ଗୋବିନ୍ଦ ମୁଣ୍ଡା
ଗୋବିନ୍ଦ ମୁଣ୍ଡା | |
---|---|
ସାଂସଦ: ୯ମ, ୧୦ମ ଲୋକ ସଭା | |
କାର୍ଯ୍ୟକାଳ ୧୯୮୯ – ୧୯୯୬ | |
ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
ସାଂସଦ: ୬ଷ୍ଠ ଲୋକ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୭୯ | |
ପର ଅଧିକାରୀ | ଜନାର୍ଦନ ଭଞ୍ଜ ଦେଓ, କୃଷ୍ଣ ଚନ୍ଦ୍ର ମହାପାତ୍ର |
ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ଛୋଟରାୟ ମାଝି |
ପର ଅଧିକାରୀ | କୁମାର ମାଝି |
ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ପୂର୍ବ ଅଧିକାରୀ | ଜନାର୍ଦନ ଭଞ୍ଜ ଦେଓ |
ପର ଅଧିକାରୀ | ଛୋଟରାୟ ମାଝି |
ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପର ଅଧିକାରୀ | ଭାଗିରଥୀ ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ତେଲକୋଇ |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମାର୍ଚ୍ଚ ୧୨, ୧୯୩୦ |
ମୃତ୍ୟୁ | ୧୯ ଫେବୃଆରୀ ୧୯୯୬ | (ବୟସ ୬୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଗଣତନ୍ତ୍ର ପରିଷଦ, ସ୍ୱତନ୍ତ୍ର ପାର୍ଟି, ଭାରତୀୟ ଲୋକ ଦଳ |
ଜୀବନ ସାଥୀ | ଲକ୍ଷ୍ମୀ ଦେବୀ |
ସନ୍ତାନ | ୧ ପୁଅ, ୧ ଝିଅ |
ବାପା/ବୋଉ | ବେହେରା ମୁଣ୍ଡା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଗୋବିନ୍ଦ ମୁଣ୍ଡା (ଜନ୍ମ: ୧୨ ମାର୍ଚ୍ଚ ୧୯୩୦ - ୧୯ ଫେବୃଆରୀ ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ରାଜନୀତିରେ ସେ ସ୍ୱତନ୍ତ୍ର ପାର୍ଟି ଏବଂ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ୪ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୬୧, ୧୯୬୭, ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ଓ ତେଲକୋଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୩ୟ, ୪ର୍ଥ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭, ୧୯୮୯ ଓ ୧୯୯୧ ଭାରତୀୟ ସାଧାରଣ ନିର୍ବାଚନରେ ସେ କେନ୍ଦୁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୯ମ ଓ ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗୋବିନ୍ଦ ମୁଣ୍ଡା ୧୯୩୦ ମସିହାର ମାର୍ଚ୍ଚ ମାସ ୧୨ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବେହେରା ମୁଣ୍ଡା । ଗୋବିନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ରୁ କମ । ତାଙ୍କ ପତ୍ନୀଙ୍କ ନାମ ଲକ୍ଷ୍ମୀ ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗୋବିନ୍ଦ ମୁଣ୍ଡା ଓଡ଼ିଶା ରାଜନୀତିରେ ପ୍ରଥମେ ଗଣତନ୍ତ୍ର ପରିଷଦରେ ଏବଂ ପରେ ସ୍ୱତନ୍ତ୍ର ପାର୍ଟି, ଭାରତୀୟ ଲୋକ ଦଳ, ଜନତା ଦଳ ଆଦି ରାଜନୈତିକ ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରି ଥର ଓ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର କର୍ମୀ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୬୭ ମସିହାରୁ ୧୯୭୧ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | କେନ୍ଦୁଝର | ଗଣତନ୍ତ୍ର ପରିଷଦ |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ତେଲକୋଇ | ସ୍ୱତନ୍ତ୍ର ପାର୍ଟି |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | କେନ୍ଦୁଝର | ସ୍ୱତନ୍ତ୍ର ପାର୍ଟି |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | କେନ୍ଦୁଝର | ସ୍ୱତନ୍ତ୍ର ପାର୍ଟି |
ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୭ | ୧୯୭୯ | ସଭ୍ୟ, ୬ଷ୍ଠ ଲୋକ ସଭା | କେନ୍ଦୁଝର | ଭାରତୀୟ ଲୋକ ଦଳ |
୧୯୮୯ | ୧୯୯୧ | ସଭ୍ୟ, ୯ମ ଲୋକ ସଭା | କେନ୍ଦୁଝର | ଜନତା ଦଳ |
୧୯୯୧ | ୧୯୯୬ | ସଭ୍ୟ, ୧୦ମ ଲୋକ ସଭା | କେନ୍ଦୁଝର | ଜନତା ଦଳ |
ମୃତ୍ୟୁ
[ସମ୍ପାଦନା]ଗୋବିନ୍ଦ ମୁଣ୍ଡା ୧୯୯୬ ମସିହାର ଫେବୃଆରୀ ମାସ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Late Govinda Chandra Munda". odishaassembly.nic.in. Odisha Assembly. Retrieved 14 July 2019.