ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ
ଦେଖଣା
ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ | |
---|---|
ଲେଖକ | ନିରଞ୍ଜନ ସାହୁ ଓ ଶ୍ୟାମସୁନ୍ଦର ଦାସ |
ଭାଷା | ଓଡ଼ିଆ |
ବିଭାଗ | ଧାର୍ମକ |
ପ୍ରକାଶକ | ଅଚ୍ୟୁତବାଣୀ ପ୍ରକାଶନୀ, କଟକ |
ପ୍ରକାଶ ତାରିଖ | ୨୦୧୫ |
ମାଧ୍ୟମ ପ୍ରକାର | ଛପାବହି |
ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ ଏକ ଓଡ଼ିଆ ଧର୍ମ ସମ୍ବନ୍ଧିତ ବହି । ଏହା ନିରଞ୍ଜନ ସାହୁ, ଶ୍ୟାମସୁନ୍ଦର ଦାସଙ୍କଦ୍ୱାରା ସଂକଳିତ ତଥା ଅଚ୍ୟୁତବାଣୀ ପ୍ରକାଶନୀ, କଟକରୁ ୱାରା ୨୦୧୫ ମସିହାରେ ପ୍ରକାଶିତ ହୋଇଥିଲା । ପଞ୍ଚସଖା ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଶିଶୁ ଅନନ୍ତ ଦାସ ଓ ଯଶୋବନ୍ତ ଦାସଙ୍କ ସାହିତ୍ୟିକ ରଚନାବଳୀ, ସାରଳା ଦାସଙ୍କ ପରବର୍ତ୍ତୀ ଓଡ଼ିଆ ସାହିତ୍ୟ ବାବଦରେ ବର୍ଣ୍ଣନା, ପଞ୍ଚସଖାଙ୍କ ସାଧନା, ଜୀବନ ଦର୍ଶନ, ସମାଜ ସଚେତନତା, ଶୂନ୍ୟବାଦୀ ଉପାସନ ଆଦି ଧାର୍ମିକ ବିଶ୍ୱାସ ଆଦିର ସମୀକ୍ଷାକୁ ନେଇ ଏହି ବହିଟି ରଚିତ । ଏଥିରେ ହରିବଂଶ ଓ ଓଡ଼ିଶାର ସାମାଜିକ ଭକ୍ତି ସଂଗଠନ, ପଞ୍ଚସଖା ସାହିତ୍ୟରେ ସଗୁଣ ଓ ନିର୍ଗୁଣର ସମନ୍ୱୟ, ଗୀତଗୋବିନ୍ଦ, ଅଚ୍ୟୁତାନନ୍ଦଙ୍କ ଜୀବନୀ, ଉତ୍କଳର ସନ୍ଥ ଓ ମାଳିକା ସାହିତ୍ୟ, ନାମ ଭଜନ ଆଦିର ସମୀକ୍ଷା, ଓ ପଞ୍ଚସଖାଙ୍କ ବିରଳ ରଚନାଗୁଡ଼ିକ ସମ୍ପର୍କରେ ସୂଚନା ସହ କିଛି ଲୋକପ୍ରିୟ ରଚନା ଏଥିରେ ସ୍ଥାନୀତ ।[୧]
ଆଧାର
[ସମ୍ପାଦନା]- ↑ "ଶ୍ରୀଜଗନ୍ନାଥ ଓ ପଞ୍ଚସଖା ସାହିତ୍ୟ". ସମାଜ. 1 September 2015. Retrieved 1 September 2015.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |