରିତ୍ରୀ ୨୦/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩.
- ↑ "ଭୁବନେଶ୍ୱରୀ ଏବେ ଅଭୁଲା ସ୍ମୃତି". ସମୟ, ୨୦ ଫେବୃଆରୀ ୨୦୧୬. Archived from the original on 22 February 2016. Retrieved 23 December 2016.
- ↑ "Noted singer Bhubaneswari Mishra passes away". The Hindu. 20/02/2016. Retrieved 20 February 2016.
{{cite news}}
: Check date values in:|date=
(help)
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭୁବନେଶ୍ୱରୀ ମିଶ୍ର