ପାଏଲୋନେଫ୍ରାଇଟିସ
ପାଏଲୋନେଫ୍ରାଇଟିସ (Pyelonephritis) | |
---|---|
ବୃକ୍କ ସଂକ୍ରମଣ (Kidney infection)[୧] | |
ଉଚ୍ଚାରଣ | |
ବିଭାଗ | (Urology), (nephrology) |
ଲକ୍ଷଣ | ଜ୍ୱର, ଅଣ୍ଟା ଦରଜ (flank tenderness), ଅଇ (nausea), ଡିସୟୁରିଆ (burning with urination), ବାରମ୍ବାର ପରିସ୍ରା ହେବା (frequent urination)[୨] |
କାରଣ | ଜୀବାଣୁ ସଂକ୍ରମଣ (Bacterial infection)[୨] |
ବିପଦ କାରକ | ଯୌନ ସଙ୍ଗମ (Sexual intercourse), ପିଛିଲା ମୂତ୍ରନଳୀ ସଂକ୍ରମଣ (prior urinary tract infections, ମଧୁମେହ, ମୂତ୍ରନଳୀ ତିଆରି ତୃଟି, ସ୍ପର୍ମିସାଇଡ ବ୍ୟବହାର । [୨][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଓ ପରିସ୍ରା ପରୀକ୍ଷା (urinalysis)[୨] |
ସଠିକ ରୋଗ ନିର୍ଣ୍ଣୟ | ଆପେଣ୍ଡିସାଇଟିସ, ଡାଇଭର୍ଟିକୁଲାଇଟିସ୍, ଏଣ୍ଡୋମେଟ୍ରିଓସିସ, ପେଲଭିସ ପ୍ରଦାହ ରୋଗ, ବୃକ୍କ ପଥର ରୋଗ[୨] |
ପ୍ରତିକାର | ଯୌନ ସଙ୍ଗମ ପରେ ମୂତ୍ରତ୍ୟାଗ, ଯଥେଷ୍ଟ ତରଳ ପଦାର୍ଥ ପିଇବା [୧] |
ଔଷଧ | ଆଣ୍ଟିବାୟୋଟିକ - ସିପ୍ରୋଫ୍ଲୋକ୍ସାସିନ୍, ସେଫଟ୍ରାଇଆକ୍ସୋନ[୪] |
ପୁନଃପୌନିକ | ସାଧାରଣ[୫] |
ପାଏଲୋନେଫ୍ରାଇଟିସ (ଇଂରାଜୀ ଭାଷାରେ Pyelonephritis) ଏକ ରୋଗ ଯେଉଁଥିରେ ବୃକ୍କ (kidney) ଜୀବାଣୁଦ୍ୱାରା ସଂକ୍ରମିତ (bacterial infection) ହୋଇଥାଏ ।[୩] ସାଧାରଣତଃ ଜ୍ୱର ଓ ଅଣ୍ଟା ଦରଜ (flank tenderness) ହୋଇ ରୋଗ ଆରମ୍ଭ ହୁଏ ।[୨] ଏହା ବ୍ୟତୀତ ଅଇ (nausea), ଡିସୟୁରିଆ ବା ପରିସ୍ରା କଲାବେଳ ପୋଡ଼ାଜଳା (burning with urination), ବାରମ୍ବାର ପରିସ୍ରା ହେବା (frequent urination) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୨] ରୋଗ ଜଟିଳ ହେଲେ ପାଏଲୋନେଫ୍ରାଇଟସି, ସେପ୍ସିସ, ବା ବୃକ୍କ ଅକାମୀ (kidney failure) ହୋଇଯାଏ ।[୩]
ସ୍ୱାଭାବିକ ଭାବରେ ଏହି ରୋଗ ଇକୋଲାଇ (Escherichia coli) ଜୀବାଣୁଦ୍ୱାରା ହୁଏ । [୨] ଏହି ରୋଗ ସଙ୍କଟ ସୃଷ୍ଟି କରିବାରେ ଯୌନ ସଙ୍ଗମ (Sexual intercourse), ପିଛିଲା ମୂତ୍ରନଳୀ ସଂକ୍ରମଣ (prior urinary tract infections, ମଧୁମେହ, ମୂତ୍ରନଳୀ ତିଆରି ତୃଟି, ସ୍ପର୍ମିସାଇଡ ବ୍ୟବହାର ଇତ୍ୟାଦି କାରକମାନଙ୍କର ଅବଦାନ ଥାଏ ।[୨][୩] ଜୀବାଣୁ ସାଧାରଣତଃ ମୂତ୍ର ପ୍ରଣାଳୀରେ (urinary tract) ନିମ୍ନରୁ ଉର୍ଦ୍ଧକୁ ସଂକ୍ରମଣ ଗତିକରେ ।[୨] ରକ୍ତସ୍ରୋତ ମାଧ୍ୟମରେ ମଧ୍ୟ ଏହି ରୋଗ ସଞ୍ଚାରିତ ହୋଇପାରେ ।[୧] ରୋଗ ଲକ୍ଷଣ ଅନୁଶୀଳନ ଓ ପରିସ୍ରା ପରୀକ୍ଷା (urinalysis) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୨] ଚିକିତ୍ସାରେ ଉନ୍ନତି ନହେଲେ ମେଡିକାଲ ଇମେଜିଙ୍ଗ (medical imaging) ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ ।[୨]
ଯୌନ ସଙ୍ଗମ ପରେ ମୂତ୍ରତ୍ୟାଗ ଓ ଯଥେଷ୍ଟ ତରଳ ପଦାର୍ଥ ପାନ କଲେ ଏ ରୋଗର ପ୍ରତିରୋଧ ହେବା ସମ୍ଭାବନା ରହିବ । [୧] ରୋଗ ନିର୍ଣ୍ଣୟ ହୋଇଗଲେ ସିପ୍ରୋଫ୍ଲୋକ୍ସାସିନ୍ ଓ ସେଫଟ୍ରାଇଆକ୍ସୋନ ଭଳି ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୪][୬] ରୋଗ ସାଂଘାତିକ ହୋଇଥିଲେ ଡାକ୍ତରଖାନାରେ ଆଡମିସନ ଆବଶ୍ୟକ ହୁଏ ।[୨] ରୋଗୀର ମୂତ୍ର ପ୍ରଣାଳୀରେ ଗଠନ ସମସ୍ୟା ବା ବୃକ୍କ ପଥର ରୋଗ ଥିଲେ ଅପରେଶନ ଆବଶ୍ୟକ ହୁଏ । [୩][୧]
ବୃକ୍କ ସମ୍ବନ୍ଧୀୟ ରୋଗମାନଙ୍କ ମଧ୍ୟରେ ପାଏଲୋନେଫ୍ରାଇଟିସ ଏକ ସାଧାରଣ ରୋଗ ।[୫] ପ୍ରତି ବର୍ଷ ପ୍ରତି ଏକ ହଜାର ମହିଳାଙ୍କ ମଧ୍ୟରୁ ୧-୨ ମହିଳା ଓ ଏକ ହଜାର ପୁରୁଷଙ୍କ ମଧ୍ୟରୁ ୦.୫ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୭] ନବ ଯୁବକମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ଅଳ୍ପ ତଥା ଅତି ବୟସ୍କ ଲୋକ ମଧ୍ୟ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ନବ ଯୁବକମାନେ ସାଧାରଣତଃ ଚିକିତ୍ସାରେ ସୁଫଳ ପାଆନ୍ତି ।[୩][୫] ୬୫ ବର୍ଷ ବୟସ ପରେ ରୋଗ ହେଲେ ପ୍ରାୟ ୪୦% ରୋଗୀଙ୍କର ମୃତ୍ୟୁ ହୁଏ ।[୫]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Kidney Infection (Pyelonephritis)". NIDDK. April 2017. Archived from the original on 4 October 2017. Retrieved 30 October 2017.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Colgan, R; Williams, M; Johnson, JR (1 September 2011). "Diagnosis and treatment of acute pyelonephritis in women". American Family Physician. 84 (5): 519–26. PMID 21888302.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Lippincott's Guide to Infectious Diseases (in ଇଂରାଜୀ). Lippincott Williams & Wilkins. 2011. p. 258. ISBN 9781605479750. Archived from the original on 2017-11-05.
- ↑ ୪.୦ ୪.୧ "Antibiotic therapy for acute uncomplicated pyelonephritis in women. Take resistance into account". Prescrire International. 23 (155): 296–300. December 2014. PMID 25629148.
- ↑ ୫.୦ ୫.୧ ୫.୨ ୫.୩ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1097. ISBN 9780323529570. Archived from the original on 2017-11-05.
- ↑ Gupta, K; Hooton, TM; Naber, KG; Wullt, B; Colgan, R; Miller, LG; Moran, GJ; Nicolle, LE; Raz, R; Schaeffer, AJ; Soper, DE; Infectious Diseases Society of, America.; European Society for Microbiology and Infectious, Diseases. (1 March 2011). "International clinical practice guidelines for the treatment of acute uncomplicated cystitis and pyelonephritis in women: A 2010 update by the Infectious Diseases Society of America and the European Society for Microbiology and Infectious Diseases". Clinical Infectious Diseases. 52 (5): e103-20. doi:10.1093/cid/ciq257. PMID 21292654.
- ↑ Lager, Donna J.; Abrahams, Neil (2012). Practical Renal Pathology, A Diagnostic Approach E-Book: A Volume in the Pattern Recognition Series (in ଇଂରାଜୀ). Elsevier Health Sciences. p. 139. ISBN 1455737860. Archived from the original on 2017-11-05.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- NIDDK Archived 2011-06-08 at the Wayback Machine.
- Atlas of Pathology