ପଞ୍ଚସଖା

ଉଇକିପିଡ଼ିଆ ରୁ
Jump to navigation Jump to search

ଓଡ଼ିଆ ସାହିତ୍ୟର ୧୫ ଓ ୧୬ଶ ଶତାବ୍ଦୀକୁ ପଞ୍ଚସଖା ଯୁଗ କୁହାଯାଏ । ଏହି ଯୁଗରେ ପାଞ୍ଚଜଣ ଭକ୍ତିକବି ଅନନ୍ତ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସବଳରାମ ଦାସଙ୍କୁ ନେଇ ପଞ୍ଚସଖା ଗଠିତ । ଏହି ପାଞ୍ଚଜଣଙ୍କୁ ଚୈତନ୍ୟଙ୍କ ପଞ୍ଚସଖା ମଧ୍ୟ କୁହାଯାଏ ।[୧]

ଜଗନ୍ନାଥ ଦାସ[ସମ୍ପାଦନା]

ଜଗନ୍ନାଥ ଦାସ (୧୪୯୦-୧୫୫୦) (କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ)[୨] ପିତା "ଭଗବାନ ଦାସ" ଓ ମାତା "ପଦ୍ମାବତୀ"ଙ୍କ ଠାରୁ ଜନ୍ମିତ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ଭିତରୁ ଜଣେ । ଶ୍ରୀ ଚୈତନ୍ୟ ଦେବଙ୍କ ସମୟରେ ଉତ୍କଳର ଯେଉଁ ପଞ୍ଚମୂର୍ତ୍ତି (ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ) ବୈଷ୍ଣବ ମହାପୁରୁଷମାନେ ପ୍ରସିଦ୍ଧଲାଭ କରିଥିଲେ ସେମାନେ ପଞ୍ଚସଖା ନାମରେ ବିଖ୍ୟାତ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । ଜଗନ୍ନାଥ ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ କବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ ।

ଶ୍ରୀଚୈତନ୍ୟ ତାଙ୍କର ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ "ଅତିବଡ଼ୀ" ଡାକୁଥିଲେ ଯାହାର ଅର୍ଥ "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ" ।

ରଚନାବଳୀ[ସମ୍ପାଦନା]

ଜଗନ୍ନାଥ ଦାସ ବଟ ଗଶେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ । ଅଦ୍ୟାବଧି ତାହା ଓଡ଼ିଶାରେ ପୁରପଲ୍ଲୀମାନଙ୍କରେ ସର୍ବତ୍ର ପାଠ କରାଯାଉଥିବା ଦେଖାଯାଏ । ଏହି ଗ୍ରନ୍ଥ ପ୍ରଣୟନ କରି ସେ ଉତ୍କଳର ମହୋପକାର ସାଧନ କରିଯାଇଅଛନ୍ତି । ଏହା ଛଡ଼ା ସେ ସଂସ୍କୃତ ଓ ଉତ୍କଳ ଭାଷାରେ ଭକ୍ତିରସପୂର୍ଣ୍ଣ ବହୁତ ଗ୍ରନ୍ଥ ଲେଖିଯାଇଅଛନ୍ତି ।

ଶ୍ରୀ ଜଗବନ୍ଧୁ ସିଂହଙ୍କ ମତ ଅନୁସାରେ:[୨]

  • ଅର୍ଥ କୋଇଲି
  • ଫୁଲତୋଳା ଚ ଉତିଶା
  • ଦୁତି ବୋଧ
  • ଶ୍ରୀ ସତସଙ୍ଗ
  • ତୁଳା ଭିଣା
  • ପସନ୍ଦ ଦଳନ
  • ଗଜ ନିସ୍ତରଣ
  • ଶ୍ରୀମଦ ଭାଗବତ
  • ଜଗନ୍ନାଥ କରିକ
  • ଧ୍ରୁବ ସ୍ତୁତି
  • ମନଶିକ୍ଷା

ପଣ୍ଡିତ ସଦାଶିବ ମିଶ୍ରଙ୍କ ମତ ଅନୁସାରେ[୩]

  • କୃଷ୍ଣ ଭକ୍ତି କଳ୍ପଲତା
  • କୃଷ୍ଣ ଭକ୍ତି କଳ୍ପଲତା ଫଳମ
  • ନିତ୍ୟ ଗୁପ୍ତମାଳା
  • ଉପସନା ଶତକ
  • ପ୍ରେମ ସୁଧମ୍ବୁଧା
  • ନିତ୍ୟଚାର ଦିକ୍ଷା ସହିତ ଉପାସନା ବିଧି
  • ଶୀର ରାଧା ରସମଞ୍ଜରୀ
  • ନିଳାଦ୍ରିଶତକମ

ସର୍ଜନା[୪][ସମ୍ପାଦନା]

ସଂସ୍କୃତ[ସମ୍ପାଦନା]

  • ଉପାସନାଶତକମ୍
  • କୃଷ୍ଣଭକ୍ତି-କଳ୍ପଲତା
  • ଜଗନ୍ନାଥ ଚରଣମ୍ବୋଧି ସରଣୀ
  • ନିତ୍ୟ ଗୁପ୍ତମାଳା
  • ନିଳାଦ୍ରିଶତକମ୍
  • ପ୍ରେମସୂଧାମ୍ବୁଧି
  • ଶ୍ରୀରାଧା ରସମଞ୍ଜରୀ
  • ମୃଗୁଣୀ ସ୍ତୁତି

ଓଡ଼ିଆ[ସମ୍ପାଦନା]

  • ଭାଗବତ (ମୂଳ ଭାଗବତର ଏଗାରଗୋଟି ସ୍କନ୍ଧର ଓଡ଼ିଆଭାଷାରେ ବ୍ୟାଖ୍ୟା ପ୍ରଦାନ କରିଅଛନ୍ତି)
  • ଗୁପ୍ତଭାଗବତ
  • ଦାରୁବ୍ରହ୍ମଗୀତା
  • ଗୁଣ୍ଡିଚାବିଜେ
  • ଗୋଲକ ସାରୋଦ୍ଧାର
  • ଶୈବାଗମ ଭାଗବତ
  • ଷୋଳ ଚଉପଦୀ
  • ସତ୍‌ସଙ୍ଗ ବର୍ଣ୍ଣନ
  • ଅର୍ଥକୋଇଲି (କବି ମାର୍କଣ୍ଡଙ୍କ ରଚିତ କେଶବକୋଇଲିର ଆଧ୍ୟାତ୍ମିକ ବ୍ୟାଖ୍ୟା)
  • ତୁଳାଭିଣା (ଶିବ-ପାର୍ବତୀଙ୍କ କଥୋପକଥନ ଛଳରେ ଉତ୍କଳୀୟ ବୈଷ୍ଣବ ଧର୍ମର ବିଶେତ୍ୱମାନ ବର୍ଣ୍ଣିତ ହୋଇଅଛି ।‌

ଅଚ୍ୟୁତାନନ୍ଦ ଦାସ[ସମ୍ପାଦନା]

ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ମଧ୍ୟ ପରିଚିତ ।

ରଚନାବଳୀ[ସମ୍ପାଦନା]

ପୁରାଣ[ସମ୍ପାଦନା]

  • ହରିବଂଶ

ମାଳିକା[ସମ୍ପାଦନା]

  • ଆଗତ-ଭବିଷ୍ୟ ମାଳିକା
  • ଜାଈଫୁଲ ମାଳିକା
  • ଦଶପଟଳ ମାଳିକା
  • କଳିଯୁଗ ମାଳିକା

ଗୀତା[ସମ୍ପାଦନା]

  • ଗୁରୁଭକ୍ତି ଗୀତା
  • ବ୍ରହ୍ମ ଏକାକ୍ଷର ଗୀତା
  • ଶୁନ୍ୟ ଗୀତା
  • କୈବର୍ତ୍ତ ଗୀତା
  • କଲିଯୁଗ ଗୀତା
  • ଗରୁଡ ଗୀତା
  • ଉପଦେଶଚକ୍ର ଗୀତା
  • ମଣିବନ୍ଧ ଗୀତା
  • ଅାଦିବ୍ରହ୍ମ ଗୀତା
  • ଅାଦିଲିଳା ଗୀତା
  • ଭକ୍ତଲୀଳା ଗୀତା

ସଂହିତା[ସମ୍ପାଦନା]

  • ଶୂନ୍ୟ ସଂହିତା
  • ଅଣାକାର ସଂହିତା
  • ବଟ ସଂହିତା
  • ଅମରଜୁମର ସଂହିତା
  • ଛାୟା ସଂହିତା
  • ଅବାଡ଼ ସଂହିତା
  • ଜ୍ୟୋତି ସଂହିତା
  • ଅନାହତ ସଂହିତା
  • ବୀଜ ସଂହିତା
  • ବ୍ରହ୍ମ ସଂହିତା

ରାହାସ[ସମ୍ପାଦନା]

  • ନିତ୍ୟ ରାହାସ
  • ମହାନିତ୍ୟ ରାହାସ
  • ଶୁନ୍ୟ ରାହାସ
  • ଠୁଳଶୁନ୍ୟ ରାହାସ
  • ରାଧା ରାସ
  • ଦୁତୀ ରାହାସ
  • ବୃନ୍ଦା ରାହାସ
  • ପରମ ରାହାସ
  • ଅନନ୍ତ ରାସ
  • ପଦ୍ମବନ ରାସ

ଟୀକା[ସମ୍ପାଦନା]

  • ବର୍ଣ ଟୀକା
  • କଳ୍ପ ଟୀକା
  • ଚନ୍ଦ୍ରକଳ୍ପ ଟୀକା
  • ପଦ୍ମକଳ୍ପ ଟୀକା

ପଟଳ[ସମ୍ପାଦନା]

  • ଛୟାଳିଶ ପଟଳ
  • ଚବିଶ ପଟଳ
  • ଷୋଡଶ ପଟଳ

କୋଇଲି[ସମ୍ପାଦନା]

  • ଞ୍ଜାନଦୋୟ କୋଇଲି
  • ଡ଼ିବିଡ଼ିବି କୋଇଲି
  • ବାଖର କୋଇଲି

ଅନ୍ୟାନ ପଦ୍ୟାବଳୀ ଓ ଗ୍ରନ୍ଥସମୁହ[ସମ୍ପାଦନା]

  • ଅଷ୍ଟ ଗୁଜରୀ
  • ନବ ଗୁଜରୀ
  • ତେରଜନ୍ମ ସ୍ମରଣ
  • ଗୋପାଳଙ୍କ ଓଗାଳି ଓ ଲଉଡ଼ି ଖେଳ
  • ପଟ୍ଟା ମଡାଣ
  • ଚକଡା ମଡାଣ
  • ଶିବ କଳ୍ପ
  • ଶରଣ ପଞ୍ଜର
  • ତତ୍ତ୍ୱବୋଧିନୀ
  • ଭାବନାବର
  • ଚୌରଶୀ ଯନ୍ତ୍ର
  • ଶ୍ରୀଅଣାକରବ୍ରହ୍ମ ଯନ୍ତ୍ର
  • ବ୍ରହ୍ମ ଶାଙ୍କୁଳି
  • ଅଭୟ କବଚ

ବଳରାମ ଦାସ[ସମ୍ପାଦନା]

ବଳରାମ ଦାସ ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର କବି ଥିଲେ । ସେ ଓଡ଼ିଆରେ ପୁରାଣ ଓ ଭକ୍ତିମୂଳକ କାବ୍ୟକବିତା ରଚନା କରିୟାଇଛନ୍ତି । ତାହାଙ୍କ ରଚିତ ଓଡ଼ିଆ ରାମାୟଣ ତହିଁ ମଧ୍ୟରୁ ଅନ୍ୟତମ । ବଳରାମ ଦାସଙ୍କର ଜନ୍ମବର୍ଷ ୧୪୭୪ ବୋଲି ଏକ ହିସାବରୁ ଅନୁମାନ କରାଯାଇଥାଏ l ତାଙ୍କ ବାପାଙ୍କ ନାମ ଶ୍ରୀ ସୋମନାଥ ମହାପାତ୍ର ଓ ମାଆଙ୍କ ନାମ ମୋହମାୟା lସୋମନାଥ ପ୍ରତାପରୁଦ୍ରଦେବଙ୍କ ଶାସନକାଳରେ ଜଣେ ମନ୍ତ୍ରୀରୂପେ ନିଯୁକ୍ତ ଥିଲେ lବଳରାମ ଦାସ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ କଟକ ଜିଲ୍ଲାର ଯାଜପୁର ତାଙ୍କର ପ୍ରକୂତ ଜନ୍ମସ୍ଥାନ ଥିଲା ବୋଲି ଆଉ ଗୋଟିଏ ମତ ମଧ୍ୟରହିଛି lବାଲ୍ୟକାଳ ଯେଉଁଠାରେ କଟିଥାଉ ପଛକେ ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ସମୟକୁ ବଳରାମ ପୁରୀକୁ ଆସିସାରିଥିଲେ lଏପରି ମଧ୍ୟ କୁହାଯାଏ ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ପୁର୍ବରୁ ସେ ଓଡ଼ିଆ ରାମାୟଣ(ଜଗମୋହନ ରାମାୟଣ)ର ରଚନା କରିସାରିଥିଲେ l

ରଚନାବଳୀ[ସମ୍ପାଦନା]

ବଳରାମ ଦାସଙ୍କ ପ୍ରମୁଖ କୃତି ଓଡ଼ିଆ ରାମାୟଣ । ସେ ଶ୍ରୀମଦ୍ ଭଗବତ ଗୀତାର ଅନୁବାଦ ମଧ୍ୟ କରିଛନ୍ତି । ତାଙ୍କର ଅନ୍ୟାନ୍ୟ ରଚନାବଳୀ ହେଲା:

ଅନନ୍ତ ଦାସ[ସମ୍ପାଦନା]

ଅନନ୍ତ ଦାସ (ବା ଶିଶୁ ଅନନ୍ତ ଦାସ) ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଭକ୍ତକବି ଥିଲେ । ଓଡ଼ିଆରେ ପୁରାଣ ରଚନା କରିବାରେ ସେ ଅନ୍ୟତମ । ସେ ଅନେକ ଭକ୍ତି କବିତା ରଚନା କରିଥିଲେ । ଅନନ୍ତ ଦାସ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ । ଜଗନ୍ନାଥ, ବଳରାମ, ଅଚ୍ୟୁତ, ଯଶୋବନ୍ତଙ୍କ ସହିତ ଅନନ୍ତ ଥିଲେ ଯୋଗଜ୍ଞାନ ଉପରେ ଆଧାରିତ ଉତ୍କଳୀୟ ବୈଷ୍ଣବ ମତବାଦର ଜଣେ ପରିପୋଷକ ସନ୍ଥ I ଶିଶୁଅନନ୍ତଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମା’ଙ୍କ ନାମ ଗୌରୀ I ତାଙ୍କ ଜନ୍ମ ବାଲପଡ଼ା ଅଞ୍ଚଳରେ I ଅଚ୍ୟୁତାନନ୍ଦଙ୍କ ରଚିତ ଉଦୟ କାହାଣୀରୁ ଜଣାଯାଏ, ଅନନ୍ତ ଦାସଙ୍କ ଜନ୍ମ ୧୪୭୨ ଖ୍ରୀଷ୍ଟାବ୍ଦରେ ହୋଇଥିଲା I

କିମ୍ବଦନ୍ତୀ[ସମ୍ପାଦନା]

ତାଙ୍କ ନାମ କାହିଁକି ଶିଶୁ ଅନନ୍ତ ହେଲା ଏ ବିଷୟରେ ଏକ କିମ୍ବଦନ୍ତୀରୁ ଜଣାଯାଏ ଯେ ଜଗତ୍ ସିଂହପୁର ଜିଲ୍ଲା ଅଞ୍ଚଳରେ ତିର୍ତ୍ତୋଲ ଥାନା ଅରିଲୋ ଗ୍ରାମ ଅବସ୍ଥିତ I ଏହି ଗ୍ରାମଟି ପାଇକା ଓ ମୁକୁପାଇକା ନଦୀର ମଧ୍ୟସ୍ଥଳରେ ରହିଛି I ସେହି ଗାଁ ପାଖ ଗହୀର ଜମି ରାଧାକାନ୍ତ ଠାକୁରଙ୍କର I ସେହିଜମି ମଧ୍ୟରେ ଏକ ଉଇହୁଙ୍କା ଥିଲା I ଗ୍ରାମର ପୁରୁଖା ଲୋକ ଓ ବୁଢିମାନେ କହନ୍ତି, କେନ୍ଦ୍ରାପଡା ବଳଦେବ ଜୀଉଙ୍କୁ ମନାସୁଥିବା ଭୋଗ ନପାଇ ପାରିଲେ ଏହି ରାଧାକାନ୍ତ ହୁଙ୍କା ପାଖରେ ସମର୍ପଣ କରିଦିଆଯାଏ I ଏହି ହୁଙ୍କାଟି କଣ୍ଟକିତ ଗୁଳ୍ମଦ୍ୱାରା ଆଚ୍ଛାଦିତ I ବହୁ ସର୍ପଙ୍କର ବାସସ୍ଥଳୀ I ମୁଖ୍ୟ ସର୍ପଟି ଅତି ଭୟଙ୍କର I ୧୯୬୨ରେ ଏଇ ହୁଙ୍କା ମଧ୍ୟରେ ଶିଶୁ ଅନନ୍ତଙ୍କ ଆଭାସ ଉଦ୍ଭାସିତ ହୋଇଥିବାର ଜଣାଯାଏ I ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପାଖଡ ଗ୍ରାମର ସତ୍ୟାନନ୍ଦ ସାହୁ ସେହି ହୁଙ୍କାବାଟେ ଯାଉଥିଲେ I ହୁଙ୍କାପାଖ ହିଡମୁଣ୍ଡରୁ ଜଣେ ବାବାଜୀ ତାଙ୍କୁ ଡାକିଲେ I ତାଙ୍କଠାରୁ ପାଚିଲା କଦଳୀ ଖାଇବାକୁ ମାଗିଲେ I ନାମ ପଚାରିବାରୁ କହିଲେ ‘ ମୁଁ, ଶିଶୁ ଅନନ୍ତ’ I କଦଳୀ ଖାଇ ସେ ଅଦୃଶ୍ୟ ହୋଇଗଲେ I ସେହିଦିନଠାରୁ ଶିଶୁ ଅନନ୍ତଙ୍କ ନାମ ପ୍ରଚାରିତ ହେଲା I ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପଞ୍ଚସଖାଙ୍କ ମଧ୍ୟରୁ ମହାପୁରୁଷ ଅନନ୍ତ ଦାସ ‘ଶିଶୁ’ ସମ୍ପ୍ରଦାୟର ପ୍ରବର୍ତ୍ତକ ହୋଇଥିବାରୁ ଶିଶୁ ଅନନ୍ତ ଦାସ ନାମରେ ସର୍ବତ୍ର ପରିଚିତ I ବଳିଆ ବାବା କହନ୍ତି, ଶିଶୁ ଅନନ୍ତ ହେଉଛନ୍ତି ସତ୍ୟର ଶେଷଦେବ ନୃସିଂହ, ତ୍ରେତୟାର ରାମ ଲକ୍ଷ୍ମଣ, ଦ୍ୱାପରର କୃଷ୍ଣ ବଳରାମ, ଜଗନ୍ନାଥ ଚେତନାର ଜଗନ୍ନାଥ ବଳଦେବ ଓ ବୈଷ୍ଣବୀୟ ଦର୍ଶନର ଗୌର ନିତାଇ I ଶିଶୁ ଅନନ୍ତ ଜଣେ ପ୍ରସିଦ୍ଧ ଯୋଗସାଧକ ଥିଲେ I ସେ ସ୍ୱକୀୟ ଯୋଗ ବଳରେ ଜଗତର ପିତାମାତା ଲକ୍ଷ୍ମୀନାରାୟଣଙ୍କର କୋଳରେ ଶିଶୁ ପ୍ରଦ୍ୟୁମ୍ନଙ୍କ ରୂପରେ ଖେଳିଥିଲେ I ତାଙ୍କ ନାମରେ ଅନେକ ଗ୍ରନ୍ଥମାନ ରଚିତ ହୋଇଛି I ଶିଶୁ ଅନନ୍ତଙ୍କ ତତ୍ତ୍ୱଜ୍ଞାନ ସମ୍ବଳିତ ରଚନା ଅପେକ୍ଷା ତାଙ୍କ ଭବିଷ୍ୟବାଣୀ ମାଳିକା ଅଧିକ ଲୋକପ୍ରିୟ I

ଯଶୋବନ୍ତ ଦାସ[ସମ୍ପାଦନା]

ଯଶୋବନ୍ତ ଦାସ ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ଭକ୍ତକବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ । ସେ ଅନେକ ଭକ୍ତି କବିତା ରଚନା କରିଥିଲେ । ଯଶୋବନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ଓ ସେମାନଙ୍କ କାଳରେ ଅନେକ ଓଡ଼ିଆ ଭକ୍ତି ସାହିତ୍ୟର ସୃଷ୍ଟି ହୋଇଥିଲା ।

ରଚନାବଳୀ[ସମ୍ପାଦନା]

  • ଅଢ଼ଙ୍ଗ ଗଡ଼ମାଳିକା,[୫]
  • ଆତ୍ମପରତେ ଗୀତା
  • ଚଉରାଅଶି ଆଜ୍ଞା
  • ପ୍ରେମଭକ୍ତି ବ୍ରହ୍ମଗୀତା [୬]
  • ବଣଭୋଜି
  • ମନ୍ତ୍ରବୋଲି
  • ଶିବ ସ୍ୱରୋଦୟ (ସଂସ୍କୃତ 'ସ୍ୱରୋଦ୍ୱୟଲେଶ' ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ) [୭]
  • ଗୋବିନ୍ଦ ଚନ୍ଦ୍ର

ଆଧାର[ସମ୍ପାଦନା]

  1. Panchasakha (PDF). Bhubaneswar: Government of Odisha. 2011. p. 5.
  2. Prachina Utkal, Shri Jagabandhu Singh
  3. Atibadi Jagannath Das, Pandita Sadasiva Mishra
  4. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ
  5. ସମାଜ, ୧୮ ଡିସେମ୍ବର ୨୦୧୨, ପୃଷ୍ଠା: ୨
  6. "Odia Poets & their creations | Destination Odisha". destinationodisha.com. Retrieved 19 December 2012. Yasobanta Das: Govinda Chandra, Premabhakti, Brahma Gita, Shiva Swarodaya.
  7. ଡ. ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ,ପୃଷ୍ଠା: ୧୧୭

ଅଧିକ ତଥ୍ୟ[ସମ୍ପାଦନା]