ଗୋବିନ୍ଦ ମୁଣ୍ଡା

ଉଇକିପିଡ଼ିଆ‌ରୁ
ଗୋବିନ୍ଦ ମୁଣ୍ଡା
ସାଂସଦ: ୯ମ, ୧୦ମ ଲୋକ ସଭା
କାର୍ଯ୍ୟକାଳ
୧୯୮୯ – ୧୯୯୬
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ସାଂସଦ: ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୭ – ୧୯୭୯
ପର ଅଧିକାରୀଜନାର୍ଦନ ଭଞ୍ଜ ଦେଓ, କୃଷ୍ଣ ଚନ୍ଦ୍ର ମହାପାତ୍ର‌
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀଛୋଟରାୟ ମାଝି
ପର ଅଧିକାରୀକୁମାର ମାଝି
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଜନାର୍ଦନ ଭଞ୍ଜ ଦେଓ
ପର ଅଧିକାରୀଛୋଟରାୟ ମାଝି
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପର ଅଧିକାରୀଭାଗିରଥୀ ମହାପାତ୍ର
ନିର୍ବାଚନ ମଣ୍ଡଳୀତେଲକୋଇ
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ନିର୍ବାଚନ ମଣ୍ଡଳୀକେନ୍ଦୁଝର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-03-12)ମାର୍ଚ୍ଚ ୧୨, ୧୯୩୦
ମୃତ୍ୟୁ୧୯ ଫେବୃଆରୀ ୧୯୯୬(1996-02-19) (ବୟସ ୬୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଗଣତନ୍ତ୍ର ପରିଷଦ, ସ୍ୱତନ୍ତ୍ର ପାର୍ଟି, ଭାରତୀୟ ଲୋକ ଦଳ
ଜୀବନ ସାଥୀଲକ୍ଷ୍ମୀ ଦେବୀ
ସନ୍ତାନ୧ ପୁଅ, ୧ ଝିଅ
ବାପା/ବୋଉବେହେରା ମୁଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

ଗୋବିନ୍ଦ ମୁଣ୍ଡା (ଜନ୍ମ: ୧୨ ମାର୍ଚ୍ଚ ୧୯୩୦ - ୧୯ ଫେବୃଆରୀ ୧୯୯୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଓଡ଼ିଶା ରାଜନୀତିରେ ସେ ସ୍ୱତନ୍ତ୍ର ପାର୍ଟି ଏବଂ ଗଣତନ୍ତ୍ର ପରିଷଦର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ ୪ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୬୧, ୧୯୬୭, ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝରତେଲକୋଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୩ୟ, ୪ର୍ଥ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭, ୧୯୮୯୧୯୯୧ ଭାରତୀୟ ସାଧାରଣ ନିର୍ବାଚନରେ ସେ କେନ୍ଦୁଝର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୯ମ୧୦ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଗୋବିନ୍ଦ ମୁଣ୍ଡା ୧୯୩୦ ମସିହାର ମାର୍ଚ୍ଚ ମାସ ୧୨ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବେହେରା ମୁଣ୍ଡା । ଗୋବିନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍‌ରୁ କମ । ତାଙ୍କ ପତ୍ନୀଙ୍କ ନାମ ଲକ୍ଷ୍ମୀ ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଗୋବିନ୍ଦ ମୁଣ୍ଡା ଓଡ଼ିଶା ରାଜନୀତିରେ ପ୍ରଥମେ ଗଣତନ୍ତ୍ର ପରିଷଦରେ ଏବଂ ପରେ ସ୍ୱତନ୍ତ୍ର ପାର୍ଟି, ଭାରତୀୟ ଲୋକ ଦଳ, ଜନତା ଦଳ ଆଦି ରାଜନୈତିକ ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରି ଥର ଓ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର କର୍ମୀ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୬୭ ମସିହାରୁ ୧୯୭୧ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା କେନ୍ଦୁଝର ଗଣତନ୍ତ୍ର ପରିଷଦ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ତେଲକୋଇ ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା କେନ୍ଦୁଝର ସ୍ୱତନ୍ତ୍ର ପାର୍ଟି
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା କେନ୍ଦୁଝର ସ୍ୱତନ୍ତ୍ର ପାର୍ଟି

ଲୋକ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୭ ୧୯୭୯ ସଭ୍ୟ, ୬ଷ୍ଠ ଲୋକ ସଭା କେନ୍ଦୁଝର ଭାରତୀୟ ଲୋକ ଦଳ
୧୯୮୯ ୧୯୯୧ ସଭ୍ୟ, ୯ମ ଲୋକ ସଭା କେନ୍ଦୁଝର ଜନତା ଦଳ
୧୯୯୧ ୧୯୯୬ ସଭ୍ୟ, ୧୦ମ ଲୋକ ସଭା କେନ୍ଦୁଝର ଜନତା ଦଳ

ମୃତ୍ୟୁ[ସମ୍ପାଦନା]

ଗୋବିନ୍ଦ ମୁଣ୍ଡା ୧୯୯୬ ମସିହାର ଫେବୃଆରୀ ମାସ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Late Govinda Chandra Munda". odishaassembly.nic.in. Odisha Assembly. Retrieved 14 July 2019.