ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ
Atrial septal defect | |
---|---|
ଉଚ୍ଚାରଣ |
|
ବିଭାଗ | Cardiac surgery |
ଲକ୍ଷଣ | None, poor ability to exercise, [shortness of breath]][୨] |
ଆକ୍ରାନ୍ତ ସମୟ | Present at birth[୧] |
କାରଣ | Generally unknown[୧] |
ବିପଦ କାରକ | Down syndrome infection with rubella during pregnancy, exposure to alcohol or cocaine during pregnancy[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound of the heart[୨] |
ସଠିକ ରୋଗ ନିର୍ଣ୍ଣୟ | Ventricular septal defect, truncus arteriosus, total anomalous pulmonary venous return[୨] |
ଚିକିତ୍ସା | Observation, surgery[୨] |
ପୁନଃପୌନିକ | 16 per 10,000 newborns[୨] |
ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ (ଇଂରାଜୀ ଭାଷାରେ Atrial septal/ ASD) ଏକ ଜନ୍ମଗତ ହୃତ୍ପିଣ୍ଡ ତୃଟି ଯେଉଁଥିରେ ଦୁଇ ଆଟ୍ରିଅମ ମଧ୍ୟରେ ଥିବା କାନ୍ଥ ବା ସେପ୍ଟମରେ ଗୋଟିଏ ଛିଦ୍ର ଥାଏ । [୩] ସାଧାରଣତଃ ଏହାର କୌଣସି ଲକ୍ଷଣ ନଥାଏ, ଯଦିଓ ବ୍ୟାୟାମ କରିବାର କ୍ଷମତା କମ୍ ଥାଏ ଏବଂ ପରବର୍ତ୍ତୀ ଜୀବନରେ ଅଣନିଶ୍ୱାସ ହୋଇପାରେ | [୨] ରୋଗ ଜଟିଳ ହେଲେ ଷ୍ଟ୍ରୋକ, ଅନିୟମିତ ହୃତ୍ ସ୍ପନ୍ଦନ, ପଲମୋନାରି ହାଇପରଟେନସନ ଏବଂ ହୃଦ୍ପାତ ହୋଇପାରେ । [୧]
ଏହାର କାରଣ ସାଧାରଣତଃ ଜଣା ପଡ଼ିନାହିଁ | [୧] ସଙ୍କଟ କାରକ ମଧ୍ୟରେ କେତେକ ଜେନେଟିକ ସିଣ୍ଡ୍ରୋମ ଯେପରିକି ଡାଉନ୍ ସିଣ୍ଡ୍ରୋମ, ଗର୍ଭାବସ୍ଥାରେ ରୁବେଲା ସଂକ୍ରମଣ ଏବଂ ଗର୍ଭାବସ୍ଥାରେ ମଦ୍ୟପାନ କିମ୍ବା କୋକେନର ସଂସ୍ପର୍ଶରେ ଆସିବା ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇପାରେ | [୨] ସାଧାରଣତଃ ଶିଶୁର ଆଦ୍ୟ ବିକାଶ ସମୟରେ ହୃତ୍ପିଣ୍ଡର ଉପରିସ୍ଥ କେଠାରୀଗୁଡ଼ିକ ମଧ୍ୟରେ ଏକ ଛିଦ୍ର ଥାଏ ଯାହା ସାଧାରଣତଃ ଗର୍ଭ ସମୟରେ କିମ୍ବା ଜନ୍ମ ପରେ ପରେ ବନ୍ଦ ହୋଇଯାଏ । [୧] ହୃତ୍ପିଣ୍ଡର ଅଲଟ୍ରାସାଉଣ୍ଡ କରି ଏହି ଅବସ୍ଥା ନିର୍ଣ୍ଣୟ କରାଯାଏ | [୨] ଆଟ୍ରିଆଲ ସେପ୍ଟାଲ ଡିଫେକ୍ଟ ସ୍ୱତନ୍ତ୍ର ଭାବରେ ବା ଅନ୍ୟାନ୍ୟ ତୃଟି ସହିତ ଥାଏ | [୪]
ଆଟ୍ରିଆଲ୍ ସେପ୍ଟାଲ୍ ଡିଫେକ୍ଟର ଆକାର ଛୋଟ (୫ ମିମିରୁ କମ୍) ଥିଲେ ସାଧାରଣତଃ ବାଲ୍ୟକାଳରେ ସ୍ୱତଃପ୍ରବୃତ୍ତ ଭାବରେ ବନ୍ଦ ହୋଇଯାଏ | [୨] ସ୍ୱତଃପ୍ରବୃତ୍ତ ଭାବରେ ବଡ଼ ତ୍ରୁଟି ବନ୍ଦ ହୁଏ ନାହିଁ ଓ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ | [୨] ପ୍ରତି ୧୦,୦୦୦ ଜୀବନ୍ତ ଜନ୍ମରେ ପ୍ରାୟ ୧୬ ଜଣଙ୍କର ଏହି ତୃଟି ଥିବା ପରିଲକ୍ଷିତ ହୁଏ | [୨] ଏହାର ପ୍ରାରମ୍ଭିକ ବର୍ଣ୍ଣନା ଲିଓନାର୍ଡୋ ଦା ଭିନ୍ସି (୧୪୫୨-୧୫୧୯) କରିଥିଲେ | [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Congenital Heart Defects - Facts about Atrial Septal Defects | CDC". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 19 November 2019. Retrieved 6 February 2021.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Menillo, AM; Lee, LS; Pearson-Shaver, AL (January 2020). "Atrial Septal Defect". PMID 30571061.
{{cite journal}}
: Cite journal requires|journal=
(help) - ↑ "Congenital Heart Defects | NHLBI, NIH". www.nhlbi.nih.gov. Retrieved 6 February 2021.
- ↑ Freedom, Robert M.; Yoo, Shi-joon; Mikailian, Haverj; Williams, William G. (2008). The Natural and Modified History of Congenital Heart Disease (in ଇଂରାଜୀ). John Wiley & Sons. p. 31. ISBN 978-0-470-98689-9.
- ↑ Freedom, Robert M.; Yoo, Shi-joon; Mikailian, Haverj; Williams, William G. (2008). The Natural and Modified History of Congenital Heart Disease (in ଇଂରାଜୀ). John Wiley & Sons. p. 31. ISBN 978-0-470-98689-9.