ସାଗର ଦାସ

ଉଇକିପିଡ଼ିଆ‌ରୁ
(Sagar Dasରୁ ଲେଉଟି ଆସିଛି)
ସାଗର କୁମାର ଦାସ
Born
ସାଗର କୁମାର ଦାସ

(1940-05-31)୩୧ ମଇ ୧୯୪୦
Died୭ ନଭେମ୍ବର ୨୦୧୭(2017-11-07) (ବୟସ ୭୭)
ସହିଦନଗର, ଭୁବନେଶ୍ୱର
Occupationଓଡ଼ିଆ ହାସ୍ୟ ଅଭିନେତା
Years active୧୯୬୫ - ୧୯୮୯
Spouseଜ୍ଞାନଦା ଦାସ
Childrenସବୁଜ,ବେଞ୍ଜାମିନ,ବୁକି,ସାଗରିକା
Parentପ୍ରଭାତ ଚନ୍ଦ୍ର ଦାସ[୧]

ସାଗର ଦାସ, (୧୯୪୦ - ୨୦୧୭; ସାଗର ଦାସ ଭାବରେ ଜଣା) ଜଣେ ଓଡ଼ିଆ କଥାଚିତ୍ର ଜଗତର ହାସ୍ୟ ଅଭିନେତା ଥିଲେ ।[୨] ସେ ୧୯୬୮ ମସିହାରେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅଦିନ ମେଘ, ଭାଇ ଭାଉଜ, କିଏ କାହାର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶେଷ ଓଡ଼ିଆ କଥାଚିତ୍ର ଥିଲା ପଞ୍ଚୁ ପାଣ୍ଡବ[୨] ସେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା "ସଙ୍ଗ ଆଣ୍ଡ ଡ୍ୟାନ୍ସ"ରେ ଜଣେ ଅଭିନେତା ଭାବରେ ଚାକିରି କରି ୨୦୦୦ମସିହାରେ ଅବସର ନେଇଥିଲେ ।[୨]

'ଉଡ଼ି ଉଡ଼ି ଉଡ଼ି ଯାଏରେ ମୋର ଗୁଡ଼ି', 'ଅଳପ ହସରେ ଅନେକ ଆଶାର', 'ପରଦେଶୀ ବନ୍ଧୁ ତୁମେ', 'ସାବି ସାବି ତୁ ତ ମୋର ନାଲିପାନ ବିବି' ଇତ୍ୟାଦି ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କର ଅଭିନୟ କୌଶଳ ଦେଖିବାକୁ ମିଳିଥିଲା ।

ପରିବାର[ସମ୍ପାଦନା]

ସାଗର ଦାସ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପା ପ୍ରଭାତ ଚନ୍ଦ୍ର ଦାସ ଭାରତ ସରକାରଙ୍କ ସଙ୍ଗୀତ ଓ ନାଟକ ବିଭାଗ କଳାକାର ଭାବରେ କାର୍ଯ୍ୟ କରୁଥିଲେ ।[୨] ସାଗରଙ୍କର ପତ୍ନୀ ଥିଲେ ଜ୍ଞାନଦା ।[୨]

ଅଭିନୟ ଜୀବନ[ସମ୍ପାଦନା]

ସାଗର ଦାସ ୧୯୬୫ ମସିହାରେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ୧୯୬୭ ମସିହାରେ ଭାଇ ଭାଉଜ, ୧୯୬୮ରେ କିଏ କାହାର[୩], ୧୯୭୦ ମସିହାରେ ଅଦିନ ମେଘ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ଓଡ଼ିଆ କଥାଚିତ୍ର ପଞ୍ଚୁ ପାଣ୍ଡବ ଥିଲା ତାଙ୍କ ଅଭିନୀତ ଶେଷ ଓଡ଼ିଆ କଥାଚିତ୍ର ।[୨][୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୧୯୬୫ ଅଭିନେତ୍ରୀ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୬୭ ଭାଇ ଭାଉଜ
୧୯୬୮ କିଏ କାହାର
୧୯୭୦ ଅଦିନ ମେଘ
୧୯୮୯ ପଞ୍ଚୁ ପାଣ୍ଡବ ଶେଷ ଓଡ଼ିଆ କଥାଚିତ୍ର

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସିନେ କ୍ରିଟିକ ସମ୍ମାନ
  • କଟକ ପୌରପରିଷଦ କଳାକାର ସମ୍ମାନ[୫]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2017-11-10. Retrieved 2017-11-07. {{cite web}}: Cite has empty unknown parameter: |1= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ" (PDF). ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 20 February 2020. Retrieved 5 September 2018.{{cite news}}: CS1 maint: unrecognized language (link)
  3. "Classic in theatre after 42 years". www.telegraphindia.com. Retrieved 6 September 2018.
  4. ଧରିତ୍ରୀ ୦୭/୧୧/୨୦୧୭ ପୃଷ୍ଠା ୨୦ http://www.dharitri.com/e-Paper/Bhubaneswar/071117/p20.htm. Retrieved 7 November 2017. {{cite news}}: Missing or empty |title= (help)
  5. "ଆର୍କାଇଭ୍ କପି". ପ୍ରମେୟ ୦୭/୧୧/୨୦୧୭ ପୃଷ୍ଠା ୧୬. Archived from the original on 10 November 2017. Retrieved 7 November 2017. {{cite news}}: Cite has empty unknown parameter: |1= (help)

ଅଧିକ ତଥ୍ୟ[ସମ୍ପାଦନା]