କାଇଲୋଥୋରାକ୍ସ
Chylothorax | |
---|---|
ବିଭାଗ | Respiratory medicine |
ଲକ୍ଷଣ | None, shortness of breath[୧] |
କାରଣ | Complication of surgery, chest injury, cancer, infection, birth defects[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging, fluid sampling[୧] |
ସଠିକ ରୋଗ ନିର୍ଣ୍ଣୟ | Pleural effusion high in cholesterol[୧] |
ଔଷଧ | Octreotide, midodrine, sirolimus[୧] |
ଚିକିତ୍ସା | Removing fat from the diet, chest tube, surgery[୧] |
ପୁନଃପୌନିକ | Rare[୧] |
କାଇଲୋଥୋରାକ୍ସ ହେଉଛି ଏକ ପ୍ରକାରର ଲିପିଡ-ସମ୍ପନ୍ନ ଲସିକା ଯାହା ଫୁସଫୁସକୁ ଘେରି ରହି ଥାଏ ।[୧] ଅଳ୍ପ ପରିମାଣର ତରଳ ପଦାର୍ଥ ଥିଲେ ସାଧାରଣତଃ କୌଣସି ଲକ୍ଷଣ ଦେଖାଏ ନାହିଁ, ଯେତେବେଳେ ପରିମାଣ ଅଧିକ ହୋଇଯାଏ ସେତେବେଳେ ଅଣନିଶ୍ୱାସ, ଛାତିରେ ଚାପ ହେଉଥିବା ଲାଗେ ଏବଂ ବ୍ୟାୟାମ କରିବାରେ ଅସୁବିଧା ହୋଇପାରେ ।[୧] ଜ୍ୱର କିମ୍ବା ଯନ୍ତ୍ରଣା ସାଧାରଣତଃ ହୁଏ ନାହିଁ ।[୧] ବାମ ପାର୍ଶ୍ୱ ଅପେକ୍ଷା ଡାହାଣ ପାର୍ଶ୍ୱ ଅଧିକ ପ୍ରଭାବିତ ହୁଏ ।[୧] ରୋଗ ଜଟିଳ ହେଲେ କମ୍ ରକ୍ତ ପରିମାଣ, ପୁଷ୍ଟିହୀନତା ଏବଂ ସଂକ୍ରମଣ ହୋଇପାରେ ।[୨]
ଅସ୍ତ୍ରୋପଚାର ପରେ (> ୫୦% ମାମଲା), କର୍କଟ, ସଂକ୍ରମଣ, ଛାତିରେ ଆଘାତ କିମ୍ବା ଆଜନ୍ମ ତ୍ରୁଟି ହେତୁ ଏହା ହୋଇପାରେ ।[୧] ଗ୍ରାସନଳୀ ଅସ୍ତ୍ରୋପଚାର ପରେ ପ୍ରାୟ ୭.୫% ଲୋକଙ୍କଠାରେ ଏବଂ ଫୁସଫୁସ ଏବଂ ମିଡିଆଷ୍ଟାଇନାଲ ଲିମ୍ଫ ନୋଡ ଅପସାରଣ ପରେ ୫% ଲୋକଙ୍କର ଏହି ରୋଗ ହୁଏ ।[୧] କର୍କଟ ରୋଗ ମଧ୍ୟରେ ଲିମ୍ଫୋମା, କ୍ରନିକ୍ ଲିମ୍ଫୋସାଇଟିକ ଲିଉକେମିଆ, ଫୁସଫୁସ କର୍କଟ ଏବଂ ଗ୍ରାସନଳୀ କର୍କଟ ଥିଲେ ଏହି ରୋଗ ହୋଇପାରେ । [୧] ପ୍ରାୟ ୧୦% କ୍ଷେତ୍ରରେ ଏହାର କାରଣ ଅସ୍ପଷ୍ଟ ରହିଛି ।[୧] ଡାକ୍ତରୀ ଇମେଜିଙ୍ଗ ଏବଂ ଟ୍ରାଇଗ୍ଲାଇସେରାଇଡ୍ ଓ କୋଲେଷ୍ଟ୍ରୋଲରେ ଥିବା ତରଳ ପଦାର୍ଥର ବିଶ୍ଳେଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ।[୧] ଏହା ସହିତ ଅଧିକ କୋଲେଷ୍ଟେରୋ ଓ ପ୍ଲୁରାଲ୍ ଇଫ୍ୟୁଜନ୍ (ସିଉଡୋଚିଲୋଥୋରାକ୍ସ ଭାବରେ ଜଣାଶୁଣା) ସମାନ ଲକ୍ଷଣ ଦେଖାଯାଏ । [୧]
ପରିଚାଳନା ମୂଳ କାରଣ ଉପରେ ନିର୍ଭର କରେ ।[୧] ଏହାର ପ୍ରୟାସରେ ଖାଦ୍ୟପେୟ ପରିବର୍ତ୍ତନ, ଥୋରାସେଣ୍ଟେସିସ୍, ପ୍ଲୁରୋଡେସିସ, ଥୋରାସିକ ଡକ୍ଟକୁ ବାନ୍ଧିବା ଏବଂ କିଛି ଔଷଧ ଦିଆଯାଇପାରେ ।[୧] କମ ଲମ୍ବା ଚେନ୍ ଫ୍ୟାଟି ଏସିଡ୍ ଥିବା ଖାଦ୍ୟ ଦିଆଯାଏ ।[୧] ଔଷଧଗୁଡ଼ିକ ମଧ୍ୟରେ ଓକ୍ଟ୍ରିଓଏଟାଇଡ, ମିଡୋଡ୍ରାଇନ ଏବଂ ସିରୋଲିମସ ଦିଆଯାଇପାରେ ।[୧]
କାଇଲୋଥୋରାକ୍ସ ଏକ ବିରଳ ରୋଗ ଅଟେ ।[୧] ଫୁସଫୁସକୁ ଘେରି ରହିଥିବା ତରଳ ସଂଗ୍ରହର ପ୍ରାୟ ୨–୩ % ହେଉଛି କାଇଲୋଥୋରାସ ।[୩] ପୁରୁଷ ଏବଂ ସ୍ତ୍ରୀ ସମ ଭାବରେ ପ୍ରଭାବିତ ହୁଅନ୍ତି ।[୧] ୧୬୩୩ ମସିହାରେ ବାର୍ଟୋଲେଟ ଦ୍ୱାରା ଏହି ଅବସ୍ଥା ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ ୧.୨୨ Rudrappa, M; Paul, M (January 2022). "Chylothorax". PMID 29083798.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ Galante, Joseph M.; Coimbra, Raul (24 October 2020). Thoracic Surgery for the Acute Care Surgeon (in ଇଂରାଜୀ). Springer Nature. p. 131. ISBN 978-3-030-48493-4. Archived from the original on 16 January 2023. Retrieved 16 January 2023.
- ↑ "Chylothorax and Cholesterol Effusion". Pulmonology Advisor (in ଆମେରିକୀୟ ଇଂରାଜୀ). 2019-01-23. Archived from the original on 2021-02-24. Retrieved 2019-03-24.