ଉପେନ୍ଦ୍ର ତ୍ରିପାଠୀ

ଉଇକିପିଡ଼ିଆ ରୁ
Jump to navigation Jump to search
ଉପେନ୍ଦ୍ର ତ୍ରିପାଠୀ
ଜନ୍ମଉପେନ୍ଦ୍ର ତ୍ରିପାଠୀ
୧୦ ସେପ୍ଟେମ୍ବର ୧୯୦୩(1903-09-10)
ମୁରାରିପୁର, ଯାଜପୁର
ମୃତ୍ୟୁ୧୯୯୪
ବୃତ୍ତିଶିଶୁ ସାହିତ୍ୟିକ, ଶିକ୍ଷକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଆଞ୍ଚଳିକତାଓଡ଼ିଆ
ନାଗରିକତାଭାରତୀୟ

ଉପେନ୍ଦ୍ର ତ୍ରିପାଠୀ (୧୯୦୩-୧୯୯୪), ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ ଶିଶୁ ସାହିତ୍ୟିକ ।[୧] ଶିଶୁସାହିତ୍ୟକୁ, ପାଠ୍ୟପୁସ୍ତକ ଓ ଶିକ୍ଷା-ସାହିତ୍ୟ ବାହରେ, ଓଡ଼ିଆ ସାହିତ୍ୟର ଏକ ମୌଳିକ ଧାରା ଭାବରେ ପ୍ରତିଷ୍ଠା କରିବାର ଶ୍ରେୟ ଉପେନ୍ଦ୍ର ତ୍ରିପାଠୀଙ୍କୁ ଯାଏ ।

ଉପେନ୍ଦ୍ର ତ୍ରିପାଠୀ, ୧୯୦୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ, ଯାଜପୁର ଜିଲ୍ଲାର ହରିଦାସପୁର ନିକଟସ୍ଥ ମୁରାରିପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୨] ପିଲାଦିନରୁ ପଢିବାରେ ତାଙ୍କର ଖୁବ ଆଗ୍ରହ ଥିଲା । ନିଜ ଆତ୍ମଜୀବନୀ "ଗୋଟାଏ କଲମ ଟୋପାଏ କାଳି"ରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ୪ର୍ଥ ଶ୍ରେଣୀରେ ପଢୁଥିବା ସମୟରେ ମଧୁସୂଦନ ରାଓଙ୍କ ସାହିତ୍ୟ କୁସୁମମଧୁସୂଦନ ଦାସଙ୍କ "ଭାରତ ଇତିହାସ" ବହି ଦୁଇଟି ପଢିଥିବା କଥା ଲେଖିଛନ୍ତି । ସେହି ତରୁଣ ବୟସରେ, ସେ ଲେଖାଲେଖି ଆରମ୍ଭ କରିଥିଲେ ଓ "ଆଲୋକ" ନାମକ ଏକ ହାତଲେଖା ପତ୍ରିକା ବାହାର କରୁଥିଲେ । "ବିଧବା ଗୁହାରି", "ବଡ଼ ହେଲେ ମୁଁ ମାଷ୍ଟର ହେବି" ଆଦି କେତେଗୁଡିଏ କବିତା, ସେହି ସମୟରେ ଲେଖିଥିଲେ ।

ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା, ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ଶିଶୁସାହିତ୍ୟକୁ କେବଳ ଶିକ୍ଷାଧର୍ମୀ ନକରି, ମୁଖ୍ୟ ସାହିତ୍ୟର ଏକ ଭିନ୍ନଧାରା ଭାବରେ ଦେଖୁଥିଲେ । ୧୯୨୬-୨୭ ମସିହା ବେଳକୁ ତାଙ୍କ ପ୍ରଚେଷ୍ଠା ସଫଳତା ଲାଭକରିଥିଲା ଓ ବହୁ ବିଜ୍ଞ ପ୍ରତିଷ୍ଠିତ ବ୍ୟକ୍ତିମାନେ ପିଲାଙ୍କ ପାଇଁ ସ୍ୱତନ୍ତ ଭାବେ ସାହିତ୍ୟ ସୃଷ୍ଟି କରିଥିଲେ । ଚିନ୍ତାମଣି ଆଚାର୍ଯ୍ୟ ଓ ଅଗଣି ଦାସଙ୍କଦ୍ୱାରା ସମ୍ପାଦିତ ପତ୍ରିକା "ପଞ୍ଚାମୃତ"ରେ ସେ ବରାବର ଲେଖିଆସୁଥିଲେ । ଚକ୍ରଧର ମହାପାତ୍ର, କୁଞ୍ଜବିହାରୀ ଦାଶ, ବଂଶୀଧର ସାମନ୍ତରାୟ, ଧନେଶ୍ୱର ଶତପଥୀ, ସତ୍ୟାନନ୍ଦ ବେହୁରା ଓ କୃଷ୍ଣଚନ୍ଦ୍ର କର ଆଦି ସାହିତ୍ୟିକ ତାଙ୍କର ସମସାମୟିକ ଥିଲେ ।

ଉପେନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟ ଅବଦାନକୁ ସ୍ୱୀକୃତି ଜଣାଇ, "ଗୋକର୍ଣ୍ଣିକା ସାହିତ୍ୟ ସମାଜ", ଜାରକା ପକ୍ଷରୁ ପ୍ରତିବର୍ଷ "ଉପେନ୍ଦ୍ର ତ୍ରିପାଠୀ ଶିଶୁ ସାହିତ୍ୟ ପୁରସ୍କାର" ପ୍ରଦାନ କରାଯାଉଛି । [୩] ଆତ୍ମଚରିତ ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ ପ୍ରକାଶନ ଅବସରରେ ମାୟାଧର ମାନସିଂହ ଉପେନ୍ଦ୍ର ତ୍ରିପାଠୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ

ଯଥାର୍ଥରେ ଆପଣ ଓଡ଼ିଆ ସାହିତ୍ୟର ଅନାବାଦି ଜମିକୁ ଚାଷ କରି ଏକ ଉତ୍ତମ ଖଳାରେ ସାଇତି ରଖିପାରିଛନ୍ତି॥

ରଚନାବଳୀ[ସମ୍ପାଦନା]

  • କୁହୁକୁହୁ
  • ରୁଣୁଝୁଣୁ
  • ଗୁଣୁଗୁଣୁ
  • କୁଳୁକୁଳୁ
  • ସୁଲୁସୁଲୁ
  • କଷିକାକୁଡି
  • ଘଣ୍ଟିଘାଗୁଡ଼ି
  • ହସ ଚାଙ୍ଗୁଡ଼ି
  • କଳା ବଉଦ
  • ଶିଶୁ ସଂଖାଳି
  • ଭାଇ ଭଉଣୀ
  • ବେଙ୍ଗ ବାହାଦୂର
  • ମୂଷି ମାଉସୀ
  • କହି ଜାଣିଲେ କଥା ସୁନ୍ଦର
  • ହଜିଲା ବଳଦ ଖୋଜିଲା ଠେଇଁ
  • ଅକଲମକଲ ଟକଲ ଟିଆଁ
  • ଡାଳରେ ମାଙ୍କଡ ମାରଇ ଡିଆଁ
  • ପିଲାଙ୍କ ପଶୁପକ୍ଷୀ ପୁରାଣ
  • ଉଦୟଭାନୁ
  • ଶିଶୁତୋଷ ରାମାୟଣ[୪]
  • ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ
  • ଗୋଟାଏ କଲମ ଟୋପାଏ କାଳି(ଆତ୍ମଚରିତ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ରାଷ୍ଟ୍ରପତି ପୁରସ୍କାର ଶିଶୁ ସାହିତ୍ୟ ନିମନ୍ତେ - ୧୯୫୪(ଘଣ୍ଟିଘାଗୁଡ଼ି ପୁସ୍ତକ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବେଙ୍ଗ ବାହାଦୂର ଓ ଚିତ୍ର ଏବଂ ନିଶାରାକ୍ଷସୀ ପୁସ୍ତକ ପାଇଁ)[୫]
  • ଶାରଳା ସମ୍ମାନ - ୧୯୮୮[୬]

ଆଧାର[ସମ୍ପାଦନା]

  1. http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL072
  2. Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.
  3. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 161–. ISBN 978-81-8450-151-3.
  4. ସମ୍ବାଦ ୧୦/୦୯/୨୦୧୪ ପୃଷ୍ଠା ୮ରେ ପ୍ରକାଶିତ ଦାଶ ବେନହୁରଙ୍କ ଲେଖା "ସାହିତ୍ୟର କୁଆଁରାବରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ
  5. http://sambadepaper.com/Details.aspx?id=495502&boxid=1044744
  6. "ଚିର ଶିଶୁ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ". ସମ୍ବାଦ ୧୦/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. 10 September 2015. Retrieved 10 September 2015.