ମାଣ୍ଡିଆ
ମାଣ୍ଡିଆ ହେଉଛି ଏକ ବାଜରା ଜାତୀୟ ଲଘୁ ଶସ୍ୟ । ଏହା ମୁଖ୍ୟତଃ ଦକ୍ଷିଣ ପୂର୍ବ ଏସିଆ ମହାଦେଶରେେ ବହୂଳ ଭାବେ ଚାଷ କରାଯାଏ । ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ମାଣ୍ଡିଆ ଫସଲ ସବୁପ୍ରକାର ଜମିରେ ଚାଷ କରାଯାଇ ପାରିବ। ଭାରତରେ ବହୂଳ ବ୍ୟବହୃତ ମାଣ୍ଡିଆର ବୈଜ୍ଞାନିକ ନାମ ହେଲା ପାନିକମ୍ ସୁମାତ୍ରିନ୍ସ (Panicum sumatrense) । ପାରମ୍ପପରିକ ଓଡ଼ିଆ ଖାଦ୍ୟ ଜାଉ ମୁଖ୍ୟତଃ ମାଣ୍ଡିଆ, ଚାଉଳ, ଯବ ଓ ଖୁଦରୁ ତିଆରି କରାଯାଇଥାଏ ।
ବିଶେଷତ୍ଵ
[ସମ୍ପାଦନା]ଅତି ପୁରାତନ କାଳରୁ “ମାଣ୍ଡିଆ” ଗ୍ରାମାଞ୍ଚଳର ଲୋକମାନଙ୍କର ଏକ ପ୍ରିୟ ଖାଦ୍ଯ ରୂପେ ପରିଚିତ । ଖାଦ୍ୟସାରରେ ଭରପୁର ଏହା ଏକ ଉପାଦେୟ ଶସ୍ୟ । ଏଥିରେ ୪ ଗୋଟି ଅତ୍ୟାବଶ୍ୟକୀୟ ଆମିନୋଏସିଡ (ସିଷ୍ଟିନ,ଟାଇରୋସିନ,ଟ୍ରିପଫିନ ଓ ମିଥିଓନଇନ) ଥିବା ସହିତ ପ୍ରଚୁର ପରିମାଣର ପୁଷ୍ଟିସାର, ସ୍ନେହସାର ,ଶ୍ଵେତସାର ,ଖଣିଜ ଦ୍ରବଣ , କ୍ୟାଲସିୟମ,ଫସ୍ଫରସ, ଲୌହ ଓ ତନ୍ତୁଭାଗ ଭାରି ରହିଛି । ତେଣୁ ଗୁଣାତ୍ମକ ମାନ ଦୁଷ୍ଟିରୁ ଧାନ,ମକା ଓ ଗହମ ଠାରୁ ମଣ୍ଡିଆ ସବୁ ଦିଗରୁ ଉନ୍ନତ । ଏଣୁ ଏହା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଦିଆଯାଏ । ବହୁମୂତ୍ର ରୋଗୀମାନଙ୍କ ପାଇଁ ଏହା ଏକ ଉପାଦେଯ ଖାଦ୍ଯ ଅଟେ । ସବୁଜ ମାଣ୍ଡିଆ ଗଛରୁ ସାଇଲେଜ ତିଆରି କରି ଗୋ-ଖାଦ୍ଯ ରୂପେ ମଧ୍ୟ ବ୍ୟବହାର କରାଯାଏ ।
ମାଣ୍ଡିଆର ଋତୁ ଅନୁକୁଳ ତଥା ପୌଷ୍ଟିକ ଗୁଣ ଯୋଗୁଁ ମିଳିତ ଜାତିସଂଘ ଅନ୍ତର୍ଗତ ଖାଦ୍ୟ ଏବଂ କୃଷି ସଂଗଠନ ମାଣ୍ଡିଆର ସ୍ୱାସ୍ଥ୍ୟଗତ ଏବଂ ପୁଷ୍ଟିକର ଉପକାରିତା ବିଷୟରେ ସଚେତନତା ପାଇଁ ୨୦୨୩ ମସିହାକୁ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବରେ ସ୍ୱୀକୃତି ଦେଇଛି |[୧]
ରାଇମତି ଘିଉରିଆ ବିଲୁପ୍ତ ପ୍ରାୟ ୩୦ କିସମର ମାଣ୍ଡିଆ ନିଜ ଜମିରେ ଚାଷ କରି ସେଗୁଡିକର ସଂରକ୍ଷଣ କରିପାରିଛନ୍ତି ।[୨] ଭିନ୍ନ ଭିନ୍ନ କିସମର ମାଣ୍ଡିଆ ଚାଷରେ ତାଙ୍କର ପାରଦର୍ଶିତା ଯୋଗୁଁ କୋରାପୁଟ ଜିଲ୍ଲାରେ ସେ ମଧ୍ୟ "ମାଣ୍ଡିଆ ରାଣୀ" ନାମରେ ପରିଚିତ ।[୩][୪][୫]
ଚାଷ ପ୍ରଣାଳୀ
[ସମ୍ପାଦନା]ମାଣ୍ଡିଆ ଏକ ଗ୍ରୀଷ୍ମ ମଣ୍ଡଳୀୟ ଫସଲ ହେଲେ ମଧ୍ୟ ଏହା ଏକ ଋତୁ ଅନୁକୂଳ ଫସଲ ହୋଇଥିବାରୁ ବର୍ଷସାରା ଚାଷ କରାଯାଇପାରିବ । ମାଣ୍ଡିଆ ମାତ୍ର ୪୦-୬୦ ସେ.ମି ଜଳ ଆବଶ୍ୟକ କରେ । ସମତଳ, ନିଗିଡା ଢିପ ଜମି ମାଣ୍ଡିଆ ଚାଷ ପାଇଁ ଉପଯୁକ୍ତ । ଲୁଣୀ ମାଟିରେ ମଧ୍ୟ ମାଣ୍ଡିଆ ଚାଷ କରାଯାଇ ପାରିବ । ଏହା ଖୁବ କମ ପାଣି ଦରକାର କରିବା ହେତୁ ବର୍ଷର ସବୁ ସମୟରେ ମାଣ୍ଡିଆ ଚାଷ କରାଯାଇ ପାରେ । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରବି ଋତୁର ପୂର୍ବବର୍ତ୍ତୀ ଫସଲ ରୂପେ ଏହାକୁ ଚାଷ କଲେ ଜଳସେଚନ ଆବଶ୍ୟକ ହୁଏ ନାହିଁ ।
ଆଧାର
[ସମ୍ପାଦନା]- ↑ "Home | International Year of Millets 2023 | Food and Agriculture Organization of the United Nations". InternationalYearOfMillets (in ଇଂରାଜୀ). Retrieved 2024-12-11.
- ↑ NEWS, OMMCOM (2024-12-05). "Raimati Ghiuria's Tireless Efforts To Promote Millets Earn Her Honorary Doctorate From Prez Droupadi Murmu | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2024-12-06.
- ↑ Bharat, E. T. V. (2024-12-05). "Koraput's Grain Guardian Raimati Gheuria Honoured With Doctorate By Prez Murmu". ETV Bharat News (in ଇଂରାଜୀ). Retrieved 2024-12-06.
- ↑ Nayak, Subadh (2024-12-05). "Queen of Millets Raimati Gheuria honoured with honorary doctorate by President Murmu". KalingaTV (in ଆମେରିକୀୟ ଇଂରାଜୀ). Retrieved 2024-12-06.
- ↑ "Dr Khadar Lifestyleଙ୍କ ପୋଷ୍ଟ". YouTube. Retrieved 2024-12-11.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |