ଦୃଷ୍ଟିହାନି
ଦୃଷ୍ଟିହାନି | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Ophthalmology |
ଆଇସିଡ଼ି-୧୦ | H54.0, H54.1, H54.4 |
ଆଇସିଡ଼ି-୯-ସିଏମ୍ | 369 |
ରୋଗ ଡାଟାବେସ | 28256 |
MeSH | D001766 |
ଦୃଷ୍ଟିହାନି କୁହାଯାଏ ଯେତେବେଳେ ଦୃଷ୍ଟିଶକ୍ତି କମି ଏଭଳି ଅସୁବିଧା ହୁଏ ଯେ ଚଷମା ଭଳି ସାଧାରଣ ଯନ୍ତ୍ରଦ୍ୱାରା ମଧ୍ୟ ଏହାକୁ ଠିକ କରାଯାଇ ପାରେନାହିଁ । [୧][୨] ଚଷମା ବା କଣ୍ଟାକ୍ଟ ଲେନସ କିଣିବା ଶକ୍ତି ନ ଥିବା ଲୋକଙ୍କର ଦେଖିବା ଶକ୍ତି କମିବାକୁ ମଧ୍ୟ ଦୃଷ୍ଟିହାନି ଶ୍ରେଣୀରେ ନେବାକୁ ଦାବୀ ହେଉଛି ।[୧] ଅଧିକାଂଶ ସମୟରେ ଭିଜୁଆଲ ଆକୁଇଟି ୨୦/୪୦ କିମ୍ବା ୨୦/୬୦ରୁ ଆହୁରି କମ ଥିଲେ ଦୃଷ୍ଟିହାନି ସଂଜ୍ଞା ଦିଆଯାଏ । [୩] ସମ୍ପୁର୍ଣ୍ଣ ବା ପ୍ରାୟ ସମ୍ପୁର୍ଣ୍ଣ ଦୃଷ୍ଟିଶକ୍ତିର ଅଭାବ ଥିଲେ ଅନ୍ଧତ୍ୱ ସଂଜ୍ଞା ଦିଆଯାଏ । [୩] ଦୈନନ୍ଦିନ କାର୍ଯ୍ୟ ଯେପରିକି ଡ୍ରାଇଭିଙ୍ଗ, ପଠନ, ସାମାଜିକତା ଓ ଚାଲିବାରେ ଦୃଷ୍ଟିହାନି ଥିବା ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । [୨]
ପୃଥିବୀବ୍ୟାପି ଦୃଷ୍ଟିହାନିର ସବୁଠାରୁ ସାଧାରଣ କାରଣ ହେଲା ଠିକ କରାଯାଇ ନ ଥିବା ରିଫ୍ରାକ୍ଟିଭ ଏରର (୪୩ %), ପରଳ (୩୩୩ %) ଓ ଗ୍ଲକୋମା (୨ %) ।[୪] ରିଫ୍ରାକ୍ଟିଭ ଏରର ମଧ୍ୟରେ ସମୀପ ଦୃଷ୍ଟି (near sighted), ଦୂର ଦୃଷ୍ଟି (far sighted), ଚାଳିଶା (prebyopia) ଓ ଆସ୍ଟିଗମାଟିଜମ (astigmatism) ଅନ୍ତର୍ଭୁକ୍ତ । [୪] ଅନ୍ଧତ୍ୱର ପ୍ରଧାନ କାରଣ ହେଉଛି ପରଳ ବା କାଟାରାକ୍ଟ । [୪] ଦୃଷ୍ଟିହାନୀର ଅନ୍ୟାନ୍ୟ କାରଣ ମଧ୍ୟରେ ବୟସ ସମ୍ପର୍କୀୟ ମାକୁଲା କ୍ଷୟ, ଡାଏବେଟିକ ରେଟିନୋପାଥି, ମେଘୁଆ କର୍ନିଆ, ବାଲ୍ୟ ଅନ୍ଧତ୍ୱ, ଓ ଅନେକ ପ୍ରକାରର ସଂକ୍ରମଣ ମୂଖ୍ୟ ସ୍ଥାନ ଅଧିକାର କରିଛି ।[୫] ସ୍ଟ୍ରୋକ ଯୋଗୁ ମସ୍ତିଷ୍କରେ ଅସୁବିଧା, ଅପକ୍ୱ ଶିଶୁ ଜନ୍ମ ଓ ଆଘାତ ଯୋଗୁ ମଧ୍ୟ ଦୃଷ୍ଟିହାନୀ ହୁଏ ।[୬] ଏଗୁଡ଼ିକ କର୍ଟିକାଲ ଭିଜୁଆଲ ଇମ୍ପେୟାରମେଣ୍ଟର ଅନ୍ତର୍ଭୁକ୍ତ । [୬] ପିଲାମାନଙ୍କର ଦୃଷ୍ଟଶକ୍ତି ସ୍କ୍ରିନିଙ୍ଗ କରାଗଲେ ଭବିଷ୍ୟତରେ ଦୃଷ୍ଟି ଓ ଶିକ୍ଷା ସମସ୍ୟା କମିଯିବ । [୭] ବୟସ୍କମାନଙ୍କର ସ୍କ୍ରିନିଙ୍ଗ ମଧ୍ୟ ଉପକାରୀ ହୁଏ । [୨] ଚକ୍ଷୁ ପରୀକ୍ଷା କରି ଏହି ଅସୁବିଧା ନିର୍ଣ୍ଣୟ କରାଯାଏ । [୨]
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଲନ ଅନୁସାରେ ୮୦ % ଦୃଷ୍ଟି ହାନୀ କେଶ ପ୍ରତିରୋଧ ସାପେକ୍ଷ ବା ଆରୋଗ୍ୟ ସମର୍ଥ । [୪] ଏହି ରୋଗମାନଙ୍କ ମଧ୍ୟରେ ପରଳ, ସଂକ୍ରମଣ, ଟ୍ରାକୋମା, ଗ୍ଲକୋମା, ନଦୀ ଅନ୍ଧତ୍ୱ, ଡାଏବେଟିକ ରେଟିନୋପାଥି, ଅଣଚିକିତ୍ସିତ ରିଫ୍ରାକ୍ଟିଭ ଏରର ଓ ବାଲ୍ୟ ଅନ୍ଧତ୍ୱ ।[୮] ଦୃଷ୍ଟି ଥଇଥାନ, ପରିବେଶ ପରିବର୍ତ୍ତନ ଓ ସାହାଯ୍ୟକାରୀ ଯନ୍ତ୍ର ମାଧ୍ୟମରେ ଦୃଷ୍ଟିହାନି ଥିବା ଲୋକ ଉପକାର ପାଇପାରିବେ । [୨]
ସନ ୨୦୧୨ର ଏକ ଆକଳନ ଅନୁସାରେ ପୃଥିବୀରେ ଦୃଷ୍ଟି ଅସୁବିଧା ଥିବା ୨୮୫ ନିୟୁତ ଲୋକଙ୍କ ମଧ୍ୟରେ ୨୪୬ ନିୟୁତ ନମ୍ନ ଦୃଷ୍ଟି ସମ୍ପନ୍ନ ଲୋକ ଓ ୩୯ ନିୟୁତ ଅନ୍ଧ ଥିଲେ । [୪] ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶ ବିକାଶଶୀଳ ଦେଶର ଲୋକର ବାସିନ୍ଦା ଓ ବୟସ ୫୦ରୁ ଉର୍ଦ୍ଧ୍ୱ । [୪] ସନ ୧୯୯୦ ଅପେକ୍ଷା ଦୃଷ୍ଟିହାନି ହାର କମୁଛି । [୪] ଚିକିତ୍ସା ଖର୍ଚ୍ଚ ଓ କର୍ମ ଅପାରଗତା ଯୋଗୁ ଦୃଷ୍ଟିହାନି ଥିବା ଲୋକର ଅର୍ଥନୈତିକ ଖର୍ଚ୍ଚ ବଢ଼ିଯାଏ । [୯]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Change the Definition of Blindness" (PDF). World Health Organization. Retrieved 23 May 2015.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Blindness and Vision Impairment". February 8, 2011. Retrieved 23 May 2015.
- ↑ ୩.୦ ୩.୧ Maberley, DA; Hollands, H; Chuo, J; Tam, G; Konkal, J; Roesch, M; Veselinovic, A; Witzigmann, M; Bassett, K (March 2006). "The prevalence of low vision and blindness in Canada". Eye (London, England). 20 (3): 341–6. doi:10.1038/sj.eye.6701879. PMID 15905873.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Visual impairment and blindness Fact Sheet N°282". August 2014. Retrieved 23 May 2015.
- ↑ GLOBAL DATA ON VISUAL IMPAIRMENTS 2010 (PDF). WHO. 2012. p. 6.
- ↑ ୬.୦ ୬.୧ Lehman, SS (September 2012). "Cortical visual impairment in children: identification, evaluation and diagnosis". Current opinion in ophthalmology. 23 (5): 384–7. doi:10.1097/ICU.0b013e3283566b4b. PMID 22805225.
- ↑ Mathers, M; Keyes, M; Wright, M (November 2010). "A review of the evidence on the effectiveness of children's vision screening". Child: care, health and development. 36 (6): 756–80. doi:10.1111/j.1365-2214.2010.01109.x. PMID 20645997.
- ↑ "Causes of blindness and visual impairment". Retrieved 23 May 2015.
- ↑ Rein, DB (13 December 2013). "Vision problems are a leading source of modifiable health expenditures". Investigative Ophthalmology & Visual Science. 54 (14): ORSF18-22. doi:10.1167/iovs.13-12818. PMID 24335062.