ଉପେନ୍ଦ୍ର ତ୍ରିପାଠୀ

ଉଇକିପିଡ଼ିଆ‌ରୁ
(Upendra Tripathyରୁ ଲେଉଟି ଆସିଛି)
ଉପେନ୍ଦ୍ର ତ୍ରିପାଠୀ
ଜନ୍ମ ଓ ଜନ୍ମସ୍ଥାନ(1903-09-10)୧୦ ସେପ୍ଟେମ୍ବର ୧୯୦୩
ମୁରାରିପୁର, ଯାଜପୁର
ମୃତ୍ୟୁ୨୩ ଡିସେମ୍ବର ୧୯୯୪(1994-12-23) (ବୟସ ୯୧)
ବୃତ୍ତିଶିଶୁ ସାହିତ୍ୟିକ, ଶିକ୍ଷକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ଉପେନ୍ଦ୍ର ତ୍ରିପାଠୀ (୧୦ ସେପ୍ଟେମ୍ବର ୧୯୦୩ - ୨୩ ଡିସେମ୍ବର ୧୯୯୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ସେ ତାଙ୍କର ଶିଶୁ ସାହିତ୍ଯ ରଚନା ନିମନ୍ତେ ଭାରତର ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଥିଲେ ।[୧]

ଜୀବନୀ[ସମ୍ପାଦନା]

ଜନ୍ମ ଓ ପରିବାର[ସମ୍ପାଦନା]

ସେ ୧୯୦୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ ଯାଜପୁର ଜିଲ୍ଲାର ହରିଦାସପୁର ନିକଟସ୍ଥ ମୁରାରିପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୨]

ବୃତ୍ତି[ସମ୍ପାଦନା]

ସେ ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ ।

ସାହିତ୍ୟ ରଚନା[ସମ୍ପାଦନା]

ସେ ପିଲା ବେଳେ ସାହିତ୍ୟ ପଢ଼ିବାରେ ଆଗ୍ରହୀ ଥିଲେ ବୋଲି ନିଜ ରଚନାରେ ଉଲ୍ଲେଖ କରିଥିଲେ । ତାଙ୍କ ଆତ୍ମଜୀବନୀ "ଗୋଟାଏ କଲମ ଟୋପାଏ କାଳି"ରେ ସେ ୪ର୍ଥ ଶ୍ରେଣୀରେ ପଢୁଥିବା ସମୟରେ ମଧୁସୂଦନ ରାଓଙ୍କ ସାହିତ୍ୟ କୁସୁମମଧୁସୂଦନ ଦାସଙ୍କ "ଭାରତ ଇତିହାସ" ବହି ଦୁଇଟି ପଢ଼ିଥିବା କଥା ଲେଖିଛନ୍ତି । ସେହି ତରୁଣ ବୟସରେ ସେ ଲେଖାଲେଖି ଆରମ୍ଭ କରିଥିଲେ ଓ "ଆଲୋକ" ନାମକ ଏକ ହାତଲେଖା ପତ୍ରିକା ପ୍ରକାଶ କରୁଥିଲେ । "ବିଧବା ଗୁହାରି", "ବଡ଼ ହେଲେ ମୁଁ ମାଷ୍ଟର ହେବି" ଆଦି କେତେଗୁଡିଏ କବିତା ସେହି ସମୟରେ ଲେଖିଥିଲେ । ଶିକ୍ଷକତା କରୁଥିବା ସମୟରେ ଶିଶୁସାହିତ୍ୟକୁ କେବଳ ଶିକ୍ଷାଧର୍ମୀ ନକରି ମୁଖ୍ୟ ସାହିତ୍ୟ କରିବା ପାଇଁ କାମ ଆରମ୍ଭ କରିଥିଲେ । ୧୯୨୬-୨୭ ମସିହା ବେଳକୁ ଅନେକ ଓଡ଼ିଆ ସାହିତ୍ୟିକ ପିଲାଙ୍କ ପାଇଁ ସ୍ୱତନ୍ତ ଭାବେ ସାହିତ୍ୟ ସୃଷ୍ଟି କରିଥିଲେ । ଚିନ୍ତାମଣି ଆଚାର୍ଯ୍ୟ ଓ ଅଗଣି ଦାସଙ୍କଦ୍ୱାରା ସମ୍ପାଦିତ ପତ୍ରିକା "ପଞ୍ଚାମୃତ"ରେ ସେ ନିୟମିତ ଲେଖିଆସୁଥିଲେ । ଚକ୍ରଧର ମହାପାତ୍ର, କୁଞ୍ଜବିହାରୀ ଦାଶ, ବଂଶୀଧର ସାମନ୍ତରାୟ, ଧନେଶ୍ୱର ଶତପଥୀ, ସତ୍ୟାନନ୍ଦ ବେହୁରାକୃଷ୍ଣଚନ୍ଦ୍ର କର ଆଦି ସାହିତ୍ୟିକ ତାଙ୍କର ସମସାମୟିକ ଥିଲେ ।

ରଚନାବଳୀ[ସମ୍ପାଦନା]

  • କୁହୁକୁହୁ
  • ରୁଣୁଝୁଣୁ
  • ଗୁଣୁଗୁଣୁ
  • କୁଳୁକୁଳୁ
  • ସୁଲୁସୁଲୁ
  • କଷିକାକୁଡି
  • ଘଣ୍ଟିଘାଗୁଡ଼ି
  • ହସ ଚାଙ୍ଗୁଡ଼ି
  • କଳା ବଉଦ
  • ଶିଶୁ ସଂଖାଳି
  • ଭାଇ ଭଉଣୀ
  • ବେଙ୍ଗ ବାହାଦୂର
  • ମୂଷି ମାଉସୀ
  • କହି ଜାଣିଲେ କଥା ସୁନ୍ଦର
  • ହଜିଲା ବଳଦ ଖୋଜିଲା ଠେଇଁ
  • ଅକଲମକଲ ଟକଲ ଟିଆଁ
  • ଡାଳରେ ମାଙ୍କଡ ମାରଇ ଡିଆଁ
  • ପିଲାଙ୍କ ପଶୁପକ୍ଷୀ ପୁରାଣ
  • ଉଦୟଭାନୁ
  • ଶିଶୁତୋଷ ରାମାୟଣ[୩]
  • ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ
  • ଗୋଟାଏ କଲମ ଟୋପାଏ କାଳି (ଆତ୍ମଚରିତ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ରାଷ୍ଟ୍ରପତି ପୁରସ୍କାର ଶିଶୁ ସାହିତ୍ୟ ନିମନ୍ତେ - ୧୯୫୪(ଘଣ୍ଟିଘାଗୁଡ଼ି ପୁସ୍ତକ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ୧୯୭୧-୭୨[୪]
  • ଶାରଳା ସମ୍ମାନ - ୧୯୮୮[୫] ଉପେନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟ ଅବଦାନକୁ ସ୍ୱୀକୃତି ଜଣାଇ "ଗୋକର୍ଣ୍ଣିକା ସାହିତ୍ୟ ସମାଜ", ଜାରକା ପକ୍ଷରୁ ପ୍ରତିବର୍ଷ "ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଉଛି । [୬] ଆତ୍ମଚରିତ "ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ " ପ୍ରକାଶନ ଅବସରରେ ମାୟାଧର ମାନସିଂହ ଉପେନ୍ଦ୍ର ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ କହିଥିଲେ—

    ଯଥାର୍ଥରେ ଆପଣ ଓଡ଼ିଆ ସାହିତ୍ୟର ଅନାବାଦି ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ ସାଇତି ରଖିପାରିଛନ୍ତି॥

ଆଧାର[ସମ୍ପାଦନା]

  1. http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL072
  2. Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.
  3. ସମ୍ବାଦ ୧୦/୦୯/୨୦୧୪ ପୃଷ୍ଠା ୮ରେ ପ୍ରକାଶିତ ଦାଶ ବେନହୁରଙ୍କ ଲେଖା "ସାହିତ୍ୟର କୁଆଁରାବରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ
  4. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 31 January 2022.
  5. "ଚିର ଶିଶୁ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ". ସମ୍ବାଦ ୧୦/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. 10 September 2015. Retrieved 10 September 2015.[permanent dead link]
  6. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 161–. ISBN 978-81-8450-151-3.