ମଦ

ଉଇକିପିଡ଼ିଆ ରୁ
Jump to navigation Jump to search
A selection of various kinds of alcoholic beverage.
The interior of a liquor store in the United States. The global alcoholic drinks industry is expected to exceed $1 trillion this year.[୧]

ମଦ ଏକ ପ୍ରକାର ନିଶା ଉଦ୍ରେକକାରୀ ପାନୀୟ । ବିଭିନ୍ନ ପ୍ରକାର ଦ୍ରବ୍ୟରୁ ମଦ ପ୍ରସ୍ତୁତ କରାଯାଏ ।
ପ୍ରତିଶବ୍ଦ - ମଦ୍ୟ, ମଦିରା, ସରାପ, ତାଡ଼ି । ଏ ସମସ୍ତ ଦେଶୀୟ ମଦରେ ଗଣାଯାଆନ୍ତି । ଏହା ଛଡ଼ା ବିଭିନ୍ନ ବିଲାତି ମଦ ବା ଭାରତ ବାହାରେ ତିଆରି ହେଉଥିବା ମଦ ମଧ୍ୟ ମିଳେ । ଇଂରାଜୀରେ ଏହା ବିଭରେଜ (Beverage) ବା ଜଳ ଅତିରିକ୍ତ ପାନୀୟ ଶ୍ରେଣୀରେ ଜଣାଶୁଣା । ଏହାକୁ ଇଂରାଜୀରେ ହାର୍ଡ ଡ୍ରିଙ୍କ ମଧ୍ୟ କୁହାଯାଏ, ଏହା ଭିନ୍ନ ଅନ୍ୟ ପାନୀୟମାନଙ୍କୁ ସଫ୍ଟ ଡ୍ରିଙ୍କ କୁହାଯାଏ ଓ ଏହି ସଫ୍ଟ ଡ୍ରିଙ୍କରେ ଆଲ୍‌କୋହୋଲ୍ ମଧ୍ୟ ସମୁଦାୟ ପରିମାଣର ୦.୫%ରୁ କମ ରଖାଯାଇଥାଏ । [୨][୩][୪] ମଦରେ ୩% - ୪୦% ଇଥାନଲ ବା ଇଥାଇଲ୍ ଆଲ୍‌କହଲ ଥାଏ । ବିଲାତି ମଦ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି: ବିଅର (Beer), ୱାଇନ (Wines) ଓ ସ୍ପିରିଟ (Spirits) । ସାରା ପୃଥିବୀରେ ଅନେକ ଦେଶର ଲୋକମାନେ ଏହାକୁ ପାନ କରିଥାଆନ୍ତି । ଏକ ଶହରୁ ଅଧିକ ଦେଶ ଏହାର ତିଆରି, ବିକ୍ରି ଓ ପାନ କରିବା ଉପରେ ନିୟମ ସୃଷ୍ଟି କରିଛନ୍ତି [୫]
ପ୍ରସ୍ତର ଯୁଗରୁ ମଦ ପାନ କରାଯାଉଛି, ଏହା ଜିଆହୁରେ ଖ୍ରୀଷ୍ଟ ପୂର୍ବ ୭୦୦୦-୬୬୦୦ରେ ବ୍ୟବହାର କରାଯାଉଥିବା ଆବିଷ୍କାର କରାଯାଇଛି । ଏହା ସମସ୍ତ ପ୍ରକାର ଦେଶ, ଜାତି, ଶ୍ରେଣୀ ନିର୍ବିଶେଷରେ ତିଆରି ହେଉଛି ଓ ପାନ କରାଯାଉଛି [୬]
ମଦରୁ ଶକ୍ତି ମିଳେ । ଏଥିରୁ ୬.୯୩ କିଲୋକ୍ୟାଲୋରୀ ଶକ୍ତି ମିଳେ[୭]

ମଦ୍ୟ ପାନ[ସମ୍ପାଦନା]

2004 data of alcohol consumption per capita (age 15 or older), per year, by country, in liters of pure alcohol.[୮]

ମଦ ଓ ସ୍ୱାସ୍ଥ୍ୟ[ସମ୍ପାଦନା]

Wine is used as food drink, and psychoactive drug that often are intended for health effects but may instead cause high-functioning alcoholism.

ମଦ୍ୟ ପାନକରିବାର ଅଳ୍ପ ସମୟ ପରେ ନିଶା ହୁଏ ଓ ଜଳୀୟ ଅଂଶ କମିଯାଏ (Dehydration) । ବହୁ ବର୍ଷ ଧରି ପାନ କଲେ ଆଲ୍‌କହଲିଜ୍ମ ବା ମଦ୍ୟାତ୍ୟୟ, କୁପୋଷଣ, କ୍ରନିକ ପାଙ୍କ୍ରିଆଟାଇଟିସ୍, ଆଲ୍‌କହଲିକ୍ ଯକୃତ ରୋଗ, କର୍କଟ ରୋଗ ସହ ସ୍ନାୟୁ ମଣ୍ଡଳ ଦୁର୍ବଳ ହୋଇଯାଏ[୯][୧୦][୧୧] । ଯକୃତଦ୍ୱାରା ଆଲ୍‌କହଲ୍ ଆସେଟାଲ୍‌ଡିହାଇଡରେ ପରିବର୍ତ୍ତିତ ହୁଏ ଯାହା ଏକ କର୍କଟ ସୃଷ୍ଟିକାରୀ ପଦାର୍ଥ[୧୨]
ସ୍ୱଳ୍ପ ପରିମାଣ ମଦ ପାନ କଲେ ହୃଦ୍ ରୋଗରେ କିଛି ଉପକାର ହୁଏ କିନ୍ତୁ ଅଧିକ ପାନ କଲେ ଉଚ୍ଚ ରକ୍ତଚାପ, ସ୍ଟ୍ରୋକ ଓ ଅନ୍ୟାନ୍ୟ ଅସୁବିଧା ଦେଖାଯାଏ ।
ମଦରେ ଅଧିକ କ୍ୟାଲୋରି ଥାଏ । ଏହା ଅଧିକ ପାନ କଲେ ଦେହ ଓଜନ ବଢିଯାଏ । ପ୍ରତି ଗ୍ରାମ ଆଲ୍‌କହଲ୍ ୭.୧ କିକ୍ୟାଲ୍ ଓ ପ୍ରତି ମି.ଲି. ଆଲକହଲ ୫.୬ କିକ୍ୟାଲ୍ ଶକ୍ତି ଦିଏ[୧୩]

ସାଇକୋଆକ୍ଟିଭ ଔଷଧ[ସମ୍ପାଦନା]

Results of the ISCD 2010 study ranking the levels of damage caused by drugs, in the opinion of drug-harm experts.

ଇଥାନଲ୍ (Ethanol) ବା ଇଥାଇଲ୍ ଆଲ୍‌କହଲ୍ (Ethyl alcohol) ମଦରେ ଥିବା ଏକ ସାଇକୋଆକ୍ଟିଭ ଔଷଧ [୧୪][୧୫] । ଏହା ପାନ କଲେ ଚେତନା, ଚିହ୍ନିବା ଶକ୍ତି, ବ୍ୟବହାର, ଚିନ୍ତା ଶକ୍ତି ଇତ୍ୟାଦିର ପରିବର୍ତ୍ତନ ହୁଏ । ଏହା ନିଶ୍ଚେତକ, (Anaestgesia) , ଯନ୍ତ୍ରଣା ନିବାରକ (Analgesic) ଭାବରେ ବ୍ୟବହାର ହୁଏ ଓ କିଛି ମାନସିକ ରୋଗରେ ଦିଆଯାଏ । ଏହା ବିଭିନ୍ନ ପ୍ରକାର ମଦରେ ଥାଏ । ଏହା ପୃଥିବୀରେ ଅପବ୍ୟବହୃତ [୧୬] ଓ ସ୍ୱୟଂ ବ୍ୟବହୃତ ହେଉଥିବା ଏକ ଔଷଧ (self-medication),[୧୭] । ଏହା ମନ ଆନନ୍ଦ କରିବା ନିମନ୍ତେ ମଧ୍ୟ ପିଆଯାଏ । ଆଦିମ କାଳରୁ ଲୋକମାନେ ବିଭିନ୍ନ କାରଣରୁ ଏହାକୁ ପାନ କରି ଆସୁଛନ୍ତି । ଏହି କାରଣ ଗୁଡିକ ହେଲା –

  • ମନ ଆନନ୍ଦ ନିମନ୍ତେ : ମାନସିକ ଚାପ କମେଇବା ଓ ଖୁସି ପାଇବା ନିମନ୍ତେ ।
  • କଳାତ୍ମକ ଉତ୍ସାହ ନିମନ୍ତେ
  • ଯୌନ ଉଦ୍ଦୀପନା ନିମନ୍ତେ
  • ଚିକିତ୍ସା ନିମନ୍ତେ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତ[ସମ୍ପାଦନା]

ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି । ଏଡ୍‌ସ, ହିଂସାକାଣ୍ଡ ଓ ସଡକ ଦୁର୍ଘଟଣାରେ ସମୁଦାୟ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାଠାରୁ ଏହା ଅଧିକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୧ ସେପ୍ଟେମ୍ବର ୨୦୧୮ ତାରିଖ ଶୁକ୍ରବାର ଦିନ ଏହାର ରିପୋର୍ଟ ପ୍ରକାଶ କରିଛି । ବିଶେଷକରି ପୁରୁଷମାନେ ମଦ୍ୟପାନ ଯୋଗୁ ଅଧିକ ସଂଖ୍ୟାରେ ମୃତ୍ୟୁର ଶିକାର ହେଉଥିବା ଦର୍ଶାଯାଇଛି ।

ମଦ୍ୟପାନ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ପ୍ରକାଶିତ ସର୍ବଶେଷ ରିପୋର୍ଟରୁ ଜଣାଯାଏ, ପ୍ରତିବର୍ଷ ବିଶ୍ୱରେ ପ୍ରତି ୨୦ମୃତ୍ୟୁରେ ମଦ୍ୟପାନ ଜନିତ ମୃତ୍ୟୁସଂଖ୍ୟା ୧ରୁ ଅଧିକ । ମଦ୍ୟପାନ କରି ଗାଡି ଚଳାଇବା, ମଦ୍ୟପାନ ଜନିତ ହିଂସାକାଣ୍ଡ ଏବଂ ତଜ୍ଜନିତ ସ୍ୱାସ୍ଥ୍ୟ ସମସ୍ୟାକୁ ମୃତ୍ୟୁର କାରଣ ଭାବେ ଦର୍ଶାଯାଇଛି ।

ମଦ୍ୟପାନଜନିତ ପୁରୁଷ ମୃତ୍ୟୁସଂଖ୍ୟା ୭୫%ରୁ ଅଧିକ ବୋଲି ଏଥିରୁ ଜାଣିବାକୁ ମିଳିଛି । ଏହାର କୁପରିଣାମ ଯୋଗୁ ସମ୍ପୃକ୍ତ ବ୍ୟକ୍ତିର ପରିବାର ତଥା ସମାଜ ବହୁଭାବରେ କ୍ଷତିଗ୍ରସ୍ତ ହୋଇଥାଏ । ହିଂସାକାଣ୍ଡ, ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏବଂ କ୍ୟାନ୍‌ସର ଓ ଷ୍ଟ୍ରୋକ୍‌ ଯୋଗୁ ଅନେକ ଲୋକ ମୃତ୍ୟୁବରଣ କରିଥାଆନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଧନମ୍‌ ଘେବ୍ରେଇସସ୍‌ ପ୍ରକାଶ କରିଛନ୍ତି ।

ଏକ ସୁସ୍ଥ ସମାଜର ପ୍ରଗତିରେ ପ୍ରତିବନ୍ଧକ ସାଜିଥିବା ମଦ୍ୟକୁ ବିରୋଧ କରିବାର ସମୟ ଆସିଛି । ମଦ୍ୟପାନ ଯୋଗୁ ଲିଭର ସେରୋସିସ୍‌ ଏବଂ ବିଭିନ୍ନ କ୍ୟାନ୍‌ସର ସୃଷ୍ଟି ହୋଇଥାଏ । ମଦ୍ୟପାନକାରୀ ଟ୍ୟୁବରକୁଲୋସିସ୍‌, ଏଚ୍‌ଆଇଭି ଏବଂ ନିମୋନିଆ ଭଳି ସଂକ୍ରାମକ ରୋଗରେ ସହଜରେ ଆକ୍ରାନ୍ତ ହୋଇଥାଆନ୍ତି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି ।

ୟୁରୋପ ବ୍ୟତୀତ ଏସିଆ ମହାଦେଶର ଚାଇନା ଓ ଭାରତରେ ମଦ୍ୟପାନ ବୃଦ୍ଧି ପାଇବାରେ ଲାଗିଛି । ୨୦୨୫ ସୁଦ୍ଧା ବିଶ୍ୱରେ ମଦ୍ୟପାନକାରୀଙ୍କ ସଂଖ୍ୟା ୧୦%କୁ ହ୍ରାସ କରିବା ନିମନ୍ତେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ ଲାଗି ଏଭଳି କ୍ଷତିକାରକ ପାନୀୟଠାରୁ ନିବୃତ୍ତ ରହିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମ୍ପୃକ୍ତ ଦେଶଗୁଡିକୁ ପରାମର୍ଶ ଦେଇଛି । ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡିକ ମଦ୍ୟ ବିଜ୍ଞାପନ ନିଷେଧ କରିବା ସହିତ ଏହା ଉପରେ ଅଧିକ ଶୁଳ୍କ ଲାଗୁ କରିବା ଭଳି ପଦକ୍ଷେପ ନେଲେ ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଟେଡ୍ରସ୍‌ ପ୍ରକାଶ କରିଛନ୍ତି ।[୧୮]

ମଦର ମାନ[ସମ୍ପାଦନା]

ଏହା ପାନୀୟର ଶତକଡା କେତେ ଭାଗ, ସେହି ଅନୁସାରେ ହିସାବ କରାଯାଏ । ଶହେ ମି.ଲି. ପାନିୟରେ କେତେ ମି.ଲି. ଆଲ୍‌କହଲ୍ ଅଛି ତାହା ପ୍ରକାଶ କରାଯାଏ । ପାତନ ପ୍ରଣାଳୀରେ ୯୫.୬ %ରୁ ଅଧିକ ଆଲକହଲ୍ ପ୍ରସ୍ତୁତ ହୋଇପାରିବ ନାହିଁ ।

ଆଧାର[ସମ୍ପାଦନା]

  1. http://www.forbes.com/sites/robertlaura/2013/12/26/will-your-retirement-home-have-a-liquor-license/
  2. "Electronic Code of Federal Regulations". United States Government. Retrieved 25 February 2011. Cite has empty unknown parameter: |coauthors= (help) See §7.71, paragraphs (e) and (f).
  3. "What Is Meant By Alcohol-Free? : The Alcohol-Free Shop". Alcoholfree.co.uk. 2012-01-08. Retrieved 2013-03-26.
  4. Bangor Daily News, April 8, 2010. http://www.bangordailynews.com/detail/126224.html
  5. "Minimum Age Limits Worldwide". International Center for Alcohol Policies. Retrieved 2009-09-20.
  6. Arnold, John P (2005). Origin and History of Beer and Brewing: From Prehistoric Times to the Beginning of Brewing Science and Technology. Cleveland, Ohio: Reprint Edition by BeerBooks. ISBN 0-9662084-1-2.
  7. "Composition of Foods Raw, Processed, Prepared USDA National Nutrient Database for Standard Reference, Release 26 Documentation and User Guide" (PDF). USDA. Aug. 2013. p. 14.
  8. "Global Status Report on Alcohol 2004" (PDF). 2004. Retrieved 2013-04-02.
  9. Müller D, Koch RD, von Specht H, Völker W, Münch EM (March 1985). "[Neurophysiologic findings in chronic alcohol abuse]". Psychiatr Neurol Med Psychol (Leipz) (in German). 37 (3): 129–32. PMID 2988001.CS1 maint: multiple names: authors list (link) CS1 maint: unrecognized language (link)
  10. Testino G (2008). "Alcoholic diseases in hepato-gastroenterology: a point of view". Hepatogastroenterology. 55 (82–83): 371–7. PMID 18613369.
  11. Caan, Woody; Belleroche, Jackie de, eds. (11 April 2002). Drink, Drugs and Dependence: From Science to Clinical Practice (1st ed.). Routledge. pp. 19–20. ISBN 978-0-415-27891-1.
  12. Cancer research UK: Alcohol and cancer "There is no doubt that alcohol can cause seven types of cancer"
  13. Nielsen, S.J. et al. (2012). Calories Consumed from Alcoholic Beverages by U.S. Adults, 2007-2010. Hyattsville, Md.: U.S. Department of Health and Human Services, Centers for Disease Control and Prevention, National Center for Health Statistics.
  14. USA (2013-03-25). "Disparity between tonic and phasic ethanol-induced dopamine increases in the nucleus accumbens of rats". Ncbi.nlm.nih.gov. Retrieved 2013-09-17.
  15. Drugs and society - Page 189, Glen (Glen R.) Hanson, Peter J. Venturelli, Annette E. Fleckenstein - 2006
  16. http://emedicine.medscape.com/article/1010220-overview
  17. http://www.ncbi.nlm.nih.gov/pubmed/23280888
  18. http://www.dharitri.com/main/news/72736