Jump to content

ସୁଶୀଲ କୁମାର (କୁସ୍ତିଯୋଦ୍ଧା)

ଉଇକିପିଡ଼ିଆ‌ରୁ
(Sushil Kumar (wrestler)ରୁ ଲେଉଟି ଆସିଛି)

ସୁଶୀଲ କୁମାର
ଜନ୍ମ (1983-05-26) ୨୬ ମଇ ୧୯୮୩ (ବୟସ ୪୨)[]
ଜାତୀୟତାଭାରତୀୟ
ଉଚ୍ଚତା166 cm (5 ft 5 in)
ବୈବାହିକ-ସାଥୀସାବି କୁମାର

ଭାରତୀୟ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଜଣେ ପ୍ରତିଭାଶାଳୀ କୁସ୍ତିଯୋଦ୍ଧା । ସିନିୟର ସ୍ତରରେ ପ୍ରଥମେ ୬୦କେଜି ଓ ପରେ ୬୬ କେଜିରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।୨୦୧୨ ଲଣ୍ଡନ ଅଲିମ୍ପିକ କ୍ରୀଡ଼ାରେ ରୌପ୍ୟ ପଦକ ଜିଣି ସୁଶୀଲ କୁମାର ଭାରତର ଗୌରବକୁ ଦ୍ୱିଗୁଣୀତ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ୨ଟି ଅଲିମ୍ପିକରେ ପଦକ ଜିତିବାର ଗୌରବ ତାଙ୍କ ନାମରେ ରହିଛି । ଏହା ପୂର୍ବରୁ ୨୦୦୮ ବେଜିଂ ଅଲିମ୍ପିକରେରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ୧୯୯୮ରେ ବିଶ୍ୱକ୍ୟାଡେଟ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ ତାଙ୍କ କ୍ୟାରିଅରର ପ୍ରଥମ ସଫଳତା ଥିଲା ।[] ପରେ ୨୦୦୦ ମସିହା ଏସିଆନ ଜୁନିୟର କୁସ୍ତି ଚାମ୍ପିଆନଶିପରେ ସ୍ୱର୍ଣ୍ଣ ପଦକ ପାଇ କ୍ୟାରିଅରକୁ ଆଗକୁ ବଢେଇନେଇଥିଲେ ଏହି କୁସ୍ତିଯୋଦ୍ଧା ।

ପରିବାର

[ସମ୍ପାଦନା]

ଦିଲ୍ଲୀ ନଜଫଗଡ଼ର ବାପ୍ରୋଲାଠାରେ ୧୯୮୩ ମଇ ୨୬ ତାରିଖରେ ଜନ୍ମ।ପୁରା ନାମ ସୁଶୀଲ କୁମାର ସୋଲଙ୍କୀ । ସେ ଶକାହାରୀ । ବାପା ଦିୱାନ ସିଂହ ଜଣେ ଡିଟିସି ବସ ଡ୍ରାଇଭର ଓ ମା ଗୃହିଣୀ । ବାପା ଜଣେ ପେହେଲମାନ ଥିବାରୁ ସେ ତାଙ୍କଠାରୁ ପ୍ରେରଣା ପାଇଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

୧୪ ବର୍ଷ ବୟସରେ କୁସ୍ତି ପ୍ରତି ଆଗ୍ରହ ରଖି ଭାରତୀୟ ପେହେଲମାନ ଯଶବୀର ଓ ରାମପାଲଙ୍କ ତତ୍ତ୍ୱାବଧାନରେ ଛତ୍ରସାଇ ଷ୍ଟାଡିୟମ ଆଖଡାରେ ଟ୍ରେନିଂ ଆରମ୍ଭ କରିଥିଲେ । ଏହାପରେ ସେ ଅର୍ଜୁନ ପୁରସ୍କାର ପ୍ରାପ୍ତ ସତପାଲଙ୍କଠାରୁ ଏବଂ ପରେ ରେଲ୍ୱ୍ଏ କ୍ୟାମ୍ପରେ ଗ୍ୟାଙ୍ଗ ସିଂହଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ ।[]

କ୍ୟାରିଅର

[ସମ୍ପାଦନା]

୧୯୯୮ରେ ବିଶ୍ୱ କ୍ୟାଡେଟ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ ତାଙ୍କ କ୍ୟାରିଅରର ପ୍ରଥମ ସଫଳତା ଥିଲା।ପରେ ୨୦୦୦ ମସିହା ଏସିଆନ ଜୁନିୟର କୁସ୍ତି ଚାମ୍ପିଆନଶିପରେ ସ୍ୱର୍ଣ୍ଣ ପଦକ ଓ ୨୦୦୩ ବିଶ୍ୱ କୁସ୍ତି ଚାମ୍ପିଆନଶିପରେ ୪ର୍ଥ ସ୍ଥାନ ପାଇଥିଲେ ।୨୦୦୫ ଓ ୨୦୦୭ ରାଜ୍ୟଗୋଷ୍ଠୀ କୁସ୍ତି ଚାମ୍ପିଆନଶିପରେ ସେ ସ୍ୱର୍ଣ୍ଣ ପଦକ ପାଇଥିଲେ।

ପଦକ ତାଲିକା []

[ସମ୍ପାଦନା]
ଟୁର୍ଣ୍ଣାମେଣ୍ଟବର୍ଷପ୍ରତିଯୋଗିତାଫଳାଫଳ
ରାଜ୍ୟଗୋଷ୍ଠୀ ଚାମ୍ପିଆନଶିପ, ଲଣ୍ଡନ୨୦୦୩୬୦କେଜିସ୍ୱର୍ଣ୍ଣ
ଏସିଆନ ଚାମ୍ପିଆନଶିପ,ନୂଆଦିଲ୍ଲୀ୨୦୦୩୬୦ କେଜିବ୍ରୋଞ୍ଜ
ରାଜ୍ୟଗୋଷ୍ଠୀ ଚାମ୍ପିଆନଶିପ, କେପଟାଉନ୨୦୦୫୬୬କେଜିସ୍ୱର୍ଣ୍ଣ
ରାଜ୍ୟଗୋଷ୍ଠୀ ଚାମ୍ପିଆନଶିପ, ଲଣ୍ଡନ୨୦୦୭୬୬କେଜିସ୍ୱର୍ଣ୍ଣ
ଏସିଆନ ଚାମ୍ପିଆନଶିପ, କର୍ଗିସ୍ତାନ୨୦୦୭୬୬କେଜିରୌପ୍ୟ
ଅଲିମ୍ପିକ, ବେଜିଂ୨୦୦୮୬୬କେଜିବ୍ରୋଞ୍ଜ
ଏସିଆନ ଚାମ୍ପିଆନଶିପ, ଜେଜୁ ଆଇସଲ୍ୟାଣ୍ଡ୨୦୦୮୬୬କେଜିବ୍ରୋଞ୍ଜ
ରାଜ୍ୟଗୋଷ୍ଠୀ ଚାମ୍ପିଆନଶିପ, ଜଳନ୍ଧର୨୦୦୯୬୬କେଜିସ୍ୱର୍ଣ୍ଣ
ଏସିଆନ ଚାମ୍ପିଆନଶିପ, ନୂଆଦିଲ୍ଲୀ୨୦୧୦୬୬କେଜିସ୍ୱର୍ଣ୍ଣ
ବିଶ୍ୱ ଚାମ୍ପିଆନଶିପ, ମସ୍କୋ୨୦୧୦୬୬କେଜିସ୍ୱର୍ଣ୍ଣ
ରାଜ୍ୟଗୋଷ୍ଠୀ କ୍ରୀଡ଼ା, ନୂଆଦିଲ୍ଲୀ୨୦୧୦୬୬କେଜିସ୍ୱର୍ଣ୍ଣ
ଅଲିମ୍ପିକ, ଲଣ୍ଡନ୨୦୧୨୬୬କେଜିରୌପ୍ୟ

ପୁରସ୍କାର

[ସମ୍ପାଦନା]

୨୦୦୬ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୨୦୦୯ ଜୁଲାଇରେ ସେ ଭାରତର ସର୍ବୋଚ୍ଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନରେ ଭୁଷିତ ହେଇଥିଲେ ।[] ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ଅନ୍ତିମ ବାଟନ ବାହକ ହୋଇ ଉଦଘାଟନୀ ସମାରୋହରେ ପ୍ରିନ୍ସ ଚାର୍ଲ୍ସଙ୍କୁ ବାଟନ ହସ୍ତାନ୍ତର କରିଥିଲେ । ୨୦୧୨ ଲଣ୍ଡନ ଅଲିମ୍ପିକର ଉଦଘାଟନୀ ଉତ୍ସବରେ ସେ ତ୍ରୀରଙ୍ଗା ଧରି ଭାରତୀୟ ଦଳର ନେତୃତ୍ୱ ନେବାର ସୌଭାଗ୍ୟ ପାଇଥିଲେ ।

  1. "Athlete Biography: Sushil Kumar". The Official Website of the Beijing 2008 Olympic Games. Archived from the original on 2008-08-23. Retrieved 2008-08-20.
  2. "ଆର୍କାଇଭ୍ କପି". Archived from the original on 2012-08-14. Retrieved 2012-08-16. {{cite web}}: Cite has empty unknown parameter: |1= (help)
  3. http://www.thehindu.com/sport/other-sports/article3758096.ece
  4. http://profiles.incredible-people.com/sushil-kumar-wrestler/
  5. http://newschoupal.com/2010/09/16/profile-of-world-champion-wrestler-sushil-kumar/%5B%5D
  6. http://www.hindu.com/holnus/000200907291721.htm