ସମ୍ବିତ ରାଉତରାୟ
ସମ୍ବିତ ରାଉତରାୟ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ଦାମୋଦର ରାଉତ |
ପର ଅଧିକାରୀ | ସମ୍ପଦ ଚନ୍ଦ୍ର ସ୍ୱାଇଁ |
ନିର୍ବାଚନ ମଣ୍ଡଳୀ | ପାରାଦ୍ୱୀପ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୧ ମାର୍ଚ୍ଚ ୧୯୭୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଗୀତାଞ୍ଜଳି ରାଉତରାୟ |
ସନ୍ତାନ | ୨ |
ବାପା/ବୋଉ | ଦାମୋଦର ରାଉତ (ବାପା) ସ୍ନେହା ରାଉତ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
ସମ୍ବିତ ରାଉତରାୟ (ଜନ୍ମ: ୨୧ ମାର୍ଚ୍ଚ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସମ୍ବିତ ରାଉତରାୟ ୧୯୭୩ ମସିହାର ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦାମୋଦର ରାଉତ ଓ ମାଆଙ୍କ ନାମ ସ୍ନେହା ରାଉତ ଏବଂ ପତ୍ନୀଙ୍କ ନାମ ଗୀତାଞ୍ଜଳି ରାଉତରାୟ ।[୧] ତାଙ୍କ ବାପା ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ତଥା ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୨] ତାଙ୍କ ପତ୍ନୀ ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାସ୍ତ ହୋଇଥିଲେ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ସମ୍ବିତ ରାଉତରାୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Sambit Routray". odishaassembly.nic.in. Odisha Assembly. Retrieved 28 April 2022.
- ↑ "BJD-backed candidate among 8 held for attack on Rout's vehicle". The New Indian Express. Archived from the original on 2022-04-28. Retrieved 2022-04-28.
{{cite web}}
:|archive-date=
/|archive-url=
timestamp mismatch; 2022-02-22 suggested (help) - ↑ "General Election to Assembly Constituencies 2024: Paradeep (Odisha)". Election Commission of India. Retrieved 27 June 2024.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Sambit Routray-ସମ୍ପର୍କିତ ମିଡ଼ିଆ