ତୀବ୍ର ବୃକ୍କ ଆଘାତ
Acute kidney injury | |
---|---|
Acute renal failure (ARF)[୧] | |
ବିଭାଗ | Nephrology, urology |
କାରଣ | Prerenal: Bleeding, vomiting, diarrhea, sepsis, NSAIDs[୨] Intrinsic: acute tubular necrosis, interstitial nephritis, glomerulonephritis[୨] Post-renal: kidney stones, bladder cancer, urinary obstruction[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | 50% increase serum creatinine in 7 days, 26.5 umol/L (0.3 mg/dL) increase in 2 days, urine output < 0.5 mL/kg per hour x 6hrs[୨] |
ଚିକିତ୍ସା | Prerenal: Intravenous fluids[୨] Intrinsic: Supportive care, furosemide, immunosuppressants[୨] Post-renal: Urinary tract drainage[୨] |
Prognosis | Often reversible[୨] |
ପୁନଃପୌନିକ | Common[୨] |
ତୀବ୍ର ବୃକ୍କ ଆଘାତ/ ଏକେଆଇ (AKI ), ପୂର୍ବ ନାମ ତୀବ୍ର ବୃକକ୍ ବିଫଳତା (ARF), ଅବସ୍ଥାରେ ହଠାତ ବୃକ୍କର କାର୍ଯ୍ୟ କମିଯାଏ ।[୨] ଏହାର ଲକ୍ଷଣରେ ପରିସ୍ରା ପରିମାଣ ହ୍ରାସ ହେବା ଦେଖାଯାଏ ।[୨] ରୋଗ ଜଟିଳ ହେଲେ ଫୁସଫୁସ ଇଡିମା, ୟୁରେମିଆ ଏବଂ ହାଇପରକାଲେମିଆ ତଥା ମେଟାବୋଲିକ ଏସିଡୋସିସ ଭଳି ଅସ୍ୱାଭାବିକ ଇଲେକ୍ଟ୍ରୋଲାଇଟ ପରିବର୍ତ୍ତନ ହୁଏ ।[୨]
ଏହାର କାରଣଗୁଡିକ ତିନି ଭାଗରେ ବିଭକ୍ତ କରାଯାଏ, ଯଥା:- ବୃକ୍କ ପୂର୍ବ, ବୃକ୍କ ଅନ୍ତର୍ନିହିତ ଓ ବୃକ୍କ ପରବର୍ତ୍ତୀ ।[୨] ବୃକ୍କ ପୂର୍ବ କାରଣଗୁଡ଼ିକରେ ବୃକ୍କକୁ ରକ୍ତ ପ୍ରବାହ କମୁଥିବା କାରଣ ଯେପରିକି ରକ୍ତସ୍ରାବ, ବାନ୍ତି, ତରଳ ଝାଡ଼ା, ସେପ୍ସିସ୍ ଏବଂ ନନଷ୍ଟେରଏଡାଲ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ ସେବନ ଯୋଗୁ ହୋଇଥାଏ । [୨] ବୃକ୍କ ଅନ୍ତର୍ନିହିତ କାରଣରେ ତୀବ୍ର ଟ୍ୟୁବୁଲାର ନେକ୍ରୋସିସ ଓ ଗ୍ଲୋମେରୁଲାରନେଫ୍ରାଇଟିସ ଥାଇପାରେ ।[୨] ବୃକ୍କ ପରବର୍ତ୍ତୀ କାରଣରେ ବୃକ୍କ ପଥର ରୋଗ, ମୂତ୍ରାଶୟ କର୍କଟ ଏବଂ ୟୁରିନାରି ରିଟେନସନ ଅନ୍ତର୍ଭୁକ୍ତ ଥାଏ । [୨] ସେରମ କ୍ରିଏଟିନିନ ସ୍ତର ୭ ଦିନ ମଧ୍ୟରେ ୫୦% ବୃଦ୍ଧି ହେଲେ, ଦୁଇ ଦିନ ମଧ୍ୟରେ ୨୬.୫ ୟୁମୋଲ/ ଲି (୦.୩ ମିଗ୍ରା / ଡେଲି) କିମ୍ବା ଅତି କମରେ ଛଅ ଘଣ୍ଟା ପାଇଁ ଘଣ୍ଟା ପ୍ରତି ୦.୫ ମିଲି/ କିଲୋଗ୍ରାମରୁ କମ୍ ପରିସ୍ରା ଉତ୍ପାଦନ ହେଉଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨]
ଅନ୍ତର୍ନିହିତ କାରଣ ଉପରେ ଆଂଶିକ ପରିଚାଳନା ନିର୍ଭର କରେ | [୨] ଯଦି ମୂତ୍ରାଶୟ ଅବରୋଧ ଥାଏ, ତେବେ ନିଷ୍କାସନ ଆବଶ୍ୟକ ହୁଏ | [୨] ଯଦି ବ୍ୟକ୍ତିର ରକ୍ତ ପରିମାଣ କମ୍ ଥାଏ, ତା'ହେଲେ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ | [୨] ବୃକ୍କ କାରଣ ଥିଲେ ଫୁରୋସେମାଇଡ୍ କିମ୍ବା ଇମ୍ମ୍ୟୁନୋସପ୍ରେସାଣ୍ଟ ବ୍ୟବହାର କରାଯାଇପାରେ | [୨] ଅନ୍ୟାନ୍ୟ ସହାୟକ ପଦକ୍ଷେପରେ କମ୍ ପଟାସିୟମଯୁକ୍ତ ଖାଦ୍ୟ ଏବଂ ଡାଏଲିସିସ ଆବଶ୍ୟକ ହୋଇପାରେ | [୨] ଏହି ଅବସ୍ଥା ପ୍ରାୟ ପରିବର୍ତ୍ତିତ ହୋଇ ସାଧାରଣ ହୋଇଯାଏ ।[୨]
ଏକେଆଇ ଏକ ସାଧାରଣ ରୋଗ ଅଟେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୭% ଲୋକ ଏବଂ ଆଇସିୟୁରେ ଭର୍ତ୍ତି ହୋଇଥିବା ୩୦% ଲୋକଙ୍କୁ ପ୍ରଭାବିତ କରିଥାଏ | [୨] ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ କ୍ଷେତ୍ରରେ ୨୧% ରୋଗ ପ୍ରସବକାଳୀନ, ୬୯% ଅନ୍ତର୍ନିହିତ ବୃକ୍କ ଏବଂ ୧୦% ବୃକ୍କ ପରବର୍ତ୍ତୀ କାରଣରୁ ହୋଇଥାଏ। [୨] ଅନ୍ତର୍ନିହିତ ବୃକ୍କ ଗୋଷ୍ଠୀର ତୀବ୍ର ଟ୍ୟୁବୁଲାର୍ ନେକ୍ରୋସିସ୍ ହେଉଛି ସବୁଠାରୁ ସାଧାରଣ କାରଣ | [୨] ତୀବ୍ର କିଡନୀ ଆଘାତକୁ ପ୍ରଥମେ ବାଇଜାଣ୍ଟାଇନ ଅବଧିରେ (୩୩୦-୧୪୫୨) ବର୍ଣ୍ଣନା କରାଯାଇଥିଲା | [୩]
ଆଧାର
[ସମ୍ପାଦନା]- ↑ Webb S, Dobb G (December 2007). "ARF, ATN or AKI? It's now acute kidney injury". Anaesthesia and Intensive Care. 35 (6): 843–44. doi:10.1177/0310057X0703500601. PMID 18084974.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ ୨.୨୩ ୨.୨୪ ୨.୨୫ Goyal, A; Daneshpajouhnejad, P; Hashmi, MF; Bashir, K (January 2020). "Acute Kidney Injury". PMID 28722925.
{{cite journal}}
: Cite journal requires|journal=
(help) - ↑ Congress, International Association for the History of Nephrology (1997). History of Nephrology 2: Reports from the First Congress of the International Association for the History of Nephrology, Kos, Greece, October 14-16, 1996 (in ଇଂରାଜୀ). Karger Medical and Scientific Publishers. p. 217. ISBN 978-3-8055-6499-1.