Jump to content

ରାଇମତି ଘିଉ‌ରିଆ

ଉଇକିପିଡ଼ିଆ‌ରୁ
ଡକ୍ଟର

ରାଇମତି ଘିଉ‌ରିଆ
ରାଇମତି ଘିଉ‌ରିଆ
ଜନ୍ମ୧୯୮୭
ନୁଆଗୁଡା, କୁନ୍ଦୁରା ବ୍ଳକ, କୋରାପୁଟ ଜିଲ୍ଲା
ଜାତୀୟତାଭାରତୀୟ
ବୃତ୍ତିଚାଷ
ପ୍ରସିଦ୍ଧିଦେଶୀ ଧାନ ଓ ମାଣ୍ଡିଆ ବିହନ ସଂରକ୍ଷଣ
ପୁରସ୍କାରରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନଜନକ ଡକ୍ଟରେଟ ଉପାଧ

ରାଇମତି ଘିଉ‌ରିଆ କୋରାପୁଟ ଜିଲ୍ଲାର ନୁଆଗୁଡା ଗ୍ରାମରେ ଜନ୍ମିତ ଏବଂ ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ଡକ୍ଟରେଟ ଉପାଧୀରେ ସମ୍ମାନିତ ଚାଷୀ । ସେ ୭୨ ସ୍ୱଦେଶୀ ଧାନ ବିହନ କିସମ ସହିତ ୩୦ କିସମର ମାଣ୍ଡିଆ ନିଜ ଜମିରେ ଚାଷ କରି ସେଗୁଡିକର ସଂରକ୍ଷଣ କରିପାରିଛନ୍ତି ।[] ଭିନ୍ନ ଭିନ୍ନ କିସମର ମାଣ୍ଡିଆ ଚାଷରେ ତାଙ୍କର ପାରଦର୍ଶିତା ଯୋଗୁଁ କୋରାପୁଟ ଜିଲ୍ଲାରେ ସେ ମଧ୍ୟ "ମାଣ୍ଡିଆ ରାଣୀ" ନାମରେ ପରିଚିତ ।[][][]

ଜୀବନୀ

[ସମ୍ପାଦନା]

ରାଇମତି, କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଳକ ତଥା ଲିମା ପଞ୍ଚାୟତ ଅନ୍ତର୍ଗତ ନୁଆଗୁଡା ଗ୍ରାମରେ ଏକ ଭୁମିଆ ସଂପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୬ଷ୍ଠ ଶ୍ରେଣୀ ଯାଏଁ ପ୍ରାଥମିକ ଶିକ୍ଷାଲାଭ ପରେ ଅର୍ଥାଭାବରୁ ପାଠରେ ଡୋରି ବାନ୍ଧି ଏକ ଦିନ ମଜୁରିଆ ଭାବେ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପଦ୍ମଶ୍ରୀ କମଳା ପୁଜାରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ[] ଏହି ମହିଳା, କୃଷି ବୈଜ୍ଞାନିକ ଏମ୍ ଏସ୍ ସ୍ଵାମିନାଥଙ୍କ ପରାମର୍ଶରେ ଲୋପ ପାଉଥିବା ବିଭିନ୍ନ କିସମର ମାଣ୍ଡିଆ ଚାଷ କରି ସେଗୁଡିକର ସଂରକ୍ଷଣ କରିଥିଲେ ।[][]

କାର୍ଯ୍ୟାବଳୀ

[ସମ୍ପାଦନା]

ସେ ଜୟପୁରସ୍ଥିତ MS Swaminathan Research Foundationରେ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ପାଇଥିଲେ । ପରବର୍ତ୍ତୀ ସମୟରେ ଲୋପ ପାଇଯାଉଥିବା ପ୍ରାୟ ୭୨ ସ୍ୱଦେଶୀ ଧାନ ବିହନ କିସମ ସହିତ ୩୦ କିସମର ମାଣ୍ଡିଆ ସଂରକ୍ଷଣ ତଥା ଜୈବିକ ଚାଷ କରି ଲୋକ ଲୋଚନକୁ ଆସିଥିଲେ । ତାଙ୍କରି ପ୍ରେରଣାରେ ଅନେକ ମହିଳା ମାଣ୍ଡିଆ ଚାଷରେ ସଫଳତା ହାସଲ କରି ଉପାର୍ଜନକ୍ଷମ ହେବାରେ ସକ୍ଷମ ହୋଇଛନ୍ତି । ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ କରିବା ସମ୍ପର୍କରେ ସେ ସେହି ଅଞ୍ଚଳର ଅନେକ ପୁରୁଷ ଓ ମହିଳାଙ୍କୁ ତାଲିମ ଦେଇଛନ୍ତି । ଏତଦ୍‌ବ୍ୟତୀତ ତାଙ୍କରି ପରିବାର ଦ୍ଵାରା ପ୍ରଦତ୍ତ ଜମିରେ ନିଜ ଗ୍ରାମରେ ସ୍ଥାପିତ ଏକ କୃଷି ବିଦ୍ୟାଳୟ ତାଙ୍କ ଅଞ୍ଚଳରେ ପାରମ୍ପରିକ କୃଷି କ୍ଷେତ୍ରରେ ଜ୍ଞାନର ଆଦାନ ପ୍ରଦାନ କ୍ଷେତ୍ରରେ ସହାୟକ ହୋଇଥିଲା ।[]

ସଂରକ୍ଷିତ ବିହନ କିସମ

[ସମ୍ପାଦନା]

ରାଇମତିଙ୍କ ଦ୍ୱାରା ସଂରକ୍ଷିତ କିଛି ଦେଶୀ ମାଣ୍ଡିଆ କିସମ ହେଲା :

  • ଵାଟି ମାଣ୍ଡିଆ
  • ମାମି ମାଣ୍ଡିଆ
  • ଭାଡି ମାଣ୍ଡିଆ
  • କାଳିଆ ମାଣ୍ଡିଆ
  • କାନ୍ତମେରା ମାଣ୍ଡିଆ
  • ଜି. ପି. ୟୁ-୨୮ ମାଣ୍ଡିଆ
  • ପଣକା ଖାଇ ମାଣ୍ଡିଆ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଜି-୨୦ ଶିଖର ସମ୍ମୀଳନିରେ ଆନ୍ତରାଷ୍ଟ୍ରୀୟ ମିଲେଟ (ଶ୍ରୀ ଅନ୍ନ) ବର୍ଷ-୨୦୨୪ ଅବସରରେ ଏକ ସମ୍ମାନିତ ଅତିଥି ରୂପେ ସେ ନିମନ୍ତ୍ରିତ ହୋଇଥିଲେ ।[]
  • ୨୦୧୨ ମସିହାରେ ସେ 2012ରେ ଜୀନମ ସେଭର କମ୍ୟୁନିଟି ପୁରସ୍କାରପ୍ରାପ୍ତ ଦଳର ସଦସ୍ୟ []
  • ପାରମ୍ପରିକ କୃଷି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ୨୦୨୪ ମସିହାରେ ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ସମ୍ମାନଜନକ ଡକ୍ଟରେଟ ଉପାଧୀରେ ସମ୍ମାନିତ[]
  • Times Network Amazing Indians Awards 2024 ସମ୍ମାନରେ ସମ୍ମାନିତ []
  • Best Farer Award from ICAR-IISWC, Sunabeda, (୨୦୧୬) [୧୦]
  • Best Farmer Award at the Traditional Food Festival by TATA Steel, Nuamundi, (୨୦୧୮)[୧୦]
  1. NEWS, OMMCOM (2024-12-05). "Raimati Ghiuria's Tireless Efforts To Promote Millets Earn Her Honorary Doctorate From Prez Droupadi Murmu | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2024-12-06.
  2. ୨.୦ ୨.୧ Bharat, E. T. V. (2024-12-05). "Koraput's Grain Guardian Raimati Gheuria Honoured With Doctorate By Prez Murmu". ETV Bharat News (in ଇଂରାଜୀ). Retrieved 2024-12-06.
  3. ୩.୦ ୩.୧ ୩.୨ Nayak, Subadh (2024-12-05). "Queen of Millets Raimati Gheuria honoured with honorary doctorate by President Murmu". KalingaTV (in ଆମେରିକୀୟ ଇଂରାଜୀ). Retrieved 2024-12-06.
  4. "Dr Khadar Lifestyleଙ୍କ ପୋଷ୍ଟ". YouTube. Retrieved 2024-12-11.
  5. "Raimati Ghiuria: Meet the woman from Odisha's Koraput who is called as the Queen of Millets". The Economic Times. 2023-12-23. ISSN 0013-0389. Retrieved 2024-12-06.
  6. "President Confers Honorary Doctorate On Odisha's 'Millet Queen' Raimati Gheuria". OdishaBytes (in ଆମେରିକୀୟ ଇଂରାଜୀ). 2024-12-05. Retrieved 2024-12-06.
  7. "Raimati and MSSRF – together for a cause since 2002 |". www.mssrf.org. Retrieved 2024-12-11.
  8. Bharat, E. T. V. (2024-12-05). "कोरापुट की 'ग्रेन गार्जियन' रायमती घिउरिया को राष्ट्रपति मुर्मू ने डॉक्टरेट की उपाधि से सम्मानित किया". ETV Bharat News (in ହିନ୍ଦୀ). Retrieved 2024-12-06.
  9. chief, Editor in. "President Confers Honorary Doctorate On Odisha's 'Millet Queen' Raimati Gheuria". Odisha news today, Latest Oriya News Bhubaneswar (in ଆମେରିକୀୟ ଇଂରାଜୀ). Retrieved 2024-12-06. {{cite web}}: |first= has generic name (help)
  10. ୧୦.୦ ୧୦.୧ "Meet Tribal Trailblazer Raimata Ghiruria, The Queen of Millets Who Grows And Preserves 30 Types of Rare Nutritious Grains". www.india.com (in ଇଂରାଜୀ). Retrieved 2024-12-06.

ଅଧିକ ତଥ୍ୟ

[ସମ୍ପାଦନା]