ସାଗର ଦାସ

ଉଇକିପିଡ଼ିଆ ରୁ
Jump to navigation Jump to search
ସାଗର କୁମାର ଦାସ
ଜନ୍ମ ଓ ଜନ୍ମସ୍ଥାନ
ସାଗର କୁମାର ଦାସ

୩୧ ମଇ ୧୯୪୦(1940-05-31)
ମୃତ୍ୟୁ୭ ନଭେମ୍ବର ୨୦୧୭ (୭୭ ବର୍ଷ)
ସହିଦନଗର, ଭୁବନେଶ୍ୱର
ଜୀବିକାଓଡ଼ିଆ ହାସ୍ୟ ଅଭିନେତା
କାର୍ଯ୍ୟକାଳ୧୯୬୫ - ୧୯୮୯
ଜୀବନସାଥିଜ୍ଞାନଦା ଦାସ
ସନ୍ତାନସବୁଜ,ବେଞ୍ଜାମିନ,ବୁକି,ସାଗରିକା
ବାପା ବୋଉପ୍ରଭାତ ଚନ୍ଦ୍ର ଦାସ[୧]

ସାଗର ଦାସ, (୧୯୪୦ - ୨୦୧୭; ସାଗର ଦାସ ଭାବରେ ଜଣା) ଜଣେ ଓଡ଼ିଆ କଥାଚିତ୍ର ଜଗତର ହାସ୍ୟ ଅଭିନେତା ଥିଲେ ।[୨] ସେ ୧୯୬୮ ମସିହାରେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅଦିନ ମେଘ, ଭାଇ ଭାଉଜ, କିଏ କାହାର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶେଷ ଓଡ଼ିଆ କଥାଚିତ୍ର ଥିଲା ପଞ୍ଚୁ ପାଣ୍ଡବ[୨] ସେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା "ସଙ୍ଗ ଆଣ୍ଡ ଡ୍ୟାନ୍ସ"ରେ ଜଣେ ଅଭିନେତା ଭାବରେ ଚାକିରି କରି ୨୦୦୦ମସିହାରେ ଅବସର ନେଇଥିଲେ ।[୨]

'ଉଡ଼ି ଉଡ଼ି ଉଡ଼ି ଯାଏରେ ମୋର ଗୁଡ଼ି', 'ଅଳପ ହସରେ ଅନେକ ଆଶାର', 'ପରଦେଶୀ ବନ୍ଧୁ ତୁମେ', 'ସାବି ସାବି ତୁ ତ ମୋର ନାଲିପାନ ବିବି' ଇତ୍ୟାଦି ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କର ଅଭିନୟ କୌଶଳ ଦେଖିବାକୁ ମିଳିଥିଲା ।

ପରିବାର[ସମ୍ପାଦନା]

ସାଗର ଦାସ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପା ପ୍ରଭାତ ଚନ୍ଦ୍ର ଦାସ ଭାରତ ସରକାରଙ୍କ ସଙ୍ଗୀତ ଓ ନାଟକ ବିଭାଗ କଳାକାର ଭାବରେ କାର୍ଯ୍ୟ କରୁଥିଲେ ।[୨] ସାଗରଙ୍କର ପତ୍ନୀ ଥିଲେ ଜ୍ଞାନଦା ।[୨]

ଅଭିନୟ ଜୀବନ[ସମ୍ପାଦନା]

ସାଗର ଦାସ ୧୯୬୫ ମସିହାରେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ୧୯୬୭ ମସିହାରେ ଭାଇ ଭାଉଜ, ୧୯୬୮ରେ କିଏ କାହାର[୩], ୧୯୭୦ ମସିହାରେ ଅଦିନ ମେଘ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ୧୯୮୯ ମସିହାରେ ଓଡ଼ିଆ କଥାଚିତ୍ର ପଞ୍ଚୁ ପାଣ୍ଡବ ଥିଲା ତାଙ୍କ ଅଭିନୀତ ଶେଷ ଓଡ଼ିଆ କଥାଚିତ୍ର ।[୨][୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୧୯୬୫ ଅଭିନେତ୍ରୀ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୬୭ ଭାଇ ଭାଉଜ
୧୯୬୮ କିଏ କାହାର
୧୯୭୦ ଅଦିନ ମେଘ
୧୯୮୯ ପଞ୍ଚୁ ପାଣ୍ଡବ ଶେଷ ଓଡ଼ିଆ କଥାଚିତ୍ର

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସିନେ କ୍ରିଟିକ ସମ୍ମାନ
  • କଟକ ପୌରପରିଷଦ କଳାକାର ସମ୍ମାନ[୫]

ଆଧାର[ସମ୍ପାଦନା]

  1. http://samajalive.in/post.php?ref=12114&post=%E0%AC%B2%E0%AC%B9-%E0%AC%A6%E0%AC%87%E0%AC%97%E0%AC%B2-%E0%AC%B9%E0%AC%B8%E0%AC%B0-%E0%AC%B8%E0%AC%A6%E0%AC%97%E0%AC%B0
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "ବରିଷ୍ଠ ହାସ୍ୟ ଅଭିନେତା ସାଗର କୁମାର ଦାସ". ଧ୍ୱନି ପ୍ରତିଧ୍ୱନି (in Odia). ଓଡ଼ିଶା. 12 August 2018. p. 6. Archived from the original (PDF) on 5 September 2018. Retrieved 5 September 2018.CS1 maint: Unrecognized language (link)
  3. "Classic in theatre after 42 years". www.telegraphindia.com. Retrieved 6 September 2018.
  4. ଧରିତ୍ରୀ ୦୭/୧୧/୨୦୧୭ ପୃଷ୍ଠା ୨୦ http://www.dharitri.com/e-Paper/Bhubaneswar/071117/p20.htm. Retrieved 7 November 2017. Missing or empty |title= (help)
  5. ପ୍ରମେୟ ୦୭/୧୧/୨୦୧୭ ପୃଷ୍ଠା ୧୬ http://epaper.prameyanews.com/imageview_2390_523249_4_71_07-11-2017_i_1_sf.html. Retrieved 7 November 2017. Missing or empty |title= (help)

ଅଧିକ ତଥ୍ୟ[ସମ୍ପାଦନା]