ବଳରାମ ସାହୁ

ଉଇକିପିଡ଼ିଆ‌ରୁ
ବଳରାମ ସାହୁ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା (ଉପ-ନିର୍ବାଚନ)
କାର୍ଯ୍ୟକାଳ
ସେପ୍ଟେମ୍ବର ୧୯୭୧ – ୩ ମାର୍ଚ୍ଚ ୧୯୭୩
ପୂର୍ବ ଅଧିକାରୀହରେକୃଷ୍ଣ ମହତାବ
ପର ଅଧିକାରୀଯୁଗଳ କିଶୋର ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-05-03)୩ ମଇ ୧୯୨୮
ମୃତ୍ୟୁ୨୦ ଜୁନ ୧୯୮୩(1983-06-20) (ବୟସ ୫୫)
ନାଗରିକତାବ୍ରିଟିଶ ଭାରତ, ଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଉତ୍କଳ କଂଗ୍ରେସ
ଜୀବନ ସାଥୀତାରାମଣୀ ସାହୁ
ବାପା/ବୋଉସନାତନ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ବଳରାମ ସାହୁ (ଜନ୍ମ: ୩ ମାର୍ଚ୍ଚ ୧୯୨୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ବଳରାମ ସାହୁ ୧୯୨୮ ମସିହାର ମଇ ମାସ ୩ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ସନାତନ ସାହୁ ।[୩] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକୋତ୍ତର ।[୩] ସେ ତାରାମଣୀ ସାହୁଙ୍କୁ ବିବାହ କରିଥିଲେ ।[୨]

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

୧୯୪୨ ମସିହାରେ ବଳରାମ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ୁଥିବାବେଳେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ଏହାପରଠାରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ ସମର୍ଥକ ଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଦେଶ ସ୍ୱାଧୀନ ହେବାପରେ ସେ ରାଜନୀତିରେ ସିଧାସଳଖ ସକ୍ରିୟ ନଥିଲେ, ମାତ୍ର ଓଡ଼ିଶା ପଛରେ ରହିଯିବାରୁ, ସେ ଜଣେ ସକ୍ରିୟ କର୍ମକର୍ତ୍ତା ଭାବରେ ରାଜନୀତିରେ ଯୋଗ ଦେଇଥିଲେ ।[୨]

୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ବଳରାମ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏହି ନିର୍ବାଚନରେ ସେ ସମୁଦାୟ ୧୧,୭୨୭ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ଓ ହରେକୃଷ୍ଣ ମହତାବ ସମୁଦାୟ ୨୨,୬୯୨ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିଲେ ।[୪] ଏହାପରେ ୧୯୭୧ ମସିହାର ସେପ୍ଟେମ୍ବର ମାସରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନରେ ସେ ପୁଣିଥରେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ଏହି ବିଧାନ ସଭାରେ ସେ ୧୯୭୧ ମସିହାରୁ ୧୯୭୩ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ନିର୍ବାଚନରେ ସେ ସମୁଦାୟ ୧୮୭୨୩ ଖଣ୍ଡ ଭୋଟ ପାଇ ପୁଣି ୨ୟ ସ୍ଥାନରେ ଥିଲେ ଓ ଯୁଗଳ କିଶୋର ପଟ୍ଟନାୟକ ସମୁଦାୟ ୨୫,୫୨୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]


ମୃତ୍ୟୁ[ସମ୍ପାଦନା]

ବଳରାମ ୧୯୮୩ ମସିହାର ଜୁନ ମାସ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ୬ ସେପ୍ଟେମ୍ବର ୧୯୮୩ରେ ତାଙ୍କ ପାଇଁ ଓଡ଼ିଶା ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।[୨]

ଆଧାର[ସମ୍ପାଦନା]

  1. "ENTRANCEINDIA | Bhadrak MLAs Past Present | ENTRANCEINDIA". www.entranceindia.com. Archived from the original on 2019-05-04. Retrieved 2019-05-04.
  2. ୨.୦ ୨.୧ ୨.୨ ୨.୩ ୨.୪ "MLA Balaram Sahoo(Bye) Profile | BHADRAK Constituency". odishahelpline.com. Retrieved 2019-05-03.
  3. ୩.୦ ୩.୧ ୩.୨ ୩.୩ "MLA Balaram Sahoo(Bye) Profile | BHADRAK Constituency". naveenpatnaik.com. Archived from the original on 2017-10-26. Retrieved 2019-05-03.
  4. ୪.୦ ୪.୧ "Bhadrak Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-05-04.