Jump to content

ରାଇମତି ଘିଉ‌ରିଆ

ଉଇକିପିଡ଼ିଆ‌ରୁ
(Raimati Gheuriaରୁ ଲେଉଟି ଆସିଛି)
ଡକ୍ଟର

ରାଇମତି ଘିଉ‌ରିଆ
ରାଇମତି ଘିଉ‌ରିଆ
ଜନ୍ମ୧୯୮୭
ନୁଆଗୁଡା, କୁନ୍ଦୁରା ବ୍ଳକ, କୋରାପୁଟ ଜିଲ୍ଲା
ଜାତୀୟତାଭାରତୀୟ
ବୃତ୍ତିଚାଷ
ପ୍ରସିଦ୍ଧିଦେଶୀ ଧାନ ଓ ମାଣ୍ଡିଆ ବିହନ ସଂରକ୍ଷଣ
ପୁରସ୍କାରରାଷ୍ଟ୍ରପତିଙ୍କଦ୍ୱାରା ସମ୍ମାନଜନକ ଡକ୍ଟରେଟ ଉପାଧ

ରାଇମତି ଘିଉ‌ରିଆ କୋରାପୁଟ ଜିଲ୍ଲାର ନୁଆଗୁଡା ଗ୍ରାମରେ ଜନ୍ମିତ ଏବଂ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ଡକ୍ଟରେଟ ଉପାଧୀରେ ସମ୍ମାନିତ ଚାଷୀ । ସେ ୭୨ ସ୍ୱଦେଶୀ ଧାନ ବିହନ କିସମ ସହିତ ୩୦ କିସମର ମାଣ୍ଡିଆ ନିଜ ଜମିରେ ଚାଷ କରି ସେଗୁଡିକର ସଂରକ୍ଷଣ କରିପାରିଛନ୍ତି ।[] ଭିନ୍ନ ଭିନ୍ନ କିସମର ମାଣ୍ଡିଆ ଚାଷରେ ତାଙ୍କର ପାରଦର୍ଶିତା ଯୋଗୁଁ କୋରାପୁଟ ଜିଲ୍ଲାରେ ସେ ମଧ୍ୟ "ମାଣ୍ଡିଆ ରାଣୀ" ନାମରେ ପରିଚିତ ।[][][]

ଜୀବନୀ

[ସମ୍ପାଦନା]

ରାଇମତି, କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଳକ ତଥା ଲିମା ପଞ୍ଚାୟତ ଅନ୍ତର୍ଗତ ନୁଆଗୁଡା ଗ୍ରାମରେ ଏକ ଭୁମିଆ ସଂପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୬ଷ୍ଠ ଶ୍ରେଣୀ ଯାଏଁ ପ୍ରାଥମିକ ଶିକ୍ଷାଲାଭ ପରେ ଅର୍ଥାଭାବରୁ ପାଠରେ ଡୋରି ବାନ୍ଧି ଏକ ଦିନ ମଜୁରିଆ ଭାବେ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପଦ୍ମଶ୍ରୀ କମଳା ପୁଜାରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ[] ଏହି ମହିଳା, କୃଷି ବୈଜ୍ଞାନିକ ଏମ୍ ଏସ୍ ସ୍ୱାମିନାଥଙ୍କ ପରାମର୍ଶରେ ଲୋପ ପାଉଥିବା ବିଭିନ୍ନ କିସମର ମାଣ୍ଡିଆ ଚାଷ କରି ସେଗୁଡିକର ସଂରକ୍ଷଣ କରିଥିଲେ ।[][]

କାର୍ଯ୍ୟାବଳୀ

[ସମ୍ପାଦନା]

ସେ ଜୟପୁରସ୍ଥିତ MS Swaminathan Research Foundationରେ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ପାଇଥିଲେ । ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୭୨ ସ୍ୱଦେଶୀ ଧାନ ବିହନ କିସମ ସହିତ ୩୦ କିସମର ମାଣ୍ଡିଆ ସଂରକ୍ଷଣ ତଥା ଜୈବିକ ଚାଷ କରି ଲୋକ ଲୋଚନକୁ ଆସିଥିଲେ । ତାଙ୍କରି ପ୍ରେରଣାରେ ଅନେକ ମହିଳା ମାଣ୍ଡିଆ ଚାଷରେ ସଫଳତା ହାସଲ କରି ଉପାର୍ଜନକ୍ଷମ ହେବାରେ ସକ୍ଷମ ହୋଇଛନ୍ତି । ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ କରିବା ସମ୍ପର୍କରେ ସେ ସେହି ଅଞ୍ଚଳର ଅନେକ ପୁରୁଷ ଓ ମହିଳାଙ୍କୁ ତାଲିମ ଦେଇଛନ୍ତି । ଏତଦ୍‌ବ୍ୟତୀତ ତାଙ୍କରି ପରିବାରଦ୍ୱାରା ପ୍ରଦତ୍ତ ଜମିରେ ନିଜ ଗ୍ରାମରେ ସ୍ଥାପିତ ଏକ କୃଷି ବିଦ୍ୟାଳୟ ତାଙ୍କ ଅଞ୍ଚଳରେ ପାରମ୍ପରିକ କୃଷି କ୍ଷେତ୍ରରେ ଜ୍ଞାନର ଆଦାନ ପ୍ରଦାନ କ୍ଷେତ୍ରରେ ସହାୟକ ହୋଇଥିଲା ।[]

ସଂରକ୍ଷିତ ବିହନ କିସମ

[ସମ୍ପାଦନା]

ରାଇମତିଙ୍କଦ୍ୱାରା ସଂରକ୍ଷିତ କିଛି ଦେଶୀ ମାଣ୍ଡିଆ କିସମ ହେଲା :

  • ବାଟି ମାଣ୍ଡିଆ
  • ମାମି ମାଣ୍ଡିଆ
  • ଭାଡି ମାଣ୍ଡିଆ
  • କାଳିଆ ମାଣ୍ଡିଆ
  • କାନ୍ତମେରା ମାଣ୍ଡିଆ
  • ଜି. ପି. ୟୁ-୨୮ ମାଣ୍ଡିଆ
  • ପଣକା ଖାଇ ମାଣ୍ଡିଆ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଜି-୨୦ ଶିଖର ସମ୍ମୀଳନିରେ ଆନ୍ତରାଷ୍ଟ୍ରୀୟ ମିଲେଟ (ଶ୍ରୀ ଅନ୍ନ) ବର୍ଷ-୨୦୨୪ ଅବସରରେ ଏକ ସମ୍ମାନିତ ଅତିଥି ରୂପେ ସେ ନିମନ୍ତ୍ରିତ ହୋଇଥିଲେ ।[]
  • ୨୦୧୨ ମସିହାରେ ସେ 2012ରେ ଜୀନମ ସେଭର କମ୍ୟୁନିଟି ପୁରସ୍କାରପ୍ରାପ୍ତ ଦଳର ସଦସ୍ୟ []
  • ପାରମ୍ପରିକ କୃଷି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ୨୦୨୪ ମସିହାରେ ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଦ୍ୱାରା ସମ୍ମାନଜନକ ଡକ୍ଟରେଟ ଉପାଧୀରେ ସମ୍ମାନିତ[]
  • Times Network Amazing Indians Awards 2024 ସମ୍ମାନରେ ସମ୍ମାନିତ []
  • Best Farer Award from ICAR-IISWC, Sunabeda, (୨୦୧୬) [୧୦]
  • Best Farmer Award at the Traditional Food Festival by TATA Steel, Nuamundi, (୨୦୧୮)[୧୦]
  1. NEWS, OMMCOM (2024-12-05). "Raimati Ghiuria's Tireless Efforts To Promote Millets Earn Her Honorary Doctorate From Prez Droupadi Murmu | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2024-12-06.
  2. 1 2 Bharat, E. T. V. (2024-12-05). "Koraput's Grain Guardian Raimati Gheuria Honoured With Doctorate By Prez Murmu". ETV Bharat News (in ଇଂରାଜୀ). Retrieved 2024-12-06.
  3. 1 2 3 Nayak, Subadh (2024-12-05). "Queen of Millets Raimati Gheuria honoured with honorary doctorate by President Murmu". KalingaTV (in ଆମେରିକୀୟ ଇଂରାଜୀ). Retrieved 2024-12-06.
  4. "Dr Khadar Lifestyleଙ୍କ ପୋଷ୍ଟ". YouTube. Retrieved 2024-12-11.
  5. "Raimati Ghiuria: Meet the woman from Odisha's Koraput who is called as the Queen of Millets". The Economic Times. 2023-12-23. ISSN 0013-0389. Retrieved 2024-12-06.
  6. "President Confers Honorary Doctorate On Odisha's 'Millet Queen' Raimati Gheuria". OdishaBytes (in ଆମେରିକୀୟ ଇଂରାଜୀ). 2024-12-05. Retrieved 2024-12-06.
  7. "Raimati and MSSRF – together for a cause since 2002 |". www.mssrf.org. Retrieved 2024-12-11.
  8. Bharat, E. T. V. (2024-12-05). "कोरापुट की 'ग्रेन गार्जियन' रायमती घिउरिया को राष्ट्रपति मुर्मू ने डॉक्टरेट की उपाधि से सम्मानित किया". ETV Bharat News (in ହିନ୍ଦୀ). Retrieved 2024-12-06.
  9. chief, Editor in. "President Confers Honorary Doctorate On Odisha's 'Millet Queen' Raimati Gheuria". Odisha news today, Latest Oriya News Bhubaneswar (in ଆମେରିକୀୟ ଇଂରାଜୀ). Retrieved 2024-12-06. {{cite web}}: |first= has generic name (help)
  10. 1 2 "Meet Tribal Trailblazer Raimata Ghiruria, The Queen of Millets Who Grows And Preserves 30 Types of Rare Nutritious Grains". www.india.com (in ଇଂରାଜୀ). Retrieved 2024-12-06.

ଅଧିକ ତଥ୍

[ସମ୍ପାଦନା]