ଯୁଗଳ କିଶୋର ପଟ୍ଟନାୟକ
ଯୁଗଳ କିଶୋର ପଟ୍ଟନାୟକ | |
---|---|
ବିଧାୟକ: ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୯ | |
ପୂର୍ବ ଅଧିକାରୀ | ନରେନ ପଲେଇ |
ପର ଅଧିକାରୀ | ସଞ୍ଜୀବ କୁମାର ମଲ୍ଲିକ |
ନିର୍ବାଚନ ମଣ୍ଡଳୀ | ଭଦ୍ରକ |
ବିଧାୟକ: ୭ମ ଓ ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ରତ୍ନାକର ମହାନ୍ତି |
ପର ଅଧିକାରୀ | ପ୍ରଫୁଲ୍ଲ ସାମଲ |
ନିର୍ବାଚନ ମଣ୍ଡଳୀ | ଭଦ୍ରକ |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୩ – ୧୯୭୭ | |
ପୂର୍ବ ଅଧିକାରୀ | ବଳରାମ ସାହୁ |
ପର ଅଧିକାରୀ | ରତ୍ନାକର ମହାନ୍ତି |
ନିର୍ବାଚନ ମଣ୍ଡଳୀ | ଭଦ୍ରକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨ ନଭେମ୍ବର ୧୯୩୯ |
ନାଗରିକତା | ବ୍ରିଟିଶ ଭାରତ, ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଶାନ୍ତିଲତା ପଟ୍ଟନାୟକ |
ବାପା/ବୋଉ | ରମାନୁଜ ପଟ୍ଟନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଯୁଗଳ କିଶୋର ପଟ୍ଟନାୟକ (ଜନ୍ମ: ୨ ନଭେମ୍ବର ୧୯୩୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ । ୧୯୭୩, ୧୯୮୦ ଓ ୧୯୯୮୫ ମସିହାରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ଯଥାକ୍ରମେ ୬ଷ୍ଠ, ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏବଂ ୨୦୦୯ ଓ ୨୦୧୪ ମସିହାରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ଯୁଗଳ କିଶୋର ପଟ୍ଟନାୟକ ୧୯୩୯ ମସିହାର ନଭେମ୍ବର ମାସ ୨ ତାରିଖ ଦିନ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ରମାନୁଜ ପଟ୍ଟନାୟକ ।[୩] ସେ କଳାରେ ସ୍ନାତକ କରିବା ପାରେ ଓକିଲାତି ପଢ଼ିଥିଲେ ଏବଂ ପରେ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ ।[୨] ଯୁଗଳ କିଶୋର ପଟ୍ଟନାୟକ ଶାନ୍ତିଲାତା ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ଯୁଗଳ ପଟ୍ଟନାୟକ ଜଣେ ଛାତ୍ରନେତା ଭାବରେ କଲେଜ ସମୟରୁ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇଥିଲେ ।[୩] ଓଡ଼ିଶା ତଥା ସର୍ବ ଭାରତୀୟ ସ୍ତରରେ ସେ ବିଭିନ୍ନ ସମାବେଶର ଆୟୋଜକ ଏବଂ ସଂଗଠକ ଭାବରେ କାର୍ଯ୍ୟ କରିଥିଲେ ।[୩]
୧୯୭୩ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନରେ ସେ ସମୁଦାୟ ୨୫,୫୨୨ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୧୯୭୩ ମସିହାରୁ ୧୯୭୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।
୧୯୭୭ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସମୁଦାୟ ୧୦, ୬୧୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।[୪] ଏହାପରେ ୧୯୮୦ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମୁଦାୟ ୨୬,୯୧୪ ଖଣ୍ଡ ଭୋଟ ପାଇଥିଲେ ଏବଂ ୯,୫୭୪ ଖଣ୍ଡ ଭୋଟରେ ତାଙ୍କର ନିଟକତମ ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରି ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ୧୯୮୫ ମସିହାର ଓଡ଼ିଶା ବିଧାନ ସଭାରେ ସେ ସମୁଦାୟ ୩୫,୧୮୧ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ନୀଳମଣି ରାଉତରାୟଙ୍କୁ ୬,୫୪୪ ଖଣ୍ଡ ଭୋଟରେ ପରାଜିତ କରି ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]
୧୯୯୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ୩୫,୯୨୦ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ ।[୪] ଜନତା ଦଳର ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ତାଙ୍କୁ ୧୭,୧୪୬ ଖଣ୍ଡ ଭୋଟରେ ପରାଜିତ କରି ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହାପରେ ୧୯୯୫ ମସିହାରେ ପୁଣିଥରେ ପ୍ରଫୁଲ୍ଲ ସାମଲ ତାଙ୍କୁ ୨୬,୫୨୮ ଖଣ୍ଡ ଭୋଟରେ ପରାଜିତ କରି ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ୨୦୦୦ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିର୍ବାଚନ ଲଢ଼ିନଥିଲେ ।
ଏହାପରେ ଯୁଗଳ ପଟ୍ଟନାୟକ ଭାରତୀୟ ଜାତୀୟ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୦୯ ମସିହାର ଓଡ଼ିଶା ବିଧାନ ସଭାରେ ସେ ବିଜେଡିର ପ୍ରତିନିଧି ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭୫,୨୯୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।
୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ବିଜେଡିର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୮୦,୫୮୨ ଖଣ୍ଡ ଭୋଟ ପାଇ ୧୫ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୪]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ଭଦ୍ରକ | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ଭଦ୍ରକ | ଭାରତୀୟ ଜାତୀୟ କଂଗ୍ରେସ |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ଭଦ୍ରକ | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ଭଦ୍ରକ | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ଭଦ୍ରକ | ବିଜୁ ଜନତା ଦଳ |
ବିବାଦ
[ସମ୍ପାଦନା]ବିଜୁ ପଟ୍ଟନାୟକ ୧୯୯୦ ମସିହାରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଶାର ଅନେକ କଂଗ୍ରେସ ନେତାଙ୍କ ଘରେ ୯ ମଇ ୧୯୯୦ରେ ଆୟକର ବିଭାଗ ଯାଞ୍ଚ କରିଥିଲା, ସେହି ସମୟରେ ଏହି ତିନି ଦିନିଆ ଯାଞ୍ଚରେ ଯୁଗଳ ପଟ୍ଟନାୟକଙ୍କ ଘର ଯାଞ୍ଚ ହୋଇଥିଲା । ସେତେବେଳେ ତାଙ୍କ ଘରୁ ନଗଦ ୩୬,୦୦୦ ଟଙ୍କା ଓ ୧ ଲକ୍ଷ ଟଙ୍କାର ଗହଣା ମିଳିଥିଲା ।[୫]
ଆଧାର
[ସମ୍ପାଦନା]- ↑ "ENTRANCEINDIA | Bhadrak MLAs Past Present | ENTRANCEINDIA". www.entranceindia.com. Archived from the original on 2019-05-04. Retrieved 2019-05-04.
- ↑ ୨.୦ ୨.୧ "MLA Jugal Kishore Pattnaik Profile | BHADRAK Constituency". naveenpatnaik.com. Archived from the original on 2017-12-03. Retrieved 2019-05-04.
- ↑ ୩.୦ ୩.୧ ୩.୨ ୩.୩ "MLA Jugal Kishore Pattnaik Profile | BHADRAK Constituency". odishahelpline.com. Retrieved 2019-05-04.
- ↑ ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ "Bhadrak Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-05-04.
- ↑ June 15, RUBEN BANERJEE; June 15, 1990 ISSUE DATE:; October 10, 1990UPDATED:; Ist, 2013 17:33. "Raids on residences, business establishments of J.B. Patnaik in Orissa spark controversy". India Today (in ଇଂରାଜୀ). Retrieved 2019-05-04.
{{cite web}}
:|first4=
has numeric name (help)CS1 maint: extra punctuation (link) CS1 maint: numeric names: authors list (link)