ନିଦ୍ରା ଶ୍ୱାସରୋଧ

ଉଇକିପିଡ଼ିଆ‌ରୁ
(Sleep apneaରୁ ଲେଉଟି ଆସିଛି)
ନିଦ୍ରା ଶ୍ୱାସରୋଧ
ଇଂରାଜୀ ପ୍ରତିଶବ୍ଦ - sleep apnoea ,sleep apnea syndrome
ଅବରୋଧକାରୀ ନିଦ୍ରା ଶ୍ୱାସରୋଧ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/æpˈnə/, /ˈæpniə/
ସ୍ପେଶାଲିଟିOtorhinolaryngology, sleep medicine
ଆଇସିଡ଼ି-୧୦G47.3,P28.3
ଆଇସିଡ଼ି-୯-ସିଏମ୍327.23, 780.57
ମେଡ଼ିସିନ-ପ୍ଲସ000811 003997
ଇ-ମେଡ଼ିସିନped/2114
MeSHD012891

ନିଦ୍ରା ଶ୍ୱାସରୋଧ (ଇଂରାଜୀ ଭାଷାରେ Sleep apnea) ଏକ ନିଦ୍ରା ବେମାରୀ (sleep disorder) ଯେଉଁଥିରେ ଶୟନ ସମୟରେ ସାମୟିକ ଶ୍ୱାସରୋଧ (pauses in breathing) ହୁଏ ବା ଅଗଭୀର ଶ୍ୱାସକ୍ରିୟା (shallow breathing) ଚାଲୁରହେ ।[୧] କିଛି ସେକେଣ୍ଡ ନିମନ୍ତେ ବା କେତେକ ମିନିଟ ନିମନ୍ତେ ନିଦ୍ରା ଶ୍ୱାସରୋଧ ହୁଏ ବା ରାତ୍ରୀରେ ଅନେକ ଥର ଏହା ହୁଏ ।[୧] ସର୍ବାଧିକ ସାଧାରଣ ସ୍ୱରୂପରେ ଉଚ୍ଚ ଧ୍ୱନୀର ଘୁଙ୍ଗୁଡ଼ି ପରେ ହୁଏ ।[୨] ପୁନଃ ଶ୍ୱାସକ୍ରିୟା ଆରମ୍ଭ ହେଲେ ଅଣନିଶ୍ୱାସୀ ଲାଗେ । ନିଦ୍ରାଭିଭୂତ ବା ଥକ୍କିଯାଇଥିବା ଲୋକଙ୍କର ଏହା ହେବା ଯୋଗୁ ନିଦ୍ରାରେ ବ୍ୟାଘାତ ହୁଏ ।[୧]ଏହା ସ୍କୁଲରେ ପିଲାମାନଙ୍କର ସମସ୍ୟା ସୃଷ୍ଟି କରେ ବା ଅତିସକ୍ରିୟତା (hyperactivity) କରାଏ ।[୨]

ତିନି ପ୍ରକାର ନିଦ୍ରା ଶ୍ୱାସରୋଧ ହୋଇପାରେ: ଅବରୋଧୀ ନିଦ୍ରା ଶ୍ୱାସରୋଧ (obstructive ବା ଓଏସଏ/OSA)), କେନ୍ଦ୍ରୀୟ ନିଦ୍ରା ଶ୍ୱାସରୋଧ (central ବା ସିଏସଏ/CSA)) ଓ ମିଶ୍ରିତ ନିଦ୍ରା ଶ୍ୱାସରୋଧ । ସବୁଠାରୁ ସାଧାରଣ ଆକାର ଓଏସଏ ଥାଏ । [୧] ଓଜନାଧିକ୍ୟ (overweight), ପାରିବାରିକ ରୋଗ ଇତିହାସ, ଆଲର୍ଜି ଓ ବର୍ଦ୍ଧିତ ଟନସିଲ ଇତ୍ୟାଦି ଏହି ବେମାରୀର ସଙ୍କଟ ଉତ୍ପନ୍ନ କରନ୍ତି ।[୩] ବାୟୁ ପ୍ରବାହ ବନ୍ଦ ଯୋଗୁ ଓଏସଏ, ଶ୍ୱାସକ୍ରିୟା ପ୍ରଚେଷ୍ଟା ଅଭାବ ଯୋଗୁ ସିଏସଏ ହୁଏ । ଏହି ରୋଗ ଥିବା କଥା ଏହି ରୋଗୀମାନେ ଅବଗତ ନ ଥାଆନ୍ତି । ପରିବାରର ଲୋକ ଏହା ଜଣେଇ ଦିଅନ୍ତି ।[୧] ସାରା ରାତିର ପଲିସୋମ୍ନୋଗ୍ରାଫି (sleep study) ପରୀକ୍ଷାରୁ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୪] ଏକ ଘଣ୍ଟାରେ ୫ଥର ଏଭଳି ନିଦ୍ରା ବ୍ୟାଘାତ ହେଲେ ନିଦ୍ରା ଶ୍ୱାସରୋଧ ରୋଗ ନିର୍ଣ୍ଣୟ କରାଯାଏ ।[୫]

ଜୀବନ‌ଚର୍ଯ୍ୟାରେ ପରିବର୍ତ୍ତନ, ଶ୍ୱାସକ୍ରୀୟା ଯନ୍ତ୍ର, ମାଉଥପିସ ଓ ଅପରେଶନ ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[୧] ମଦ୍ୟ ତ୍ୟାଗ, ଓଜନ ହ୍ରାସ, ଧୂମ୍ରପାନ ବନ୍ଦ ଓ ଦେହର ପାର୍ଶ୍ୱଦେଶରେ ଶୟନ କରି ଏହି ବେମାରୀକୁ ନିୟନ୍ତ୍ରଣ କରାଯାଇପାରେ । ସିପାପ ମେସିନ CPAP machine ବ୍ୟବ‌ହାର କରି ଶ୍ୱାସକ୍ରିୟା ସମ୍ପାଦନ କରାଯାଏ ।[୬] ଅଣଚିକିତ୍ସିତ ଲୋକଙ୍କର ହୃଦ୍‌ଘାତ, ସ୍ଟ୍ରୋକ, ମଧୁମେହ, ହୃଦ୍‌ପାତ, ଅନିୟମିତ ହୃତ୍‌ସ୍ପନ୍ଦନ (irregular heartbeat), ମୋଟାପଣ ଓ ଗାଡ଼ି ଧକ୍କା (motor vehicle collisions) ଇତ୍ୟାଦି ସଙ୍କଟ ରହେ ।[୧]

ସିଏସଏ ରୋଗ ୧-୬% ବଡ଼ ମଣିଷଙ୍କୁ ଓ ୨% ପିଲାଙ୍କୁ ଆକ୍ରମଣ କରେ ।[୭][୮] ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଦୁଇ ଗୁଣ ରୋଗ ହୁଏ ।[୭] ଯେ କୌଣସି ବୟସରେ ଏ ରୋଗ ହୋଇପାରିଲେ ମଧ୍ୟ ସାଧାରଣତଃ ୫୫ରୁ ୬୦ ବର୍ଷ ବୟସ ମଧ୍ୟରେ ହୁଏ ।[୧][୭] କେନ୍ଦ୍ରୀୟ ନିଦ୍ରା ଶ୍ୱାସରୋଧ ବେମାରୀ ୧%ରୁ କମ୍ ଲୋକଙ୍କୁ ହୁଏ ।[୯] ଏକ ଜର୍ମାନୀ କଳ୍ପିତ କାହାଣୀରେ (myth) ଓଣ୍ଡାଇନର (Ondine's curse) ଅଭିଶାପ ଫଳରେ ନିଦ୍ରା ସମୟରେ ଜଣେ ଶ୍ୱାସକ୍ରିୟା ଭୁଲିଯାଏ ଓ ତାହା କେନ୍ଦ୍ରୀୟ ନିଦ୍ରା ଶ୍ୱାସରୋଧ ଦର୍ଶାଉଛି ।[୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Sleep Apnea: What Is Sleep Apnea?". NHLBI: Health Information for the Public. U.S. Department of Health and Human Services. July 10, 2012. Retrieved 2016-08-18.
  2. ୨.୦ ୨.୧ "What Are the Signs and Symptoms of Sleep Apnea?". NHLBI. July 10, 2012. Retrieved 18 August 2016.
  3. "Who Is at Risk for Sleep Apnea?". NHLBI. July 10, 2012. Retrieved 18 August 2016.
  4. "How Is Sleep Apnea Diagnosed?". NHLBI. July 10, 2012. Retrieved 18 August 2016.
  5. De Backer, W (June 2013). "Obstructive sleep apnea/hypopnea syndrome". Panminerva medica. 55 (2): 191–5. PMID 23676959.
  6. "How Is Sleep Apnea Treated?". NHLBI. July 10, 2012. Retrieved 18 August 2016.
  7. ୭.୦ ୭.୧ ୭.୨ Global Surveillance, Prevention and Control of Chronic Respiratory Diseases: A Comprehensive Approach (in ଇଂରାଜୀ). World Health Organization. 2007. p. 32. ISBN 9789241563468.
  8. Ferri, Fred F. (2014). Ferri's Clinical Advisor 2015: 5 Books in 1 (in ଇଂରାଜୀ). Elsevier Health Sciences. p. 1090. ISBN 9780323084307.
  9. Auth, Patrick C. (2012). Physician Assistant Review (in ଇଂରାଜୀ) (4 ed.). Lippincott Williams & Wilkins. p. 40. ISBN 9781451171297.
  10. Yentis, Steven M.; Hirsch, Nicholas P.; Ip, James (2013). Anaesthesia and Intensive Care A-Z: An Encyclopedia of Principles and Practice (in ଇଂରାଜୀ). Elsevier Health Sciences. p. 428. ISBN 9780702053757.