ରୁବେଲା
ରୁବେଲା | |
---|---|
ବିଭାଗ | Infectious disease |
ଆଇସିଡ଼ି-୧୦ | B06. |
ଆଇସିଡ଼ି-୯-ସିଏମ୍ | 056 |
ରୋଗ ଡାଟାବେସ | 11719 |
ମେଡ଼ିସିନ-ପ୍ଲସ | 001574 |
ଇ-ମେଡ଼ିସିନ | emerg/388 peds/2025 derm/259 |
Patient UK | ରୁବେଲା |
MeSH | D012409 |
ରୁବେଲା, ବା ଜର୍ମାନ ମିଳିମିଳା ବା ତିନି ଦିନିଆ ମିଳିମିଳା,[୧] ରୋଗ ରୁବେଲା ଭୁତାଣୁର ଏକ ସଂକ୍ରମଣର ନାମ । [୨] ଏହି ରୋଗ ଅତି ସାମାନ୍ୟ ଧରଣର ହୁଏ ଓ ଅର୍ଦ୍ଧେକ ଲୋକ ନିଜେ ଅସୁସ୍ଥ ଥିବା ଅନୁଭବ କରିପାରନ୍ତି ନାହିଁ । [୩][୪] ସଂସ୍ପର୍ଶରେ ଆସିବାର ଦୁଇ ସପ୍ତାହ ପରେ ରାସ ବାହାରେ ଓ ୩ ଦିନ ମାତ୍ର ରହେ । ମୁହଁରେ ଆରମ୍ଭ ହୋଇ ସାରା ଦେହକୁ ବ୍ୟାପିଯାଏ । ମିଳିମିଳା ରାସ ଭଳି ଏହାର ରାସ ଉଜ୍ଜ୍ୱଳ ନୁହେଁ ଓ ବେଳେ ବେଳେ ଗଲୁ ହୁଏ । ଲସିକା ଗ୍ରନ୍ଥି ସାଧାରଣତଃ ଫୁଲିଯାଏ ଓ କିଛି ସପ୍ତାହ ରହେ । [୪] ଜ୍ୱର, ତଣ୍ଟି ଘାଆ ଓ ଥକ୍କାଣ ମଧ୍ୟ ହୋଇପାରେ । [୪][୫] ବୟଃପ୍ରାପ୍ତ ଲୋକଙ୍କର ଗଣ୍ଠି ଯନ୍ତ୍ରଣା ଏକ ସାଧାରଣ ଲକ୍ଷଣ । ଜଟିଳତା ମଧ୍ୟରେ ମୁଷ୍କ ବା ଟେସ୍ଟିସ ଫୁଲା, ରକ୍ରସ୍ରାବ ଓ ସ୍ନାୟୁ ପ୍ରଦାହ ଦେଖାଯାଏ । [୪] ପ୍ରାକ ଗର୍ଭାବସ୍ଥାରେ ଏହି ରୋଗ ହେଲେ ଗର୍ଭପାତ ଓ ଶିଶୁ ବିକୃତି (ସି.ଆର.ଏସ.) ହୋଇପାରେ । ଏହି ସି.ଆର.ଏସ.ର ଲକ୍ଷଣ: କାଟାରାକ୍ଟ, ବଧୀର ଦୋଷ, ହୃତ୍ପିଣ୍ଡ ଓ ମସ୍ତିଷ୍କ ଦୋଷ ବାହାରିପାରେ । କୋଡ଼ିଏ ସପ୍ତାହ ଗର୍ଭ ପରେ କ୍ୱଚିତ ଅସୁବିଧା ହୁଏ । [୨]
ସଂକ୍ରମିତ ଲୋକର କାଶରୁ ବାୟୁବାହିତ ହୋଇ ଏହି ରୋଗ ବ୍ୟାପେ । [୨][୬] ରାସ ବାହାରିବାର ଏକ ସପ୍ତାହ ପୂର୍ବ ଓ ପର ପର୍ଯ୍ୟନ୍ତ ସଂକ୍ରମଣ କ୍ଷମତା ରହେ । ସି.ଆର.ଏସ. ଶିଶୁ ଏକ ବର୍ଷ ଧରି ଜୀବାଣୁ ବାଣ୍ଟିପାରେ । [୪] ଏହି ରୋଗ କେବଳ ମାନବଙ୍କୁ ହୁଏ । [୨] କୌଣସି କୀଟ ବା ପୋକଦ୍ୱାରା ଏହା ବ୍ୟାପେନାହିଁ । [୪] ଥରେ ରୋଗମୁକ୍ତ ହେଲେ ଆଜୀବନ ଇମ୍ମ୍ୟୁନିଟି ରହେ । ଇମ୍ମ୍ୟୁନିଟି ଉପସ୍ଥିତି ପରୀକ୍ଷା କରି ଜାଣିହୁଏ । [୨] ରକ୍ତ, ତଣ୍ଟି ଓ ପରିସ୍ରା ପରୀକ୍ଷା କରି ଭୁତାଣୁ ଦେଖିଲେ ରୋଗ ନିର୍ଣ୍ଣୟ ହୁଏ । ଆଣ୍ଟିବଡି ନିମନ୍ତେ ରକ୍ତ ପରୀକ୍ଷା ଉପଯୋଗୀ ହୁଏ । [୪]
ଗୋଟିଏ ଡୋଜ ରୁବେଲା ଟିକା ୯୫ %ରୁ ଅଧିକ ଉପଯୋଗୀ ହୁଏ । [୨] ଅଧିକାଂଶ ସମୟରେ ଏହି ଟିକା ସହିତ ମିଳିମିଳା ଟିକା ଓ ଗାଲୁଆ ଟିକା ମିଶେଇ ଏମଏମଆର ଟିକା ନାମରେ ଦିଆଯାଏ । [୪] ଜନସଂଖ୍ୟାର ଟିକାକରଣ ୮୦ %ରୁ କମ ଥିଲେ ଗର୍ଭଧାରଣ ବୟସ ପର୍ଯ୍ୟନ୍ତି ଇମ୍ମ୍ୟୁନିଟି ନ ଥାଇ ମଧ୍ୟ ଅସୁବିଧା ହୁଏ ନାହିଁ । [୨] ଥରେ ସଂକ୍ରମିତ ହେଲେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । [୫]
ପୃଥିବୀର ଅନେକ ସ୍ଥାନରେ ରୁବେଲା ସଂକ୍ରମଣ ଦେଖାଯାଏ । [୫] ବାର୍ଷିକ ପ୍ରାୟ ଏକ ଲକ୍ଷ ସି.ଆର.ଏସ. ଦେଖାଯାଆନ୍ତି । [୨] ଏହି ରୋଗର ହାର ଟିକା ଦିଆଯିବା ଯୋଗୁ ଆମେରିକା ସହିତ ଅନେକ ଜାଗାରେ କମୁଛି । [୩][୫] ପୃଥିବୀବ୍ୟାପି ଏହି ରୋଗକୁ ନିର୍ମୁଳ କରିବା ଚେଷ୍ଟା ଚାଲିଛି । [୨] ଲାଟିନ ଭାଷାରେ ରୁବେଲା ଅର୍ଥ ଟିକିଏ ଲାଲ । ସନ ୧୮୧୪ରେ ଜର୍ମାନୀ ଚିକିତ୍ସକ ପ୍ରଥମେ ଏହି ରୋଗ ଏକ ସ୍ୱତନ୍ତ୍ର ରୋଗ ବୋଲି ବର୍ଣ୍ଣନା କରିଥିବାରୁ ରୋଗର ନାମ ଜର୍ମାନ ମିଜଲସ ଦିଆଯାଇଥିଲା । [୪] ଏପ୍ରିଲ ୨୯, ୨୦୧୫ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆମେରିକାକୁ ରୁବେଲାମୁକ୍ତ ଘୋଷଣା କଲେ । [୭][୮]
ଆଧାର
[ସମ୍ପାଦନା]- ↑ Neighbors, M; Tannehill-Jones, R (2010). "Childhood diseases and disorders". Human diseases (3rd ed.). Clifton Park, New York: Delmar, Cengage Learning. pp. 457–79. ISBN 978-1-4354-2751-8.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Lambert, N; Strebel, P; Orenstein, W; Icenogle, J; Poland, GA (7 January 2015). "Rubella". Lancet. PMID 25576992.
- ↑ ୩.୦ ୩.୧ "Rubella vaccines: WHO position paper" (PDF). Wkly Epidemiol Rec. 86 (29): 301–16. 15 July 2011. PMID 21766537.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ Atkinson, William (2011). Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. 301–323. ISBN 9780983263135. Retrieved Mar 2015.
{{cite book}}
: Check date values in:|accessdate=
(help) - ↑ ୫.୦ ୫.୧ ୫.୨ ୫.୩ Huong McLean (2014). "3 Infectious Diseases Related To Travel". CDC health information for international travel 2014 : the yellow book. ISBN 9780199948499.
- ↑ "Rubella (German Measles, Three-Day Measles)". cdc.gov. December 17, 2014. Retrieved 30 March 2015.
- ↑ Donald G. McNeil Jr. (April 29, 2015). "Rubella Has Been Eliminated From the Americas, Health Officials Say". The New York Times. Retrieved April 30, 2015.
- ↑ "Americas region is declared the world's first to eliminate rubella". PAHO. 29 April 2015. Retrieved 6 May 2015.