ଡାଇଲେଟେଡ କାର୍ଡ଼ିଓମାୟୋପାଥି
ଡାଇଲେଟେଡ କାର୍ଡ଼ିଓମାୟୋପାଥି (Dilated cardiomyopathy) | |
---|---|
କଞ୍ଜେସ୍ଟିଭ କାର୍ଡ଼ିଓମାୟୋପାଥି (Congestive cardiomyopathy), ଇଡିଓପାଥିକ କାର୍ଡ଼ିଓମାୟୋପାଥି (idiopathic cardiomyopathy), ପ୍ରାଇମେରୀ କାର୍ଡ଼ିଓମାୟୋପାଥି (primary cardiomyopathy)[୧] | |
ବିଭାଗ | Cardiology |
ଲକ୍ଷଣ | ଥକ୍କା ଅନୁଭବ, ପାଦ ଇଡିମା (leg swelling), ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା (chest pain), ସିଙ୍କୋପି [୨] |
ଆକ୍ରାନ୍ତ ସମୟ | ମଧ୍ୟ ବୟସ[୩] |
କାରଣ | ଜେନେଟିକ (Genetics), ମଦ alcohol, କୋକେନ , କେତେକ ଟକ୍ସିନ certain toxins, ଗର୍ଭାବସ୍ଥାର ଜଟିଳତା, କେତେକ ସଂକ୍ରମଣ (infections)[୪][୫] |
ରୋଗ ନିର୍ଣ୍ଣୟ ପଦ୍ଧତି | ଇସିଜି (electrocardiogram), ଛାତି ଏକ୍ସ-ରେ (chest X-ray), ଇକୋକାର୍ଡ଼ିଓଗ୍ରାମ (echocardiogram)[୫] |
ସଠିକ ରୋଗ ନିର୍ଣ୍ଣୟ | କରୋନାରୀ ଧମନୀ ରୋଗ, ହୃତ୍ପିଣ୍ଡ ଭଲଭ ରୋଗ (heart valve disease), ପଲ୍ମୋନାରି ଏମ୍ବୋଲିଜ୍ମ, ଅନ୍ୟାନ୍ୟ କାର୍ଡ଼ିଓମାୟୋପାଥି[୩] |
ଔଷଧ | ଏସିଇ ଇନହିବିଟର (ACE inhibitor), ବିଟା ବ୍ଲକର (beta blocker), ଡାଇୟୁରେଟିକ (diuretic), ଆଣ୍ଟିକୋଆଗୁଲାଣ୍ଟ (blood thinners ।[୫] |
ଚିକିତ୍ସା | ଜୀବନଚର୍ଯ୍ୟା ପରିବର୍ତ୍ତନ, ଔଷଧ, ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଭର୍ଟର ଡିଜିବ୍ରିଲେଟର (implantable cardioverter defibrillator), ହୃତ୍ପିଣ୍ଡ ଟ୍ରାନ୍ସପ୍ଲାଣ୍ଟ (heart transplant)[୫] |
Prognosis | ପାଞ୍ଚ ବର୍ଷ ଆୟୁଷ (Five-year survival rate) ~୫୦%[୫] |
ପୁନଃପୌନିକ | ୨,୫୦୦ରେ ଜଣେ [୫] |
ଡାଇଲେଟେଡ କାର୍ଡ଼ିଓମାୟୋପାଥି ବା ଡିସିଏମ (ଇଂରାଜୀ ଭାଷାରେ Dilated cardiomyopathy ବା DCM) ରୋଗରେ ହୃତ୍ପିଣ୍ଡ ବୃହଦାକାର ହୋଇଥିବାରୁ ରକ୍ତ ଭଲ ଭାବରେ ପମ୍ପ କରିପାରେନି । [୬] ଥକ୍କା ଅନୁଭବ, ପାଦ ଇଡିମା (leg swelling) ଓ ଅଣନିଶ୍ୱାସୀ (shortness of breath) ଲାଗେ ।[୨] ଏହା ଫଳରେ ଛାତି ଯନ୍ତ୍ରଣା (chest pain) ଓ ସିଙ୍କୋପି ହୋଇପାରେ ।[୨] ରୋଗ ଜଟିଳ ହେଲେ ହୃଦ୍ପାତ, ହୃତ୍ପିଣ୍ଡ ଭଲଭ ରୋଗ (heart valve disease), ହୃତ୍ପିଣ୍ଡ ଆରିଦମିଆ (irregular heartbeat) ଲକ୍ଷଣମାନ ଦେଖାଯାଏ ।[୬][୭]
ଜେନେଟିକ (Genetics), ମଦ alcohol, କୋକେନ , କେତେକ ଟକ୍ସିନ certain toxins, ଗର୍ଭାବସ୍ଥାର ଜଟିଳତା, କେତେକ ସଂକ୍ରମଣ (infections) ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ରୋଗ ହୋଇପାରେ ।[୪][୫] କରୋନାରୀ ଧମନୀ ରୋଗ ଓ ଉଚ୍ଚ ରକ୍ତ ଚାପର (high blood pressure) ଭୂମିକା ମଧ୍ୟ ଥାଇପାରେ । [୪][୩] ଅନେକ କ୍ଷେତ୍ରରେ କାରଣ ଅସ୍ପଷ୍ଟ ରହେ । [୪] ଏହା କାର୍ଡ଼ିଓମାୟୋପାଥି ଦଳର ଏକ ରୋଗ ଯାହା ପ୍ରାଥମିକ ଭାବରେ ହୃତ୍ପିଣ୍ଡ ମାଂସପେଶୀକୁ (heart muscle) ଆକ୍ରମଣ କରେ ।[୬] ରୋଗ ନିର୍ଣ୍ଣୟ ନିମନ୍ତେ ଇସିଜି (electrocardiogram), ଛାତି ଏକ୍ସ-ରେ (chest X-ray), ଇକୋକାର୍ଡ଼ିଓଗ୍ରାମ (echocardiogram) ଆବଶ୍ୟକ ହୋଇପାରେ । [୫]
ହୃତ୍ପାତ ଥିବା ରୋଗୀଙ୍କୁ ଏସିଇ ଇନହିବିଟର (ACE inhibitor), ବିଟା ବ୍ଲକର (beta blocker), ଡାଇୟୁରେଟିକ (diuretic) ଇତ୍ୟାଦି ଔଷଧ ଦିଆଯାଏ । [୫] ସ୍ୱଳ୍ପ ଲୁଣଯୁକ୍ତ ଖାଦ୍ୟ ସହାୟକ ହୋଇପାରେ ।[୩] କେତେକ ଅନିୟମିତ ହୃଦ୍ଗତି ସମ୍ପନ୍ନ ରୋଗୀଙ୍କୁ ଆଣ୍ଟିକୋଆଗୁଲାଣ୍ଟ (blood thinners) ବା ଏକ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଭର୍ଟର ଡିଜିବ୍ରିଲେଟର (implantable cardioverter defibrillator) ଦେବାକୁ ସୁପାରିସ କରାଯାଏ ।[୫] ଅନ୍ୟ ସମସ୍ତ ଉପାୟ କାର୍ଯ୍ୟକାରୀ ନହେଲେ ହୃତ୍ପିଣ୍ଡ ଟ୍ରାନ୍ସପ୍ଲାଣ୍ଟ (heart transplant) ଦିଆଯାଇପାରେ ।[୫]
ପ୍ରାୟ ୨।୫୦୦ ଲୋକଙ୍କ ମଧ୍ୟରୁ ଜଣକୁ ଏହି ରୋଗ ହୁଏ ।[୫] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଶୀକାର ହୁଅନ୍ତି । [୮] ମଧ୍ୟ ବୟସରେ ଏହି ରୋଗ ସାଧାରଣତଃ ହୁଏ ।[୩] ପାଞ୍ଚ ବର୍ଷ ଆୟୁଷ (Five-year survival rate) ପ୍ରାୟ ୫୦% ରୋଗୀଙ୍କର ଦେଖାଯାଏ ।[୫] ପିଲାଙ୍କୁ ମଧ୍ୟ ଏହି ରୋଗ ହୋଇପାରେ ଓ ଏହି ଗ୍ରୁପରେ ଏହା ସବୁଠାରୁ ସାଧାରଣ କାର୍ଡ଼ିଓମାୟୋପାଥି ରୋଗ ।[୫]
ଆଧାର
[ସମ୍ପାଦନା]- ↑ "Other Names for Cardiomyopathy". NHLBI. June 22, 2016. Retrieved 31 August 2016.
- ↑ ୨.୦ ୨.୧ ୨.୨ "What Are the Signs and Symptoms of Cardiomyopathy?". NHLBI (in ଇଂରାଜୀ). 22 June 2016. Retrieved 10 November 2017.
- ↑ ୩.୦ ୩.୧ ୩.୨ ୩.୩ ୩.୪ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 244. ISBN 9780323529570.
- ↑ ୪.୦ ୪.୧ ୪.୨ ୪.୩ "What Causes Cardiomyopathy?". NHLBI (in ଇଂରାଜୀ). 22 June 2016. Retrieved 10 November 2017.
- ↑ ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ ୫.୧୧ ୫.୧୨ ୫.୧୩ Weintraub, RG; Semsarian, C; Macdonald, P (22 July 2017). "Dilated cardiomyopathy". Lancet. 390 (10092): 400–414. doi:10.1016/S0140-6736(16)31713-5. PMID 28190577.
- ↑ ୬.୦ ୬.୧ ୬.୨ "What Is Cardiomyopathy?". NHLBI (in ଇଂରାଜୀ). 22 June 2016. Retrieved 10 November 2017.
- ↑ "Types of Cardiomyopathy". NHLBI (in ଇଂରାଜୀ). 22 June 2016. Retrieved 10 November 2017.
- ↑ "Who Is at Risk for Cardiomyopathy? - NHLBI, NIH". NHLBI (in ଇଂରାଜୀ). 22 June 2016. Retrieved 10 November 2017.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- Cardiomyopathy - Stanford Children's Health
- Cardiomyopathy Association: Dilated cardiomyopathy
- Children's Cardiomyopathy Foundation
- Dilated cardiomyopathy Archived 2013-05-25 at the Wayback Machine. information for parents.