ଡାଇଲେଟେଡ କାର୍ଡ଼ିଓମାୟୋପାଥି

ଉଇକିପିଡ଼ିଆ‌ରୁ
ଡାଇଲେଟେଡ କାର୍ଡ଼ିଓମାୟୋପାଥି (Dilated cardiomyopathy)
କଞ୍ଜେସ୍ଟିଭ କାର୍ଡ଼ିଓମାୟୋପାଥି (Congestive cardiomyopathy),
ଇଡିଓପାଥିକ କାର୍ଡ଼ିଓମାୟୋପାଥି (idiopathic cardiomyopathy),
ପ୍ରାଇମେରୀ କାର୍ଡ଼ିଓମାୟୋପାଥି (primary cardiomyopathy)[୧]
ମୂଷା ହୃତ୍‌ପିଣ୍ଡରେ ଡାଇଲେଟେଡ କାର୍ଡ଼ିଓମାୟୋପାଥି ଦେଖାଯାଉଛି ।
ବିଭାଗCardiology
ଲକ୍ଷଣଥକ୍କା ଅନୁଭବ, ପାଦ ଇଡିମା (leg swelling), ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା (chest pain), ସିଙ୍କୋପି [୨]
ଆକ୍ରାନ୍ତ ସମୟମଧ୍ୟ ବୟସ[୩]
କାରଣଜେନେଟିକ (Genetics), ମଦ alcohol, କୋକେନ , କେତେକ ଟକ୍ସିନ certain toxins, ଗର୍ଭାବସ୍ଥାର ଜଟିଳତା, କେତେକ ସଂକ୍ରମଣ (infections)[୪][୫]
ରୋଗ ନିର୍ଣ୍ଣୟ ପଦ୍ଧତିଇସିଜି (electrocardiogram), ଛାତି ଏକ୍ସ-ରେ (chest X-ray), ଇକୋକାର୍ଡ଼ିଓଗ୍ରାମ (echocardiogram)[୫]
ସଠିକ ରୋଗ ନିର୍ଣ୍ଣୟକରୋନାରୀ ଧମନୀ ରୋଗ, ହୃତ୍‌ପିଣ୍ଡ ଭଲଭ ରୋଗ (heart valve disease), ପଲ୍‌ମୋନାରି ଏମ୍ବୋଲିଜ୍ମ, ଅନ୍ୟାନ୍ୟ କାର୍ଡ଼ିଓମାୟୋପାଥି[୩]
ଔଷଧଏସିଇ ଇନହିବିଟର (ACE inhibitor), ବିଟା ବ୍ଲକର (beta blocker), ଡାଇୟୁରେଟିକ (diuretic), ଆଣ୍ଟିକୋଆଗୁଲାଣ୍ଟ (blood thinners[୫]
ଚିକିତ୍ସାଜୀବନଚର୍ଯ୍ୟା ପରିବର୍ତ୍ତନ, ଔଷଧ, ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଭର୍ଟର ଡିଜିବ୍ରିଲେଟର (implantable cardioverter defibrillator), ହୃତ୍‌ପିଣ୍ଡ ଟ୍ରାନ୍ସପ୍ଲାଣ୍ଟ (heart transplant)[୫]
Prognosisପାଞ୍ଚ ବର୍ଷ ଆୟୁଷ (Five-year survival rate) ~୫୦%[୫]
ପୁନଃପୌନିକ୨,୫୦୦ରେ ଜଣେ [୫]

ଡାଇଲେଟେଡ କାର୍ଡ଼ିଓମାୟୋପାଥି ବା ଡିସିଏମ (ଇଂରାଜୀ ଭାଷାରେ Dilated cardiomyopathy ବା DCM) ରୋଗରେ ହୃତ୍‌ପିଣ୍ଡ ବୃହଦାକାର ହୋଇଥିବାରୁ ରକ୍ତ ଭଲ ଭାବରେ ପମ୍ପ କରିପାରେନି । [୬] ଥକ୍କା ଅନୁଭବ, ପାଦ ଇଡିମା (leg swelling) ଓ ଅଣନିଶ୍ୱାସୀ (shortness of breath) ଲାଗେ ।[୨] ଏହା ଫଳରେ ଛାତି ଯନ୍ତ୍ରଣା (chest pain) ଓ ସିଙ୍କୋପି ହୋଇପାରେ ।[୨] ରୋଗ ଜଟିଳ ହେଲେ ହୃଦ୍‌ପାତ, ହୃତ୍‌ପିଣ୍ଡ ଭଲଭ ରୋଗ (heart valve disease), ହୃତ୍‌ପିଣ୍ଡ ଆରିଦମିଆ (irregular heartbeat) ଲକ୍ଷଣମାନ ଦେଖାଯାଏ ।[୬][୭]

ଜେନେଟିକ (Genetics), ମଦ alcohol, କୋକେନ , କେତେକ ଟକ୍ସିନ certain toxins, ଗର୍ଭାବସ୍ଥାର ଜଟିଳତା, କେତେକ ସଂକ୍ରମଣ (infections) ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ରୋଗ ହୋଇପାରେ ।[୪][୫] କରୋନାରୀ ଧମନୀ ରୋଗଉଚ୍ଚ ରକ୍ତ ଚାପର (high blood pressure) ଭୂମିକା ମଧ୍ୟ ଥାଇପାରେ । [୪][୩] ଅନେକ କ୍ଷେତ୍ରରେ କାରଣ ଅସ୍ପଷ୍ଟ ରହେ । [୪] ଏହା କାର୍ଡ଼ିଓମାୟୋପାଥି ଦଳର ଏକ ରୋଗ ଯାହା ପ୍ରାଥମିକ ଭାବରେ ହୃତ୍‌ପିଣ୍ଡ ମାଂସପେଶୀକୁ (heart muscle) ଆକ୍ରମଣ କରେ ।[୬] ରୋଗ ନିର୍ଣ୍ଣୟ ନିମନ୍ତେ ଇସିଜି (electrocardiogram), ଛାତି ଏକ୍ସ-ରେ (chest X-ray), ଇକୋକାର୍ଡ଼ିଓଗ୍ରାମ (echocardiogram) ଆବଶ୍ୟକ ହୋଇପାରେ । [୫]

ହୃତ୍‌ପାତ ଥିବା ରୋଗୀଙ୍କୁ ଏସିଇ ଇନହିବିଟର (ACE inhibitor), ବିଟା ବ୍ଲକର (beta blocker), ଡାଇୟୁରେଟିକ (diuretic) ଇତ୍ୟାଦି ଔଷଧ ଦିଆଯାଏ । [୫] ସ୍ୱଳ୍ପ ଲୁଣ‌ଯୁକ୍ତ ଖାଦ୍ୟ ସ‌ହାୟକ ହୋଇପାରେ ।[୩] କେତେକ ଅନିୟମିତ ହୃଦ୍‌ଗତି ସମ୍ପନ୍ନ ରୋଗୀଙ୍କୁ ଆଣ୍ଟିକୋଆଗୁଲାଣ୍ଟ (blood thinners) ବା ଏକ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଭର୍ଟର ଡିଜିବ୍ରିଲେଟର (implantable cardioverter defibrillator) ଦେବାକୁ ସୁପାରିସ କରାଯାଏ ।[୫] ଅନ୍ୟ ସମସ୍ତ ଉପାୟ କାର୍ଯ୍ୟକାରୀ ନହେଲେ ହୃତ୍‌ପିଣ୍ଡ ଟ୍ରାନ୍ସପ୍ଲାଣ୍ଟ (heart transplant) ଦିଆଯାଇପାରେ ।[୫]

ପ୍ରାୟ ୨।୫୦୦ ଲୋକଙ୍କ ମଧ୍ୟରୁ ଜଣକୁ ଏହି ରୋଗ ହୁଏ ।[୫] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଶୀକାର ହୁଅନ୍ତି । [୮] ମଧ୍ୟ ବୟସରେ ଏହି ରୋଗ ସାଧାରଣତଃ ହୁଏ ।[୩] ପାଞ୍ଚ ବର୍ଷ ଆୟୁଷ (Five-year survival rate) ପ୍ରାୟ ୫୦% ରୋଗୀଙ୍କର ଦେଖାଯାଏ ।[୫] ପିଲାଙ୍କୁ ମଧ୍ୟ ଏହି ରୋଗ ହୋଇପାରେ ଓ ଏହି ଗ୍ରୁପରେ ଏହା ସବୁଠାରୁ ସାଧାରଣ କାର୍ଡ଼ିଓମାୟୋପାଥି ରୋଗ ।[୫]

ଆଧାର[ସମ୍ପାଦନା]

  1. "Other Names for Cardiomyopathy". NHLBI. June 22, 2016. Retrieved 31 August 2016.
  2. ୨.୦ ୨.୧ ୨.୨ "What Are the Signs and Symptoms of Cardiomyopathy?". NHLBI (in ଇଂରାଜୀ). 22 June 2016. Retrieved 10 November 2017.
  3. ୩.୦ ୩.୧ ୩.୨ ୩.୩ ୩.୪ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 244. ISBN 9780323529570.
  4. ୪.୦ ୪.୧ ୪.୨ ୪.୩ "What Causes Cardiomyopathy?". NHLBI (in ଇଂରାଜୀ). 22 June 2016. Retrieved 10 November 2017.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ ୫.୧୧ ୫.୧୨ ୫.୧୩ Weintraub, RG; Semsarian, C; Macdonald, P (22 July 2017). "Dilated cardiomyopathy". Lancet. 390 (10092): 400–414. doi:10.1016/S0140-6736(16)31713-5. PMID 28190577.
  6. ୬.୦ ୬.୧ ୬.୨ "What Is Cardiomyopathy?". NHLBI (in ଇଂରାଜୀ). 22 June 2016. Retrieved 10 November 2017.
  7. "Types of Cardiomyopathy". NHLBI (in ଇଂରାଜୀ). 22 June 2016. Retrieved 10 November 2017.
  8. "Who Is at Risk for Cardiomyopathy? - NHLBI, NIH". NHLBI (in ଇଂରାଜୀ). 22 June 2016. Retrieved 10 November 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ