Jump to content

ପ୍ରିଏକ୍ଲାମ୍ପସିଆ

ଉଇକିପିଡ଼ିଆ‌ରୁ
(Preeclampsiaରୁ ଲେଉଟି ଆସିଛି)
ପ୍ରି-ଏକ୍ଲାମ୍ପସିଆ
A micrograph showing hypertrophic decidual vasculopathy, a finding seen in gestational hypertension and pre-eclampsia. H&E stain.
ବିଭାଗପ୍ରସୂତୀ ବିଜ୍ଞାନ[*]
ଆଇସିଡ଼ି-୧୦O11., O14.
ଆଇସିଡ଼ି-୯-ସିଏମ୍642.4-642.7
ରୋଗ ଡାଟାବେସ10494
ମେଡ଼ିସିନ-ପ୍ଲସ000898
ଇ-ମେଡ଼ିସିନmed/1905 ped/1885
MeSHD011225

ପ୍ରି-ଏକ୍ଲାମ୍ପସିଆ ବା ପିଇ (ଇଂରାଜୀରେ Pre-eclampsia or preeclampsia ସଂକ୍ଷେପରେ PE) ଏକ ଗର୍ଭାବସ୍ଥା ଜଟୀଳତା ଯେଉଁଥିରେ ରକ୍ତଚାପ ବଢ଼ିଯାଏପରିସ୍ରାରେ ପ୍ରଚୁର ଆଲବୁମିନ ଥାଏ[] ଏହି ବେମାରୀ ଗର୍ଭାବସ୍ଥାର ଶେଷ ତ୍ରୈମାସରେ ବାହାରେ । [][] ରୋଗ ସାଂଘାତିକ ହେଲେ ଲୋହିତ ରକ୍ତ କଣିକା ଫାଟିଯାଏ, ପ୍ଲାଟେଲେଟ ସଂଖ୍ୟା କମିଯାଏ, ଯକୃତ କାମ ବାଧାପ୍ରାପ୍ତ ହୁଏ, ବୃକ୍‌କ କାର୍ଯ୍ୟ ସଠିକ ହୁଏ ନାହିଁ, ଫୁଲା ଦେଖାଯାଏ, ଦୃଷ୍ଟି ଦୋଷ ହୁଏ ଓ ଫୁସ୍‌ଫୁସ୍‌ରେ ତରଳ ପଦାର୍ଥ ଜମିଯିବା ଯୋଗୁ ଛୋଟ ଛୋଟ ଶ୍ୱାସ କ୍ରିୟା ହୁଏ । [][] ପ୍ରି-ଏକ୍ଲାମ୍ପସିଆ ରୋଗ ଉଭୟ ମାତା ଓ ଗର୍ଭସ୍ଥ ଶିଶୁ ନିମନ୍ତେ କ୍ଷତିକାରକ । [] ଚିକିତ୍ସିତ ନ ହେଲେ ଅବଶେଷରେ ବାତ ମାରେ (fits) ଯାହାକୁ ଏକ୍ଲାମ୍ପସିଆ କୁହାଯାଏ । []

ପ୍ରି-ଏକ୍ଲାମ୍ପସିଆର ସଙ୍କଟ ସୃଷ୍ଟକାରୀ ଅବସ୍ଥା ମଧ୍ୟରେ ମୋଟାପଣ, ଆଗରୁ ଉଚ୍ଚ ରକ୍ତଚାପ ଉପସ୍ଥିତି, ବୟସାଧିକ୍ୟ ଓ ଡାଏବେଟିସ ମେଲିଟସ[][] ଏହି ରୋଗ ସାଧାରଣତଃ ପ୍ରଥମ ଗର୍ଭାବସ୍ଥାରେ ବା ଯାଆଁଳା ପିଲା ଜରାୟୁରେ ଥିଲେ ହୁଏ । [] ଏହି ରୋଗ ହେବାର ଅନେକ ଉପାଦାନ ମଧ୍ୟରୁ ପ୍ଲାସେଣ୍ଟାରେ ରକ୍ତନଳୀ ତିଆରି ଅସ୍ୱାଭାବିକ ଥିଲେ ହୁଏ । [] ପ୍ରସବ ପୂର୍ବରୁ ଅଧିକାଂଶ ରୋଗ କ୍ଷେତ୍ରରେ ରୋଗ ନିର୍ଣ୍ଣୟ ହୋଇଯାଏ । ପ୍ରସବ ପର ସମୟରେ କ୍ୱଚିତ ଏହି ରୋଗ ଦେଖାଯାଏ । [] ଗତାନୁଗତିକ ଭାବେ ଉଚ୍ଚ ରକ୍ତଚାପ ଥିବା ସ‌ହିତ ପରିସ୍ରାରେ ପ୍ରୋଟିନ ଥିଲେ ଏହି ରୋଗ ନିର୍ଣ୍ଣୟ ହେଉଥିଲେ ମଧ୍ୟ ଅନ୍ୟ କେତେକ ସଂଜ୍ଞା ଅନୁସାରେ ଅଙ୍ଗ ଅକ୍ଷମତାକୁ ମଧ୍ୟ ବିଚାରକୁ ନିଆଯାଏ । [][] କୋଡ଼ିଏ ସପ୍ତାହ ଗର୍ଭାବସ୍ଥା ପରେ ଚାରି ଘଣ୍ଟା ଅନ୍ତରରେ ଦୁଇ ଥର ନିଆଯାଇଥିବା ସିସ୍ଟୋଲିକ ଚାପ ୧୪୦ମିମି ପାରଦ ଓ ଡାଏସ୍ଟୋଲିକ ଚାପ ୯୦ରୁ ଅଧିକ ଥାଏ ତେବେ ଉଚ୍ଚ ରକ୍ତଚାପ ନିର୍ଣ୍ଣୟ କରାଯାଏ । [] ପ୍ରସବ ପୂର୍ବ ଯତ୍ନ ସମୟରେ ପ୍ରି-ଏକ୍ଲାମ୍ପସିଆ ରୋଗ ନିମନ୍ତେ ଯାଞ୍ଚ କରାଯାଏ । []

ଏହି ରୋଗର ପ୍ରତିଷେଧ ନିମନ୍ତେ ଉଚ୍ଚ ସଙ୍କଟମୟ ରୋଗୀଙ୍କୁ ଆସ୍ପିରିନ, ଅଧିକ କ୍ୟାଲସିଅମ ଦିଆଯାଏ ଓ ଉଚ୍ଚ ରକ୍ତଚାପ ନିମନ୍ତେ ଔଷଧ ଦେବାକୁ ଉପଦେଶ ଦିଆଯାଏ । [][] ଏହି ରୋଗୀଙ୍କର ପ୍ରସବ ଓ ପ୍ଲାସେଣ୍ଟା ନିର୍ଗତ କରିବା ଏକ ଫଳପ୍ରଦ ଚିକିତ୍ସା ଅଟେ । [] ଗର୍ଭାବସ୍ଥାର ସମୟ ଓ ପ୍ରି-ଏକ୍ଲାମ୍ପସିଆର ଗମ୍ଭୀରତା ଉପରେ ପ୍ରସବ କରେଇବା ନିର୍ଭର କରେ । [] ଲାବେଟାଲୋଲମିଥାଇଲଡୋପା ଆଦି ରକ୍ତଚାପ ଔଷଧ ଦେଇ ପ୍ରସବ ପୂର୍ବରୁ ଗର୍ଭିଣୀରେ ଅବସ୍ଥରେ ଉନ୍ନତି ଆଣିବାକୁ ଚେଷ୍ଟା କରାଯାଏ । [] ଏକ୍ଲାମ୍ପସିଆ ପ୍ରତିରୋଧ ନିମନ୍ତେ ସାଂଘାତିକ ରୋଗୀଙ୍କୁ ମ୍ୟାଗନେସିଅମ ସଲଫେଟ ଦିଆଯାଏ । [] ରୋଗ ଚିକିତ୍ସା ବା ପ୍ରତିଷେଧ ନିମନ୍ତେ ବିଛଣା ବିଶ୍ରାମ ଓ କମ ଲବଣ ଗ୍ରହଣ ଫଳପ୍ରଦ ନ ଥିବା ଜଣାଯାଇଛି । [][]

ସାରା ପୃଥିବୀରେ ୨-୮ % ଗର୍ଭାବସ୍ଥାରେ ପ୍ରି-ଏକ୍ଲାମ୍ପସିଆ ଦେଖାଯାଏ । [] ଗର୍ଭାବସ୍ଥାରେ ମୃତ୍ୟୁର କାରଣମାନଙ୍କ ମଧ୍ୟରେ ଗର୍ଭାବସ୍ଥା ସମ୍ପର୍କୀୟ ଉଚ୍ଚ ରକ୍ତଚାପ ଏକ ମୂଖ୍ୟ କାରଣ । [] ସନ ୧୯୯୦ରେ ମୃତ୍ୟୁ ସଂଖ୍ୟା ୩୭,୦୦୦ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୨୯,୦୦୦ ହୋଇଥିଲା । [] ସାଧାରଣତଃ ୩୨ ସପ୍ତାହ ପରେ ହେଉଥିବା ପ୍ରି-ଏକ୍ଲାମ୍ପସିଆ ରୋଗ ପୂର୍ବରୁ ହେଲେ ଅତି ବିଷମ ଫଳପ୍ରଦ ହୁଏ । [] ଏହି ରୋଗ ହୋଇଥିବା ମହିଲାମାନଙ୍କର ପରବର୍ତ୍ତୀ ଜୀବନରେ ହୃଦ୍‌ରୋଗ ସମ୍ଭାବନା ଅଧିକ ରହେ । [] ଏକ୍ଲାମ୍ପସିଆ ନାମଟି ଏକ ଗ୍ରୀକ ଶବ୍ଦ ଯାହାର ଅର୍ଥ ବିଦ୍ୟୁତ (lightning) । [୧୦] ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରେଟ ପ୍ରଥମେ ଏହି ରୋଗର ବର୍ଣ୍ଣନା କରିଥିଲେ । [୧୦]

  1. Eiland, Elosha; Nzerue, Chike; Faulkner, Marquetta (2012). "Preeclampsia 2012". Journal of Pregnancy. 2012: 1–7. doi:10.1155/2012/586578.{{cite journal}}: CS1 maint: unflagged free DOI (link)
  2. 1 2 3 4 5 6 Al-Jameil, N; Aziz Khan, F; Fareed Khan, M; Tabassum, H (February 2014). "A brief overview of preeclampsia". Journal of clinical medicine research. 6 (1): 1–7. PMID 24400024.
  3. 1 2 3 4 5 6 7 "Hypertension in pregnancy. Report of the American College of Obstetricians and Gynecologists' Task Force on Hypertension in Pregnancy" (PDF). Obstet Gynecol. 122 (5): 1122–31. Nov 2013. doi:10.1097/01.AOG.0000437382.03963.88. PMID 24150027. Archived from the original (PDF) on 2016-01-06. Retrieved 2015-06-06.
  4. 1 2 3 4 5 6 7 WHO recommendations for prevention and treatment of pre-eclampsia and eclampsia (PDF). 2011. ISBN 978-92-4-154833-5. Archived from the original (PDF) on 2015-05-13. Retrieved 2015-06-07.
  5. Lambert, G; Brichant, JF; Hartstein, G; Bonhomme, V; Dewandre, PY (2014). "Preeclampsia: an update". Acta anaesthesiologica Belgica. 65 (4): 137–49. PMID 25622379.
  6. 1 2 Steegers, Eric AP; von Dadelszen, Peter; Duvekot, Johannes J; Pijnenborg, Robert (August 2010). "Pre-eclampsia". The Lancet. 376 (9741): 631–644. doi:10.1016/S0140-6736(10)60279-6. PMID 20598363.{{cite journal}}: CS1 maint: multiple names: authors list (link)
  7. Henderson, JT; Whitlock, EP; O'Connor, E; Senger, CA; Thompson, JH; Rowland, MG (May 20, 2014). "Low-dose aspirin for prevention of morbidity and mortality from preeclampsia: a systematic evidence review for the U.S. Preventive Services Task Force". Annals of internal medicine. 160 (10): 695–703. doi:10.7326/M13-2844. PMID 24711050.
  8. 1 2 3 Arulkumaran, N.; Lightstone, L. (December 2013). "Severe pre-eclampsia and hypertensive crises". Best Practice & Research Clinical Obstetrics & Gynaecology. 27 (6): 877–884. doi:10.1016/j.bpobgyn.2013.07.003.
  9. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  10. 1 2 Emile R. Mohler (2006). Advanced Therapy in Hypertension and Vascular Disease. PMPH-USA. pp. 407–408. ISBN 9781550093186.