ଯୁଗଳ କିଶୋର ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଯୁଗଳ କିଶୋର ପଟ୍ଟନାୟକ
ବିଧାୟକ: ୧୪ଶ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀନରେନ ପଲେଇ
ପର ଅଧିକାରୀସଞ୍ଜୀବ କୁମାର ମଲ୍ଲିକ
ନିର୍ବାଚନ ମଣ୍ଡଳୀଭଦ୍ରକ
ବିଧାୟକ: ୭ମ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀରତ୍ନାକର ମହାନ୍ତି
ପର ଅଧିକାରୀପ୍ରଫୁଲ୍ଲ ସାମଲ
ନିର୍ବାଚନ ମଣ୍ଡଳୀଭଦ୍ରକ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୩ – ୧୯୭୭
ପୂର୍ବ ଅଧିକାରୀବଳରାମ ସାହୁ
ପର ଅଧିକାରୀରତ୍ନାକର ମହାନ୍ତି
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1939-11-02) ୨ ନଭେମ୍ବର ୧୯୩୯ (ବୟସ ୮୪)
ନାଗରିକତାବ୍ରିଟିଶ ଭାରତ, ଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଶାନ୍ତିଲତା ପଟ୍ଟନାୟକ
ବାପା/ବୋଉରମାନୁଜ ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଯୁଗଳ କିଶୋର ପଟ୍ଟନାୟକ (ଜନ୍ମ: ୨ ନଭେମ୍ବର ୧୯୩୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ । ୧୯୭୩, ୧୯୮୦ ଓ ୧୯୯୮୫ ମସିହାରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ସେ ଯଥାକ୍ରମେ ୬ଷ୍ଠ, ୮ମ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏବଂ ୨୦୦୯ ଓ ୨୦୧୪ ମସିହାରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଯୁଗଳ କିଶୋର ପଟ୍ଟନାୟକ ୧୯୩୯ ମସିହାର ନଭେମ୍ବର ମାସ ୨ ତାରିଖ ଦିନ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ରମାନୁଜ ପଟ୍ଟନାୟକ ।[୩] ସେ କଳାରେ ସ୍ନାତକ କରିବା ପାରେ ଓକିଲାତି ପଢ଼ିଥିଲେ ଏବଂ ପରେ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ ।[୨] ଯୁଗଳ କିଶୋର ପଟ୍ଟନାୟକ ଶାନ୍ତିଲାତା ପଟ୍ଟନାୟକଙ୍କୁ ବିବାହ କରିଛନ୍ତି ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ଯୁଗଳ ପଟ୍ଟନାୟକ ଜଣେ ଛାତ୍ରନେତା ଭାବରେ କଲେଜ ସମୟରୁ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇଥିଲେ ।[୩] ଓଡ଼ିଶା ତଥା ସର୍ବ ଭାରତୀୟ ସ୍ତରରେ ସେ ବିଭିନ୍ନ ସମାବେଶର ଆୟୋଜକ ଏବଂ ସଂଗଠକ ଭାବରେ କାର୍ଯ୍ୟ କରିଥିଲେ ।[୩]

୧୯୭୩ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନରେ ସେ ସମୁଦାୟ ୨୫,୫୨୨ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୧୯୭୩ ମସିହାରୁ ୧୯୭୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୧୯୭୭ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସମୁଦାୟ ୧୦, ୬୧୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।[୪] ଏହାପରେ ୧୯୮୦ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସମୁଦାୟ ୨୬,୯୧୪ ଖଣ୍ଡ ଭୋଟ ପାଇଥିଲେ ଏବଂ ୯,୫୭୪ ଖଣ୍ଡ ଭୋଟରେ ତାଙ୍କର ନିଟକତମ ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରି ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ୧୯୮୫ ମସିହାର ଓଡ଼ିଶା ବିଧାନ ସଭାରେ ସେ ସମୁଦାୟ ୩୫,୧୮୧ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ନୀଳମଣି ରାଉତରାୟଙ୍କୁ ୬,୫୪୪ ଖଣ୍ଡ ଭୋଟରେ ପରାଜିତ କରି ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

୧୯୯୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ୩୫,୯୨୦ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ ।[୪] ଜନତା ଦଳର ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ତାଙ୍କୁ ୧୭,୧୪୬ ଖଣ୍ଡ ଭୋଟରେ ପରାଜିତ କରି ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହାପରେ ୧୯୯୫ ମସିହାରେ ପୁଣିଥରେ ପ୍ରଫୁଲ୍ଲ ସାମଲ ତାଙ୍କୁ ୨୬,୫୨୮ ଖଣ୍ଡ ଭୋଟରେ ପରାଜିତ କରି ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ୨୦୦୦ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିର୍ବାଚନ ଲଢ଼ିନଥିଲେ ।

ଏହାପରେ ଯୁଗଳ ପଟ୍ଟନାୟକ ଭାରତୀୟ ଜାତୀୟ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୦୯ ମସିହାର ଓଡ଼ିଶା ବିଧାନ ସଭାରେ ସେ ବିଜେଡିର ପ୍ରତିନିଧି ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭୫,୨୯୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ବିଜେଡିର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୮୦,୫୮୨ ଖଣ୍ଡ ଭୋଟ ପାଇ ୧୫ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୪]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଭଦ୍ରକ ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଭଦ୍ରକ ଭାରତୀୟ ଜାତୀୟ କଂଗ୍ରେସ
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ଭଦ୍ରକ ଭାରତୀୟ ଜାତୀୟ କଂଗ୍ରେସ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଭଦ୍ରକ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଭଦ୍ରକ ବିଜୁ ଜନତା ଦଳ

ବିବାଦ[ସମ୍ପାଦନା]

ବିଜୁ ପଟ୍ଟନାୟକ ୧୯୯୦ ମସିହାରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଶାର ଅନେକ କଂଗ୍ରେସ ନେତାଙ୍କ ଘରେ ୯ ମଇ ୧୯୯୦ରେ ଆୟକର ବିଭାଗ ଯାଞ୍ଚ କରିଥିଲା, ସେହି ସମୟରେ ଏହି ତିନି ଦିନିଆ ଯାଞ୍ଚରେ ଯୁଗଳ ପଟ୍ଟନାୟକଙ୍କ ଘର ଯାଞ୍ଚ ହୋଇଥିଲା । ସେତେବେଳେ ତାଙ୍କ ଘରୁ ନଗଦ ୩୬,୦୦୦ ଟଙ୍କା ଓ ୧ ଲକ୍ଷ ଟଙ୍କାର ଗହଣା ମିଳିଥିଲା ।[୫]

ଆଧାର[ସମ୍ପାଦନା]

  1. "ENTRANCEINDIA | Bhadrak MLAs Past Present | ENTRANCEINDIA". www.entranceindia.com. Archived from the original on 2019-05-04. Retrieved 2019-05-04.
  2. ୨.୦ ୨.୧ "MLA Jugal Kishore Pattnaik Profile | BHADRAK Constituency". naveenpatnaik.com. Archived from the original on 2017-12-03. Retrieved 2019-05-04.
  3. ୩.୦ ୩.୧ ୩.୨ ୩.୩ "MLA Jugal Kishore Pattnaik Profile | BHADRAK Constituency". odishahelpline.com. Retrieved 2019-05-04.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ "Bhadrak Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-05-04.
  5. June 15, RUBEN BANERJEE; June 15, 1990 ISSUE DATE:; October 10, 1990UPDATED:; Ist, 2013 17:33. "Raids on residences, business establishments of J.B. Patnaik in Orissa spark controversy". India Today (in ଇଂରାଜୀ). Retrieved 2019-05-04. {{cite web}}: |first4= has numeric name (help)CS1 maint: extra punctuation (link) CS1 maint: numeric names: authors list (link)