Jump to content

ତାରାପ୍ରସାଦ ଜେନା

ଉଇକିପିଡ଼ିଆ‌ରୁ
(Taraprasad Jenaରୁ ଲେଉଟି ଆସିଛି)
ତାରାପ୍ରସାଦ ଜେନା
ଜନ୍ମ ଓ ଜନ୍ମସ୍ଥାନ (1961-03-03) ୩ ମାର୍ଚ୍ଚ ୧୯୬୧ (ବୟସ ୬୪)
ମୃତ୍ୟୁଗୋଡ଼ିପାଟଣା ସାହି, ରଣପୁର ନୟାଗଡ଼
ଭାଷାଓଡ଼ିଆ
ଜାତୀୟତା ଭାରତୀୟ

ତାରାପ୍ରସାଦ ଜେନା (ଜନ୍ମ: ୩ ମାର୍ଚ୍ଚ ୧୯୬୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର ଓ ଶିଶୁ ସାହିତ୍ୟିକ ।[] ସମାଜ, ପ୍ରଜାତନ୍ତ୍ର, ସମ୍ବାଦ, ଧରିତ୍ରୀ , ପ୍ରଗତିବାଦୀ, ନୂତନ ବାର୍ତ୍ତା, ଧ୍ବନି ପ୍ରତିଧ୍ଵନି ଇତ୍ୟାଦି ଖବରକାଗଜ ଏବଂ ଅନ୍ୟାନ୍ୟ ଶିଶୁସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କ ରଚନାବଳୀ ପ୍ରକାଶ ପାଇଛି ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ତାରାପ୍ରସାଦ ଜେନା ନୟାଗଡ଼ ଜିଲ୍ଲାର ରଣପୁର ଅନ୍ତର୍ଗତ ଗୋଡ଼ିପାଟଣା ସାହିରେ ୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ କଲ୍ୟାଣ ବିଭାଗର ଜଣେ ଶିକ୍ଷକ ଥିଲେ । ତାଙ୍କ ରଚନାରେ ଗ୍ରାମୀଣ ପରିବେଶର ଚିତ୍ରଣ ଓ ଶବ୍ଦର ବ୍ୟବହାର ଦେଖିବାକୁ ମିଳିଥାଏ । ସେ ବିଶେଷତଃ ଗୀତିକବିତା ରଚନା କରିଛନ୍ତି । ସେ ଓଡ଼ିଆ ଶିଶୁ ସାହିତ୍ୟ ପରିଷଦର ଜଣେ ଆଜୀବନ ସଦସ୍ୟ ।

ରଚନାବଳୀ

[ସମ୍ପାଦନା]
  • ମୋ କାଳିଆ ଧନ (୧୯୮୦)
  • ସୁନାପିଲା ସାମାଜିକ ପାରିପାର୍ଶ୍ବିକ ଶିକ୍ଷା (୧୯୯୪)
  • ଜେନା ଅଜାଙ୍କ ମଜା କାହାଣୀ (ଶିଶୁଗଳ୍ପ ସଂକଳନ, ୧୯୯୬)
  • ବିପ୍ଳବୀ ରଘୁନାଥ ମହାନ୍ତି (୧୯୯୭)
  • ବିଦ୍ରୋହୀ ଦିବାକର ପରିଡ଼ା (୧୯୯୭)
  • ଠେଙ୍ଗା ବିଚାର (ଐତିହାସିକ ଗୀତିନାଟ୍ଯ, ୨୦୦୦)
  • ଶବ୍ଦ ଧନ୍ଦା କୁଇଜ୍ (୨୦୦୬)
  • ଶବ୍ଦଖେଳ (୨୦୦୭)
  • କୁନି କୁନି ଗୀତ (ନାନାବାୟା ଗୀତ, ୨୦୦୭)
  • ନାନାବାୟା ତାନା (ନାନାବାୟା ଗୀତ, ୨୦୦୯)
  • କୁହୁକ ପର (ଶିଶୁଗଳ୍ପ ସଂକଳନ, ୨୦୧୦)
  • ମା' ମଣିନାଗ ଭଜନମାଳା (୨୦୧୬)
  • ଚିତ୍ରଲେଖା (ଖଣ୍ଡକାବ୍ୟ, ୨୦୨୨)
  • ତାରା ଗଜଲ୍ ( ଓଡ଼ିଆ ଗଜଲ୍ ସଂକଳନ, ୨୦୨୨)
  • ଭାବ ବଇଭବ (ଗୀତିକବିତା ସଂକଳନ, ୨୦୨୨)
  1. Sāhu, B.K. (1995). Who's who in Oriya Children's Literature. Mayur Publications in collaboration with Research Institute of Oriya Children's Literature. ISBN 978-81-86040-44-7. Retrieved 12 December 2024.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୧୫. ISBN 81-903352-2-7.