ଆକାଶବାଣୀ (ରେଡ଼ିଓ ପ୍ରସାରଣ ସେବା)

ଉଇକିପିଡ଼ିଆ‌ରୁ
All India Radio
आकाशवाणी
ପ୍ରକାରସରକାରୀ ସଂସ୍ଥା
ଦେଶଭାରତ
ଉପଲବ୍ଧତାNational
ସଂସ୍ଥାପକby ଭାରତ ସରକାର
ଲକ୍ଷ୍ୟବହୁଜନ ହିତାୟ ବହୁଜନ ସୁଖାୟ[୧]
ମୁଖ୍ୟାଳୟସଂସଦ ମାର୍ଗ, ନୂଆ ଦିଲ୍ଲୀ - 110001, ଭାରତ,
ମାଲିକପ୍ରସାର ଭାରତୀ
Launch date୧୯୩୦
Official websitewww.allindiaradio.org, www.newsonair.nic.in

ଅଲ ଇଣ୍ଡିଆ ରେଡ଼ିଓ (AIR, ସରକାରୀ ଭାବେ ଆକାଶବାଣୀ ନାମରେ ପରିଚିତ, ଅର୍ଥ ଆକାଶର ବାଣୀ), ଭାରତର ଜାତୀୟ ଆଞ୍ଚଳିକ ରେଡ଼ିଓ ପ୍ରସାରଣ ସେବା ଓ ପ୍ରସାର ଭାରତୀର ଏକ ଅଂଶ । ୧୯୩୦ରେ ସ୍ଥାପିତ[୨] ଏହି ସଂସ୍ଥା ପ୍ରସାର ଭାରତୀର ଟେଲିଭିଜନ ପ୍ରସାରଣ ସେବା ଦୂରଦର୍ଶନର ଏକ ସହଯୋଗୀ ଅନୁଷ୍ଠାନ । ଅଲ ଇଣ୍ଡିଆ ରେଡ଼ିଓ ପୃଥିବୀର ବିଶାଳତମ ରେଡ଼ିଓ ପ୍ରସାରଣ ସେବାମାନଙ୍କ ମଧ୍ୟରୁ ଅନ୍ୟତମ । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆ ଦିଲ୍ଲୀଠାରେ ଆକାଶବାଣୀ ଭବନରେ ଅବସ୍ଥାପିତ ଯେଉଁଠାରେ ଆକାଶବାଣୀର ନାଟକ ଓ ଏଫଏମ ବିଭାଗ ଏବଂ ଜାତୀୟ ସେବାର କାର୍ଯ୍ୟକ୍ରମମାନ ହୋଇଥାଏ ।

ଆଞ୍ଚଳିକ ସେବା[ସମ୍ପାଦନା]

ସମଗ୍ର ଦେଶରେ ବର୍ତ୍ତମାନ ୪୦୦ରୁ ଉର୍ଦ୍ଧ୍ୱ ଆକାଶବାଣୀ କେନ୍ଦ୍ର ରହିଛି । ସେସବୁକୁ ମୁଖ୍ୟତଃ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ରାଷ୍ଟ୍ରୀୟ ପ୍ରସାରଣ, ଆଞ୍ଚଳିକ ପ୍ରସାରଣ ତଥା ଏଫଏମ ପ୍ରସାରଣ ସେବା । ପ୍ରତ୍ୟେକ ରାଜ୍ୟରେ ପ୍ରାୟ ନିଜସ୍ୱ ମୁଖ୍ୟ ଭାଷାରେ ପ୍ରସାରଣ କରାଯାଉଥାଏ । ଓଡ଼ିଶାରେ ଓଡ଼ିଆ ଆନ୍ଧ୍ରରେ ତେଲୁଗୁ, ପଶ୍ଚିମବଙ୍ଗରେ ବଙ୍ଗଳା, ମହାରାଷ୍ଟ୍ରରେ ମରାଠୀଗୁଜରାଟରେ ଗୁଜରାଟୀ ଭାଷାରେ ପ୍ରସାରଣ ହୋଇଥାଏ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୧୩ଟି ରେଡ଼ିଓ ଷ୍ଟେସନ ରହିଛି । କଟକଠାରେ ମୁଖ୍ୟ ପ୍ରସାରଣ କେନ୍ଦ୍ର ରହିଛି - ଯାହାକୁ କ୍ୟାପିଟାଲ ଷ୍ଟେସନ ବୋଲି ମଧ୍ୟ କୁହାଯାଏ । ସମଗ୍ର ରାଜ୍ୟ ପାଇଁ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଏହିଠାରୁ କରାଯାଏ। ଏହାଛଡ଼ା ସମ୍ବଲପୁର ଏବଂ ଜୟପୁରରେ ମଧ୍ୟ ଆଞ୍ଚଳିକ ବା ପ୍ରାଥମିକ ଚ୍ୟାନେଲ ରହିଛି। କଟକଠାରେ ୧୯୪୮ରେ ଏହି କେନ୍ଦ୍ର ସ୍ଥାପିତ ହେଇଥିବା ବେଳେ ସମ୍ବଲପୁର ଓ ଜୟପୁରରେ ଏହା ୧୯୬୩ ତଥା ୧୯୬୪ ମସିହାରେ ସ୍ଥାପିତ ହୋଇଛି । ସମ୍ବଲପୁର କେନ୍ଦ୍ର ଓଡ଼ିଆ ଛଡ଼ା ସମ୍ବଲପୁର ଅଞ୍ଚଳର ଭାଷାରେ ମଧ୍ୟ ପ୍ରସାରଣ କରିଥାଏ । ଆକାଶବାଣୀ ଜୟପୁର କେନ୍ଦ୍ର ଓଡ଼ିଆ ବ୍ୟତୀତ ଦେଶିଆ, କନ୍ଧ ତଥା ସଉରା ଆଦି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରଣ କରିଥାଏ । ଓଡ଼ିଶାର ବଲାଙ୍ଗୀର, ବ୍ରହ୍ମପୁର, ବାରିପଦା, ଭବାନୀପାଟଣା, ପୁରୀ, ଜୋରନ୍ଦା, କେଉଁଝରରାଉରକେଲାଠାରେ ମଧ୍ୟ ଆକାଶବାଣୀର କେନ୍ଦ୍ରମାନ ଖୋଲାଯାଇଛି । ଆକାଶବାଣୀ ଜୟପୁର: ଜୁନ୍ ୨୮, ୧୯୬୪ରେ ପ୍ରତିଷ୍ଠିତ । କେନ୍ଦ୍ରର ପ୍ରସାରଣ ମିଡିଅମ୍ ବେଭ୍ରେ ୨୦୪.୫ ମିଟର ତଥା ୧୪୬୭ କିଲୋହର୍ଜ୍ ଯୋଗେ ପ୍ରସାରିତ ହେଉଥିବା ବେଳେ ସମଗ୍ର ଓଡ଼ିଶାର ଏକମାତ୍ର ଷର୍ଟବେଭ୍ ଷ୍ଟେସନ୍ ଭାବରେ ସକାଳ ଓ ସାନ୍ଧ୍ୟ ଅଧିବେଶନ ୬୦ ମିଟର୍ ତଥା ୫୦୪୦ କିଲୋହର୍ଜ ଏବଂ ଦିନବେଳେ(ସକାଳ ୧୦ରୁ ଅପରାହ୍ଣ ୫ ମଧ୍ୟରେ) ୪୯ ମିଟର ତଥା ୬୦୫୦ କିଲୋହର୍ଜ୍ ଯୋଗେ ପ୍ରସାରଣ କରୁଛି । ଏହାଛଡା କେନ୍ଦ୍ରର ଏଫ୍ ଏମ୍ ପ୍ରସାରଣ ମଧ୍ୟ ୧୦୨ ମେଗାହର୍ଜରେ ଉପଲବ୍ଧ ହେଉଛି ।

ଆଧାର[ସମ୍ପାଦନା]

  1. "Mission Of AIR".
  2. "Milestones of AIR (official website)". All India Radio. Retrieved 13 January 2013.